19/01/2019
ବ୍ରହ୍ମଜ୍ଞାନ ପ୍ରାପ୍ତିର ଯୋଗ୍ୟତା
ଶିରିଡ଼ିର ସାଇବାବା ଜଣେ ପ୍ରଖ୍ୟାତ ସନ୍ଥ ଥିଲେ । ବିଭିନ୍ନ ଆଡ଼ର ଲୋକେ ତାଙ୍କ ଖ୍ୟାତି ଶୁଣି ଦର୍ଶନ ତଥା ପରାମର୍ଶ ଗ୍ରହଣ ନିମନ୍ତେ ଆସୁଥାନ୍ତି । ଜଣେ ଧାର୍ମିକ ଅଥଚ ମହାକୃପଣ ବ୍ୟକ୍ତିଙ୍କ କାନରେ ବାବାଙ୍କ ଖ୍ୟାତି କଥା ବାଜିଲା । ନିଜର ସ୍ଥିତିକୁ ନେଇ ତାଙ୍କଠାରେ ଅହଂକାର ଥିଲା । ଧନଧାନ୍ୟ, ଗୋପଲକ୍ଷ୍ମୀ ସବୁକିଛିର ଅଧୁକାରୀ ଧନୀବ୍ୟକ୍ତି ବ୍ରହ୍ମଜ୍ଞାନ ଲାଭ ଆଶାରେ ଏକ ଟାଙ୍ଗାରେ ଶିରିଡ଼ି ଅଭିମୁଖେ ଯାତ୍ରା କରିଥିଲେ । ମସଜିଦରେ ଅବସ୍ଥାନ କରୁଥିବା ବାବାଙ୍କୁ ପ୍ରଣାମ କରି ନିଜ ଅଭିଳାଷ ପୋଷଣ କରି ବହୁଦୂରରୁ ଆସିଥିବାରୁ ତାଙ୍କୁ ଶୀଘ୍ର ବିଦା କରିଦେବା ପାଇଁ କହିଥିଲେ । ବାବା ଏହାଶୁଣି ବହୁତ ଖୁସି ହୋଇ କହିଥିଲେ- କିଛି ସମୟ ଅପେକ୍ଷା କର। ମୁଁ ତୁମକୁ ବ୍ରହ୍ମଜ୍ଞାନ ଦାନ କରିବି । ମୋ ପାଖକୁ ଯେଉଁମାନେ ଆସିଥାନ୍ତି ସେମାନେ ପ୍ରାୟତଃ ପାର୍ଥିବ ସମ୍ପଦ, ଧନସମ୍ପରି, ଯଶଖ୍ୟାତି, ପଦ ସ୍ଵାସ୍ଥ୍ୟ, ସମ୍ମାନ ଆଦି ଆଶାରେ ଆସିଥାନ୍ତି । କେହି ହେଲେ ପରମାତ୍ମାଙ୍କ ସମ୍ବନ୍ଧୀୟ ଅାଧ୍ୟାତ୍ମିକ ସଂପଦ (ବ୍ରହ୍ମଜ୍ଞାନ) ଲାଭ ଆଶାରେ ଆସି ନଥାନ୍ତି । ଯେହେତୁ ତୁମେ ପ୍ରଥମ କରି ଆସିଛି ତେଣୁ ତୁମ ଇଚ୍ଛା ଅବଶ୍ୟ ପୂରଣ କରାଯିବ ।''
ଏହା କହିସାରିବା ପରେ ବାବା ଜଣେ ପିଲାକୁ ଡାକି ଜନୈକ ଶେଠଙ୍କଠାରୁ ୫ଟଙ୍କା ଧାର ଆଣିବା ପାଇଁ ପଠାଇଥିଲେ । ବାବା ଭଲ ଭାବରେ ଜାଣିଥିଲେ ଯେ ଶେଠ ଘରେ ନାହାନ୍ତି । ପିଲାଟି ଫେରିଆସି ସେହି ଧନିକ ବ୍ୟକ୍ତି ଘରେ ନଥିବା କହିଥିଲା । ଆଉଜଣକ ପାଖରୁ ଆଣିବାପାଇଁ ପଠାଇଥିଲେ ବି ଏଥର ମଧ୍ୟ ପିଲାଟି ଫେରି ଆସିଥିଲା ରିକ୍ତ ହସ୍ତରେ । ଏହି ସମୟରେ ଧନିକ ବ୍ୟକ୍ତିଜଣକ ବ୍ରହ୍ମଜ୍ଞାନ ପ୍ରାପ୍ତି ନିମନ୍ତେ ତରବର ହୋଇଥିଲେ। ବାବା ତାଙ୍କ ଉଦ୍ଦେଶ୍ୟରେ କହିଥିଲେ- ତୁମେ ଜାଣିପାରିଲି ନାହିଁ ଏହି ଜ୍ଞାନଲାଭ ନିମନ୍ତେ ତୁମେ ଉପଯୁକ୍ତ କି ନୁହେଁ, ସେ ନିମନ୍ତେ ମୁଁ କେଉଁ ପ୍ରକ୍ରିୟା ଅନୁସରଣ କଲି। ପ୍ରକୃତ କଥା ହେଉଛି ବାବା କାହାଠାରୁ ଧାର-ଉଧାର କରନ୍ତି ନାହିଁ, କଲେ ଏହା ଶୁଝି ଦେଇଥାନ୍ତି । ଧନିକ ବ୍ୟକ୍ତି ଉଦାର ହୋଇଥିଲେ ମାତ୍ର ୨ଟି ଟଙ୍କା ପାଇଁ ଜଣେ ପିଲା ବାବାଙ୍କ ନିର୍ଦ୍ଦେଶରେ ଏଣେତେଣେ ଧାର ଆଣିବାକୁ ଯାଇ ନିରାଶ ହୋଇ ଫେରି ବାରେ ନିଜେ ସ୍ବତସ୍ପୁର୍ତ ଦେଇପାରିଥାନ୍ତେ । ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ କହିଥିଲେ ତୁମ ପାଖରେ ୫ଟଙ୍କାର ୫୦ଗୁଣ (୨୫୦ଟଙ୍କା) ବହୁ ଅଛି,ତାକୁ ବାହାର କରନ୍ତୁ । ଭଦ୍ରବ୍ୟକ୍ତି ଟଙ୍କା ବାହାର କରି ଗଣତି ପ୍ରକୃତରେ ସେତିକି ପରିମାଣରେ ଅର୍ଥ ଥିଲା । ଏଥିରୁ ସେ ବାବାଙ୍କର ସର୍ବଜ୍ଞାତା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କର ଏତାଦୃଶ ଲୋଭୀ ପ୍ରକୃତି ଦେଖ୍ ବାବା କହିଥିଲେ ଧନସମ୍ପରି, ସନ୍ତାନସନ୍ତତି, ଯଶଖ୍ୟାତି, ସମୃଦ୍ଧି ପ୍ରତି ଆସକ୍ତି ତ୍ୟାଗ ନକଲେ ଜ୍ଞାନ ପ୍ରାପ୍ତି ଅସମ୍ଭବ । ଆସକ୍ତି ଓ ଅଥିଲାଳସା ଭିତରେ ରହିଛି ଅହଂକାର ଓ ଦାମିକତାରୂପୀ ଶତ୍ର । ଚିତ୍ତଶୁଦ୍ଧି ନଥିଲେ ଅାଧ୍ୟାତ୍ମିକ ପ୍ରାପ୍ତି ସାଧନା ବିଫଳ । କିଛି ଦେବା ପୂର୍ବରୁ ଅନ୍ତତଃ ପାତ୍ରର ଯୋଗ୍ୟତା ମୁଁ ଦେଖୁଥାଏ । ଏହି କ୍ରମରେ ସେ ଚିରଶୁଦ୍ଧି, ମୁମୁକ୍ଷା (ମୁକ୍ତିପାଇବାର ଇଚ୍ଛା), ନିର୍ଲିପ୍ତତା(ସଂସାରିକ ବିଷୟବସ୍ତୁ ପ୍ରତି ଅନାସକ୍ତି), ମନ ଓ ଇନ୍ଦ୍ରିୟ ନିୟନ୍ତ୍ରଣ, ଉପଯୁକ୍ତ ଆଚରଣ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଥିଲେ ଯାହା ଏହି ଜ୍ଞାନଲାଭର ସୋପାନ ଥିଲା । ଧନିକ ତଥା କୃପଣ ଜଣକ ବାବାଙ୍କ ଉପଦେଶର ମର୍ମ ବୁଝିପାରି ତାଙ୍କର ଆଶୀର୍ବାଦ ଗ୍ରହଣ କରି ଫେରିଯାଇଥିଲେ ।