VSK Odisha

VSK Odisha Vishwa Samvad Kendra, Odisha is a media centre with a difference- a difference defined by its motto; Samvadat Souhardam; Amity through interaction.

The mighty national resources through which the country is currently passing makes it necessary. Viswa Sambad Kendra (VSK) is an agency working in the field of media-print and electronic included-related multidimensional activities. Apart from pooling and disseminating news, it is active in organizing ‘Narad saman award ’to a eminent journalist for encouraging good journalism and symposia on subje

cts of national and social importance, analyzing contemporary events, interviewing social leaders and thinkers, furnishing studied feature articles by eminent column writers,organizing reorientation programme for promising young journalists, providing guidance to those interested in the art of letter writing for the editor’s mail and increating forums of TV viewers etc to mention a few activities for your information.

କୂଟନୀତିରେ ସଶକ୍ତ ହେବ ଭାରତ
10/06/2024

କୂଟନୀତିରେ ସଶକ୍ତ ହେବ ଭାରତ

ଓଡିଶାର ପ୍ରଥମ ମହିଳା ସଫାରୀ ଚାଳକ ମାର୍ଗାରେଟ
10/06/2024

ଓଡିଶାର ପ୍ରଥମ ମହିଳା ସଫାରୀ ଚାଳକ ମାର୍ଗାରେଟ

1927 ମସିହାରେ ନାଗପୁରରେ ସଂଘ ଶିକ୍ଷା ବର୍ଗ ଆରମ୍ଭ ହୋଇଥିଲା | ସେହି ସମୟରେ ଏହା ତିନି ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା ଏବଂ ଏହାକୁ ଗ୍ରୀଷ୍ମକାଳ...
10/06/2024

1927 ମସିହାରେ ନାଗପୁରରେ ସଂଘ ଶିକ୍ଷା ବର୍ଗ ଆରମ୍ଭ ହୋଇଥିଲା | ସେହି ସମୟରେ ଏହା ତିନି ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା ଏବଂ ଏହାକୁ ଗ୍ରୀଷ୍ମକାଳୀନ ବର୍ଗ ମଧ୍ୟ କୁହାଯାଉଥିଲା |

ସଂଘ ଶିକ୍ଷା ବର୍ଗ ର ଆରମ୍ଭ 1927 ରେ ହୋଇଥିଲା, କିଛି ବର୍ଷ ପରେ ଏହାର ନାମ ' ଅଧିକାରୀ ଶିକ୍ଷା ବର୍ଗ ' ହୋଇଗଲା। ପରେ 1950 ରେ ଏହି ବର୍ଗଗୁଡ଼...
10/06/2024

ସଂଘ ଶିକ୍ଷା ବର୍ଗ ର ଆରମ୍ଭ 1927 ରେ ହୋଇଥିଲା, କିଛି ବର୍ଷ ପରେ ଏହାର ନାମ ' ଅଧିକାରୀ ଶିକ୍ଷା ବର୍ଗ ' ହୋଇଗଲା। ପରେ 1950 ରେ ଏହି ବର୍ଗଗୁଡ଼ିକୁ ' ସଂଘ ଶିକ୍ଷା ବର୍ଗ ' ନାମରେ ଜଣାଗଲା।

ସଂଘ ଶିକ୍ଷା ବର୍ଗ ଆରମ୍ଭ ରେ ଚିକିତ୍ସା, ବିଜୁଳି, ଜଳ ଇତ୍ୟାଦି ର ଖର୍ଚ୍ଚ ପାଇଁ ବର୍ଗ ରେ ସାମିଲ ହୋଇଥିବା ଶିକ୍ଷାର୍ଥୀ ମାନଙ୍କଠାରୁ ଶୁଳ୍କ ନି...
10/06/2024

ସଂଘ ଶିକ୍ଷା ବର୍ଗ ଆରମ୍ଭ ରେ ଚିକିତ୍ସା, ବିଜୁଳି, ଜଳ ଇତ୍ୟାଦି ର ଖର୍ଚ୍ଚ ପାଇଁ ବର୍ଗ ରେ ସାମିଲ ହୋଇଥିବା ଶିକ୍ଷାର୍ଥୀ ମାନଙ୍କଠାରୁ ଶୁଳ୍କ ନିଆଯାଉଥିଲା।

ବର୍ଗ ରେ ଦ୍ୱିପହର ସାଢେ଼ ବାର ରୁ ପାଞ୍ଚ ଟା ପର୍ଯ୍ୟନ୍ତ ର ସମୟ ରେ ବିଶ୍ରାମ, ବାର୍ତ୍ତାଳାପ, ଚର୍ଚ୍ଚା ଏବଂ ସ୍ଵୟଂସେବକ ମାନଙ୍କ ଦ୍ୱାରା ଟିପ୍ପ...
10/06/2024

ବର୍ଗ ରେ ଦ୍ୱିପହର ସାଢେ଼ ବାର ରୁ ପାଞ୍ଚ ଟା ପର୍ଯ୍ୟନ୍ତ ର ସମୟ ରେ ବିଶ୍ରାମ, ବାର୍ତ୍ତାଳାପ, ଚର୍ଚ୍ଚା ଏବଂ ସ୍ଵୟଂସେବକ ମାନଙ୍କ ଦ୍ୱାରା ଟିପ୍ପଣୀଗୁଡ଼ିକୁ ଲେଖି ରଖିବାର ସମୟ ରଖାଯାଇଥିଲା।

ବର୍ଗ ଆରମ୍ଭ ରେ ସକାଳ 5 ରୁ ରାତି 9 ପର୍ଯ୍ୟନ୍ତ ବର୍ଗ ର ଶାରୀରିକ ଏବଂ ବୌଦ୍ଧିକ କାର୍ଯ୍ୟକ୍ରମ ଚାଲିଥାଏ। ସକାଳ ର ଦୁଇ କିମ୍ୱା ଅଢେଇଘଣ୍ଟା ଏବଂ...
10/06/2024

ବର୍ଗ ଆରମ୍ଭ ରେ ସକାଳ 5 ରୁ ରାତି 9 ପର୍ଯ୍ୟନ୍ତ ବର୍ଗ ର ଶାରୀରିକ ଏବଂ ବୌଦ୍ଧିକ କାର୍ଯ୍ୟକ୍ରମ ଚାଲିଥାଏ। ସକାଳ ର ଦୁଇ କିମ୍ୱା ଅଢେଇଘଣ୍ଟା ଏବଂ ସନ୍ଧ୍ୟା ରେ ଦେଢ଼ ଘଣ୍ଟା ଶାରିରୀକ ପ୍ରଶିକ୍ଷଣ ଦିଆଯାଉଥିଲା।

ଗ୍ରୀଷ୍ମ ଛୁଟିଦିନର ସୁବିଧା ଅନୁଯାୟୀ ପୁଣେ ର ବର୍ଗ  22 ଏପ୍ରିଲରୁ 2 ଜୁନ୍ ଏବଂ ନାଗପୁରର ବର୍ଗ 1 ମଇରୁ 10 ଜୁନ୍ ପର୍ଯ୍ୟନ୍ତ ଥିଲା | ଡକ୍ଟର ହ...
10/06/2024

ଗ୍ରୀଷ୍ମ ଛୁଟିଦିନର ସୁବିଧା ଅନୁଯାୟୀ ପୁଣେ ର ବର୍ଗ 22 ଏପ୍ରିଲରୁ 2 ଜୁନ୍ ଏବଂ ନାଗପୁରର ବର୍ଗ 1 ମଇରୁ 10 ଜୁନ୍ ପର୍ଯ୍ୟନ୍ତ ଥିଲା | ଡକ୍ଟର ହେଡଗେୱର ପୁଣେରେ 15 ମଇ ପର୍ଯ୍ୟନ୍ତ ଏବଂ ପରେ ନାଗପୁରରେ ପ୍ରବାସ କରୁଥିଲେ।

ପୁଣେ ପରେ ନାଶିକରେ ବର୍ଗ ଆରମ୍ଭ ହୋଇଥିଲା। 1942-43 ମସିହାରେ, ଏହି ବର୍ଗଗୁଡ଼ିକ ରେ ଅଂଶଗ୍ରହଣ କରୁଥିବା ସ୍ଵୟଂସେବକ ମାନଙ୍କ ସଂଖ୍ୟା ତିନି ହଜ...
10/06/2024

ପୁଣେ ପରେ ନାଶିକରେ ବର୍ଗ ଆରମ୍ଭ ହୋଇଥିଲା। 1942-43 ମସିହାରେ, ଏହି ବର୍ଗଗୁଡ଼ିକ ରେ ଅଂଶଗ୍ରହଣ କରୁଥିବା ସ୍ଵୟଂସେବକ ମାନଙ୍କ ସଂଖ୍ୟା ତିନି ହଜାରରେ ପହଞ୍ଚିଥିଲା | ଏହି ସମୟରେ ମଧ୍ୟ ରେ 1938 ମସିହାରେ, ମହାରାଷ୍ଟ୍ର ବାହାରେ ଲାହୋରରେ ମଧ୍ୟ ବର୍ଗ ଆରମ୍ଭ ହୋଇଥିଲା |

1940 ମସିହାରେ ନାଗପୁରରେ ଅନୁଷ୍ଠିତ ସଂଘ ଶିକ୍ଷା ବର୍ଗରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ପ୍ରଦେଶର ଶିକ୍ଷାର୍ଥୀ ସ୍...
10/06/2024

1940 ମସିହାରେ ନାଗପୁରରେ ଅନୁଷ୍ଠିତ ସଂଘ ଶିକ୍ଷା ବର୍ଗରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ପ୍ରଦେଶର ଶିକ୍ଷାର୍ଥୀ ସ୍ୱୟଂସେବକ ମାନେ ଉପସ୍ଥିତ ଥିଲେ।

10/06/2024
ସମାପନ ସମାରୋହ-କାର୍ଯ୍ୟକର୍ତ୍ତା ବିକାଶ ବର୍ଗ -ଦ୍ବିତୀୟରାଷ୍ଟ୍ରୀୟ ସ୍ବୟଂସେବକ ସଂଘ
10/06/2024

ସମାପନ ସମାରୋହ-କାର୍ଯ୍ୟକର୍ତ୍ତା ବିକାଶ ବର୍ଗ -ଦ୍ବିତୀୟ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ

10/06/2024

ଓଡ଼ିଶାରୁ ଧର୍ମେନ୍ଦ୍ର, ଜୁଏଲ୍ ଓ ଅଶ୍ୱିନୀଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,(ଏଜେନ୍ସି): ମୋଦୀ ୩.୦ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଓ ଅଶ୍ୱିନ ବୈଷ୍ଣବ । ପୂର୍ବରୁ ମଧ୍ୟ ଏହି ୩ଜଣ ବିଭିନ୍ନ ସମୟରେ ମୋଦୀ ସରକାରରେ ମନ୍ତ୍ରୀ ଭାବେ କାମ କରିସାରିଛନ୍ତି । ଜୁଏଲ୍ ଓରାମ ମୋଦୀ ସରକାରର ପ୍ରଥମ ପାଳିରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା । ଏଥର ସେ ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ତେଣୁ ମୋଦୀ ୩.୦ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଓଡ଼ିଶାର ସମ୍ବଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ତୃତୀୟ ଥର ପାଇଁ ମୋଦୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରେ ସେ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ । ୨୦୧୯ରେ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଥିଲା । ୨୦୧୪ରେ ସେ ବିହାର ଓ ୨୦୧୯ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ । କିନ୍ତୁ ଏଥର ସେ ଓଡ଼ିଶାର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି । ସେହିପରି ଅଶ୍ୱିନୀ ବୈଷ୍ଣବ ୨୦୧୯ରେ ମୋଦୀ ୨.୦ ସରକାରରେ ରେଳ ସହ ଆଇଟି ବିଭାଗ ସମ୍ଭାଳିଥିଲେ । ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଏଥର ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

10/06/2024

ଗରିବ ଜନତାଙ୍କଠାରୁ ଅଧିକ ଟିକସ ଆଦାୟ କରିବ ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ଆର୍ôଥକ ସଂକଟ ଦୂର ଓ ଋଣ ପରିଶୋଧ ପାଇଁ ଲୋକମାନଙ୍କଠାରୁ ବିପୁଳ ଟିକସ ଆଦାୟ କରିବାକୁ ପ୍ରସ୍ତୁତି ଚାଲିଛି । ଗତ କିଛି ବର୍ଷ ହେବ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଛି । ଅଟା ଓ ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କୁ କଠିନ ସଂଘର୍ଷ କରିବାକୁ ପଡ଼ୁଛି । ଏପରି ସ୍ଥିତିରେ ବର୍ଦ୍ଧିତ ଟିକସ ବୋଝ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ । ଅନ୍ୟପକ୍ଷରେ ୪.୬୭ ଲକ୍ଷ ଆୟ କରୁଥିବା ପାକିସ୍ତାନୀଙ୍କଠାରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆଦାୟ କରିବାକୁ ଆଇଏମଏଫ ପରାମର୍ଶ ଦେଇଛି । ପାକିସ୍ତାନ ଏବଂ ଆଇଏମଏଫ ଦେଶରେ ବେତନଭୋଗୀ ଏବଂ ଅଣ ବେତନଭୋଗୀ ବ୍ୟକ୍ତିଙ୍କ ପାଇଁ ନୂତନ ଆୟକର ହାର ଏବଂ କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସାମଗ୍ରୀ ଉପରେ ୧୮ ପ୍ରତିଶତ ବିକ୍ରୟ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି, ଯାହା ଉପରେ ସହମତି ହୋଇନାହିଁ । ଏହି କାରଣରୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ବିନା କୌଣସି ଫଳାଫଳରେ ଶେଷ ହୋଇଛି ବୋଲି ରବିବାର ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ପାକିସ୍ତାନ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଅଧିକାରୀମାନେ ଶୁକ୍ରବାର ଟିକସ ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ବିଚାରାଧୀନ ପ୍ରସଙ୍ଗଉପରେ ଆଲୋଚନା କରିଛନ୍ତି । ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଖବରକାଗଜ ସୂତ୍ରରୁ ପ୍ରକାଶ କରିଛି ଯେ ଆୟକର ସୀମା, ବେତନଭୋଗୀ ଏବଂ ଅଣବେତନ ହାରର ମିଶ୍ରଣ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ସର୍ବାଧିକ ଆୟକର ହାର କୁ ନେଇ ଉଭୟ ପକ୍ଷ ସେମାନଙ୍କର ମତଭେଦ ଦୂର କରିପାରିବେ ନାହିଁ ।

10/06/2024

ମୋଦୀଙ୍କ ତୃତୀୟ ଇନିଂସ୍ ଆରମ୍ଭ

ନୂଆଦିଲ୍ଲୀ: ‘ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦୀ ଈଶ୍ୱରଙ୍କ ଶପଥ ନେଉଛି ଯେ ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ସତ୍ୟ ଶ୍ରଦ୍ଧା ଓ ନିଷ୍ଠା ରଖିବି । ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁଣ୍ଣ ରଖିବି । ମୁଁ ସଂଘର ପ୍ରଧାନମନ୍ତ୍ରୀ ହିସାବରେ ନିଜର କର୍ତ୍ତବ୍ୟକୁ ଶ୍ରଦ୍ଧାପୂର୍ବକ ଓ ନିଷ୍ଠାର ସହ ନିର୍ବାହନ କରିବି । ତଥା ମୁଁ ଭୟ କିମ୍ବା ପକ୍ଷପାତିତା, ଅନୁରାଗ କିମ୍ବା ବିଦ୍ୱେଷ ବିନା ସବୁ ପ୍ରକାରର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବି ।...’ ରବିବାର ଏପରି ଢଙ୍ଗରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇ ଇତିହାସ ରହିଛନ୍ତି ମୋଦୀ । ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମକକ୍ଷ ହୋଇଛନ୍ତି । ନେହରୁଙ୍କ ଭଳି ମୋଦୀ ମଧ୍ୟ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଗୌରବ ପାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ପାଠ ପରେ ଦେଶରେ ମୋଦୀ ୩.୦ ସରକାର ଆରମ୍ଭ ହୋଇ ଯାଇଛି । ମୋଦୀଙ୍କ ସହ ୩୦ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୩୬ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ହାସଲ କରିଥିଲା । କିନ୍ତୁ ଦଳ ଏଥର ୨୪୦ଟି ଆସନ ଜିତିଛି । ତେଣୁ ସହଯୋଗୀ ଦଳଗୁଡ଼ିକ ସହାୟତାରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେଇଛନ୍ତି । ବିଜେପି ଓ ତା’ର ସହଯୋଗୀ ଦଳ ମିଳିତ ଭାବେ ୨୯୨ଟି ଆସନ ଜିତିଛନ୍ତି । ଶପଥ ପାଠ ପାଇଁ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍ ୭ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ ମୋଦୀ । ୭.୧୩ରେ ସେ ଶପଥ ପାଠ ସ୍ଥଳରେ ପହଞ୍ଚିଥିଲେ । ୭.୨୨ ମିନିଟ୍‌ରେ ଶପଥ ସମାରୋହ ଆରମ୍ଭ ହୋଇଥିଲା । ମୋଦୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି । ଲାଇଟ ବ୍ଲ୍ୟୁ ରଙ୍ଗର ଜ୍ୟାକେଟ୍ ଓ ଧଳା କୁର୍ତ୍ତାରେ ଥିବା ମୋଦୀ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଈଶ୍ୱରଙ୍କ ନାଁରେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ଶପଥ ନେବା ପରେ କ୍ୟାବିନେଟ୍‌ରେ ସାମିଲ ହେବାକୁ ଥିବା ସାଂସଦମାନେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ୧- ରାଜନାଥ ସିଂହ(ବିଜେପି), ୨- ଅମିତ ଶାହ(ବିଜେପି), ୩- ନୀତୀନ ଗଡ଼କରୀ(ବିଜେପି), ୪- ଜେପି ନଡ୍ଡା (ବିଜେପି), ୫- ଶିବରାଜ ସିଂହଚୌହାନ(ବିଜେପି), ୬- ନିର୍ମଳା ସୀତାରମଣ(ବିଜେପି), ୭- ଏସ୍‌.ଜୟଶଙ୍କର(ବିଜେପି), ୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି), ୯- ମନୋହର ଲାଲ ଖଟ୍ଟର (ବିଜେପି), ୧୦-ଏଚ୍‌.ଡି କୁମାରସ୍ୱାମୀ(ଜେଡିଏସ୍‌), ୧୧- ପୀୟୂଷ ଗୋଏଲ(ବିଜେପି), ୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା), ୧୩- ଲଲନ ସିଂହ (ଜେଡିୟୁ), ୧୪- ସର୍ବାନନ୍ଦ ସୋନେୱାଲ (ବିଜେପି), ୧୫- ବୀରେନ୍ଦ୍ର କୁମାର (ବିଜେପି), ୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି), ୧୭- ପ୍ରହ୍ଲାଦ ଯୋଶୀ(ବିଜେପି), ୧୮- ଜୁଏଲ ଓରାମ(ବିଜେପି), ୧୯- ଗିରିରାଜ ସିଂହ(ବିଜେପି), ୨୦- ଅଶ୍ୱିନୀ ବୈଷ୍ଣବ (ବିଜେପି), ୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି), ୨୨- ଭୂପେନ୍ଦ୍ର ଯାଦବ(ବିଜେପି), ୨୩- ଗଜେନ୍ଦ୍ର ସିଂହ ଶେଖାୱତ (ବିଜେପି), ୨୪- ଅନ୍ନପୂର୍ଣ୍ଣା ଦେବୀ(ବିଜେପି), ୨୫- କିରଣ ରିଜିଜୁ (ବିଜେପି), ୨୬- ହରଦୀପ ସିଂହ ପୁରୀ(ବିଜେପି), ୨୭- ମନସୁଖ ମାଣ୍ଡଭୀୟ (ବିଜେପି), ୨୮- ଜି କିଶନ ରେଡ୍ଡୀ(ବିଜେପି), ୨୯-ଚିରାର ପାଶୱାନ(ରାମବିଲାଶ) ଓ ୩୦- ସିଆର ପାଟିଲ (ବିଜେପି) ଶପଥ ନେଇଛନ୍ତି । କାର୍ଯ୍ୟକ୍ରମରେ ପାକିସ୍ତାନକୁ ଛାଡ଼ି ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହିଥିଲେ । ପ୍ରାୟ ୯ହଜାରରୁ ଅଧିକ ଅତିଥିଙ୍କ ସାମ୍ନାରେ ମୋଦୀ ୩.୦ ସରକାର ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ୫୦ ଜଣ କିନ୍ନର ମଧ୍ୟ ଶପଥ ପାଠ ଉତ୍ସବର ମୂକସାକ୍ଷୀ ବନିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ, ସିସେଲ୍ସର ଉପ ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ସମାରୋହରେ ଯୋଗ ଦେଇଥିଲେ ।

10/06/2024

ମହିମା ଅଲେଖ ଧର୍ମ ପ୍ରଚାରକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

କାକଟପୁର:,କାକଟପୁର ବ୍ଲକ ଅଧିନସ୍ଥ କାଣ୍ଡିସାହି ସ୍ଥିତ ମହିମା ଅଲେଖ ଧର୍ମପୀଠ ସ୍ଥଳୀରେ ଅବଧୂତ ନରୋତ୍ତମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଓ ସ୍ମୃତି ଚାରଣ ମହୋତ୍ସବ ୨ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି ା ବ୍ରାହ୍ମ ମୁହୂର୍ତ୍ତ ରେ ମହିମା ପୀଠ ପରିସରରେ ଅଖଣ୍ଡ ଘୃତବତି ପ୍ରଜ୍ଜ୍ୱଳନ, ମହିମା ବ୍ରହ୍ମଧ୍ୱନି ସ୍ଥାପନ,ଅହୋରାତ୍ର ପ୍ରଭୁନାମ ଭଜନ କୀର୍ତ୍ତନ, ସ୍ମୃତି ଚାରଣ ଓ ଧର୍ମ ସଭା ଅନ୍ନଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଉକ୍ତ ମହୋତ୍ସବ କାର୍ଯ୍ୟକ୍ରମରେ ମହିମା ଧର୍ମ ଧାମ ସମାଜ ର ବାବା ନିତ୍ୟାନନ୍ଦ, ନକୁଳ ବାବା, ଅନନ୍ତ ବାବା, ଲମ୍ବୋଦର ବାବାଙ୍କ ସମେତ ବକଳ ଧାରୀ ସାଧୁସନ୍ଥ ପ୍ରମୁଖ ଯୋଗଦେଇ ବାବା ନରୋତ୍ତମ ଙ୍କ ସ୍ମୃତି ଚାରଣ କରିଥିଲେ ା ଉକ୍ତ କାର୍ଯ୍ୟକ୍ରମ ପାଇଁ କାଣ୍ଡିସାହି ମହିମା ଆଶ୍ରମ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା ା

10/06/2024

ପାକିସ୍ତାନ ଜିନ୍ଦାବାଦ ନାରା ବିରୋଧରେ କଟକ ବିଜେପି ଯୁବମୋର୍ଚ୍ଚାର ଏତଲା
କଟକ : ଗତକାଲି ସନିବାର ୧୩ ନମ୍ବର ୱାର୍ଡରେ ହୋଇଥିବା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବିଜୟ ଶୋଭାଯାତ୍ରାରେ କଂଗ୍ରେସ ସମର୍ଥିତ ପିଲାଙ୍କ ଦ୍ୱାରା ଦିଆଯାଇଥିବା ପାକିସ୍ଥାନ ଜିନ୍ଦାବାଦ ନାରା ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ଯୁବମୋର୍ଚା କଟକ ନଗର ଶାଖା ନଗର ସଭାପତି ହରିଚନ୍ଦନ ନାୟକଙ୍କ ନେତୃତ୍ୱରେ ଲାଲବାଗ ଥାନା ସମ୍ମୁଖରେ ତୀବ୍ର ପ୍ରତିବାଦ କରାଯାଇ ବିଧାୟିକାଙ୍କର କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଦେଶରେ ଅନେକ ସ୍ଥାନରେ ହେଉଥିବା ଏହି କ୍ୟାନସର ରୂପୀ ଘଟଣା ବିରୁଦ୍ଧରେ ଘୋର ଉଦବେଗ ପ୍ରକାଶ କରି ଶୋଭାଯାତ୍ରାରେ ଉପସ୍ଥିତ ସମସ୍ତଙ୍କୁ ଗିରଫ ପାଇଁ ଏଫ ଆଇ ଆର ଦିଆଯାଇଥିଲା । ଏଥିରେ ସର୍ବଶ୍ରୀ ଜିତେନ୍ଦ୍ର ହାତୀ, ବିଶ୍ୱରଂଜନ ମିଶ୍ର, ମହମ୍ମଦ ସବୀର, ନିଶିକାନ୍ତ ଜେନା, ବିଶ୍ୱଜିତ ପ୍ରଧାନ, ସନ୍ଦୀପ ବିଶ୍ୱାଳ, ଜ୍ୟୋତି ପ୍ରକାଶ ମଲ୍ଲ, ଚିରଞ୍ଜିତ ପଟ୍ଟନାୟକ, ସରୋଜ ସ୍ୱାଇଁ, ବେଦ ଆଚାର୍ଯ୍ୟ ଚୌଧୁରୀ, ଜୀବନ କୁମାର, ରଶ୍ମି ରଞ୍ଜନ ମହାପାତ୍ର, ନିର୍ମଳା ଆଚାର୍ଯ୍ୟ, କଲ୍ୟାଣୀ ମାହାଲା, ସତ୍ୟଜିତ୍ ମାହାଲା, ଟିକନ ବଡୁ, ମଣ୍ଟୁ ମହାରଣା, ବାଣୀ ପ୍ରସାଦ ମିଶ୍ର, ଚିନ୍ମୟ ମହାନ୍ତି, ରୀତା ମହାପାତ୍ର, ସୁଶାନ୍ତ ମହାନ୍ତି, ସନାତନ ଦାସ, ସତ୍ୟଜିତ ସାହୁ, ବାସୁଦେବ ବେହେରା, ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପଶୁପାଳନରୁ ରାଣୀମହଲ
09/06/2024

ପଶୁପାଳନରୁ ରାଣୀମହଲ

09/06/2024

ମୋଦୀ ୩.୦ ଆଜି ଶପଥ ଉତ୍ସବ ସଂଧ୍ୟା ୭ଟା ୧୫ ମିନିଟ୍
ନୂଆଦିଲ୍ଲୀ: ଜୁନ୍ ୯ ତାରିଖ ସନ୍ଧ୍ୟା (ରବିବାର) ୭ଟା ୧୫ମିନିଟ୍‌ରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶପଥ ଉତ୍ସବ ପାଇଁ ରାଜଧାନୀ ଦିଲ୍ଲୀ ଶନିବାର ରାତିସୁଦ୍ଧା ସମ୍ପୂର୍ଣ୍ଣ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । କର୍ତ୍ତବ୍ୟପଥ ପୋଲିସ୍ ଷ୍ଟେସନ ଅଧିନରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌ର ତନ୍ନ ତନ୍ନ କରି ଯାଞ୍ଚ କରିଛି ପୋଲିସ୍ । କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରାସ୍ତାରେ ଜାରିହୋଇଛି ୧୪୪ ଧାରା । ଅନେକ ଦେଶର ମୁଖ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଥିବାରୁ ସମସ୍ତ ପ୍ରୋଟୋକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ବିଦେଶୀ ନେତାଙ୍କ ଯୋଗଦାନ ଏବଂ ସେମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସଂସଦଗୃହ, ରାଷ୍ଟ୍ରପତିଭବନ ଏବଂ ନର୍ଥ ଓ ସାଉଥ୍ ବ୍ଲକ୍‌ର ପ୍ରତ୍ୟେକ କୋଣରେ କମାଣ୍ଡୋ ଏବଂ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ସୁରକ୍ଷା ପ୍ରୋଟୋକଲ୍‌ର ଏକ ଅଂଶ ଭାବରେ ସୁରକ୍ଷା ଅଧିକାରୀ ରାଷ୍ଟ୍ରପତି ଭବନ ଭିତରେ ଏବଂ ବାହାରେ ତିନିସ୍ତରୀୟ ସୁରକ୍ଷା ନିଶ୍ଚିତ କରିଛନ୍ତି । ଦିଲ୍ଲୀ ପୋଲିସ୍‌କୁ ରାଷ୍ଟ୍ରପତି ଭବନ ବାହାରେ ନିୟୋଜିତ କରାଯାଇଥିବା ବେଳେ ଭିତର ରିଙ୍ଗ୍‌ରେ ପାରାମିଲିଟାରୀ ଫୋର୍ସ ମୁତୟନ ରହିଛନ୍ତି । ସୁରକ୍ଷା ପାଇଁ ପାରାମିଲିଟାରୀ ଫୋର୍ସ ଏବଂ ଦିଲ୍ଲୀ ସଶସ୍ତ୍ର ପୋଲିସ୍ ସମେତ ପ୍ରାୟ ୨୫୦୦ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବ୍ୟତୀତ ଉତ୍ସବରେ ଯୋଗଦେଇଥିବା ବିଦେଶୀ ଅତିଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ମଧ୍ୟ କଡ଼ା ବ୍ୟବସ୍ଥା କରାଯାଇଛି । ଯେଉଁ ମାର୍ଗରେ ବିଦେଶୀ ଅତିଥିମାନଙ୍କର କନ୍‌ଭୟ ଯିବ ସେହି ମାର୍ଗରେ ସ୍ନାଇପର ଏବଂ ସଶସ୍ତ୍ର ପୋଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଉନ୍ନତ ମନିଟରିଂ ପାଇଁ ବିଭିନ୍ନ ସ୍ଥାନରେ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯାଇଛି । ଦିଲ୍ଲୀ ପୋଲିସ୍ ରାଜଧାନୀକୁ ନୋ ଫ୍ଲାଇଂଜୋନ୍ ଭାବରେ ଘୋଷଣା କରିସାରିଛି । ୯ରୁ ୧୧ଜୁନ୍ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ । ଯେଉଁ ହୋଟେଲ୍‌ରେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉଥିବା ବିଦେଶୀ ଅତିଥିମାନେ ରହିବେ; ସେହି ହୋଟେଲ୍‌ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।

09/06/2024

ମୋଦୀ ୩.୦ ଆଜି ଶପଥ ଉତ୍ସବ

ନୂଆଦିଲ୍ଲୀ: ରବିବାର କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ସମାରୋହରେ ଅନ୍ତର୍ଜାତୀୟ ନେତାଙ୍କ ସମେତ ୯,୦୦୦ ଅତିଥି ଯୋଗଦେବେ । ରାଷ୍ଟ୍ରପତି ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଶପଥପାଠ କରାଇବେ । ଭାରତ ସମେତ ପଡ଼ୋଶୀ ରାଷ୍ଟ୍ର ଓ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ନେତା ବିଶିଷ୍ଟ ଅତିଥି ଭାବରେ ଏଥିରେ ସାମିଲ ହେବେ । ପଡ଼ୋଶୀ ରାଷ୍ଟ୍ରର ଅତିଥିଙ୍କୁ ଏହି ସମାରୋହ ପାଇଁ ପ୍ରାଥମିକତା ଦିଆଯାଇଛି । ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଭୁଟାନ, ନେପାଳ, ମରିସସ୍ ଏବଂ ଅନ୍ୟାନ୍ୟ ଦେଶର ପ୍ରମୁଖ ନେତାମାନେ ଯୋଗଦେବେ । କେବଳ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ନୁହନ୍ତି, ସେଣ୍ଟ୍ରାଲ୍ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକ, ସଫେଇ କର୍ମଚାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସେହିପରି ବନ୍ଦେ ଭାରତ ଏବଂ ମେଟ୍ରୋ ଟ୍ରେନ୍ କର୍ମଚାରୀଙ୍କୁ ମଧ୍ୟ ଡକାଯାଇଛି । ମୋଦୀ ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ରେ ଅନ୍ତର୍ଭୁକ୍ତ ହେବାକୁ ଥିବା ନେତାଙ୍କ ସମ୍ଭାବ୍ୟ ତାଲିକା ପ୍ରକାଶପାଇଛି । ତାଲିକା ଅନୁଯାୟୀ ବହୁ ପୂର୍ବତନ ମନ୍ତ୍ରୀ ମଧ୍ୟ ନୂତନ କ୍ୟାବିନେଟ୍‌ରେ ସ୍ଥାନ ପାଇବାର ସମ୍ଭାବନା ଥିବାବେଳେ ସହଯୋଗୀ ଟିଡିପି, ଜେଡିୟୁ, ଆର୍‌ଏଲ୍‌ଡି, ଏଲ୍‌ଜେପି (ରାମ ବିଳାସ), ଟିଡିପି, ଏନ୍‌ସିପି, ଏଜିଏସ୍‌ୟୁ, ଅପନା ଦଲ୍ ସୋନେଲାଲ, ଏବଂ ଶିବସେନାକୁ କ୍ୟାବିନେଟ୍‌ରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଚଳିତ ଲୋକସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ, କିନ୍ତୁ ଏନ୍‌ଡିଏର ଅଂଶୀଦାର ଦଳ ସହ ସରକାର ଗଠନ କରୁଛି । ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସହଯୋଗୀଦଳର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ତେବେ ନୂତନ କ୍ୟାବିନେଟ୍‌ରେ ବିଜେପି ପକ୍ଷରୁ ରାଜନାଥ ସିଂ, ଅମିତ ଶାହା, ଜେପି ନଡ୍ଡା, ନୀତୀନ ଗଡ଼କରୀ, ଏସ୍ ଜୟଶଙ୍କର, ଡକ୍ଟର ମହେଶ ଶର୍ମା, ଏସ୍‌ପି ସିଂ ବାଗେଲ, ଅନୁରାଗ ଠାକୁର, ପୀୟୁଷ ଗୋୟଲ, ମାନସୁଖ ମାଣ୍ଡଭିଆ, ନିତ୍ୟାନନ୍ଦ ରାୟ, ଅର୍ଜୁନମ ମେଘୱାଲ, ଗଜେନ୍ଦ୍ର ସିଂ ଶେଖାୱାତ, ରାଜୀବ ପ୍ରତାପ ରୁଡି, ଭି.ଡି ଶର୍ମା, ଶିବରାଜ ସିଂ ଚୌହାନଙ୍କୁ ସାମିଲ୍ କରାଯାଇପାରେ । ଏହା ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବୀରେନ୍ଦ୍ର କୁମାର ଖଟିକ, ଫଗନ୍ ସିଂ କୁଲସ୍ତେ, ରାମଭୀର ସିଂ ବିଧୁରୀ, କମଲଜିତ୍ ସେହରାୱତ, ମନୋହର ଲାଲ ଖଟ୍ଟର, ରାଓ ଇନ୍ଦ୍ରଜିତ୍‌, ଭୁପେନ୍ଦ୍ର ଯାଦବ, ଡକ୍ଟର ଜିତେନ୍ଦ୍ର ସିଂ, ସୁରେଶ ଗୋପୀ, ବିପ୍ଳବ ଦେବ, ସର୍ବାନନ୍ଦ ସୋନେୱାଲ, ହରଦ୍ୱୀପ ପୁରୀ, ବିଜୟପାଲ ତୋମାର, ତାପିର ଗାଓଁ, ସଞ୍ଜୟ ବଣ୍ଡି, ଜି.କିଷାନ ରେଡ୍ଡୀ, ଇଟେଲା ରାଜେନ୍ଦ୍ର, ପ୍ରହ୍ଲାଦ ଯୋଶୀ, ଶୋଭା କରନ୍ଦଜଲେ, ପିସି ମୋହନ, ନାରାୟଣ ରାଣେ, ଶ୍ରୀପଦ ନାଏକ, ଡକ୍ଟର ଭୋଲା ସିଂ ଏବଂ ଅନୁପ୍ ବାଲ୍ମିକୀଙ୍କୁ କ୍ୟାବିନେଟ୍‌ରେ ଅନ୍ତର୍ଭୁକ୍ତ କରାଯିବାର ସମ୍ଭାବନା ରହିଛି ।

09/06/2024

ଛତ୍ରପୁର ସଙ୍କୁଳର ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା
ଛତ୍ରପୁର,: ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳର ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ସଙ୍କୁଳ ପ୍ରମୁଖ ଡ଼ଃ ଜେ.କୁର୍ମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂସ୍କୃତି ପ୍ରେମୀ ବଳଭଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରକାଶଚନ୍ଦ୍ର ପାତ୍ର ଯୋଗ ଦେଇ ନିଜ ଉଦ୍‌ବୋଧନରେ ରାଷ୍ଟ୍ରୀୟ ଚେତନା ଓ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଜିଲ୍ଲାର ସହ ଜିଲ୍ଲା ପ୍ରମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ, ପରିଚାଳାନା ସମିତିର ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଙ୍କୁଳର ପ୍ରଧାନାଚାର୍ଯ୍ୟମାନଙ୍କ ମଧ୍ୟରେ ସନ୍ତୋଷ ମିଶ୍ର, ଆଦିତ୍ୟ ପ୍ରସାଦ ମହାପାତ୍ର, ତ୍ରିନାଥ ନାୟକ, ନିତ୍ୟାନନ୍ଦ ସାହୁ, ଶ୍ରୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୯୩ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ୩ ଦିନ ଧରି ଚାଲିବ ।

09/06/2024

କମୁଛି ଜନସଂଖ୍ୟା, ଜାପାନ ସରକାର ଆରମ୍ଭ କଲେ ଡେଟିଂ ଆପ୍‌

ଟୋକିଓ : ଜାପାନରେ ଲୋକସଂଖ୍ୟା ଚିନ୍ତାଜନକଭାବେ ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ କରିଛନ୍ତି । ଟୋକିଓ ମେଟ୍ରୋପଲିଟାନ୍ ସରକାର ଏହି ଆପ୍ ଆରମ୍ଭ କରିଛନ୍ତି । ହ୍ରାସ ପାଉଥିବା ଜାତୀୟ ଜନ୍ମ ହାରକୁ ବଢ଼ାଇବା ପାଇଁ ସରକାରଙ୍କ ପ୍ରୟାସର ଏକ ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି । ଏହ ଫଳରେ ଯୁବପୀଢିଙ୍କ ମଧ୍ୟରେ ବିବାହ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ସରକାର ଆଶା କରୁଛନ୍ତି । ଜାପାନରେ ମ୍ୟାଚ୍ ମେକିଂ କାର୍ଯ୍ୟକ୍ରମ ଆୟୋଜନ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ସ୍ଥାନୀୟ ସରକାରଙ୍କ ଦ୍ୱାରା ଆପ୍ ବିକାଶ ଏକ ବିରଳ ଘଟଣା । ଏକ୍ସର ମାଲିକ ଏଲନ୍ ମସ୍କଙ୍କୁ ମଧ୍ୟ ଜାପାନର ଏହି ଆଇଡିଆ ପସନ୍ଦ ଆସିଛି ଏବଂ ସେ ଏ ନେଇ ଟୁଇଟ୍ କରିଛନ୍ତି । ଜାପାନର ମୋଟ ଜନସଂଖ୍ୟା ୧୨ କୋଟି ୩୯ ଲକ୍ଷ ହୋଇଥିବାବେଳେ ୨୦୨୩ରେ ସେଠାରେ ମାତ୍ର ୭ ଲକ୍ଷ ୨୭ ହଜାର ଶିଶୁ ଜନ୍ମ ହୋଇଥିଲେ । ଜାପାନରେ ପ୍ରଜଜନ ହାର ଏବେ ୧.୨୦ ପ୍ରତିଶତକୁ ହ୍ରାସ ପାଇଛି । ଜନସଂଖ୍ୟାରେ ସମତୁଲତା ରକ୍ଷା ପାଇଁ ୨.୧ ପ୍ରତିଶତ ପ୍ରଜଜନ ହାର ଆବଶ୍ୟକ ହୋଇଥାଏ ।

09/06/2024

ପାକ୍ ବିଜନେସ୍‌ମ୍ୟାନ କଲେ ମୋଦୀଙ୍କ ପ୍ରଶଂସା

ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିବା ପରେ ନରେନ୍ଦ୍ର ମୋଦୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଜୁନ୍ ୯ ତାରିଖ ଅର୍ଥାତ୍ କାଲି ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ମନ୍ତ୍ରୀ ବି ଶପଥ ନେବେ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଚୟନ କରାଯିବା ନେଇ ଜଣେ ପାକିସ୍ତାନୀ ଆମେରିକୀୟ ବିଜନେସମ୍ୟାନ୍ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏକ ବୟାନରେ ସେ ଭାରତର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋଦୀ ପ୍ରଧାନମନ୍ତ୍ରୀ ହେବା କେବଳ ଭାରତ ପାଇଁ ନୁହେଁ ବରଂ ପୁରା ଦକ୍ଷିଣ ଏସିଆରେ ସ୍ଥିରତାର ଗ୍ୟାରେଣ୍ଟି ଦେଉଛି । ବିଜନେସମ୍ୟାନ୍ ସାଜିଦ ତରାର ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି ଓ ଭାରତର ସ୍ଥିରତା ବଜାୟ ରଖିବାରେ ଏବଂ ସମ୍ଭାବ୍ୟ ଅସ୍ଥିରତା ରୋକିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଛନ୍ତି । ତରାର କହିଛନ୍ତି, ଭାରତର ଭବିଷ୍ୟତ ସ୍ଥିରତା ଲାଗି ମୋଦୀଙ୍କ ନେତୃତ୍ୱର ଆବଶ୍ୟକତା ରହିଛି । ରାଜନୈତିକ ହଟଚମଟକୁ ରୋକିବା ଲାଗି ଓ ଦେଶର ସମ୍ବିଧାନକୁ ବଜାୟ ରଖିବା ଲାଗି ସେ ଜଣେ ମଜଭୁତ ନେତା । ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ଜନତା ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆସିବ ବୋଲି ଆଶା କରୁଛନ୍ତି । ତେବେ ମୋଦୀଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇ ନ ଥିବାରୁ ନିରାଶା ଭାବ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସରିଫ ସାମିଲ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Address


Opening Hours

Monday 09:00 - 17:00
Tuesday 09:00 - 17:00
Wednesday 09:00 - 17:00
Thursday 09:00 - 17:00
Friday 09:00 - 17:00
Saturday 09:00 - 17:00

Telephone

+919861028553

Alerts

Be the first to know and let us send you an email when VSK Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to VSK Odisha:

Shortcuts

  • Address
  • Telephone
  • Opening Hours
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share