FLASH ODIA TV

  • Home
  • FLASH ODIA TV

FLASH ODIA TV on this Facebook paje,you can find out about the News happening in odisha and abroad.

25/04/2024
Big Breaking: ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତଫା ଦେଲେ ନୀଳମାଧବ ସିଂହ ଦେଓ।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳର ଯୁବ ସ...
17/04/2024

Big Breaking: ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତଫା ଦେଲେ ନୀଳମାଧବ ସିଂହ ଦେଓ।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳର ଯୁବ ସମାଜସେବୀ ତଥା ଯୁବ ନେତା ନୀଳମାଧବ ସିଂଦେଓ।ନୀଳମାଧବ ୨୦୦୯ ମସିହାରୁ ବିଜୁ ଛାତ୍ର ଜନତା ଦଳ ଏବଂ ପରବର୍ତ୍ତୀ ସମୟରେ ବିଜୁ ଯୁବ ଜନତା ଦଳ ଓ ବିଭିନ୍ନ ଜିଲ୍ଲାରେ ବିଜେଡ଼ି ପାଇଁ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।ନର୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକ କୁ ଯାଇ ଗ୍ରାଉଣ୍ଡ ରୁ ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ ଜଣେ ଯୁବ ନେତା ଭାବରେ କିନ୍ତୁ ଚଳିତ ବିଧାନ ସଭା ନିର୍ବାଚନ ରେ ବିଜେଡ଼ି ନର୍ଲା ନିର୍ବାଚନ ମଣ୍ଡଳୀରେ ମନୋରମା ମହାନ୍ତି ଙ୍କୁ ଟିକେଟ ଘୋଷଣା କରିଥିବାରୁ ଆଶାୟୀ ଥିବା ଶ୍ରୀ ନୀଳମାଧବ ସିଂହ ଦେଓ ଆଜି ଅସନ୍ତୋଷ ପ୍ରକାଶ କରି ଦୀର୍ଘ ୧୫ ବର୍ଷର ସମ୍ପର୍କ ବିଛିନ୍ନ କରି ବିଜେଡ଼ି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଦଳ ଛାଡ଼ିବା ପରେ କେଉଁ ଦଳରେ ମିଶିବେ ଖୁବ୍ ଶୀଘ୍ର ସୂଚନା ଦେବି ବୋଲି ସେ କହିଛନ୍ତି ହେଲେ ଚର୍ଚ୍ଚା ରହିଛି ବିଜେପି ରେ ଯୋଗଦେଇ ପାରନ୍ତି ନୀଳମାଧବ ସିଂ ଦେଓ।

12/04/2024

Live 🔴ମୋହନଗିରି ସିର୍କିହେଜୁ ମାନସିକ କମନାଦଣ୍ଡ ର ଅଗ୍ନି ଦଣ୍ଡ Live ଦେଖନ୍ତୁ। ଲେଖନ୍ତୁ ଜୟ ମାଁ ଦକ୍ଷିଣ କାଳୀ

03/03/2024

ବିଜେପି ମିଶ୍ରଣ ପର୍ବ। ଅପରାଜିତା ଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗଦେଲେ ଜୟଦେବ ବିଜେଡ଼ି ବିଧାୟକ ଅରବିନ୍ଦ ଢ଼ାଳି।ମିଶ୍ରଣ ପର୍ବରେ ବିଜେଡ଼ି ସୁପ୍ରିମୋ ନବୀନ ବାବୁ ଙ୍କ ଉପରେ ବର୍ଷିଲେ ଅପରାଜିତା,କହିଲେ ନବୀନ ବାବୁ ଙ୍କୁ କର୍ମୀ ସଜାଇ ରାଜନୀତି କରୁଛି ଅନ୍ୟ ଜଣେ ବ୍ୟକ୍ତି।ଯାହା ଗଣତନ୍ତ୍ର ପାଇଁ ଅ ଶୁଭଙ୍କର।

ଚଳିତ ୨୦୨୪ ବିଧାନ ସଭା ନିର୍ବାଚନ ରେ ଆପଣ ମାନେ କଳାହାଣ୍ଡି ଜିଲ୍ଲା ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ନର୍ଲା ରେ କାହାକୁ ବିଧାୟକ ପ୍ରାର୍...
03/03/2024

ଚଳିତ ୨୦୨୪ ବିଧାନ ସଭା ନିର୍ବାଚନ ରେ ଆପଣ ମାନେ କଳାହାଣ୍ଡି ଜିଲ୍ଲା ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ନର୍ଲା ରେ କାହାକୁ ବିଧାୟକ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ଟିକେଟ ଦେଲେ ଆପଣ ମାନେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଚାହୁଁଛନ୍ତି।ତଳେ ତାଙ୍କର ଫୋଟୋ ଅଛି କମେଣ୍ଟ କରି ନିଜର ଭୋଟ ର ମୂଲ୍ୟ ଦେବେ।
No 1 - ବାବୁଲି ମଣ୍ଡଳ
No 2- ମୁନା ମହାନ୍ତି
No 3- ଭୁପିନ୍ଦ୍ର ସିଂ
No 4- ପ୍ରେମାନିଧିସେଠ୍
No 5- ପୁଷ୍ପେନ୍ଦ୍ର ସିଂହଦେଓ

ଭାରତୀୟ ଜନତା ପାର୍ଟି ତରଫରୁ  ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇ ଯାଇଛି।ଦେଖନ୍ତୁ କିଏ କେଉଁଠୁ ଲଢ଼ୁଛନ୍ତି।ଆଜି ପ୍ରଥମ ପର୍ଯ୍...
02/03/2024

ଭାରତୀୟ ଜନତା ପାର୍ଟି ତରଫରୁ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇ ଯାଇଛି।ଦେଖନ୍ତୁ କିଏ କେଉଁଠୁ ଲଢ଼ୁଛନ୍ତି।ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ସିଟ୍ ପାଇଁ ଘୋଷଣା ସରିଛି।ଓଡ଼ିଶାରୁ କାହାରି ନାମ ଘୋଷଣା କରାଯାଇନି।

Big Breaking:- ବିଜେଡ଼ି କୁ ପୁଣି ଲାଗିବ ଶକ୍ତ ଝଟକା।ପଦ୍ମ ଧରିବେ ରାଜୁ ଦାସ ।*-ବିଜେପିରେ ଯୋଗଦେବେ ପୂର୍ବତନ ବିଜେଡ଼ି ବିଧାୟକ ରାଜେନ୍ଦ୍ର ...
02/03/2024

Big Breaking:- ବିଜେଡ଼ି କୁ ପୁଣି ଲାଗିବ ଶକ୍ତ ଝଟକା।ପଦ୍ମ ଧରିବେ ରାଜୁ ଦାସ ।
*-ବିଜେପିରେ ଯୋଗଦେବେ ପୂର୍ବତନ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଦାସ ।
*-ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପଦ୍ମ ଧରିବେ।
*-ଆସନ୍ତା ୪ ତାରିଖରେ ବିଜେପିରେ ଯୋଗଦେବେ କହିଲେ ରାଜୁ।
*-ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ।
*-ଅବନ୍ତୀ ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ।
*-ପରେ ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ, ବିଜେଡ଼ି ନିଲମ୍ବିତ କରିଥିଲା ।

24/02/2024

୨୦୨୪ ନିର୍ବାଚନ ମାହୋଲ୍ ସରଗରମ ଥିବାବେଳେ ଏଥର ପୁଣି ବିଜେଡ଼ି ଟିକେଟ ରେସ୍ ରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହିଧର ରଣା।

12/02/2024

କଳାହାଣ୍ଡି,ମୋହନଗିରି ଓ ସିଂହପୁର ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ।

06/02/2024

ନବୀନ ବାବୁ ଙ୍କ ନୂଆଁ ଓଡ଼ିଶା କାର୍ଯ୍ୟକ୍ରମ ରେ ପାମ୍ପଡ଼,ଡାଲମା ପନିର ଓ ବାଇଗଣ ଖାଇବା ପାଇଁ ରଡ଼ି ଛାଡ଼ିଲେ ଆମ ଓଡ଼ିଶା ର ସ୍କୁଲ ଛାତ୍ରୀ।

28/01/2024

ମୋହନଗିରି ଆଞ୍ଚଳିକ ଗୋଣ୍ଡୱାନା ସମାଜ ପକ୍ଷରୁ ଭବନ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ପହଞ୍ଚିଛନ୍ତି।ମଞ୍ଚ ଉପରୁ Live ଦେଖନ୍ତୁ।

23/01/2024

କଳାହାଣ୍ଡି,ଜିଲ୍ଲା ମୋହନଗିରି, ମାଣିକେରା,ସିଂହପୁର ଅଞ୍ଚଳ ବାସୀ ଅଯୋଧ୍ୟା ଶ୍ରୀରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ଧୁମଧାମ୍ ରେ ପାଳନ କଲେ।

22/01/2024

ଆଜି ଅଯୋଧ୍ୟା ଶ୍ରୀରାମ ମନ୍ଦିର ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲାଳା ଙ୍କ ପ୍ରାଣ ପ୍ରତିଷ୍ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ଭାବେ ପୂଜାର୍ଚ୍ଚନା କଲେ।ଦେଖନ୍ତୁ ଆଜିର Live ଦୃଶ୍ୟ।

16/01/2024

୩୦୦ ଫୁଟ୍ ଉଚ୍ଚତାରେ ଥିବା ପାହାଡ଼ ଉପରେ ମକର ସଂକ୍ରାନ୍ତି ପାଳନ କଲେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଡଲାବାହାଲି ଅଞ୍ଚଳବାସୀ।ପାହାଡ଼ ର ଶୀର୍ଷ ଦେଶରେ ଅତି ଶୌଭାବନ ଚିତ୍ର ମନକୁ ଅନେକ ଆକୃଷ୍ଟ କରୁଛି।

15/01/2024

ମିଲର୍ସ ଙ୍କ ମନମାନି ଯୋଗୁଁ ଡୁଙ୍ଗୁରୀପାଲି, ସର୍ଗୁଲ୍ ଓ ଦିଗ୍ସିରା ଧାନ ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ଵିଣ୍ଟାଲ ଚାଷୀ ଙ୍କ ଧାନ।ଚାଷୀ ହେଲେ ହତାଶ।

04/01/2024

କଳାହାଣ୍ଡି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଜିଲ୍ଲା ବନ୍ଦ୍ ଡାକରା ।

02/01/2024

କଳାହାଣ୍ଡି ଡ୍ରାମ୍ବା ଗାଁ ଆଦିବାସୀ ଙ୍କ ସହିତ ନୂତନ ବର୍ଷ 2024 ଧୁମ୍ ଧାମ ରେ ପାଳନ କଲେ କଳାହାଣ୍ଡି ବେଡ଼ମିଣ୍ଟନ ଆସୋ ସିଏସନ ସଭାପତି,ଭବାନୀପାଟଣା ଟାଉନ ବିଜେଡ଼ି କାର୍ଯ୍ୟକାରୀ ସଭାପତି ତଥା ସମାଜ ସେବୀ ପ୍ରଦୀପ କୁମାର ଦାସ ଓ ତାଙ୍କ ଧର୍ମ ପତ୍ନୀ।

FLASHODIA TV ର ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ ଇଂରାଜୀ ନବ ବର୍ଷ 2024 ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଆଶା କରୁଁ ମହାପ୍ରଭୁ ଶ୍ରୀ ଜଗନ୍...
01/01/2024

FLASHODIA TV ର ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ ଇଂରାଜୀ ନବ ବର୍ଷ 2024 ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଆଶା କରୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସମସ୍ତ ଙ୍କ ଜୀବନ ମଙ୍ଗଳ ମୟ ହେଉ।

31/12/2023

ମୁଁ ସଚିନ୍ ଜୈନ୍ କଳାହାଣ୍ଡି ଜିଲ୍ଲା ବାସୀ ଙ୍କୁ ନୂତନ ବର୍ଷ 2024 ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

30/12/2023

ସୁବର୍ଣ୍ଣପୁର ଡୁଙ୍ଗୁରୀପାଲୀ ବ୍ଲକ ଅଫିସ୍ ସାମ୍ନାରେ ଧାରଣା ଦେଲେ ଗରିବ ପରିବାର। ପ୍ରଧାନମନ୍ତ୍ରୀ ଆବାସ ଗୃହର ଟଙ୍କା ତିନି ବର୍ଷ ହେବ ନ ମିଳିବାରୁ ଧାରଣା।ସପୋର୍ଟ କଲେ ବିଭିନ୍ନ ରାଜନୈତିକ ଦଳ।

28/12/2023

ଚାଷୀ ଙ୍କ କପା ଓ ଧାନ କଟନୀ ଛଟନୀ କୁ ନେଇ କଳାହାଣ୍ଡି ବିଜେପି ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ୍ ସାମ୍ନାରେ ଗଣ ଧାରଣା।

26/12/2023

କୋଶଳ ସେନା ସଂଗ୍ରାମୀ ତଥା ହରିଶଙ୍କର ସରପଞ୍ଚ ସଙ୍ଘ ସଭାପତି ସୁଶୀଲ ଗୁରୁ ଙ୍କୁ ମାଡ଼ ମାରିଲେ କଣ୍ଟାବାଞ୍ଜି ଏସ୍. ଡି.ଓ ଅଫିସର୍ ସିଦ୍ଧାର୍ଥ ଦାସ।ତେଜିଲା କୋଶଳ ସେନାର ଚେତାବନୀ ଓ ସରପଞ୍ଚ ସଂଘର ଚେତାବନୀ।

23/12/2023

ବହୁ ଚର୍ଚ୍ଚିତ ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ନବ ନିର୍ବାଚିତ ସରପଞ୍ଚ ଙ୍କ ପଦବୀ ଗଲା।ପ୍ରତିଦ୍ୱନ୍ଦୀ ସରପଞ୍ଚ ପ୍ରଭାସିନୀ ଖଟୁଆ ଫେରି ପାଇଲେ ସରପଞ୍ଚ ପଦବୀ। ମିଛ ପ୍ରମାଣ ପତ୍ର ଦେଇ ସରପଞ୍ଚ ହୋଇଥିବା ସୁନୀତା ମାଝୀ ଙ୍କ ଦସ୍ତାବିଜ୍ କୁ ନାକଜ୍ କଲେ କୋର୍ଟ।ସରପଞ୍ଚ ନିର୍ବାଚନୀ ମାମଲାର ଐତିହାସିକ ରାୟ ଶୁଣାଇଛନ୍ତି କଣ୍ଟାମାଳ ଦେୱାନି ଓ ଫୌଜଦାରୀ ଅଦାଲତ।

22/12/2023

ABVP ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧ ଦେବ ବାଘ ଙ୍କୁ କଳାହାଣ୍ଡି ଜିଲ୍ଲାରେ ଭବ୍ୟ ସ୍ବାଗତ କରା ଯାଇଛି।ଏ ଅବସରରେ ସେ କହିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରେ କୌଣସି ରାଜନୀତି ଚଳିବ ନାହିଁ।ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହିତ କେହି ଖେଳି ପାରିବେ ନାହିଁ।ଛାତ୍ର ଛାତ୍ରୀ ଙ୍କୁ ଉଚିତ୍ ମାର୍ଗ ଦର୍ଶନ ଦିଆ ଯିବ।

19/12/2023

କଳାହାଣ୍ଡି ଜିଲ୍ଲା ମାଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁବେନ୍ ଗଡ଼ ସି. ଆର୍.ପି.ଏଫ୍ D/64 ବାଟାଲିୟନ ତରଫରୁ ଅନୁଷ୍ଠିତ ହେଲା ସିଭିକ୍ ଏକ୍ସନ ପ୍ରୋଗ୍ରାମ।

18/12/2023

କଳାହାଣ୍ଡି ଜିଲ୍ଲା ରେ ଆଜି ବି ରାସ୍ତା କଡ଼ର ଜଙ୍ଗଲ ଭିତରେ ଜରି ପାଳ ଟାଣି ରହୁଛନ୍ତି ଅସହାୟ ବୃଦ୍ଧ। ଏ ଦୃଶ୍ୟ ହେଉଛି ଜାରିଂ ଜଙ୍ଗଲ ନିକଟସ୍ଥ NH 26 ବନମାଳୀ ପୁର ରାସ୍ତା ର ଚିତ୍ର।

11/12/2023

କଳାହାଣ୍ଡି ବୀର ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଙ୍କ ୧୬୮ ତମ ସହିଦ୍ ଦିବସ ପାଳନ ହେଲା ଜନ୍ମ ମାଟି ଲୁବେନ୍ ଗଡ଼ ଠାରେ।

Address


Telephone

+916372653781

Website

Alerts

Be the first to know and let us send you an email when FLASH ODIA TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to FLASH ODIA TV:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share