04/07/2021
#ଖପୁରୀ ଲେଖା : କୈଳାଶ କର
ପ୍ରାୟ 1984 ମସିହା କଥା।anthropology ନେଇ ପଢୁଥିଲି ମୁଁ।ଆମ ଲ୍ୟାଵ୍ ରେ ସେତେବେଳେ ପ୍ଲାଷ୍ଟିକ୍ ର ମଣିଷ ଖପରୀ ଥିଲା।ଆମ ମ୍ୟାଡମ ପଢାଉ ପଢାଉ କ୍ଲାସରେ କହିଲେ,କେଉଁଠୁ ଗୋଟିଏ ମଣିଷ ଖପରୀ କେହି ଯୋଗାଡ କରିପାରିବ କି,ଅର୍ଥ ଦେଲେ ମଧ୍ୟ ମିଳୁନାହିଁ।ହଠାତ୍ ମୋ ମନେପଡିଲା ମୋ ପିଲାଦିନର କଥା।ଥାନା ହତା ମଧ୍ୟରେ ଥିବା ବୋଉଳ ଗଛର ଡାଳ ମାଙ୍କଡି ଖେଳ ଓ ତା ପାଖ ଗଛରେ ଝୁଲା ହୋଇଥିବା ମଣିଷ ମୁଣ୍ଡ।ମୋ ମୁଣ୍ଡରେ ହିରୋ ହେବାପାଇଁ ଏକ ଦୁର୍ବୁଦ୍ଧୀ ଜୁଟିଲା, କିପରି ଖପୁରୀ ଚୋରି କରିବି,ପୁଣି ଥାନା ପରିସରରୁ।ସେ ସମୟରେ ବହୁତ ବିଜୁଳି କାଟ୍ ହେଉଥାଏ ସନ୍ଧ୍ୟା ସମୟରେ।ଏହାର ସୁଯୋଗରେ ମୁଁ ଥାନା ପରିସରରେ ପଶି ବୋଉଳ ଗଛରେ ଚଢ଼ି ଏକ ବ୍ୟାଗ୍ ଭିତରେ ଥିବା ଖପୁରି କୁ ନେଇ ଚମ୍ଫଟ ମାରି, ତହିଁ ଆରଦିନ କଲେଜରେ ମ୍ୟାଡମଙ୍କୁ ଦେଇଦେଲି,ସେଥିରେ ଲେଖାଗଲା Donated by kailash Kat.।ଯିଏ ପରିଦର୍ଶନ ପାଇଁ ଯାଆନ୍ତି, ସେ ଖପୁରି ଦେହରେ ଟିକିଏ ହାତ ବୁଲେଇ ଦିଅନ୍ତି।କାଳକ୍ରମେ Donated ଶବ୍ବଟି ଲିଭିଗଲା ଓ ତାହା କଲେଜ୍ ଲ୍ୟାବ୍ ରେ ମଧ୍ୟ ସ୍ଥାନ ପାଇଲା।ଏହା ପୂର୍ବରୁ ମଧ୍ୟ,ଅପରିପୋକ୍ୱ ଶିଶୁ ଭ୍ରୁଣ ମଧ୍ୟ hospital ରୁ ଆଣି କଲେଜ କୁ ଦେଇଛି।
ଏଇ ସେଦିନ କଥା,ମୋ ଅତ୍ୟନ୍ତ ଘନିଷ୍ଠ ବାନ୍ଧବୀ ତା ପୁରା ପରିବାର ସହିତ କଲେଜ କୁ ଆସି ଲ୍ୟାଵ୍ ଦେଖିବାକୁ ଗଲା।କାରଣ,ମୋ ସହିତ ଦ୍ୱତୀୟ ବର୍ଷ ପର୍ଯ୍ୟନ୍ତ Anthropology ନେଇ ପଢୁଥିଲା।ହଠାତ୍ ତା ନଜର ପଡିଲା ସେ ଖପୁରୀ ଉପରେ, ଯେଉଥିରେ ଲେଖାଥିଲା କୈଳାଶ କର, Donated ଶବ୍ବଟି ଲିଭିଯାଇ ଥିଲା।ସଙ୍ଗେ ସଙ୍ଗେ ତା ଆଖରେ କୋୖଣସି ବାଧା ନମାନି ଲୁହ ଝରିଗଲା,ଆଉ ଆଖିର ଲୁହକୁ ହାତରେ ନେଇ ମୋ ଦେଇଥିବା ଖପୁରି ଦେହରେ ପୋଛି ଦେଲା।ଲ୍ୟାଵ୍ ଆଟେଣ୍ଡାଣ୍ଟ କୁ ପଚାରିଲା,କୈଳାଶ କର କଣ ଚାଲିଯାଇଛନ୍ତି?।ସତରେ ମୋତେ ଆଜି ବହୁତ ଖୁସି ଲାଗିଲା, ଯିଏ ମୋପାଇଁ ଟୋପାଏ ଲୁହ ପୁର୍ବରୁ ଗଡେଇ ନାହିଁ, ମୁଁ ନମରି ବଞ୍ଚି ଥାଉଥାଉ ତା ଆଖିର ଲୁହ ମୋ (ପ୍ରଦତ୍ତ)ଖପୁରି ଉପରେ ଢାଳିଦେଇ ଚାଲିଗଲା।ବାଃ ବାଃ ରେ ଦୁନିଆ।