The World Star International

  • Home
  • The World Star International

The World Star International Wanted reformers those who wish to reform themselves.

16/03/2023

Slug. ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ର କାର୍ଯ୍ୟ କାରିଣୀ ବୈଠକ
ଭୁବନେଶ୍ୱର
ଆଜି ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ରେ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଭଂଗ୍ରେସ ଭବନ ରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ହୋଇ ଥିଲା. ଏଥିରେ କେନ୍ଦ୍ରକମିଟି ଆବାହକ ଓ ଓଡିଶା ପ୍ରଭାରୀ କୁତବୁଦିନ ଖାନ ଓ ପି ସି ସି ଉପସଭାପତି ଶିବାନନ୍ଦ ରାୟ ପ୍ରବକ୍ତା ମନୋରଞ୍ଜନ ଦାସ ପ୍ରମୁଖ ଆଲୋଚନା କରିଥିଲେ ଆଗାମୀ ଦିନରେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ଓଡିଶା ଗସ୍ତ ରେ ଆସିବା କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଶ୍ରମିକ କଂଗ୍ରେସ ସଭ୍ୟ ଯୋଗ ଦେବାର ନକ୍ସା ପ୍ରସ୍ତୁତ କରା ଯାଇଛି. ଏଥିରେ ଜ୍ୟୋସ୍ନା ସେନାପପତି ବିକାଶ କୁମାର ଦାସ ପଦ୍ମନାଭ ନାୟକ ସୁବାଷ ପ୍ରଧାନ ଗଣେଶ ମଲ୍ଲିକ ଭୁଦେବ ବାରିକ ଶିବପ୍ରସାଦ ନାଥ ପ୍ରକାଶ ମହାନ୍ତି ରଞ୍ଜନ କୁମାର ତରାଇ ସାଗର ପରିଡା. ବିଦ୍ୟାଧର ଜେନା ବିଭିନ୍ନ ପ୍ରସ୍ତାବ ରଖିଥିଲେ
ୱାର୍ଲଡ ଷ୍ଟାର ଇଣ୍ଟର ନାସନାଲ ଏ mishra

ଯାଜପୁର ରେ ଉଦ୍ୟୋଗୀ ସପ୍ତାହ ଉଦୁ ଯାପିତଯାଜପୁର ବିଜୁ ବାବୁ ଙ୍କ ଜୟନ୍ତୀ ଅବସର ରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଓଡିଶା ଏ...
09/03/2023

ଯାଜପୁର ରେ ଉଦ୍ୟୋଗୀ ସପ୍ତାହ ଉଦୁ ଯାପିତ
ଯାଜପୁର
ବିଜୁ ବାବୁ ଙ୍କ ଜୟନ୍ତୀ ଅବସର ରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଓଡିଶା ଏମ ଏସ ମି (MSME) ପଲିସି,0FPP-20220ଓ PMEGP, PM FM E ସମ୍ପର୍କ ଏକ କର୍ମଶାଳ ଯାଜପୁର ରୋଡ ସାଂକୃତିକ ଭବନ ରେ ଚାରି ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ଏକ ହଜାର ରୁ ଯୁବକ ଯୁବତୀ ମାନଂକୁ ପ୍ରଶିକ୍ଷଣ ଦିଆ ଯାଇଛି
ଯାଜପୁର ଜିଲ୍ଲା ର ବେକାରୀ ସମସ୍ୟା ଦୂର କରିବା ସଂଗେ ମହିଳା ମାନଂକୁ ସ୍ୱlବଲମ୍ବି କରିବା ପାଇଁ ଏମ ଏସ ମି ଯୋଜନା ସମ୍ପର୍କ ରେ ସମ୍ପର୍କ ରେ ବିଶଦ ଭାବ ରେ ଆଲୋଚନା ହୋଇ ଥିଲା l କାର୍ଯ୍ୟକ୍ରମ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ପକ୍ଷରୁ ଆୟୋଜନ କରା ଯାଉଛି l ଏହି ଉଦ୍ୟୋଗ ସପ୍ତାହ ଗୁରୁ ବାରେ ଉଦୁ ଯାପିତ ହୋଇ ଯାଇଛି କଳିଙ୍ଗନଗର ଆଞ୍ଚଳିକ କେନ୍ଦ୍ର ର ଜିଲ୍ଲା ଶିଳ୍ପ କେନ୍ଦ୍ର ର ଜେନେରାଲ ମ୍ୟାନେଜେର ଅଭୟ କୁମାର ନହାୟକ, ଶିଳ୍ପ କେନ୍ଦ୍ର ର ବିଜୟ କୁମାର ବେହେରା ଜ୍ଞାନ ରଞ୍ଜନ ମହାନ୍ତି ଓ ଦୀପା ର କର୍ମ କର୍ତ୍ତା ଯୋଗ ଦେଇ ପଲିସି ସମ୍ପର୍କ ରେ ଆଲୋକ ପାତ କରି ଥିଲେ ଏହି କାର୍ଯ୍ୟକ୍ରମ କୁ କୋରେଇ ବିଧାୟକ ଅଶୋକ କୁମାର ବଳ ଅlନୁଷ୍ଠିକ ଭାବେ ଉଦୁ ଘାଟନ କରି ଥିଲେ କଳିଙ୍ଗନଗର ଏଡ଼ିଏମ ସନ୍ତୋଷ କୁମାର ମିଶ୍ର କର୍ମ ଶଳା ର ଆଭିମୁଖ୍ୟ ଓ କର୍ମ ନିଯୁକ୍ତି ସୃଷ୍ଟି କରିବା ସମ୍ପର୍କ ରେ ଆଲୋକ ପାତ କରି ଥିଲେ l ଶିଳ୍ପ କେନ୍ଦ୍ର ର ପରିଚlଳକ ଙ୍କ ତତ୍ଵାବଧାନ ରେ ଶିବିର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇ ଯାଇଛି l ଏହି ଅବସର ରେ 50ଟି ବିଭିନ୍ନ ଉଦ୍ୟୋଗି ସ୍ଟଲ ଖୋଲି ଥିଲା ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ସାଂକୃତିକ କାର୍ଯ୍ୟ ମାନ ଅନୁଷ୍ଠିତ ହୋଇ ଥିଲା l
A mishra woarld ଷ୍ଟାର inter national

20/02/2023

କୋରେଇ ସଂଗ୍ରାମ ସମିତି ରେ 9ଦଫା ଦାବି କରି ହାଇ ସ୍କୁଲ ସହ ବେନିୟମ ମଜର ବିରୋଧ ରେ ଗଣ ଧାରଣା ବିଡ଼ିଓ ଙ୍କ ପ୍ରତି ଶ୍ରୁତି ପାରେ ଅନ୍ଧୋଲନ କୁ ସାମୁହିକ ଭାବ ରେ ସ୍ଥଗିତ l

20/02/2023

ଶ୍ରୀକାନ୍ତ ସ୍ମୃତି ଦିବସ ରେ ରକ୍ତଦାନ ଶିବିର


ଯାଜପୁର ରୋଡ ବା ବ୍ୟାସନଗର ପୌର ପରିଷଦର ଯୁବ ପ୍ରତିଭା, ତଥା ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଲାହାଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥ୍ଚଚ୍ଛ କରିଥିଲା । ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ, ଯୁବ ଗୋଷ୍ଠୀ ଆଦି ୰ ଶ୍ରୀକାନ୍ତ ପ୍ରତି ସମବେଦନା ଜଣାଇ ତାଙ୍କ ସ୍ମୃତିରେ ‘ଶ୍ରୀକାନ୍ତ ଲାହା ସ୍ମୃତି ସଂସଦ’ ଗଠନ କରି ଗତ ବର୍ଷ ତାଙ୍କର ୧ମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଏକ ରକ୍ତ ଦାନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ‘ଶ୍ରୀକାନ୍ତ ଲାହା ସ୍ମୃତି ସଂସଦ’ ଏବଂ ‘ଆମ ଓଡ଼ିଶା’ ମିଳିତ ଭାବେ ଏହି ଶିବିରର ଆୟୋଜନ କରିବା ପାଇଁ ନିଷ୍ପତି ନେଇ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରିଥିଲେ । ପ୍ରସ୍ତୁତି ମୁତାବକ ଆଜି ସକାଳେ ସ୍ଥାନୀୟ ‘ହୋଟେଲ ଭବାନୀ ଶଙ୍କର ରିସର୍ଟ’ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଣ୍ଡା ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଯାଜପୁର-କେଉଁଝରରୋଡ଼ ରେଳ ସୁରକ୍ଷା ବାହିନୀର ଅଧିକାରୀ ପ୍ରବୀଣ କୁମାର, ଆର.ପି.ଏଫ କର୍ମଚାରୀ ପଦ୍ମନାଭ ସେଠୀ, ଚନ୍ଦନ କୁମାର ତିୱାରୀ, ରମେଶ ଚନ୍ଦ୍ର ପଣ୍ଡା, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ପ୍ରକାଶ ଜେନା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂହ, ଶ୍ରୀକାନ୍ତଙ୍କ ପିତା ସନ୍ତୋଷ କୁମାର ଲାହା, ଭଉଣୀ ସୈାଦାମିନୀ ରାୟ, ଭିଣୋଇ ଅନୀଲ କୁମାର ରାୟ, ଭଣଜା ଶୁଭମ ରାୟ, ସ୍ଥାନୀୟ ମେଡ଼ିକାଲର ପୂର୍ଣ୍ଣିମା ପଣ୍ଡା, ପ୍ରମୁଖ ସାମିଲ ହୋଇ ୰ ଶ୍ରୀକାନ୍ତଙ୍କ ସ୍ମୃତିଚାରଣ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଶିବିରରେ ସମ୍ବାଦ ପ୍ରତିନିଧି ତଥା ‘ଆମ ଓଡ଼ିଶା’ର ସଂଯୋଜକ ବିଜୟ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଦେବେନ୍ଦ୍ର ଦାସ, ବସନ୍ତ ସାହୁ, ପ୍ରଶାନ୍ତ ନାୟକ, ଅନୀଲ ରାୟ, ପଦ୍ମନାଭ ସେଠୀ, କଳ୍ପତରୁ ସ୍ୱାଇଁ, ଚନ୍ଦନ ମଲ୍ଲିକ, ଚିନ୍ମୟ ସାହୁ, ବିକାଶ ଆଏଚ, ପଦ୍ମଲୋଚନ ମହାକୂଡ଼ ପ୍ରମୁଖ ରକ୍ତଦାନ କରିଥିଲେ । ଏହି ଶିବିରରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
The woarld ଷ୍ଟାର ଇଣ୍ଟର national

17/02/2023

କୋରାଇ ମଧ୍ୟଇଂରାଜୀ ବିଦ୍ୟାଳୟ କୁ ହାଇସ୍କୁଲ ସହିତ ମିଶ୍ରଣ ପ୍ରତିବାଦ ରେ ୨ୟ ଦିନରେ ଗଣଧାରଣା..
ଯାଜପୁର
ଯାଜପୁର ଜିଲ୍ଲା ରେ ଗୋଟିଏ କ୍ୟାମ୍ପ ରେ ନ ଥିବା ସ୍କୁଲ କୁ ହାଇ ସ୍କୁଲ ସହ ମିଶ୍ରଣ କରାଯାଇଛି ଫଳରେ ପ୍ରସନିକ ଶିକ୍ଷା ଦାନ ଶିକ୍ଷକ ନ ଥିବା ଭଳି ସମସ୍ୟା ଦେଖା ଯାଉଛି ଅଭିଯୋଗ କଲେ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଚୁପୁ ରହିଛି l ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି 1875ମସିହାରେ ରେ ସ୍ଥାପିତ କୋରେଇ ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟ ରେ ଏହା ର ଅନ୍ଧୋଲନ ସ୍ୱର ଉଠିଛି l .
କୋରାଇ ମଧ୍ୟଇଂରାଜୀ ବିଦ୍ୟାଳୟ କୁ କୋରାଇ ହାଇସ୍କୁଲ ସହିତବେନିୟମଓ ବିନା ନିଷ୍ପତ୍ତି ରେ ମିଶ୍ରଣ କରାଯାଇଛି l ଏହା ଗୋଟିଏ ପରିସର ରେ ନଥିବା ଓ ହାଇସ୍କୁଲ ର ଦୀର୍ଘଦିନଧରି ପରିଚାଳନା କମିଟି ଗଠନ ନକରିବା ସମେତ ୯ ଦଫା ଦାବି କରି କୋରେଇ ସଂଗ୍ରାମ ସମିତି ଯାଜପୁରଜିଲ୍ଲାପାଳ ଙ୍କ ଦୃଷ୍ଟି କୁ ନେଇଥିଲେ ମଧ୍ୟ ଦାବି ପ୍ରତି ଭୁକ୍ଷେପ ନ କରିବାରୁ ନନେଇ ଅନ୍ୟାୟ ଭାବେ ସିଦ୍ଧାନ୍ତ କୁ ବିରୋଧ କରି ଗତ କାଲି ଠାରୁ କୋରାଇ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖ ରେ ଗଣଧାରଣା ଦିଆଯାଇଛି. ଆଜିର ଦ୍ୱତୀୟ ଦିନରେ ସଂଗ୍ରାମ ସମିତି ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ଙ୍କ ଅଧକ୍ଷତାରେ ଏକ ପ୍ରତିବାଦ ସଭାପତି ଅନୁଷ୍ଠିତ ହୋଇଥିଲା. ଏଥିରେ ସଂଗ୍ରାମସମିତି ସଭାପତି ବିଦ୍ୟାଧର ମହାନ୍ତି ଉପ ସଭାପତି ଆଲୋକ ମହାନ୍ତି ଆବାହକ ସେକକାମାଲୁଦ୍ଦିନ ପିତାମ୍ବର ନନ୍ଦ ପଦ୍ମଲୋଚନ ମହାନ୍ତି ସେକ ମିର୍ଜା ଲୋକମାନ. ପ୍ରମୁଖ ସରକାର ଙ୍କ ଏକ ତରଫା ନିଷ୍ପତ୍ତି ଓ ଶିକ୍ଷାମିଶ୍ରଣ କମିଟି ରେ ଥିବା କୋରାଇ ବି ଡି. ଓ. ବ୍ୟାସନଗର ତହସିଲ ର ସହକାରୀ ତହସିଲ ଓ ସି. ଡି. ପି. ଓ ଙ୍କ ଦ୍ୱାରା ଗଠିତ କମିଟିକୁ ନିନ୍ଦା କରିବା ସଂଗେ ତୀବ୍ର ସମାଲୋଚନା କରା ଯାଇଛି l ଏହାର ସ୍ଥାୟୀ ସମାଧାନ ନକଲେ ଆସନ୍ତା ୨0 ତାରିଖ ଠାରୁ କୋରାଇ ବ୍ଲକ ସମୁଖରେ ରେ ୯ ଦଫା ଦାବିକୁ ନେଇ କୋରାଇ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଦିଅ ଯିବ ବୋଲି ଘୋଷଣାକରି ବା ସଂଗେ ଜିଲ୍ଲାପ୍ରଶାସନ ଙ୍କୁ ଜଣାଇଦିଆଯାଉଛି.
World satar internationl

15/02/2023

ବ୍ୟାସନଗର ରାଜସ୍ବ ବୋର୍ଡ଼ ର ଅତିରିକ୍ତ ଆୟୋକ୍ତ ଅଦାଲତ କାର୍ଯ୍ୟାଳୟ ଖୋଲିଥିବାରୁ ସ୍ୱାଗତ ଜଣାଇଲେ ସହର ବାସୀ. =======================ବ୍ୟାସନଗର ଆଜି ତା ୧୫. ୨. ୨୩ ବ୍ୟାସନଗର ସହର ବାସୀ ଙ୍କ ବହୁସଂଗ୍ରାମ ପରେ ଜମି ଜମା ମାମଲା ଗୁଡିକୁ ତୁରନ୍ତ ଫଇସଲା ନିମଂତେ ଏଠାରେ ଥିବା କେ. ଏନ. ଡି. ଏ. ଗୃହ ରେ ରାଜ୍ୟସରକାର ଙ୍କ ରାଜ୍ୟସ୍ବ ବୋର୍ଡ ର ଅତିରିକ୍ତ ଆୟୁକ୍ତ କାର୍ଯ୍ୟାଳୟ ଖୋଲା ଯାଇଛି. ଏହି ବନ୍ଦୋବସ୍ତ ଅଦାଲତ ରେ ବରିଷ୍ଟ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ରାଜ୍ୟସରକାର ନିଯୁକ୍ତ କରିଥିବାରୁ ବ୍ୟାସନଗର ଭୂମି ସୂରକ୍ଷା କମିଟି ସଭାପତି ବିଦ୍ୟାଧର ମହାନ୍ତି କୋରାଇ ଯାଜପୁର ସିଭିଲସୋସାଇଟି ଆବାହକ ଆଇନ ଜୀବି ବିବେକାନନ୍ଦ ମହାନ୍ତି କୋରାଇ ସଂଗ୍ରାମ ସମିତି ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ବରିଷ୍ଟ ସାମ୍ବାଦିକ ପବିତ୍ରରଞ୍ଜନ ମହାନ୍ତି, ପଦ୍ୟୁମ୍ନ ବୋଇତାଇ ବ୍ୟାସନଗର ବଣିକ ସଙ୍ଘ ସମ୍ପାଦକ ଆସିତାନନ୍ଦ ବିଶ୍ୱାଳ ପ୍ରମୁଖ ସରକାର ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟାଳୟ ରେ ପହଂଚି ଶ୍ରୀମଲ୍ଲିକ ଙ୍କୁ ଅଭିନନ୍ଦନ ଜଣାଇଥିଲେ. ଏପରିକି ଦୀର୍ଘଦିନ ଧରି ପଡ଼ି ରହିଥିବା ଜମିଜମା ମାମଲା ଗୁଡିକୁ ଫଇସଲା କରିବା ସହିତ ପାଉତି କାଟି ଆସୁଥିବା ଜମିଗୁଡିକୁ ବିକ୍ରି ଖରଦୀ ଆରମ୍ଭ କରିବାକୁ ଆଲୋଚନା କାଟିଥିଲେ.

07/02/2023

ଭାରସାମ୍ଯ ହରାଇ ଟେମ୍ପୁଓଲଟି ଜଣେ ମୃତ୍ଯୁ

ବ୍ୟାସନଗର ପୌର ପରିଷଦର ଅନ୍ତର୍ଗତ ନହକା ଓଭର ବ୍ରିଜ ନିକଟ ରେ ଭାରସାମ୍ଯ ହରାଇ ଏକ ଟେମ୍ପୁ ଓଲଟି ଜଣେ ନ୍ ନ ଓଡ଼ିଆଙ୍କ ମୃତ୍ଯୁ ଘଟିଛି ।ଘଟଣାରୁ ପ୍ରକାଶ ଯେ ଆଜି ଦିନ ୧୨,୩୦ ମିନିଟ୍ ସମୟରେ ଚୋରଦା ବାଇପାସ ରୁ ଦଳା ବାଇପାସ ଅଭିମୂଖେ ଏକ ନମ୍ବର ବିହିନ ବେଟାରୀ ଟେମ୍ପୁ ଯାଉଥିବା ସମୟରେ ଓଭର ବ୍ରିଜ ତଳେ ଏକ ଗ୍ୟାସ କମ୍ପାନି କାମ କରୁଥିଲା । ସେଇ ଗ୍ଯାସ କମ୍ପାନିର ମେସିନ ଅପରେଟର କାମ ସାରି ଗଛତଳେ ରେଷ୍ଟେ ନେଉଥିବା ସମୟରେ ଓଭର ବ୍ରିଜ ଉପର ଏକ ଟେମ୍ପୁ ଓଲଟି ମେସିନ ଅପେରେଟର ଉପର ଆସି ଯୋରରେ ଧକ୍କା ଦେବାଫଳରେ ଘଟଣାର ମେସିନ ଅପରେଟ ଗୁରୁତର ହୋଇଥିଲେ। ଉପସ୍ଥିତ ଲୋକ ମାନେ ସଙ୍ଗେ ସଙ୍ଗେ ଯାଜପୁର ରୋଡ ଗୋଷ୍ଟିସ୍ୱାସ୍ଥ କେନ୍ଦ୍ର କୁ ତାଙ୍କୁ ନେଇଯାଇଥିଲେ। ସେଠାରେ ଅଧିକ ଗୁରୁତ୍ବର ହେବାରୁ ଡାକ୍ତର ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ହସ୍ପିଟାଲ କୁ ପଠେଇ ଦେଇଥୀଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ବ୍ଯକ୍ତିଙ୍କ ନାମ ସୁକୁମାର ସିକାରୀ(୪୧), ଘର ମଥୁରାପୁର, ପଶ୍ଚିମ ବଙ୍ଗ ବୋଲି ଯଣା ପଡିଛି । ଯାଜପୁରରୋଡ ପୋଲିସ ଘଟଣାରା ସ୍ଥଳରେ ପହଞ୍ଚି ଟେମ୍ପୁ ଟିକୁ ଜବତ୍ କରିଥିଲେ ।

07/02/2023

ଯାଜପୁର ରୋଡ --ଧାମରା ରେଳ ପଥ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡ ରେଳ ଷ୍ଟେସନ ରେ ରେଳ ରୋକ ଅନ୍ଧୋଲନ
ଯାଜପୁର.
ଯାଜପୁର ରୋଡ ରୁ -ଧାମରା କୁ ଓ ବିରଜା କ୍ଷେତ୍ର କୁ ରେଳ ସଂଯୋଗ କରିବା ପାଇଁ ବହୁ ଦିନ ରୁ ଦାବି ହୋଇ ଆସୁଛି କିନ୍ତୁ ରେଳ ବିଭାଗ ଉତ୍କ ଦାବି ପ୍ରତି କର୍ଣ ପାତ କରୁ ନାହିଁ l. ତାହାର ପ୍ରତିବାଦ ଆଜି ଯାଜପୁର ରୋଡ ରେଳ ଷ୍ଟେସନ ରେ ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ କରା ଯାଇ ଥିଲା ମାଲା ଗାଡିକୁ ଅଟକାଇ ସଂଗ୍ରାମ ସମିତି ପକ୍ଷରୁ ରୁ ପିକେଟିଙ୍ଗି କରିବା ସହିତ ରେଳ ମନ୍ତ୍ରୀ ଙ୍କ ବିରୋଧ ରେ ନାରା ବାଜି କରି ଥିଲେ l. ଏହି ଅନ୍ଧୋଲନ ରେ ପୂର୍ବ ତନ ଅର୍ଥ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବ ତନ ସଂସଦ ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ ସଂଗ୍ରାମ ସମିତି ର ଅଭାହକ ସନ୍ତୋଷ ଦାସ, ପ୍ରଫୁଲ୍ଲ ନାୟକ ସନ୍ତୋଷ ନନ୍ଦରାଜ୍ୟ ମହିଳା କଂଗ୍ରେସ ସଭlନେତ୍ରୀ ବନ୍ଦିତା ପରିଡା, ସୁଧାନିଧି ମହାପାତ୍ର ପଦ୍ମ ନlଭସ୍ୱାଇଁ ଅକ୍ଷୟ ଜେନା ପ୍ରମୁଖ ବହୁ ନେତୃ ଵୁନ୍ଦ ଯୋଗ ଦେଇ ରେଳ ବିଭାଗ କୁ ସମାଲୋଚନା କରି ଥିଲେ ତୁରନ୍ତ ଯାଜପୁର ରୋଡ,, ଧାମରା ରେଳ ପଥ ନିର୍ମାଣ ସଙ୍ଗ କୁ ଯାଜପୁର ରୋଡ କୁ ରେଳ ଡିଭିଜନ ନିର୍ମାଣ କରିବା ଯାଜପୁର ରୋଡ ଷ୍ଟେସନ ରେ ସମସ୍ତେ ଦୂତ ଗାମି ଟ୍ରେନ ରହଣି ଓ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଦାବି କରା ଯାଇ ଥିଲା ଏହି ଦାବି ପ୍ରତି ରେଳ ବିଭାଗ ପୂରଣ କରା ନ ଅନ୍ଧୋଲନ ତ୍ରୀବ୍ର ତର ହେବ ଏଥି ପ୍ରତି ରେଳ ବିଭାଗ ଦାୟୀ ରହିବେ ବୋଲି ଵ୍ୟକ୍ତା ମାନେ ଚରମ ବାଣୀ ଶୁଣାଇ ଥିଲେ ସଂଗ୍ରାମ ସମିତି ପକ୍ଷରୁ ଏକ ବିରାଟ ପଟୁଆର ବାହାରି କେନ୍ଦ୍ର ଓ ରେଳ ମନ୍ତ୍ରୀ ଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ରେଳ ଷ୍ଟେସନ କୁ ଆସି ବିକ୍ଷୋଭ ପଦର୍ଶନ କରା ଯାଇ ରେଳ ରୋକ କରା ଯାଇ ଥିଲା l
ଯାଜପୁର ରୁ ଅଭିମନ୍ୟୁ ମିଶ୍ର

.  *🌹☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹*              *➡️"ସମୟର ଏକ ଅଭ୍ୟାସ ବହୁତ ଭଲ,ଏହା ଯେପରି ହେଉ ଗତି କରି ଚାଲିଥାଏ।"**➡️"ତୁମେ କଣ କର...
05/02/2023

.
*🌹☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹*


*➡️"ସମୟର ଏକ ଅଭ୍ୟାସ ବହୁତ ଭଲ,ଏହା ଯେପରି ହେଉ ଗତି କରି ଚାଲିଥାଏ।"*

*➡️"ତୁମେ କଣ କରିବାକୁ ଚାହୁଁଛ ନିଷ୍ପତ୍ତି ନେବାକୁ ସମୟ ବିତାନ୍ତୁ ନାହିଁ,ଅନ୍ୟଥା, କଣ କରିବାକୁ ହେବ ସମୟ ସ୍ଥିର କରିନେବ। "*

*➡️“ଯେତେବେଳେ ଦୁନିଆ କହୁଛି ଛାଡ,ହାର ମାନି ନିଅ| ସେତେବେଳେ ଆଶା ଧୀରେ ଧୀରେ କାନରେ କହେ ପୁଣି ଥରେ ଚେଷ୍ଟା କର।'*

*➡️"ତୁମେ ଯାହା କରୁଛ ତାହା ତୁମକୁ ପସନ୍ଦ ନହେବା ପର୍ଯ୍ୟନ୍ତ ଆପଣ ସଫଳ ହୋଇପାରିବେ ନାହିଁ। "*

*➡️"ତୁମକୁ କିଛି କରିବା ପାଇଁ ଏକ ଋତୁ ଦରକାର ନାହିଁ,ସମସ୍ତ ଉତ୍ସ କେବଳ ଇଚ୍ଛାଶକ୍ତିର ଅର୍ଥ ଆବଶ୍ୟକ ହେବ। ”*

*🌹ଶୁଭ ସକାଳ🌹*
*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
: *🌹 ଶ୍ରୀ ମହାବୀର ପଞ୍ଚାଙ୍ଗ 🌹*
*🌹୫-୨-୨୦୨୩((ରବିବାର))🌹*
🪷🪷🪷🪷🪷🪷🪷🪷🪷🪷🪷🪷
*🌹{{ମାଘ ପୂର୍ଣ୍ଣିମା, ମାଘ ବ୍ରତ ସମାପନ}} 🌹*

*ଅଦ୍ଯ ମକର ଦି୨୩ନ ପୂର୍ଣ୍ଣିମା ଦ୪୪।୨ ରାଘ ୧୨।୦,ପୁଷ୍ୟା ଘ୧୬।୧୧ ଦିଘ୧୨।୫ ୧,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ.*
🪷🪷🪷🪷🪷🪷🪷🪷🪷🪷🪷🪷
*ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)*
*ମକର ଦ୩/୧୯/୧୦ ଇଂଘ ୬/୨୩/୨୫ ଗତେ ଉଦୟ।*
*କର୍କଟ ଦ୪/୦୧/୩୦ ଇଂଘ୫/୩୬/୧୨ ଗତେ ଅସ୍ତ ।*
🪷🪷🪷🪷🪷🪷🪷🪷🪷🪷🪷🪷
*ଯୋଗିନୀ ବାୟବ୍ୟେ । ରାତ୍ରି ଘ୧୨।୦ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୫୧ ଗତେ ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ମେଷ ରାଶିର ଘାତବାର । ଦିବା ଘ୧୦।୩୫ ଗତେ ଘ୧।୨୩ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୩୫ ଗତେ ଘ୩।୧୧ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି । ଭୂମି ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୨।୫୧,ଗତେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ, ମାଂସ ଭକ୍ଷଣ ନିଷେଧ । ଅଦ୍ୟ ମାଘ ପୂର୍ଣ୍ଣିମା କୃତ୍ୟ । ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ ଅର୍ଘ୍ୟଦାନ । ଅଗ୍ନ୍ଯୁତ୍ସବ ।*
🪷🪷🪷🪷🪷🪷🪷🪷🪷🪷🪷🪷
*(ଅମୃତ) – ଦିବା ଘ୭।୧୧ ଗତେ ଘ୧୦।୨୩ ମଧ୍ୟେ ରାତ୍ରି ଘ୭।୧୩ ଗତେ ଘ୮।୪୯ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୭।୧୧ ମଧ୍ୟେ ଘ୧।୩୫ ଗତେ ଘ୨।୨୩ ମଧ୍ୟେ ରାତ୍ରି ଘ୬।୨୫ ଗତେ ଘ୭।୧୩ ମଧ୍ୟେ ଘ୧୨।୧ ଗତେ ଘ୩।୧୩ ମଧ୍ୟେ ।*
🪷🪷🪷🪷🪷🪷🪷🪷🪷🪷🪷🪷
*🌹 ଜ୍ୟୋତିଷ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା 🌹*
*🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹*
*🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା 🌹*
*🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹*
🪷🪷🪷🪷🪷🪷🪷🪷🪷🪷🪷🪷

*🌹ମେଷ: ବହୁ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରିୟତମ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି।*

*🌹ବୃଷ: ପାରିବାରିକ ମାମଲାରେ ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଦୀର୍ଘ ଦିନର ପ୍ରୟାସ ସଫଳ ହେବ। ପ୍ରେମରେ ସଫଳତା ପାଇବେ।*

*🌹ମିଥୁନ: କାରବାରରେ ଆପଣଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।*

*🌹କର୍କଟ: ମନୋର˚ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତୁ। ଆର୍ଥିକ ସ୍ଥିତିରେ ଅସ୍ଥିରତା ଲାଗିରହିବ।*

*🌹ସି˚ହ: ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ବଡ଼ କାମ କରିପାରନ୍ତି। ନେତା ଓ ଅଭିନେତାଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ଖୁସି ଭରା ରହିବ।*

*🌹କନ୍ୟା: ଆର୍ଥିକ ରୂପେ ଆପଣଙ୍କ ଶକ୍ତି ବଜାୟ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ମହିଳା ବନ୍ଧୁଙ୍କର ସାହାଯ୍ୟ ପାଇବେ।ଲ†*

*🌹ତୁଳା: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ଛାତ୍ରମାନେ ଅନନ୍ୟ ପ୍ରତିଭା ପାଇଁ ପୁରସ୍କୃତ ହେବେ।*

*🌹ବିଛା: ଅଫିସରେ ନୂଆ ଲୋକମାନଙ୍କ ନିକଟରେ ସ˚ଯତ ରୁହନ୍ତୁ। କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପତ୍ନୀଙ୍କ ମାନସିକତାକୁ ବୁଝିବାକୁ ଚେଷ୍ଟା କରିବେ।*

*🌹ଧନୁ: ଆପଣଙ୍କ ପ୍ରସିଦ୍ଧି ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ଭଲଭାବେ ସ˚ପାଦିତ କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।*

*🌹ମକର: ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଯଶ ଅର୍ଜନ କରିବେ।*

*🌹କୁମ୍ଭ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ହେବ, ଯିଏ ସାହାଯ୍ୟ କରିବେ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ମିଳିବ।*

*🌹ମୀନ: ପାରିବାରିକ ଜୀବନ ଭଲ ରହିବ। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଠିକ୍‌ ରହିବ।*: *ଖବର ଆଜିର*
ତାରିଖ ୦୫/୦୨/୨୦୨୩ ରବିବାର ।
୧-ୟୁଏସ ପରେ ଏବେ ଲାଟିନ୍ ଆମେରିକା ଉପରେ ଦେଖାଗଲା ଚୀନର ଗୁପ୍ତଚର ବେଲୁନ: ପେଣ୍ଟାଗନ ।

୨-ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣl ଗ୍ୟାସ ପାଇପ ତିଆରି ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଶ୍ରମିକ ଗୁରୁତର ହୋଇଛନ୍ତି।

୩-ମହାଶିବରାତ୍ରୀରେ ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ । ଉଚ୍ଚସ୍ତରୀୟ ବୈଠକରେ ନିଆଗଲା ନିଷ୍ପତି ।

୪-ଗୋପାଳ ଦାସର ହେଲା ମାନସିକ ସ୍ଥିତି ଯାଞ୍ଚ । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଗଲା ପାଇଖାନାରୁ ମିଳିଥିବା କାଗଜ ।

୫-ଯୋଶୀମଠ ପରେ ଡୋଡାରେ ଧସିଲା ମାଟି। ୨୦ ଘରେ ଫାଟ ସୃଷ୍ଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର।

୬-ମାଗଣା ଶାଢ଼ି ନେବାକୁ ମାରପିଟ ଦଳ ଚକଟା। ଘଟଣାର ୪ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁ ତିରୁପତ୍ତୁର ଜିଲ୍ଲାର ବାଣିୟାମ୍ପାଡି ଠାରେ ଏଭଳି ଅଭାବନୀୟ ଘଟିଛି।

୭-ଆସାମରେ ବାଲ୍ୟବିବାହ ନେଇ ବଡ କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେଣି ୨୨୧୧।

୮-ଆଥଲେଟିକ୍ ଆକାଡେମୀରେ ଚାଲିଛି ଜବରଦସ୍ତି ଅଧିଗ୍ରହଣ ଓ ଗୁଣ୍ଡାଗର୍ଦ୍ଦି: IOA ଅଧ୍ୟକ୍ଷ ପିଟି ଉଷା

୯-ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା, ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ ।

୧୦-କିମ୍ବଦନ୍ତୀ ଗାୟିକା ବାଣୀ ଜୟରାମଙ୍କର ତାଙ୍କ ଚେନ୍ନାଇ-ସ୍ଥିତ ବାସଭବନରେ ଶନିବାର ଦିନ ପରଲୋକ ହୋଇଯାଇଛି।

୧୧-ବିଭିନ୍ନ ସ୍ଥାନରେ ତୁଷାରପାତ: ଘୁ.ଉଦୟଗିରିରେ ପାରଦ ୩.୨, ଫୁଲବାଣୀରେ ୫.୬ ।

୧୨-ଓଡ଼ିଶା ଲଳିତ କଳାଏକାଡେମି ପୁରସ୍କାର ଘୋଷଣା: ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ପାଇବେ ‘ଧର୍ମପଦ ପୁରସ୍କାର-୨୦୨୨’ ।

୧୩-ପାକିସ୍ତାନ ହାତରୁ ଖସିଲା ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର, ମାର୍ଚ୍ଚରେ ଭେନ୍ୟୁ ଉପରେ ନିଷ୍ପତ୍ତି ।

୧୪-ଆମେରିକାରେ ଭୀଷଣ ଥଣ୍ଡା, ମାଉଣ୍ଟ ୱାଶିଂଟନରେ ତାପମାତ୍ରା -୭୯ ଡିଗ୍ରୀ; ମେନ୍ ରାଜ୍ୟରେ ଭାଙ୍ଗିଲା ୪୦ ବର୍ଷର ରେକର୍ଡ ।

୧୫-ସୁପ୍ରିମକୋର୍ଟର ୫ ବିଚାରପତି ନିଯୁକ୍ତ ।

୧୬-ମହାବାହୁଙ୍କୁ ଦର୍ଶନ କଲେ ଅଭିନେତା ଅରୁଣ ଗୋଭିଲ୍‌; ରବିବାର “ଶୁନୋ ଶ୍ରୀରାମ କାହାଣୀ” କରିବେ ଶୁଭାରମ୍ଭ ।

ସୁପ୍ରଭାତ ,ଶୁଭ ସକାଳ ।
[ ଆପଣଙ୍କର ଏହି ଅଭ୍ୟାସ ; ସୁସ୍ଥ ଶରୀର ପାଇଁ ନିତାନ୍ତ ଆବଶ୍ୟକ
~~~~~~~~~~~~~~~~~~~~~~
କିଛି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଶରୀରକୁ ନିରୋଗ ରଖିପାରିବା। ଜାଣନ୍ତୁ ……… ତମ୍ବାର ପାତ୍ରରେ ପାଣି ପିଇବା ଶରୀର ପାଇଁ ଉତ୍ତମ ଅଟେ। ଏହା ଦ୍ୱାରା ଆମ ହୃଦୟ ସୁସ୍ଥ ରହେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶରୀର ସୁସ୍ଥ ରହିଥାଏ।

➡️ଡ଼ାଇନିଙ୍ଗ୍‍ ଟେବୁଲରେ ଖାଇବା ପରିବର୍ତ୍ତେ ଖାଦ୍ୟ ସର୍ବଦା ଚଟାଣରେ ବସି ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। ଶରୀରରେ ବାଦାମର ତେଲ ଲଗାନ୍ତୁ। ସର୍ବଦା କମ୍‍ କେମିକାଲ ଥିବା ଖାଦ୍ୟଦ୍ରବ୍ୟ ବ୍ୟବହାର କରିବା ଉଚିତ। ଅଧିକ ଚାହା କିମ୍ବା କଫି ପିଇବା ଉଚିତ ନୁହେଁ। ସପ୍ତାହକୁ ଥରେ ଅଥବା ଦୁଇ ଥର ନିମର କାଠିରେ ଦାନ୍ତ ସଫା କରିବା ଉଚିତ। ଏହା ଦ୍ୱାରା ଦାନ୍ତରେ ଥିବା ରୋଗଜୀବାଣୁ ନଷ୍ଟ ହେବା ସହ ପାଟିର ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଥାଏ। ନିୟମିତ ସକାଳ ୬ଟା ମଧ୍ୟରେ ଉଠି, ପ୍ରାକୃତିକ ପରିବେଶରେ ଅର୍ଥାତ ବାହାରକୁ ଯିବା ଆବଶ୍ୟକ। ସେହି ସମୟର ପବନ ଓ ଶୁଦ୍ଧ ବାୟୁ ଶରୀର ପାଇଁ ଖୁବ ଉପଯୋଗୀ। ଏହା ଶରୀରକୁ ବହୁ ରୋଗରୁ ଦୂରରେ ରଖିଥାଏ। ବିଛଣାରୁ ଉଠି ୨ରୁ ୩ ଗ୍ଲାସ ପାଣି ପିଇବା ଆବଶ୍ୟକ, ଏହା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହେବା ସହ ଏସିଡ଼ିଟି,ମୁଣ୍ଡବିନ୍ଧା, ମୋଟାପଣ ଆଦି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଥଣ୍ଡା ପାଗ ସମୟରେ ନିୟମିତ ଶରୀରେ ତେଲ ଲଗାଇବା ଆବଶ୍ୟକ।

➡️ଏହା ଦ୍ୱାରା ଥଣ୍ଡା,ଜ୍ୱର, କାଶ, କଫ ହେବା ଆଦି ରୋଗ ହୋଇ ନଥାଏ। ନିୟମିତ ୩ରୁ ୪ ଥର ଆଖିକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ,ଏପରି କଲେ ଦୃଷ୍ଟି ଶକ୍ତି ଭଲ ରହିଥାଏ। ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ଅଟେ। ବ୍ୟାୟାମ କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ। କାର୍ୟ୍ୟ କରିବାକୁ ଆଗ୍ରହ ହୋଇଥାଏ।

➡️ଖାଇବାର ୧ଘଣ୍ଟା ପରେ ପାଣି ପିଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଖାଇବାର ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହେଁ। ଏପରି କଲେ ଖାଦ୍ୟ ଭଲ ଭାବେ ହଜମ ହୋଇ ନଥାଏ ଓ ଅଧିକ ପରିମାଣରେ ଏସିଡ଼ିଟି ହୋଇଥାଏ। କ୍ଷୀର ସହ ଦହି,ଲେମ୍ବୁ,ମୂଳା,କଲରା, ମାଛ ଆଦି ଖାଇବା ଉଚିତ ନୁହେଁ। ଏହାର ପ୍ରଭାବ ଶରୀର ଉପରେ ପଡ଼ିବା ଯୋଗୁ ଚର୍ମ ଓ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।

🍀🍀🍀🍀🍀🍀🍀🍀🍀🍀🍀🍀🍀🍀

କୋରାଇ ସଂଗ୍ରାମ ସମିତି ରେ ବିଶିଷ୍ଟ ନାଗରିକ ମାନେ ସାମିଲ ହେଲେଯାଜପୁର କୋରେଇ ସଂଗ୍ରାମ ସମିତି ସମଗ୍ର ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ କାର୍ଯ୍ୟ...
24/01/2023

କୋରାଇ ସଂଗ୍ରାମ ସମିତି ରେ ବିଶିଷ୍ଟ ନାଗରିକ ମାନେ ସାମିଲ ହେଲେ
ଯାଜପୁର
କୋରେଇ ସଂଗ୍ରାମ ସମିତି ସମଗ୍ର ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ କାର୍ଯ୍ୟ କରିବା ସଂଗେ ଦୃନୀତି ବିରୋଧ ରେ ସ୍ୱର ଉଠାଇ ଜନ ସାଧାରଣ ଙ୍କୁ ନାୟ ଦେବା ପାଇଁ ସଂକଳ୍ପ ବଦ୍ଧ l ସଂଗ୍ରାମ ସମିତି ନୀତି ଆଦର୍ଶ ରେ ଅନୁପାଣିତ ହୋଇ ବୁଦ୍ଧି ଜିବି, ଯୁବକ ଶିକ୍ଷା ବିତି ସମାଜ ସେବି ଓ ଶିକ୍ଷିତ ମହିଳା ମାନେ ସାମିଲ ହେଉଛନ୍ତି l ଏହି ସଂଗ୍ରାମ ସମିତି କେଉଁ ଦଳ ର ନୁହେଁ ଦଳ ବଳ ଉର୍ଦ୍ଧ ରେ ରହି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି l ଏହି ସଂଗ୍ରାମ ସମିତି କିଛି ମୁଷ୍ଟି ମୟ ଙ୍କ ନୁହେଁ ଏ ବିସ୍ତାରିତ...
ଆଗକୁ ଅନେକ ସମ୍ଭାବନା...
ଆମ ସହ ସାମିଲ ହେଲେ କୋରାଇ ଅଞ୍ଚଳ ର ଅନେକ ବୁଦ୍ଧିଜୀବି, ଅବସର ପ୍ରାପ୍ତ ଶିକ୍ଷକ, କର୍ମଚାରୀ ଅନେକ ଯୁବ ବନ୍ଧୁ.ଓ ସଚେତନ ମହିଳା ମାନେ l .. ନେତାଜୀ ଓ ବିର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ରେ ନେଲେ ଶପଥ ଆମେ ଲଢ଼ିବା ଆମ ହକ ଜାହିର କରିବା... ଆଉ ନିରବ ନୁହେଁ ପ୍ରତିବାଦ ଅଭାବୀ ଧାନ ବିକ୍ରି, ସରକାରୀ ଟୋକନ ଦେବାରେ ଅନିୟମିତା, ଧାନ ମଣ୍ଡି ନ ଖୋଲିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା, ନଦୀ ରେ ଆଡି ବନ୍ଧ, ଲଘୂଜ ଖଣି ପଦାର୍ଥ ହରି ଲୁଟ୍ କୁ ବନ୍ଦ କରିବା, ଜାତୀୟ କର୍ମ ନିଯୁକ୍ତି ରେ ଅନିୟମିତା, ଓ ରାସ୍ତା ଘାଟ ର ସୁ ବ୍ୟବସ୍ଥା କୁ ନେ଼ଇ କୋରାଇ ସଂଗ୍ରାମ ସମିତି ନେର୍ତୁତ୍ୱ ରେ ଜୋରଦାର ଦାବି କରିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା... ମିଶ୍ରଣ ପର୍ବରେ ଅବସର ପ୍ରାପ୍ତ ଶିକ୍ଷକ ରାମ ଚନ୍ଦ୍ର ଦାସ,ପୂର୍ଣ୍ଣ ଜେନା, ରାମ ଚନ୍ଦ୍ର ରାଉତ, ପୂର୍ଣ୍ଣ ଚନ୍ଦ୍ର ଦାଶ, କେଦାର ନାଥ ମିଶ୍ର, ଭାଗିରଥି ଜେନା, ରଶ୍ମିତା ରଣା, ସେକ କମାଲ, ବ୍ରଜ କିଶୋର ପଟ୍ଟନାୟକ, ରଞ୍ଜିତା ପରିଡ଼ା, ରାଘବ, ସାହୁ, ଅରବିନ୍ଦ ମହାରଣା, ରବି କାନୁନଗୋ ପ୍ରମୁଖ ବହୁ ବୁଦ୍ଧିଜୀବି ଓ ଯୁବ ବନ୍ଧୁ ସାମିଲ ହୋଇଥିଲେ....ଓ ଆଗାମୀ ଦିନ ରେ ଅନ୍ୟାୟ ବିରୋଧ ରେ ଲଢ଼ିବା ପାଇଁ ପବିତ୍ର ଦିବସ ରେ ବ୍ରଜ ସଫଥ ନେଇ ଛନ୍ତି l
ଏ ମିଶ୍ରଣ କାର୍ଯ୍ୟ କ୍ରମ ରେ ସମିତି ରେ ସଭାପତି ବିଦ୍ୟାଧର ମହାନ୍ତି, ସମ୍ପାଦକ ଅଭିମନ୍ୟୁ ମିଶ୍ର ଓ ଆଲୋକ ମହାନ୍ତି ଆଗନ୍ତୁ ମାନଂକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ l
ଯାଜପୁର ରୁ ଏ ମିଶ୍ର ୱାର୍ଲଡ ଷ୍ଟାର ଇଣ୍ଟର ନାସନାଲ

24/01/2023

ନେତାଜୀ ସୁବାଷ ବୋଷ ଙ୍କ ଜୟନ୍ତୀ ଅବସର ରେ ରାଜ୍ୟସରକାର ଗୃହନିର୍ମାଣ ଓ ନଗରଉର୍ନୟନ ବିଭାଗ ଦ୍ୱାରା ପୌରଗୃହକର୍ତ୍ତା ଙ୍କଭୁଲ ଟିକସ ଆକଳନ ପ୍ରତ୍ୟାହାର ଦାବିରେ ଜନ ଜାଗରଣ ରଥ ସହର ପରିକ୍ରମା କଲl
ଯାଜପୁର
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ଗୃହନିର୍ମାଣ ଓ ନଗରଉନୟନ ବିଭାଗ ପକ୍ଷରୁ ଲୁଚି ଛପି ପୌରପରିଷଦ ବିନା ପରାମର୍ଶ ରେ ଓ ବିଭିନ୍ନ ୱାର୍ଡ ର ଗୃହକର୍ତ୍ତା ମାନଙ୍କ ବିନା ସ୍ୱୀକୃତି ରେ ଘରବାଡି ମାପ କରିବା ଓ ପୂର୍ବ ଘର ଟିକସ ବିଚାରକୁ ନ ନେଇ ମନଇଛା ମାତ୍ରାଧିକ ଟିକସ ବୃଦ୍ଧି କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଗୋପବଧୂ ଛକ ଠାରେ ଏକ ଜନ ଜାଗରଣ ରଥକୁ ପରିକ୍ରମାକରିବା ପାଇଁ ଉଦୁ ଘାଟନ କରା ଯାଇଛି l ଏହି ରଥ କୁ ଅବସରପ୍ରାପ୍ତ ଓଡିଶା ସରକାର ଙ୍କ ଅଧିକାରୀ ତରୁଣ କୁମାର ଦାସ ଜନଜାଗରଣ ରଥ ର ପ୍ରଚାର ଶୁଭାରମ୍ଭ କରିଥିଲେ l ସେଠାରେ ଏକ ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତି ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା. ଏହି ସଭାରେ ଆଇନଜୀବୀ ବିବେକାନନ୍ଦ ମହାନ୍ତି ଅଭିମନ୍ୟୁମିଶ୍ର, ଆଲୋକ ମହାନ୍ତି. ଦେବେନ୍ଦ୍ର କୁମାରସାମଲ ସନ୍ତୋଷ କୁମାର ମହାନ୍ତି, ଅଜୟ କୁମାର ସାହୁ ପଦ୍ମନାଭ ନାୟକ ଜୟକୃଷ୍ଣ ସାହୁ କୁଞ୍ଜବିହାରୀ ମହାନ୍ତି ପ୍ରମୁଖ ଏହି ଟିକସ ଆକଳନ ଭୁବନେଶ୍ୱର, ବ୍ରହ୍ମପୁର, କଟକ ଯାଜପୁର ପୌରାଞ୍ଚଳ ନ ହୋଇଥିବା ବେଳେ ବ୍ୟାସନଗର ପୌରବାସୀ ଙ୍କ ଆୟକୁ ଆଖି ଆଗରେ ନ ରଖିବା ଓ ଵେବସାୟ ପ୍ରତିଷ୍ଠାନ ଗୁଡିକ ପ୍ରତି ଅତ୍ୟାଧିକ ଆକଳନ କୁ ତୀବ୍ର ସମାଲୋଚନା କରିବା ସହ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୁ ଦିଆ ଯାଇଥିବା ଦାବୀ ଅନୁଯାଇ ତୁରନ୍ତ ପ୍ରତ୍ୟାହାର ନ କଲେ ପୌରଗୃହ କର୍ତ୍ତାକୁ ନେଇ ଆନ୍ଦୋଳନ ଜୋରଦାର କରିବାକୁ ଘୋଷଣା କରା ଯାଇ ଥିଲା l
ଯାଜପୁର ରୁଏ ମିଶ୍ର ୱାର୍ଲଡ ଷ୍ଟାର ଇଣ୍ଟର ନାସନାଲ

ଆଜିର ଅନୁଚିନ୍ତା🛕🎪*_*🍁🍁🍁🍁🍁🍁🍁🍁🍁🍁*🍁********************************** *➡️ବୋକା ଲୋକ ଧୋକା ଖାଏ, ସତ୍ ଲୋକ କଷ୍ଟ ପାଏ, ସରଳ ଲୋକ ଆଘାତ ପ...
24/01/2023

ଆଜିର ଅନୁଚିନ୍ତା🛕🎪*_
*🍁🍁🍁🍁🍁🍁🍁🍁🍁🍁*🍁
**********************************
*➡️ବୋକା ଲୋକ ଧୋକା ଖାଏ, ସତ୍ ଲୋକ କଷ୍ଟ ପାଏ, ସରଳ ଲୋକ ଆଘାତ ପାଏ ଏବଂ ଜବାବ ଦେଇ ପାରୁନଥିବା ଲୋକ ଆଖିରୁ ଲୁହ ଝରାଏ ।*
*➡️ଥରେ ମନ ଭାଙ୍ଗିଗଲେ,ମନର ଯନ୍ତ୍ରଣା କାହାକୁ ଦେଖାଇ ହୁଏ ନାହିଁ ।*

➡️ _*" ସୁଖ " ଓ " ଦୁଃଖ "*_
*ଦିନେ ହଠାତ୍ ଏକ ଛକରେ ସୁଖ ଓ ଦୁଃଖ ଭେଟ ପଡିଲେ*
*ଦୁଃଖ ସୁଖକୁ କହିଲା - ତୁ ଭାଗ୍ୟବାନ ଅଟୁ ତୋତେ ପାଇବା ପାଇଁ ଲୋକେ କେତେ କଣ କରୁଛନ୍ତି*
*ସୁଖ ଉତ୍ତର ଦେଲା - ମୁଁ ଭାଗ୍ୟବାନ ନୁହେଁ ତୁ ଭାଗ୍ୟବାନ ଅଟୁ କାରଣ ତୋତେ ପାଇ ମଣିଷ ଆପଣାର ପ୍ରିୟଜନଙ୍କୁ ମନେ ପକେଇଥାଏ କିନ୍ତୁ ମୋତେ ପାଇ ସମସ୍ତେ ନିଜର ପ୍ରିୟଜନଙ୍କୁ ଭୁଲିଯାଇଥାନ୍ତି ।*

*➡️ଜୀବନରେ କିଛି କିଛି ପ୍ରଶ୍ନ ଥାଏ ଯାହାର ଉତ୍ତର କେବେବି ମିଳେନା, କିଛି କିଛି ଭୁଲ୍ ଥାଏ ଯାହା ସୁଧାରି ହୁଏନା,ଆଉ କିଛି କିଛି କଷ୍ଟ ଥାଏ ଯାହା କାହାକୁ କହି ହୁଏନା ।*

*➡️ସମ୍ପର୍କ କେବଳ ରକ୍ତରୁ ହିଁ ସୃଷ୍ଟି ହୁଏନାହିଁ, ବିଶ୍ବାସ ଆଉ ଭରଷାର ଗୋଟେ ଛୋଟ ମଞ୍ଜିରୁ ବି ବଡ ସମ୍ପର୍କର ବୃକ୍ଷଟିଏ ସୃଷ୍ଟି ହୋଇଥାଏ ।*

➡️ _*ବିନା ମୂଲ୍ୟରେ ହିଁ ମିଳିଥାଏ*_

_*ବୁଦ୍ଧି*_
*ଦୁନିଆରେ ସବୁଠୁ ବଡ ସମ୍ପତ୍ତି ହୋଇଥାଏ ।*
_*ଧୈର୍ଯ୍ଯ*_
*ଦୁନିଆରେ ସବୁଠୁ ଭଲ ଅସ୍ତ୍ର ହୋଇଥାଏ ।*
_*ଶିକ୍ଷା*_
*ଦୁନିଆରେ Respect ଦେଇଥାଏ ।*
_*ବିଶ୍ବାସ*_
*ଦୁନିଆର ସବୁଠୁ ଭଲ ସୁରକ୍ଷା ହୋଇଥାଏ ।*
_*ହସ*_
*ଦୁନିଆର ସବୁଠୁ ଭଲ Medicine ହୋଇଥାଏ ।*


*🌞ଶୁଭ ସକାଳ🌞*
_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_

*🙏🏻 ଜୟ ଜଗନ୍ନାଥ🙏🏻*
*ଖବର ଆଜିର*
ତାରିଖ ୨୪/୦୧/୨୦୨୩ ମଙ୍ଗଳବାର ।

୧-ସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାସ: ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ, ୩ ଗିରଫ ।

୨-ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶନ ହେବ ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ୨୩ଟି ପ୍ରଜ୍ଞାପନ ମେଢ଼ ।

୩-ପ୍ରତିବର୍ଷ ଲୋକେ ୨,୬୭୫ ମାଇକ୍ରୋପ୍ଲାଷ୍ଟିକ୍‌ କଣିକା ସଂସ୍ପର୍ଶରେ ଆସୁଛନ୍ତି : ଗବେଷଣା ।

୪-ହକି ବିଶ୍ବକପ୍‌: ଆର୍ଜେଣ୍ଟିନା ବିପକ୍ଷରେ ସୁଟ୍‌ଆଉଟ୍‌ରେ ଜିତି କ୍ବାର୍ଟରଫାଇନାଲରେ ପ୍ରବେଶ କଲା କୋରିଆ ।

୫-ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ସାଥୀ ହେଲେ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ ଏଲ ରାହୁଲ। ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ସୋମବାର ଦିନ ବିବାହ ଅନୁଷ୍ଠିତ ହୋଇଛି। ଏହି ରୟାଲ ବିବାହରେ ସ୍ପୋର୍ଷ୍ଟସ ଏବଂ ବଲିଉଡ ଇଣ୍ଡଷ୍ଟ୍ରିଜର ତାରକାମାନେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।

୬-ମହିଳାକର୍ମୀଙ୍କ ସହ ଅସଦାଚରଣ କଲେ ୨ ଯାତ୍ରୀ, ଦିଲ୍ଳୀ ଏୟାରପୋର୍ଟରେ ଓହ୍ଲାଇଲା ସ୍ପାଇସଜେଟ୍ ।

୭-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ସୋମବାର ଘୋଷଣା କରାଯାଇଛି। ଏଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି।

୮-ପରାକ୍ରମ ଦିବସରେ ଯୋଦ୍ଧାଙ୍କୁ ସମ୍ମାନ: ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ ହେଲା ଆଣ୍ଡାମାନା-ନିକୋବରର ୨୧ ଦ୍ୱୀପ ।

୯-ବ୍ରାଜିଲରେ ଚିନ୍ତା ବଢାଉଛି ଶିଶୁ ମୃତ୍ୟୁ: ୪ ମାସରେ ଗଲାଣି ୫୭୦ ଜୀବନ, କୁପୋଷଣ ଓ ସୁନାଖଣି ପାଲଟିଛି ମୃତ୍ୟୁର କାରଣ ।

୧୦-ପୁରୀଜିଲ୍ଲା ଅସ୍ତରଙ୍ଗସ୍ଥିତ ପୀରଜାହାନିଆ ଠାରେ ଆଜି ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଅନ୍ୟ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି। କିନ୍ତୁ ତୃତୀୟ ବ୍ୟକ୍ତିଙ୍କର ଖୋଜଖବର ନାହିଁ। ସମସ୍ତେ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି।

୧୧-ବିବାହକୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ବୟାନ୍: କହିଲେ, ଉପଯୁକ୍ତ ଜୀବନସାଥୀ ମିଳିଲେ କରିବେ ବିବାହ ।

୧୨-ରାଜ୍ୟ ମାନ୍ୟତା ଦେବା ପାଇଁ ଦମ ଲଗାଇ ଦେବୁ, ଜାମ୍ମୁ କାଶ୍ମୀରର ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ରାହୁଲ ।

୧୩-ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆଇଏନଏସ ବାଗିର । ବୁଡାଜାହାଜ ବଢାଇବ ସେନାର ଶକ୍ତି ।

୧୪-ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳିଳ ନାଚ: କଟକଣା ଲଗାଇଲା ପ୍ରଶାସନ, ଯାତ୍ରା ଆୟୋଜକ କମିଟିକୁ ବି ସତର୍କ କଲା ପୋଲିସ।

୧୫-ଛଟେଇ ପାଇଁ ପ୍ରସ୍ତୁତ ହେଉଛି ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଇ, ଯାଇପାରେ ୬% କର୍ମଚାରୀଙ୍କ ଚାକିରି ।

୧୬-ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

୧୭-ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ସୁଟକେସରେ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଖୋର୍ଦ୍ଧା ଏସପି । ମୃତକଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଥିବା ନେଇ ଏସପି ସିଦ୍ଧାର୍ଥ କାଟାରିଆ ସୂଚନା ଦେଇଛନ୍ତି ।

୧୮-ଭାରତୀୟ କୁସ୍ତି ମହାସଂଘରେ ଅସଦାଚରଣ ଅଭିଯୋଗର ତଦନ୍ତ କରିବେ ମାରି କମ୍‌ ।

୧୯-ନେତାଜୀ, ସୁରେନ୍ଦ୍ର ସାଏଙ୍କ ପ୍ରେରଣା ପିଲାମାନେ ନେବା ଦରକାର: ରାଷ୍ଟ୍ରପତି ।

୨୦-ପାକିସ୍ତାନରେ ସୋମବାର ଗୁରୁତର ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ଦେଶବ୍ୟାପୀ ଲକ୍ଷଲକ୍ଷ ଜନସାଧାରଣ ନାନା ଅସୁବିଧା ସମ୍ମୁଖୀନ ହୋଇଛନ୍ତି।

୨୧-ପୋଜିସନ ମ୍ୟାଚ୍‌ ପାଇଁ ପହଞ୍ଚିଲା ଭାରତୀୟ ଦଳ ।

୨୨-ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ୧୫ ଦିନରେ ତୃତୀୟ ଘଟଣା ।

୨୩-କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ, ସ୍ପେନ୍, ନିଉଜିଲ୍ୟାଣ୍ଡ, ଜର୍ମାନୀ ଓ କୋରିଆ ଖେଳିବେ। ଆସନ୍ତା ୨୪ ଓ ୨୫ ତାରିଖ ଦିନ କ୍ଵାଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

ସୁପ୍ରଭାତ ,ଶୁଭ ସକାଳ
🎍ଆଜିର ସ୍ୱାସ୍ଥ୍ୟ ସୂଚନା🎍

●●●●●●●●●●●●●●●●●●●●●

🔰ସ୍ବାସ୍ଥ୍ୟୋପକାରୀ କଖାରୁ ଫୁଲ🔰

➡️କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଆସନ୍ତୁ ଜାଣିବା, କଖାରୁ ଫୁଲର କିଛି ବିଶେଷ ଗୁଣ ସମ୍ପର୍କରେ…👇👇

🍁ଥଣ୍ଡା ପାଇଁ ବେଶ୍‌ ଉପଯୋଗୀ:– କଖାରୁ ଫୁଲରେ ଭିଟାମିନ୍‌ ସି ଭରିରହିଛି, ଯାହା ଥଣ୍ଡା, କାଶ, କଫ ଆଦି କମାଇବାରେ ସାହାଯ୍ୟ କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍‌ ‘ସି’ର ପରିମାଣ ଅନେକାଂଶରେ ପୂରଣ ହୋଇଥାଏ । ଏହା ଶରୀରରେ ଲୌହ ଓ ଖଣିଜ ଲବଣ ମାତ୍ରାକୁ ସନ୍ତୁଳିତ ରଖେ, ଯାହା ଶରୀରକୁ ସୁସ୍ଥ ରଖିଥାଏ ।

🍁ଦୃଷ୍ଟିଶକ୍ତି ବଢ଼ାଏ:– ଭିଟାମିନ୍‌ ‘ଏ’ ଦୃଷ୍ଟିଶକ୍ତି ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ଭିଟାମିନ୍‌ କଖାର ଫୁଲରେ ରହିଛି । ବେଳେବେଳେ ଆଲୋକର ରଙ୍ଗ ପରିବର୍ତ୍ତନ ହେବା ଦ୍ୱାରା ଏହାର ପ୍ରଭାବ ଆମ ଆଖି ଉପରେ ପଡ଼ିଥାଏ । ମାତ୍ର କଖାରୁ ଫୁଲ ଖାଇବା ଦ୍ୱାରା ଏହା କିଛି ମାତ୍ରାରେ ଆମକୁ ରକ୍ଷା କରିଥାଏ । ଏହା ଅନ୍ଧାରକଣା ସମସ୍ୟାକୁ କେତେକାଂଶରେ ଦୂର କରିଥାଏ ।

🍁ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ କରେ :– ବେଳେବେଳେ ଆମେ ବାହାର ଜୀବାଣୁ ଯୋଗୁ କେତେକ ରୋଗର ଶିକାର ହୋଇଥାଉ । ଏହି ଜୀବାଣୁଗୁଡ଼ିକୁ ପ୍ରତିହତ କରିବାର କ୍ଷମତା କେତେକାଂଶରେ କଖାରୁ ଫୁଲର ରହିଛି ।

🍁ଅସ୍ଥିକୁ ମଜଭୁତ କରାଏ :– କଖାରୁ ଫୁଲରେ କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ ପ୍ରଚୁର ପରିମାଣରେ ରହିଛି, ଯାହା ଅସ୍ଥି ଓ ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରେ । ଆଣ୍ଠୁଗଣ୍ଠି ବାତ ଏବଂ ଅଷ୍ଟିଓପୋରୋସିସ୍‌ ଆଦି ରୋଗକୁ ଏହା କେତେକାଂଶରେ ପ୍ରତିହତ କରିଥାଏ ।

🌹 🙏ॐ ଶ୍ରୀହରି🙏🌹

*📿📿📿📿📿📿📿📿📿📿*

ସ୍ଲଗ: ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ କୁ ମିଳିଛି କ୍ୟାବିନେଟ ମଞ୍ଜୁରୀ।ଯାଜପୁର ଆଙ୍କରଯାଜପୁର ଜିଲ୍ଲା ର କୋରେଇ ଓ ବରୀ ବ୍ଲକ ରେ ଦୁଇଟି ମେଗା...
23/01/2023

ସ୍ଲଗ: ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ କୁ ମିଳିଛି କ୍ୟାବିନେଟ ମଞ୍ଜୁରୀ।
ଯାଜପୁର
ଆଙ୍କର
ଯାଜପୁର ଜିଲ୍ଲା ର କୋରେଇ ଓ ବରୀ ବ୍ଲକ ରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ କୁ ମିଳିଛି କ୍ୟାବିନେଟ ମଞ୍ଜୁରୀ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୪ କୋଟି ୬୭ ଲକ୍ଷ ଟଙ୍କା‌ର ମଂଜୁରୀ ମିଳିଛି। ଯାହାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୋରେଇ ବିଧାୟକ ଅଶୋକ ବଳ ଏବଂ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଏହି ଦୁଇଟି ପ୍ରକଳ୍ପ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,5 ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ଉଭୟ ପ୍ରକଳ୍ପ ଶେଷ ହେବା ପରେ ଉଭୟ ବ୍ଲକ ବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଇଛି।
ଯାଜପୁର ବ୍ୟୁରୋ

23/01/2023


ବ୍ୟାସନଗରରେ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ସୁବର୍ଣ୍ଣ ଜୟନ୍ତୀ ଓ ମହାନାୟକ ନେତାଜୀ ଜୟନ୍ତୀ
ଯାଜପୁର
ପ୍ରଥମଥର ପାଇଁ ସାରା ଓଡିଶାରେ ଅଭିନବ ଅଭିଯାନ । ବ୍ୟାସନଗରରେ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ସୁବର୍ଣର୍ ଜୟନ୍ତୀ ଓ ମହାନାୟକ ନେତାଜୀ ଜୟନ୍ତୀ । ମହାସମ୍ମିଳନୀ ୨୩ ଜାନୁଆରୀ ୨୦୨୩ । ପୂର୍ବାହ୍ନ ୧୧ ଘଟିକା ଉତ୍ସବ ପ୍ୟାଲେସ୍‍ ଯାଜପୁର ରୋଡରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

ମହାସମ୍ମିଳନୀର କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ନାୟକ କହିଲେ - ସକାଳ ୯ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଯାଜପୁର ରୋଡ ସହରରେ ଆଜାଦୀ ଠେଙ୍ଗାବାହିନୀ ମାର୍ଚ୍ଚ ଫାଷ୍ଟ୍‍ କରିବେ । ପୂର୍ବାହ୍ନ ୧୧ ଘଟିକା ସମୟରେ ଉତ୍ସବ ପ୍ୟାଲେସ୍‍ ଠାରେ ମହାସମ୍ମିଳନୀର ଖୋଲା ଅଧିବେଶନ ହେବ । ପ୍ରଥମେ ମହାନାୟକ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ସଂଗୀତ ଗାନ କରାଯିବ । ସଭାପତିତ୍ୱ କରିବେ କୃଷକ ଲକ୍ଷ୍ମଣ ଦାଶ, ପ୍ରତିଷ୍ଠାତା ଚିଫ୍‍ କମାଣ୍ଡର, ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ । ଆବାହନୀ ସଂଗୀତ “ଜୀବନର ଜୟଗାନ” ପରିବେଷଣ କରିବେ ଆର୍ତ୍ତବନ୍ଧୁ ମହାନ୍ତ । ସମ୍ମାନୀତ ଅତିଥି ଭାବେ ଓଡିଶା ହାଇକୋର୍ଟର ବିଶିଷ୍ଟ ଆଇନ୍‍ଜୀବୀ ବିଭୂପ୍ରସାଦ ତ୍ରିପାଠୀ ଯୋଗଦେବେ । ଅନ୍ୟତମ ବକ୍ତା : ଆକାଶ ଦାସନାୟକ, ପୂର୍ବତନ ବିଧାୟକ, କୋରେଇ ନିର୍ବାଚନ ମଣ୍ଡଳୀ । ମୁଖ୍ୟବକ୍ତା ମାୟାଧର ନାୟକଙ୍କ ଦୀକ୍ଷାନ୍ତ ଭାଷଣ - ସମଗ୍ର ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧ ଘନଘଟା, ମହାମାରୀ କରୋନାର କୋକୁଆ କୁହାଟ, ବିଶ୍ୱବ୍ୟାପୀ କ୍ଷୁଧା, ରୋଗ, ପାପରୁ ମୁକ୍ତି, ମହାନାୟକ ନେତାଜୀଙ୍କ ମୃତ୍ୟୁ ଓ ତାଙ୍କ ଆଦର୍ଶ ସଂପର୍କରେ । ଆଲୋଚନା କରା ଯିବ l
ଦ୍ୱିତୀୟ ଅଧିବେଶନ ଅପରାହ୍ନ ୫ଟା ବେଳେ ପରିଚାଳନା କରିବେ କମାଣ୍ଡର କୃଷକ ଲକ୍ଷ୍ମଣ ଦାଶ । ମାୟାଧର ନାୟକ ସମ୍ବିଧାନ, ଶପଥପତ୍ର ସଂପର୍କରେ ପ୍ରସ୍ତାବ ଆଗତ କରିବେ । ଉପସ୍ଥିତ ପ୍ରତିନିଧିମାନେ ବକ୍ତବ୍ୟ ରଖିବେ । ସମ୍ବିଧାନ ଓ କମିଟି ଗଠନ ପ୍ରସ୍ତାବ ଗୃହିତ କରାଯିବ । ପରେ ପରେ “ହାତ ନଥିଲେ ନଥାଉ ପଛେ, କାହିଁ ବା ତିଳେ ବ୍ୟଥା, ମାଟି ଉପରେ ପାଦ ଅଛି ତ, ଆକାଶ ତଳେ ମଥା” । ଦୁଇ ହାତ ନଥିବା ଝିଅ ଉର୍ବଶୀ ଦାସ – ଶିକ୍ଷିତା, ଶିକ୍ଷୟତ୍ରୀ, ଗୋଡରେ ଲେଖାପଢା, ଗୋଡରେ ପରିବା କଟା, ଗୋଡରେ ରୋଷେଇ, ଗୋଡରେ ଖାଇବା ପ୍ରମୂଖ କାର୍ଯ୍ୟକ୍ରମ ମଞ୍ଚ ଉପରେ ପରିବେଷଣ କରିବେ । ଦୁଃସାହାସୀ ନାରୀ ଅଟୋଚାଳିକା ସନ୍ତୋଷୀ ଦେଓ ତାଙ୍କର ବ୍ୟଥା, ବେଦନା, ସଂଘର୍ଷ ଓ ସାହସିକତାର କାହାଣୀ ବଖାଣିବେ । ଶେଷରେ ଆଜାଦୀ ଠେଙ୍ଗାବାହିନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କିତ ଭିଡିଓ ବଡ ପରଦାରେ ପରିବେଷଣ କରାଯିବ ।

ବମ୍ବେରୁ ଫିଲମ୍‍ ଡାଇରେକ୍ଟର ଲର୍ଡସ୍‍ ଅଫ୍‍ ୟୁନିଭର୍ସ – ଶ୍ରୀ ଜଗନ୍ନାଥଙ୍କ ଉପରେ ନବକଳେବର ଡକ୍ୟୁମେଣ୍ଟାରୀ ଫିଲ୍‍ମରେ ରାଷ୍ଟ୍ରପତିପ୍ରଥମଥର ପାଇଁ ସାରା ଓଡିଶାରେ ଅଭିନବ ଅଭିଯାନ ।
ବ୍ୟୁରୋ ୱାର୍ଲଡ ଷ୍ଟାର ଇଣ୍ଟର ନେସନାଲ

Send a message to learn more

ଅନୁଚିନ୍ତା                             *ଦାନ ଦେଇ ତୁଣ୍ଡ ଖୋଲିବୁ ନାହିଁ,*   ‌   *ଭୋଜି ଦେଇ ମୁଣ୍ଡ ଗଣିବୁ ନାହିଁ,*       *ଘର ତୋଳି ଖ...
23/01/2023

ଅନୁଚିନ୍ତା

*ଦାନ ଦେଇ ତୁଣ୍ଡ ଖୋଲିବୁ ନାହିଁ,*
‌ *ଭୋଜି ଦେଇ ମୁଣ୍ଡ ଗଣିବୁ ନାହିଁ,*
*ଘର ତୋଳି ଖର୍ଚ୍ଚ ଲେଖିବୁ ନାହିଁ,*
*ଗଛ ତୋଳି ଫଳ ଖୋଜିବୁ ନାହିଁ..।*
*ନିଜର ଅମାପ ଧନ ସଂପତ୍ତି ଥାଇ ଯଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା,ଦିନେ ତାକୁ ହରେଇବାକୁ ପଡ଼ିବ।*
*ଭଲ କାମ କରିବା ଜାରି ରଖିଥାନ୍ତୁ,ସମ୍ମାନ କିଏ କରନ୍ତୁ ବା ନ କରନ୍ତୁ,ଯେପରି କୋଟି କୋଟି ଲୋକ ଶୋଇଥିଲେ ମଧ୍ୟ ସୂର୍ଯ୍ୟୋଦୟ ହୋଇଥାଏ।*
*ଯିଏ ଦୋଷ କରି କ୍ଷମା ମାଗେ ସେ ଖୁବ୍ ସାହାସୀ,ଯିଏ ପ୍ରତିଶୋଧ ନ ନେଇ କ୍ଷମା କରିଦିଏ ସେ ଶକ୍ତିଶାଳୀ ଆଉ ଯିଏ ସବୁକିଛି ଭୁଲିଯାଏ ସେ ବଡ଼ ସୁଖି।*
: ଆଜିର ସୁବିଚାର
*ଜୀବନ ରେ ବେଶୀ ସମ୍ପର୍କ ଦରକାର ନାହିଁ ଯେଉ ସମ୍ପର୍କ ଅଛି ତା ଭିତରେ କିଛି ଜୀବନ ଥିବା ଦରକାର ..... !!"*

*ଆଖି ସବୁ ଜିନିଷ ଦେଖିପାରେ କିନ୍ତୁ ଆଖିରେ କିଛି ପଡିଗଲେ ଦେଖି ହୁଏ ନାହିଁ ଠିକ ସେହିପରି ମଣିଷ ଅନ୍ୟମାନଙ୍କ ଭୁଲକୁ ଦେଖିପାରେ କିନ୍ତୁ ନିଜ ଭୁଲକୁ କେବେ ଦେଖିପାରେ ନାହିଁ !!"*

*ଅନ୍ୟକୁ ଅତ୍ୟଧିକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହିନ ହେବାକୁ ପଡେ .... ଏହା ହିଁ ନିରାଟ ସତ୍ୟ .. !!"*

*"ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁ ଥାଏ ଉପରବାଲା ତାର ହସ କେବେ ଛଡେଇ ନ ଥାନ୍ତି !!"*

ଅଦ୍ୟ ଜାନୁଆରୀ ମାସ ୨୩ ତାରିଖ ୨୦୨୩
ମସିହା(ସୋମବାର)

*ଶକାବ୍ଦ -୧୯୪୪*

*ସମ୍ବତ -୨୦୭୯*

*ଦିଲ୍ଲୀସ୍ୱରାଦ୍ଧ-୧୪୩୦*

*ସମ୍ବତ୍ସର-ଅନଳ*

*ମାଘମାସ-ଶୁକ୍ଲପକ୍ଷ*

*ତିଥି- ଦ୍ଵିତୀୟା ସନ୍ଧ୍ୟା ୦୬/୫୦ ଗତେ ତୃତୀୟା*

*ନକ୍ଷତ୍ର-ଧନିଷ୍ଟା ରାତ୍ରି ୦୧/୦୮ ଗତେ ଶତଭିଷ।*

*ଚନ୍ଦ୍ର- ମକର ଦିବା ୦୨/୨୪ ଗତେ କୁମ୍ଭ*

*ଯୋଗ- ଅଶ୍ରୁକ୍*

*କରଣ - ବାଳବ*

*ସୌରମାସ- ମକର ୧୦ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୧୩*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୪୯*

*✧═════•❁❀

*ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୫୦ ଗତେ ଅଗ୍ନିକୋଣେ*

*ସିଂହ ରାଶିର ଘାତଚନ୍ଦ୍ର*

*ମିଥୁନ ରାଶିର ଘାତବାର*

*ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

✧═════•❁❀❁•═══

*କାଳବେଳା - ଦିବା ଘ ୦୭/୫୦ ଗତେ ଘ୦୯/୧୨ମଧ୍ୟେ*

*ବାରବେଳା - ଦିବା ଘ୦୨/୪୫ ଗତେ ଘ୦୪/୦୮ ମଧ୍ୟେ*

══•❁❀❁•═

*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୪୯ ମଧ୍ୟେ ଓ ଘ୧୧/୧୫ ଗତେ ଘ୦୧/୪୦ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୦୯ ଗତେ ଘ୦୫/୩୧ ମଧ୍ୟେ*

═✧*══•❁❀❁•═════✧

*ଅଦ୍ୟ ବୋଇତି କାଖରୁ ସନ୍ଧ୍ୟା ୦୬/୫୦ ଗତେ ପୋଟଳ ଭକ୍ଷଣ ନିଷେଧ*

*═✧*══•❁❀❁•═════

*✧═════•❁❀❁•═════✧*

ଆଜିର ରାଶିଫଳ*

*✧═════•❁❀❁•═════✧*

*🌹ମେଷ🌹👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*🌹ବୃଷ🌹👉:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*🌹ମିଥୁନ🌹👉:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।*

*🌹 କର୍କଟ 🌹👉:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।*

*🌹ସିଂହ🌹👉:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*🌹କନ୍ୟା🌹👉:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*🌹ତୁଳା🌹👉:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*🌹ବିଛା🌹👉:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।*

*🌹ଧନୁ🌹👉:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*🌹ମକର🌹👉:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*🌹କୁମ୍ଭ🌹👉:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*🌹ମୀନ🌹👉:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*
ଆଜିର ସ୍ୱାସ୍ଥ୍ୟ ସୂଚନା💌*
*🦚🦚*
*✤• • • • • • ✤ • • • • • • ✤• • • • • • ✤*

*🔘ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ସକାଳୁ ପଇଡ଼ ପାଣି ପିଇବାର ୫ଟି ବଡ ଉପକାର ସମ୍ପର୍କରେ :-*

*📝ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ ଓ ଏହା ସହିତ ଶରୀରକୁ ଶକ୍ତି ମଧ୍ୟ ଯୋଗାଇ ଥାଏ l ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ଦୂର କରିଥାଏ l ପ୍ରତିଦିନ ପଇଡ ପିଇବା ଦ୍ୱାରା ଶରୀରରୁ ଡି ହାଇଡ୍ରେସନ ଦୂର ହୋଇଥାଏ l ଶରୀରର ଇମ୍ୟୁନିଟି ମଜବୁତ ହୋଇଥାଏ l ପଇଡ ରେ ଖଣିଜ ପଦାର୍ଥ ଅଧିକ ରହିଥାଏ l ପଇଡ଼ ରେ ଫ୍ୟାଟ କୋଲେଷ୍ଟ୍ରଲ ଓ ଶର୍କରା ର ମାତ୍ରା ଖୁବ କମ ରହିଥାଏ l ବିଶେଷଜ୍ଞ ମାନଙ୍କ ମତରେ ସକାଳୁ ପଇଡ଼ ପାଣି ପୀଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ଓ ଶରୀର ଅଧିକ ଫୁର୍ତି ଲାଗିଥାଏ l*

*❣️କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ପଇଡ଼ ପାଣି ଖୁବ ହିତକର l ଏହା ୟୁରିନାରୀ ଟ୍ରାକ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l ତା ସହିତ କିଡ୍ନୀ କୁ ଷ୍ଟୋନ ଠାରୁ ଦୁରେଇ ରଖିଥାଏ l*

*❣️ପଇଡ଼ ନିୟମିତ ସେବନ କରିବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଏହାଦ୍ୱାରା ଅନେକ ରୋଗରୁ ଆରମ୍ ମିଳିଥାଏ l ଆମ ଅନ୍ତ କୋଷ ମଧ୍ୟ ସୁସ୍ଥ ରୁହେ l ଗ୍ୟାସ ଏସିଡ଼ିଟି ସମସ୍ୟା ଦୁରେଇ ଯାଇଥାଏ l*

*❣️ପଇଡ଼ ପାଣି ଥାଇରଏଡ ରୋଗୀ ମାନଙ୍କ ପାଇଁ ଖୁବ ହିତକର ଅଟେ l ସକାଳୁ ପଇଡ଼ ପାଣି ପୀଇବା ଦ୍ୱାରା ଥାଇରଏଡ ହର୍ମୋନ ସନ୍ତୁଳିତ ରହିଥାଏ l*

*❣️ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପଇଡ଼ ପାଣି ଖୁବ ପ୍ରଭାବଶାଳୀ l ଏଥିରେ କ୍ୟାଲୋରୀର ମାତ୍ରା ଖୁବ କମ ରହିଥାଏ ଓ ଫ୍ୟାଟ ଖୁବ କମ ରହିଥାଏ l ପଇଡ଼ ପାଣି ପୀଇବାର ଦୀର୍ଘ ସମୟ ଧରି ଭୋକ ଲାଗି ନଥାଏ l ତେଣୁ ଏହା ଓଜନ ହ୍ରାସ କରିବା ପାଇଁ ହିତକର l*

*❣️ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଇଡ଼ ପାଣି ଖୁବ ଉପକାରୀ l ପଇଡ଼ ପାଣି ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ ଓ ତ୍ୱଚାରେ ଚମକ ଆଣିଥାଏ l ତ୍ୱଚାର ସମସ୍ତ ଦାଗ କୁ ମଧ୍ୟ ପଇଡ଼ ପାଣି ଦୂର କରେ l*

*🌹🌳🔘ସୁସ୍ଥ ରୁହନ୍ତୁ ସୁଖୀ ରୁହନ୍ତୁ🔘🌳🌹*

Address


Telephone

+918328876038

Website

Alerts

Be the first to know and let us send you an email when The World Star International posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The World Star International:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share