AIMA MEDIA Bhubaneswar

  • Home
  • AIMA MEDIA Bhubaneswar

AIMA MEDIA Bhubaneswar ONLY TRUE NEWS - I HATE FAKE NEWS ALWAYS,

01/06/2021
ରାଜ୍ୟରେ ବଢିଲା ଲକଡାଉନ ଅବଧି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ସୋମବାର...
18/05/2021

ରାଜ୍ୟରେ ବଢିଲା ଲକଡାଉନ ଅବଧି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି । ଜନସାଧାରଣଙ୍କୁ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା ସମୟ ମିଳିବ । ସକାଳ ୭ରୁ ୧୧ଟା ଭିତରେ ଲୋକେ ପନିପରିବା ଓ ସଉଦା ଆଦି କିଣିପାରିବେ । ଘରଠାରୁ ୫୦୦ ମିଟର ଭିତରେ ଚାଲି ଚାଲି ଯାଇ କିଣିପାରିବେ ,

ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ । ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ । ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ବାରଣ କରାଯାଇଛି । କେବଳ ପାର୍ସଲ ଦେଇପାରିବେ । ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ।

16/05/2021

ODISHA GOVT UPDATE :
ରାଜ୍ୟରେ କୋରନା ସଂକ୍ରମଣ ପୂର୍ବ ଅପେକ୍ଷା ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ଆଗରୁ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି। ଏହା କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ତେବେ ସମସ୍ତେ କୋଭିଡ ଗାଇଡ଼ ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି, ଗାଁ ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି। କୋଭିଡ ଗାଇଡ଼ ଲାଇନ ନମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଛନ୍ତି। ଯଦି ୧୯ ତାରିଖ ଭିତରେ ନିୟନ୍ତ୍ରିତ ଅବସ୍ଥାକୁ ନାଆସିଲା ତେବେ ସରକାର ଲକ ଡାଉନ ପାଇଁ ପୁଣି ବାଧ୍ୟ ହେବେ ବୋଲି କହିଛନ୍ତି।

16/05/2021

(ODISHA STATE GOVT ADVISORY)
ଲକ୍ ଡାଉନ ଓ ସପ୍ତାହାନ୍ତ ସଟ୍ ଡାଉନ ବେଳେ ଅନେକ ବ୍ୟକ୍ତି ବିଭିନ୍ନ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି । ତେବେ ଅନେକ ଫେକ୍ ଆଇଡି କାର୍ଡ ବା ଜାଲ ପରିଚୟ ପତ୍ର ଦେଖାଉଛନ୍ତି । ଯାହା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ବଡକଥା ହେଲା, ଗଣମାଧ୍ୟମ ସଂସ୍ଥା ତରଫରୁ ପ୍ରଦତ କାର୍ଡ ମଧ୍ୟ ଜାଲି ବାହାରିଛି । ତେଣୁ ଏହାକୁ ରୋକିବାକୁ ପୁଲିସ କମିଶନର ନୁଆ ଫର୍ମୁଲା କାଢ଼ିଛନ୍ତି । କେଉଁ ସଂସ୍ଥା କେଉଁମାନଙ୍କୁ ଅଫିସ ଆସିବାକୁ କହିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିବେ । ଏବଂ ଏହି ଷ୍ଟାଫ୍ ତାଲିକା ଡିସିପି ଅଫିସରେ ଦାଖଲ କରିବାକୁ ପଡିବ । ଅଫିସ ପ୍ରଦତ୍ତ ପରିଚୟପତ୍ର ସହ ଅଥରାଇଜେସନ୍ ଲେଟର ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଫଳରେ ଜାଲି ପରିଚୟପତ୍ରଧାରୀଙ୍କୁ ସାବାଡ କରି ହେବ ।

16/05/2021

ODISHA STATE GOVT.
ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ଆଉ ଏହା ମଧ୍ୟରେ ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ ଜଗତକୁ ଲାଗିଛି ବଡ଼ ଝଟକା । ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ ସୁଟିଂ ଉପରେ ରୋକ୍‌ ଲଗାଇଛନ୍ତି .

Address


Telephone

+917504883235

Website

Alerts

Be the first to know and let us send you an email when AIMA MEDIA Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AIMA MEDIA Bhubaneswar:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share