Newsx Odia

Newsx Odia Contact information, map and directions, contact form, opening hours, services, ratings, photos, videos and announcements from Newsx Odia, News & Media Website, .
(1)

13/10/2019

ଅନ୍ତିମ ସଂସ୍କାର ବେଳେ ଜୁଇରୁ ଉଠି ଆସିଲେ ବ୍ୟକ୍ତି, ମେଡିକାଲରେ ଭର୍ତ୍ତି

ସୋରଡା ବ୍ଲକ ହରିପୁର ଗ୍ରାମର ସୀମାଂଚଳ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗତକାଲିଠାରୁ ନିଖୋଜ ଥିଲେ । ଛେଳି ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ଆଜି ପରିବାର ଲୋକେ ସେ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ । ଏହାସହ ସୀମାଂଚଳ ମୃତ୍ୟୁବରଣ କରିଥିବା ସେମାନେ ଭାବି ନେଇଥିଲେ । ଏହାପରେ ପରିବାର ଲୋକ କାନ୍ଦିବା ସହ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରିଥିଲେ । ରୀତିନୀତିରେ ସାମାଂଚଳକୁ ଜୁଇରେ ରଖି ପୋଡୁଥିବା ସମୟରେ ଚକିତ କଲାଭଳି ଘଟଣା ଘଟିଥିଲା ।

ହଠାତ ସାମାଂଚଲ ଜୁଇରୁ ଉଠିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ତାଜୁବ ହୋଇ ଚୁପ ହୋଇଯାଇଥିଲେ । କେବଳ ପରସ୍ପରର ମୁହଁକୁ ଅନାଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ଏବେ ସୀମାଂଚଳ ସୁସ୍ଥ ଥିବା ଜଣାପଡିଛି ।

13/10/2019

ବ୍ରହ୍ମପୁର ଓ ଗୁଣୁପୁରର ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ, ୮୦ ଜୁଆଡି ଗିରଫ

ଗତ କିଛିଦିନ ଧରି ବ୍ରହ୍ମପୁର ସହରରେ ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ ଜୋରଦାର କରୁଛି । ଅନେକ ଜୁଆଡି ଗିରଫ ମଧ୍ୟ ହେଉଛନ୍ତି । ଆଜି ମଧ୍ୟ ବ୍ରହ୍ମପୁର ପୋଲିସ କିଛି ଜୁଆ ଆଡ୍ଡାରେ ଚଢାଉ କରି ୬୮ଜଣଙ୍କୁ ଗିରଫ କରିଛି ।

ଆଜି ମଧ୍ୟ ଟାଉନ ଥାନା ପୋଲିସ ୭ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ଏହି ଚଢାଉ ବେଳେ ୬୮ଜଣଙ୍କୁ ଗିରଫ କରାଯିବା ସହ ନଗଦ ୨ଲକ୍ଷ ୪୫ହଜାର ୨୩୦ ଟଙ୍କା ଜବତ ହୋଇଛି । ଏହାସହ ୨୫ଟି ମୋବାଇଲ ମଧ୍ୟ ଜବତ ହୋଇଛି । ସେହିପରି ରାୟଗଡା ଗୁଣୁପୁରରେ ମଧ୍ୟ ଜୁଆ ଆଡ୍ଡାରେ ଚଢାଉ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି ା

12/10/2019

ବିଜେପି ଛାଡ଼ିଲେ ଅଶୋକ

ଦିନେ ବିଜେପୁର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳର ହାତ ଛାଡ଼ି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ପୁଣି ଥରେ ସେହି ନିର୍ବାଚନ ପୂର୍ବରୁ ବିଜେପିରୁ ବିଦାୟ ନେଇଛନ୍ତି । ଚଳିତ ବିଜେପୁର ଉପ ନିର୍ବାଚନରେ ପ୍ରାର୍ଥୀତ୍ୱ ନ ମିଳିବା କାରଣରୁ ଦଳ ବିରୋଧରେ ଅଣଦେଖାର ଅଭିଯୋଗ ଆଣିଥିବା ଅଶୋକ ଦଳରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ ନିର୍ବାଚନରେ ବିଜେପି ସପକ୍ଷରେ ପ୍ରଚାର କରିବେ କି ବିପକ୍ଷରେ ପ୍ରଚାର କରିବେ ସେ ନେଇ କିଛି ସ୍ପଷ୍ଟ କରି ନାହାଁନ୍ତି ।

ବିଜେପୁର ଉପ ନିର୍ବାଚନରେ ବିଜେପି ସନତ ଗଡ଼ତିଆଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଯେଉଁଥିପାଇଁ ଜାତୀୟ ସ୍ତରରେ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଅସନ୍ତୋଷ ଥିବା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ବିଜେପି ବିରୋଧରେ ଅଣଦେଖା କରୁଥିବା ଅଭିଯୋଗ କରି ଆସୁଥିଲେ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଛନ୍ତି ।

12/10/2019

ରାଜଧାନୀରେ ମୋ ସରକାର କାର୍ଯ୍ୟକ୍ରମକୁ ଅଣଦେଖା, ଫୁଟପାଥରେ ପ୍ରସବ କଲେ ମହିଳା

ସାରା ରାଜ୍ୟରେ ୫ଟି ସଚିବ ଭି କେ ପାଣ୍ଡିଆନ ବୁଲି ସ୍ଵାସ୍ଥ୍ୟସେବା ଅନୁଧ୍ୟାନ କରୁଥିବା ସମୟରେ ଖୋଦ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ପ୍ରସବ କରିଛନ୍ତି। ଲେବର ରୁମରୁ ଆସନ ପ୍ରସବାଙ୍କୁ ଡାକ୍ତର ଫେରାଇ ଦେବାରୁ ଯନ୍ତ୍ରଣା ଭୋଗୁଥିବା ଆସନ ପ୍ରସବା ବ୍ଲଡ ବ୍ୟାଙ୍କ ପାଖ ଫୁତଫାତରେ ପ୍ରସବ କରିଛନ୍ତି।

12/10/2019

ଦାଦନ ଚାଲାଣ ରୋକିବ ସ୍ଵତନ୍ତ୍ର ସ୍କ୍ଵାଡ୍, ଗିରଫ ହେଲେ ଦଲାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଦାଦନ ଚାଲାଣ ପାଇଁ ଅପଖ୍ୟାତ ବଲାଙ୍ଗୀର ସର୍ବଦା ଚର୍ଚ୍ଚାରେ। ଏହି ଜିଲ୍ଲାରୁ ଶହ ଶହ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଥିବା ଖବର ପ୍ରାୟ ନିୟମିତ ଭାବରେ ଖବର କାଗଜର ପୃଷ୍ଠାମଣ୍ଡନ କରୁଛି। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେଉଥିବା କାରଣରୁ ପେଟ ପୋଷିବା ପାଇଁ ଲୋକମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ବାହାରକୁ ଯାଇ ନାନା ନିର୍ଯାତନାର ଶିକାର ହେଉଛନ୍ତି। କିନ୍ତୁ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନଥିଲା। ତେବେ ଆଜି ଦାଦନ ଚାଲଣ ରୋକିବା ପାଇଁ ସ୍ଵତନ୍ତ୍ର ସ୍କ୍ଵାଡ୍ ଗଠନ କରାଯିବ ବୋଲି ଡିଜିପି ବି. କେ ଶର୍ମା ସୂଚନା ଦେଇଛନ୍ତି।

11/10/2019

ଉଦଳା ଜଙ୍ଗଲରୁ ପୋଲିସ ବାଇକ ମିଳିବା ଘଟଣା: କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଏଏସଆଇ ଓ ହାବିଲଦାର

ମୟୂରଭଞ୍ଜ ଉଦଳା କଲେଜ ନିକଟ ଜଙ୍ଗଲରୁ ପୋଲିସର ବାଇକ ମିଳିବା ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ଜଙ୍ଗଲରୁ ମିଳିଥିବା ବାଇକଟି ପୋଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଶୁଳିଆପଦା ଥାନା ଏଏସଆଇ ସତ୍ୟନାରାୟଣ ବାରିକ ଓ ହାବିଲଦାର ଦୀପ୍ତେଂଶୁ ଦାସଙ୍କୁ ମୟୂରଭଞ୍ଜ ଏସପି ନିଲମ୍ବନ କରିଛନ୍ତି ।

ସୂଚନାନୁସାରେ, ଗତକାଲି ରାତିରେ ପୋଲିସ ଗାଡ଼ି ଧରି ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ସେ ଉଦଳା କଲେଜ ନିକଟ ଜଙ୍ଗଲରେ ଫୋପାଡ଼ି ଚାଲିଯାଇଥିଲା ।

11/10/2019

ଚେନ୍ନାଇରେ ପହଁଚିଲେ ମୋଦୀ, ସି ଜିନପିଙ୍ଗଙ୍କୁ ସ୍ଵାଗତ କରିବାକୁ ପ୍ରସ୍ତୁତ ମହାବଳୀପୁରମ୍

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବହୁ ମହତ୍ଵପୂର୍ଣ୍ଣ ବୈଠକ ହେବ। ଏଥିପାଇଁ ଆଜି ସକାଳ ୧୧ଟାରେ ମୋଦୀ ଚେନ୍ନାଇରେ ପହଁଚିଛନ୍ତି। ସେହି ସମୟରେ ସି ଜିନପିଙ୍ଗ୍ ବେଜିଙ୍ଗରୁ ବାହାରି ଯାଇଛନ୍ତି। ସେ ଦ୍ଵିପ୍ରହର ୨ଟାରେ ଚେନ୍ନାଇର ବିମାନ ବନ୍ଦରରେ ପହଁଚିବେ। ଏହାପରେ ସେଠାରୁ ଦୁଇ ପ୍ରମୁଖ ନେତା ସନ୍ଧ୍ୟା ୫ଟା ୩୦ରେ ମମଲ୍ଲାପୁରମ ଯିବେ।

ନରେନ୍ଦ୍ର ମୋଦୀ ଚେନ୍ନାଇର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ତାମିଲନାଡୁର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଈ ପଲନିସାମୀ, ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲ୍ଵିମ ସ୍ଵାଗତ କରିଥିଲେ।

11/10/2019

ବିଜେପୁର ଉପନିର୍ବାଚନ ପୂର୍ବରୁ କାର୍‌ରୁ ୧୯ ଲକ୍ଷ ଜବତ

ଆଜି ବରଗଡ଼ ନିରପାଲି ଜିନାଜୋରି ଛକରୁ ଏକ କାର୍‌ରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି । ଉପନିର୍ବାଚନ ପାଇଁ ଗାଡ଼ି ଯାଞ୍ଚ କରାଯାଉଥିବାବେଳେ ବେଳେ କାର୍‌ରୁ ଟଙ୍କା ମିଳିଛି । ଛତିଶଗଡ଼ ବଗବାହାରର ପରାଗ ଅଗ୍ରୱାଲଙ୍କ ନିକଟରୁ ଏହି ଟଙ୍କା ଜବତ କରାଯାଇଛି । ଏହି ଟଙ୍କା କେଉଁ ଦଳ ପାଇଁ ଯାଉଥିଲା ତାହା ଜଣାପଡ଼ି ନାହିଁ ।

11/10/2019

ବିଜେପୁର ଫାଇଟ୍: ଆଜି ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁଣି ଥରେ ଉପ ନିର୍ବାଚନ ପାଇଁ ଚର୍ଚ୍ଚାକୁ ଆସିଛି ବରଗଡ଼ର ବିଜେପୁର । ବହୁ ହେଭିୱେଟ୍‌ ନେତା ଏବେ ସେଠାରେ ଭିଡ଼ ଜମାଉଛନ୍ତି । ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ତ୍ରିମୁଖୀ ଲଢ଼େଇ । ଏଥର କିଏ ଆସନ ହାତେଇବ ସେ ନେଇ ରାଜନୈତିକ ଆଲୋଚନା ମଧ୍ୟ ଜୋର ଧରିଛି । ଏଥିରେ ସାମିଲ ହେବାକୁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଜନସାଧାରଣଙ୍କ ନିକଟରେ ଅପିଲ କରିବେ ।

ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ସ୍ଥାନରେ ପ୍ରଚାର କରିବେ । ଗାଇସିଲଟ ବ୍ଲକ ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଅନୁଷ୍ଠିତ ହେବ ସାଧାରଣ ସଭା । ଏହି ସଭାରେ ସେ ସନତଙ୍କ ପାଇଁ ଭୋଟ୍‌ ମାଗିବେ ।

10/10/2019

ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଗୁଜୁରାଟର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେମାନେ ଭୁବନେଶ୍ୱରରୁ ବାହାରି ଅହମ୍ମଦାବାଦ ବିମାନ ବନ୍ଦର ନୁହେଁ ବରଂ ସିଧାସଳଖ ସୁରଟରେ ଓହ୍ଲାଇବେ । ଏହି ସୁବିଧା ନୂଆବର୍ଷଠାରୁ ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଆସନ୍ତା ୨୦୨୦ ଜାନୁୟାରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ସପ୍ତାହରେ ୩ ଦିନ ବିମାନ ଉଡ଼ିବ ।

10/10/2019

ପୁଣି ଜଣେ ବାବୁଙ୍କୁ ଚାକିରିରୁ ବିଦାକଲେ ରାଜ୍ୟ ସରକାର !

ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓଏଫଏସ ଅଫିସର ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ଦୁର୍ନୀତି ଅଭିଯୋଗରେ ମିଳିଛି ବାଧ୍ୟତାମୂଳକ ଅବସର ।

ଭିଜିଲାନ୍ସ ଯାଂଚ ମାମଲାରେ ପ୍ରମାଣ ପାଇବା ପରେ ତାଙ୍କୁ ଆଜି ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।୨୦୧୬ ମସିହାରେ ଆଠଗଡ଼ ଡିଏଫଓ ଥିବା ବେଳେ ଭିଜିଲାନ୍ସ ଜାଲରେ ସୁଧାଂଶୁ ଶେଖର ମିଶ୍ର ପଡ଼ିଥିଲେ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ଼ କରିଥିଲା ।

10/10/2019

ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ୟୁନିଟ ୯ ସରକାରୀ କ୍ୱାଟର୍ସ ପାଣି ଟାଙ୍କିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୧୯ବର୍ଷୀୟ ଯୁବକ ତୀର୍ଯ୍ୟକ ତେଜନ ଜେନା । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବକ ସେହି ପାଣି ଟାଙ୍କି ଭିତରକୁ କେମିତି ଗଲେ ? ସେଠାରେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ନା ସେ ନିଜେ ଯାଇ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ।

10/10/2019

ବିଜେପିର ପ୍ରତିବାଦର ସଭା

କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରି ଚଞ୍ଚକତାର ସହ ରାଜ୍ୟ ଯୋଜନା କରାଇବାକୁ ବିରୋଧ କରି ପୁଣି ଥରେ ତାତିଛି ଭାରତୀୟ ଜନତା ପାର୍ଟୀ । ଆଜି ବିଜେପି କର୍ମୀମାନେ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ସଭା କରିଛନ୍ତି । ଏହା ସହିତ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।

10/10/2019

ପଞ୍ଜାବ ସୀମାରେ ପୁଣି ଉଡ଼ିଲା ପାକିସ୍ତାନୀ ଡ୍ରୋନ

ପଞ୍ଜାବର ଫିରୋଜପୁର ଅଞ୍ଚଳରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି। ଝୁଞ୍ଝାରା ହଜାରା ସିଂହ ୱାଲା ସୀମାବର୍ତ୍ତୀ ଗାଁର ଗ୍ରାମବାସୀ ଗୁରୁବାର ସକାଳେ ଦୁଇଟି ଡ୍ରୋନ ଦେଖିଥିବା ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରୋନ ଦୁଇଟି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ବିଏସଏଫ ଯବାନ ଏବଂ ପୁଲିସ ଡ୍ରୋନ ସମ୍ପର୍କରେ ତଦନ୍ତ ଚଳାଇଛନ୍ତି। କିଛିଦିନ ମଧ୍ୟରେ ଅନେକ ଥର ପାକିସ୍ତାନୀ ଡ୍ରୋନ ଏହି ସୀମାରେ ଉଡୁଥିବା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ କହିଛନ୍ତି।

ଏହା ପୂର୍ବରୁ ଅକ୍ଟୋବର ୧ ରାତିରେ ଫାଜିଲ୍କା ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ସେହିପରି ଅଗଷ୍ଟ ୧୩ରେ ମଧ୍ୟ ଏକ ସନ୍ଦିଗ୍ଧ ଡ୍ରୋନ୍ ଅମୃତସରର ମୁହାବା ଗାଁରେ ଥିବା ଏକ ଧାନ ବିଲରେ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା।

10/10/2019

ଶିବସେନାରୁ ଇସ୍ତଫା ଦେଲେ ୨୬ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଏକ ବଡ ଝଟକା ଲାଗିଛି । ଦଳର ୨୬ଜଣ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତା ଇସ୍ତଫା ଦେଇଛନ୍ତି । ଟିକେଟ୍ ବଂଟନକୁ ନେଇ ଅସନ୍ତୁଷ୍ଟ ଥିବା ଏହି ନେତା ଓ କର୍ମୀମାନେ ଦଳ ଛାଡିବା ସହ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ରହିଛି । ଏଥିପାଇଁ ଅକ୍ଟୋବର ୨୧ରୁ ମତଦାନ ହେବ । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ଜନତା ପାର୍ଟି ସହ ମେଂଟ କରିଛି । ୨୮୮ରୁ ୧୫୦ଟି ଆସନରେ ବିଜେପି ନିର୍ବାଚନ ଲଢୁଛି । ଶିବସେନାକୁ ୧୨୪ଟି ଆସନ ମିଳିଛି । ଅନ୍ୟ ୧୪ଟି ଆସନରେ ଅନ୍ୟ ସହଯୋଗୀ ଦଳମାନେ ନିର୍ବାଚନ ଲଢୁଛନ୍ତି ।

10/10/2019

ମାଓ ଅଂଚଳରେ ଉଡ଼ୁଛି ଡ୍ରୋନ୍‌

ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବାକୁ ମାଓବାଦୀମାନେ ଏଣିକି ଡ୍ରୋନ୍‌ର ବ୍ୟବହାର ଆରମ୍ଭ କରି ଦେଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍‌ କ୍ୟାମ୍ପ ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀ ସମେତ ୩୦ ଏୟାରପୋର୍ଟରେ ହାଇଆଲର୍ଟ
03/10/2019

ଦିଲ୍ଲୀ ସମେତ ୩୦ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ,୦୩ ଅକ୍ଟୋବର : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଏବେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କ...

ଆରମ୍ଭ ହେଲା ବିଜେପୁର ଲଢେଇ, ତିନି ଦଳର ଷ୍ଟାର କ୍ୟାମ୍ପେନର୍‌ ତାଲିକା ପ୍ରକାଶ
03/10/2019

ଆରମ୍ଭ ହେଲା ବିଜେପୁର ଲଢେଇ, ତିନି ଦଳର ଷ୍ଟାର କ୍ୟାମ୍ପେନର୍‌ ତାଲିକା ପ୍ରକାଶ

ବିଜେପୁର,୦୩ ଅକ୍ଟୋବର : ବିଜେପୁର ନିର୍ବାଚନ ପାଇଁ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବହୁ ହ...

ଭିଜିଲାନ୍ସ ପଞ୍ଝାରେ ସିଟି ସ୍କୁଲର କୋଟିପତି ଶିକ୍ଷୟିତ୍ରୀ
03/10/2019

ଭିଜିଲାନ୍ସ ପଞ୍ଝାରେ ସିଟି ସ୍କୁଲର କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର,୦୩ ଅକ୍ଟୋବର : ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଶିକ୍.....

ବାଣ ବିସ୍ଫୋରଣରେ କାନ୍ଥ ଭାଙ୍ଗି ଛିନ୍‌ଛତ୍ର , ଜଣଙ୍କ ପତ୍ତା ମିଳୁନି
03/10/2019

ବାଣ ବିସ୍ଫୋରଣରେ କାନ୍ଥ ଭାଙ୍ଗି ଛିନ୍‌ଛତ୍ର , ଜଣଙ୍କ ପତ୍ତା ମିଳୁନି

ବାଲେଶ୍ୱର,୦୩ ଅକ୍ଟୋବର : ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଗୋଟିଏ ଘରର ତୃତୀୟ ମହଲା ଭାଙ୍ଗି ପଡିଛି । ବାଲେଶ୍ୱର ଜିଲ୍ଲା ଶିଳ.....

ପୂଜା ଛୁଟିରେ ବି ଖୋଲା ରହିବ ଆରଟିଓ
03/10/2019

ପୂଜା ଛୁଟିରେ ବି ଖୋଲା ରହିବ ଆରଟିଓ

ଭୁବନେଶ୍ୱର,୦୩ ଅକ୍ଟୋବର : ପୂଜାଛୁଟିରେ ମଧ୍ୟ ଆରଟିଓ ୨ ଦିନ ପାଇଁ ଖୋଲା ରହିବ। ଏନେଇ କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍...

ଆଜି ୱର୍ଲି ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ଶିବସେନାର ଆଦିତ୍ୟ ଠାକରେ
03/10/2019

ଆଜି ୱର୍ଲି ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ଶିବସେନାର ଆଦିତ୍ୟ ଠାକରେ

ମୁମ୍ବାଇ,୦୩ ଅକ୍ଟୋବର : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ନେତା ଆଦିତ୍ୟ ଠାକରେ ଗୁରୁବାର ନିଜର ପ୍ରାର୍ଥୀ ପତ୍ର ଦାଖ....

ଓଡିଶାରେ ଏନଆଇଏ ଡିଜି
03/10/2019

ଓଡିଶାରେ ଏନଆଇଏ ଡିଜି

ଭୁବନେଶ୍ୱର,୦୩ ଅକ୍ଟୋବର : ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ଡିଜି ଯୋଗେନ୍ଦ୍ର ଚନ୍ଦ୍ର...

ରାଜଧାନୀରେ ୭ଟି ଡ୍ୟାନ୍ସ ବାର୍‌ ରଦ୍ଦ କଲେ ଡିଜିପି
02/10/2019

ରାଜଧାନୀରେ ୭ଟି ଡ୍ୟାନ୍ସ ବାର୍‌ ରଦ୍ଦ କଲେ ଡିଜିପି

ଭୁବନେଶ୍ୱର,୦୨ ଅକ୍ଟୋବର : ଡ୍ୟାନ୍ସ ବାର ଖୋଲିବାରେ ବାଧକ ସାଜିଲା ଅଗ୍ନିଶମ ବିଭାଗ ଓ ଅବକାରୀ ବିଭାଗ । ଅଗ୍ନି ନିରାପତ୍ତା ବ୍ୟବସ୍ଥା .....

କେନ୍ଦ୍ରାପଡ଼ାରେ ଲାଗୁ ହେବ ଏନଆରସି
02/10/2019

କେନ୍ଦ୍ରାପଡ଼ାରେ ଲାଗୁ ହେବ ଏନଆରସି

କେନ୍ଦ୍ରାପଡ଼ା,୦୨ ଅକ୍ଟୋବର : କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜିକା। ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରା....

ବିଜେଡିର ସୋସିଆଲ ସର୍ଭିସ ୱିଙ୍ଗ ଗଠିତ
02/10/2019

ବିଜେଡିର ସୋସିଆଲ ସର୍ଭିସ ୱିଙ୍ଗ ଗଠିତ

ଭୁବନେଶ୍ୱର,୦୨ ଅକ୍ଟୋବର : ବିଜୁ ଜନତା ଦଳ ଆରମ୍ଭ କରିବ ସୋସିଆଲ ସର୍ଭିସ ୱିଙ୍ଗ୍। ଆଜି ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା....

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
02/10/2019

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୨ ଅକ୍ଟୋବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀସ୍ଥ...

ପୋଲିସକୁ ଗାଳିଗୁଲଜ ମହଙ୍ଗା ପଡିଲା, ଗିରଫ ହେଲେ ବିଜେଡି ନେତା
02/10/2019

ପୋଲିସକୁ ଗାଳିଗୁଲଜ ମହଙ୍ଗା ପଡିଲା, ଗିରଫ ହେଲେ ବିଜେଡି ନେତା

ଝାରସୁଗୁଡା,୦୨ ଅକ୍ଟୋବର : କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହା....

ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍
02/10/2019

ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍

ଭୁବନେଶ୍ୱର,୦୨ ଅକ୍ଟୋବର : ଆଜିଠାରୁ ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ନିଷିଦ୍ଧ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେ....

ଦଶହରା ପାଇଁ ଟ୍ୱିନ ସିଟିରେ ସୁରକ୍ଷା କଡ଼ାକଡ଼ି
01/10/2019

ଦଶହରା ପାଇଁ ଟ୍ୱିନ ସିଟିରେ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର,୦୧ ଅକ୍ଟୋବର : ପାର୍ବଣ ଋତୁ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଦୁର୍ଗାପୂଜା ସୁନା ଓ ଚାନ୍ଦି ମେଢ ପା.....

Address


Alerts

Be the first to know and let us send you an email when Newsx Odia posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share