imaginatofilms

  • Home
  • imaginatofilms

imaginatofilms Shape your imagination

26/10/2021

*ମଣିଷ ପଡ଼ିଲା ଚିନ୍ତାରେ.....*
*ନିରଞ୍ଜନ ସାହୁ....*
ଟିଭି ଖୋଲିବାକୁ ଡର ଲାଗିଲାଣି
ଖୋଲିବାକୁ ଇଚ୍ଛା ହେଉନି
ଚୋରି ଡକାୟତି ଧର୍ଷଣ ବ୍ୟତୀତ
ଭଲ ଖବର କିଛି ମିଳୁନି,

କୁନି ଝିଅ ମାନେ ହଜି ଯାଉଛନ୍ତି
ଖୋଜିଲେ ତା ପତା ମିଳୁନି
ନିଜର ଝିଅ କୁ ଖୋଜି ଖୋଜି ମାଆ
ଆଖିରୁ ଲୁହ ଶୁଖୁନି.....

ପ୍ରତିଦିନ ନାରୀ ଧର୍ଷଣ ହୁଏ
ନାରୀମାଂସ ଲୋଭୀ ହାତରେ
ଧର୍ଷଣ ପରେ ମାରି ଫିଙ୍ଗିଦିଏ
ନାଳ ନର୍ଦ୍ଧମା ର କୂଳରେ

ଯୌନ ରାକ୍ଷସ ଘୁରି ବୁଲୁଛନ୍ତି
ଭଦ୍ର ଖୋଳ ପିନ୍ଧି ଶରୀରେ
ଜଣା ପଡ଼ନ୍ତିନି କିଏ ଅଟେ ଭଲ
ଜୀବନ ଯାଉଛି ଶସ୍ତାରେ

ଚୋରି ଡକାୟତି କାହାର ହେଉଛି
ଦିନ କଟୁଅଛି ଦୁଃଖରେ
ବୃଦ୍ଧ ବୃଦ୍ଧାଙ୍କୁ କେ ଗଳାକାଟି ମାରେ
ସାମାନ୍ୟ ଧନର ଲୋଭରେ,

ପାଦେ ପାଦେ ଏଠି ବିପଦ ହେଲାଣି
କେମିତି ବଞ୍ଚିବା ଖୁସିରେ
ମଣିଷ ଆଜି ମଣିଷର ଶତ୍ରୁ
ମଣିଷ ପଡିଲା ଚିନ୍ତାରେ....

Address


Telephone

+919124148149

Website

Alerts

Be the first to know and let us send you an email when imaginatofilms posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to imaginatofilms:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share