TSS ODIA

TSS ODIA only satisfying video

21/03/2024

ଫେରିଯାଅ ଫେରିଯାଅ ସ୍ୱାଧୀନତା ଆଜି ତୁମେ ଫେରିଯାଅ
ପାଳିବି ନାହିଁ ମୁଁ ଆଉ ଏ ଦିବସ ଆଖିରୁ ନିଗାଡ଼ି ଲୁହ.

ତୁମ ପାଇଁ ଦିନେ ଘଟି ଯାଇଥିଲା କେତେ କେତେ ଯେ ଘଟଣା
ସେସବୁକୁ ଭୁଲି ଆଜିର ସମାଜ ହେଇଚି ଯେ ବାଟ ବଣା.

ସ୍ୱାଧୀନତା ପାଇଁ କେତେ ଯେ ମା ର ଖାଲି ହୋଇଥିଲା କୋଳ
ବହିଯାଇଥିଲା କେତେ ଯେ ରୁଧିର ସାକ୍ଷୀ ସେହି ନଦୀ କୁଳ.

ଜନ୍ମ ଆଉ ହେଉ ନାହାନ୍ତି ସେ ବୀର ନାହିଁ ଆଉ ସେଇ ମା
କହୁଥିଲା ଯିଏ ସନ୍ତାନ ର କାନେ ଆଗେ ମାତୃଭୂମି ତା ପରେ ତୋର ମା.

ସ୍ୱାଧୀନତା ପାଇଁ କେତେ ଯେ ରୁଧିର ବହିଛି ଏଇ ମାଟିରେ
ରୁଧିର ର ମୂଲ୍ୟ ଆଜିର ସମାଜ ବୁଝିପାରିଲାନି ଥରେ.

ସ୍ୱାଧୀନ ହୋଇବି ଆଜି ପରାଧୀନ ଶୁଭେ ସେ ମୁର୍ମୁଷ ସ୍ୱର
ଦାନା ଟିକେ ପାଇଁ ଦିବା ରାତ୍ର ଏଠି ହେଉଥାଏ ନରଖର.

ଗଢ଼ାଯାଏ ଏଠି ବିଶାଳ ପ୍ରତିମା ସ୍ମୃତି ମନେ ରଖିବାକୁ
ଆଜି ଯାଏ ଦେସୁ ନଗଲା ଦାରିଦ୍ର୍ୟ ଲଜ୍ୟା ଲାଗେ ଭାବିବାକୁ.

ଭାବୁଛ କି ତୁମେ ଏତେ ବର୍ଷ ପରେ ବଦଳିଛି ମାନଚିତ୍ର
ସମାଧି ଦିଅ ହେ ତୁମ ଭାବନା କୁ ଦେଖ ଏହି ନଗ୍ନ ଚିତ୍ର.

ମନ୍ଦିର ସାମ୍ନାରେ ବିଦେଶୀ ମଦର ଖୋଲା ଅଛି ଯେ ଭଣ୍ଡାର
ବିଦ୍ୟାଳୟ ପାଖେ ତମ୍ବାଖୁ ସାମଗ୍ରୀ ବିକ୍ରି ହୁଏ ଯେ ପ୍ରଚୁର.

ଚାପିଦିଆ ଯାଏ ବଳାତ୍କାର, ହତ୍ୟା ଭଳି ଯେ କେତେ ମାମଲା
ପଛ ଲୋକ ମୁଣ୍ଡେ ହେଲମେଟ ନଥିଲେ ତାହାଲେ ଜାଣ ସେ ମଲା.

ଆଜିବି ଦେଶର ମୁଣ୍ଡପିଛା ଆୟ ଏକ ଲକ୍ଷ୍ୟ ଡେଇଁଲାନି
ମିଛ ପ୍ରତିଶୃତି ଦେଇ ପାଞ୍ଚବର୍ଷେ ହେଉଛନ୍ତି ଏଠି ଧନୀ.

ଥରେ ଯେ ବସିଲା ଶାସନ ଗାଦିରେ ଛାଡିବାକୁ ଇଛା ନାହିଁ
ସବୁବେଳେ ୟାଙ୍କୁ ସମୟ ନିଅଣ୍ଟ ଉନ୍ନତି କରିବା ପାଇଁ.

ଏଇ ପାଞ୍ଚ ବର୍ଷେ ହେବ ଯେ ଉନ୍ନତି ଆର ପାଞ୍ଚବର୍ଷେ ହେବ
କେତେ ଆଉ କୁହ ଜନ୍ହ ମାମୁ ଗପ କେତେ ଦିନ ଶୁଣେଇବ.

ଶୁଣି ଶୁଣି କାନ ବଧିରା ହେଲାଣି ଆଉ ଶୁଣିବାକୁ ନାହିଁ କିଛି
ତୁମେ ହୀନ ତୁମ ଚିନ୍ତାଧାରା ହୀନ ହୀନ ତୁମ ରାଜନୀତି.

ଶୁଷ୍କ ଆଜି ସେଇ ମା ର ଯେ ବକ୍ଷ କାନ୍ଦେ ହୋଇ କୋହ କୋହ
ଅଭିଶାପ ଦେଇ କାନ୍ଦି କାନ୍ଦି କୁହେ ବଜ୍ର ହେଉ ମୋର ଲୁହ.

ଫେରିଯାଅ ଫେରିଯାଅ ଫେରିଯାଅ ଫରିଯାଅ
Sudhanshu

22/12/2022

Address


Website

Alerts

Be the first to know and let us send you an email when TSS ODIA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share