Aama mayurbhanj tv

  • Home
  • Aama mayurbhanj tv

Aama mayurbhanj tv AAMA MAYURBHANJ TV is completely the information about our culture,tradition, language etc

25/06/2023

ମାଳିକା ରେ ଲେଖା ଅଛି କି ନାହିଁ, ମୁଁ ତ ଜାଣିନି, କିନ୍ତୁ ଯୋଉଦିନ ଠୁ ବାରିପଦା ରଥଯାତ୍ରା ଦେଖିଆସିଛି ସେହି ଦିନଠୁଁ ଶୁଣି ଆସୁଛି, ବାରିପଦା ହେଉଛି ଦ୍ଵିତୀୟ ଶ୍ରୀକ୍ଷେତ୍ର........

24/06/2023

ଦ୍ଵିତୀୟ ଶ୍ରୀ କ୍ଷେତ୍ର ବାରିପଦା....

ମା ଗୁଣ୍ଡିଚା ରାଣୀ ଅନେଇ ବସି ଥିଲେ, କେତେବେଳେ କଳା ନନ୍ଦନ ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ କୁ ବିରାଜମାନ କରିବେ।ଆଖିରୁ ପାଣି ଶୁଖିଗଲାଣି ଅନେଇ ଅନେଇ।
କଳା କହ୍ନାଇ ଅଝଟିଆ ଟିଏ।
ବାଟରେ କେତେ କଣ ଲୀଳା ଖେଳ କରୁଥିବ।
ବଡଦାଣ୍ଡ ଜନସମୁଦ୍ର ହୋଇଯାଇଥିବା ବେଳେ, ଭକ୍ତ ମାନେ କଣ ଏତେ ଶୀଘ୍ର ତାକୁ ଆସିବାକୁ ଦେବେ।
ବଡଭାଇଙ୍କୁ,ଭଉଣୀ କେତେବେଳୁ ଆସି ଅନେଇ ବସିଛନ୍ତି
କଳା କାହ୍ନୁ କେତେବେଳେ ପହଞ୍ଚିବ।
ଗୁଣ୍ଡିଚା ମାଉସୀ କେତେ କଣ କାକରା, କ୍ଷୀରି, ପୁରୀ, ରସାବଳୀ, ଛେନାପୋଡ଼, ପୋଡ଼ପିଠା କରି ଅନେଇ ବସିଛି କାଳିଆ ଆସିଲେ, ତାକୁ ନିଜେ ଖୋଇ ଦେଇ ଲୁଗା କାନିରେ ମୁହଁ ପୋଛି ଦେଇ ଅଝଟିଆ ହେବ ମାଉସୀ କୋଳରେ ଶୋଇ ବାକୁ।
କାଳିଆ ସୁଜା ଟା ଥକି ଯାଇଥିବ ବିଚରା।
ଛୁଆଟାକୁ ନଚେଇ ନଚେଇ ଆସିଥିବେ ଭକ୍ତ ମାନେ।
ସବୁ ଅପେକ୍ଷାର ଅନ୍ତ ଘଟାଇ ପହଞ୍ଚିଥିଲେ ମାଉସୀ ଦୁଆରେ।
ବାରିପଦା ର ପରମ୍ପରା ଭକ୍ତ ମାନଙ୍କୁ "ଗୁଡ଼ ଲଡୁ " ଦେଇ
ବୁଝାଇ ଶୁଝାଇ ମାଉସୀ ଘରକୁ ପହଞ୍ଚିଥିବା ବେଳେ
ମାଉସୀ ଗୁଣ୍ଡିଚା ରାଣୀ ଆଖିରୁ ଲୁହ ଗଡି ଯାଉଥିଲା ଆପେ ଆପେ।
ଏଇ ଜନ୍ମବେଦୀରେ କେତେ ଲୀଳା ଖେଳ ନ ଦେଖିଛି କଳା କାହ୍ନୁ ର........
ଆଜି ବି ସେଇ ପରମ୍ପରା ଚାଲି ଆସିଛି
ମା ଓ ମାଉସୀ ର ପରମ୍ପରା....
ଆଜି ବାରିପଦା ମାଉସୀ ମା ମନ୍ଦିର ରେ ଦ୍ଵିତୀୟ ସନ୍ଧ୍ୟାରେ
ହରିହର ଅବତାର ରେ ଦର୍ଶନ ଦେଇଥିଲେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ।
ମୋ କ୍ୟାମେରା ରୁ କିଛି......

26/03/2023

ଚୈତ୍ର ଶୁକ୍ଲ, ହିନ୍ଦୁ ନବ ବର୍ଷର ଆଗମନ, ବାରିପଦା ର ମା ଅମ୍ବିକା ଙ୍କ ମନ୍ଦିରରେ ନବରାତ୍ର ପାଳିତ ହେଉଥିବା ବେଳେ, ପ୍ରତ୍ଯକେ ଦିନ ସନ୍ଧ୍ୟାରେ ମାଆଙ୍କ ଆଳତି ବେଳେ ଭକ୍ତ ଙ୍କ ଭିଡ ଲାଗି ରହିଥାଏ ସେଇ କିଛି ସମୟ ପାଇ, ସମସ୍ତେ ମାଆଙ୍କ ପାଖରେ
ନିଜର ସୁଖ ଦୁଃଖ ର ଗୁହାରି ଜଣାଇବାକୁ ଦୌଡ଼ି ଆସିଥାନ୍ତି।
ମା କିନ୍ତୁ କାହାକୁ ନିରାଶ କରିନି, ସେଇ ବିଶ୍ବାସ ଆଉ ଭକ୍ତି,ମା ଆଜି କାହିଁକି କୋଉ ଯୁଗରୁ ମା ହୋଇ ବସିଛି, ସେଇଠି ସେମିତି।
ପ୍ରତ୍ଯକେ ଦିନ ବିବିନ୍ନ ବେଶରେ ସଜେଇ ହୁଅନ୍ତି।
ମା କୁ ଦେଖିଲେ ଲାଗେ ସତରେ ମା ସମସ୍ତଙ୍କୁ ଚାହିଁରହିଛନ୍ତି ,ନିଜର ପଣତ କାନିରେ ଘୋଡାଇ ରଖିଛନ୍ତି ଭକ୍ତ ମାନଙ୍କୁ।
କିଛିଦିନ ତଳେ ମୋର ବନ୍ଧୁ ଅଧ୍ୟାପକ ସୁନୀଲ ଜେନାଙ୍କ
ରୟାଲ୍ ମ୍ୟୁଜିକ୍ ପ୍ରସ୍ତୁତ ବିଶିଷ୍ଠ କଣ୍ଠ ଶିଳ୍ପୀ ଶାନ୍ତନୁ ସିଂହ ଙ୍କ କଣ୍ଠରେ ମା ଅମ୍ବିକା ଙ୍କ ଭଜନ ଟି ଶୁଣିଲି, ସେଇ ଆଧାରରେ
ଭଜନ ଟିକୁ ଉପସ୍ଥାପିତ କରିଛି ମାତ୍ର.....
ଧନ୍ଯବାଦ୍ ଦେବି ବନ୍ଧୁ ସୁନୀଲ ସାର୍ ଙ୍କୁ, ଧନ୍ଯବାଦ୍ ଦେବି
କଣ୍ଠ ଶିଳ୍ପୀ ଶାନ୍ତନୁ ବାବୁଙ୍କୁ।
ବିଶେଷ କରି ମୋର ଏହି ପ୍ରୟାସ କୁ ଜାରି ରଖିବାରେ ଯୋଉମାନେ ବିଶେଷ ଉତ୍ସାହ ଆଉ ପ୍ରେରଣା ଦେଇଛନ୍ତି ସେମାନେ
ହେଲେ ମନ୍ଦିରର ପୂଜକ ମଙ୍ଗୁଳି ନନା, ସ୍ଵର୍ଗତଃ ସୁଧା ନନା, rabi ନନା, କାଳିଆ ନନା, ଦିଲୁ ନନା, ଦୀପୁ ନନା, କମଲ ନନା ଏବଂ ଯୋଉ ମାନଙ୍କ ନା ମୁଁ ଜାଣି ନାହିଁ, ତାଙ୍କ ପାଖରେ ମୋର କୋଟି କୋଟି ପ୍ରଣାମ।
ମା ଙ୍କ ମହିମା କେବଳ ବାରିପଦା କିମ୍ବା ମୟୁରଭଞ୍ଜ ରେ ନୁହଁ, ସାରା ପ୍ରାନ୍ତରେ ମା ଙ୍କ ମହିମା ପ୍ରଚର ଓ ପ୍ରସାରିତ ହେଉ, ଏହା ସମସ୍ତଙ୍କ ର ଇଚ୍ଛା, ଆଶା ଓ ବିଶ୍ବାସ............

ଆଜିକାଲି  ଆଉ  ରଙ୍ଗତୁଳୀ ର signboard ଲେଖିବାର ଚାହିଦା ନାହିଁ  କହିଲେ  ଚଳେ,କିଏ ରଙ୍ଗତୁଳୀ ଧରି ଲେଖୁଚି ୲ସବୁତ computer  ରେ  ଟାଇପ  କରି...
15/03/2023

ଆଜିକାଲି ଆଉ ରଙ୍ଗତୁଳୀ ର signboard ଲେଖିବାର
ଚାହିଦା ନାହିଁ କହିଲେ ଚଳେ,
କିଏ ରଙ୍ଗତୁଳୀ ଧରି ଲେଖୁଚି ୲
ସବୁତ computer ରେ ଟାଇପ କରି ଫ୍ଲେକ୍ସ ମେସିନରେ
ବାହାର କରି ହେଉଛି।
ସମୟ ବି କମ।
ପରିଶ୍ରମ ବି କମ।
ମୁନାଫା ଅଧିକ।
ବିଚାରା ରଙ୍ଗ ତୁଳୀ ର କାରିଗର ନା ଆପଣେଇ ପାରିଲା
ଆଡଭାନ୍ସ ସିଷ୍ଟମ କୁ ନା ପୁଞ୍ଜି ଖଟେଇ ପାରିଲା ଲକ୍ଷାଧିକ ଟଙ୍କାର ଫ୍ଲେକ୍ସ ମେସିନ୍ ପାଇଁ।
କେବଳ ସହର ନୁହଁ ଗାଁ ଗହଳିରେ ଥିବା ଅନେକ ରଙ୍ଗ ତୁଳୀ ର କାରିଗର ବଞ୍ଚି ବି ନ ବଞ୍ଚିବା ସଙ୍ଗେ ସମାନ।
ମୋର ମନେ ପଡୁଚି 1981 ମସିହାରେ ଯେତେବେଳେ ମାଟ୍ରିକ୍ ପାଶ୍ କରି କଲେଜ ରେ କ୍ଳାସ ସରିଲା ପରେ ବଡ ପୋଖରୀ
ଆଡି ରେ ଥିବା ଜଣେ ଚଷମା ପିନ୍ଧା ମୋଟା ସୋଟା
ଭଦ୍ର ବ୍ୟକ୍ତି ଜଣଙ୍କ ଗଞ୍ଜି ଟିଏ ପିନ୍ଧି ହାତରେ ରଙ୍ଗ ତୁଳୀ
ଧରି ଓଡ଼ିଆ ହଉ କି ଇଂରାଜୀ ହଉ କି ହିନ୍ଦୀ ରେ ଗୋଲ ଗୋଲ କରି ଲେଖି ଯାଉଥାନ୍ତି।
ସେତେବେଳେ ସରକାରୀ ହଉ କି ବେସରକାରୀ ହଉ
କାହିଁରେ କେତେ ଅର୍ଡର।
ଫୁରୁସତ୍ ମିଳୁ ନଥାଏ।
ମୋର ଟିକେ ଦୁର୍ବଳତା ଥିଲା କାନ୍ଥ ବାଡ଼ରେ ଲଗା ଯାଉଥିବା
ସିନେମା ପୋଷ୍ଟର ଉପରେ।
ଭିନ୍ନ ଭିନ୍ନ ଷ୍ଟାଇଲ୍ ରେ ଲେଖାଯାଇଥିବା ସିନେମା ର ନାମ ସବୁ।
ସେତେବେଳେ 5 ଟଙ୍କା ରେ ସାପ୍ତାହିକ ସ୍କ୍ରିନ୍ ମ୍ୟାଗାଜିନ ବଜାରକୁ ଆସୁଥିଲା,ଚାହିଦା ଢେର୍ ବେଶୀ।
ସିନେମା ର ନାଁ ସବୁ କୁ ଦେଖି ଦେଖି ଘରେ ଲେଖିବାକୁ ପ୍ରାକ୍ଟିସ୍ କରୁଥିଲି।ସେଥିପାଇଁ ଅନେକ୍ ରାତି ଅନିଦ୍ରା ହବାକୁ ପଡିଚି।
ମୋର ଏକା ଜିଦ୍, ରଙ୍ଗ ତୁଳୀ ରେ କେମିତି ଲେଖିବି।
ଶିଖିବା ପାଇଁ ମୋ ପାଖରେ କୌଣସି ଚିହ୍ନା ନଥିଲେ।
ବା ଏ ବିଷୟରେ ମୋତେ କିଛି ଜଣା ନଥିଲା।
ମୁଁ ଦିନେ କଲେଜ କ୍ଳାସ ସାରି ସେଇ ଦୋକାନ ପାଖରେ ପହଞ୍ଚିଲି, ମୋତେ ଦେଖି ପଚାରିଲେ କଣ ହେଲା।
ମୁଁ ମୋ ମନ କଥା କହିଲି, ମୋ କଥା ଶୁଣି ହସିଦେଲେ।
ତମେ କଣ ରଙ୍ଗ ତୁଳୀ ଧରି ଲେଖି ପାରିବ?
ମୁଁ କିଛି କହିବା ପୂର୍ବରୁ ସେ କହିଲେ ତମକୁ ସବୁଦିନ ଆସିବାକୁ
ପଡ଼ିବ, ମୋ ପାଖରେ ଖାଲି ବସିବ, ମୁଁ କଣ କରୁଛି ଖାଲି ଦେଖିବ।
ମୁଁ କହିଲି ହଁ ପାରିବି।
ତା ପର ଦିନଠୁଁ ପ୍ରାୟ 6 ମାସ ଧରି ଯାଉଥିଲି, କୌଣସି କାରଣ ବଶତଃ ଆଉ ଯାଇ ହେଲା ନାହିଁ।
ମୋ ରଙ୍ଗ ତୁଳୀ ର ନିଶା ସେଇଠୁ ବନ୍ଦ ହୋଇଗଲା।
ଏତେ କଥା ଲେଖିବାରେ କାରଣ ଯୋଉ ଭଦ୍ର ବ୍ୟକ୍ତି ଙ୍କ ପାଖକୁ ମୁଁ ଯାଉଥିଲି, ସେତେବେଳେ ବାରିପଦା କାହିଁକି ସାରା ଜିଲ୍ଲାରେ ସେ ପରିଚିତ ଥିଲେ
"ଖୁକୁ ବାବୁ "
ନାଁ ରେ।
ତାଙ୍କ ଲେଖା ର ଷ୍ଟାଇଲ୍ ଥିଲା ଅନନ୍ୟ।
ତାଙ୍କ ଲେଖା ବାରି ହୋଇ ପଡୁଥିଲା "
ଖୁକୁ ବାବୁ ଙ୍କ ଲେଖା।
ସେଇ ରଙ୍ଗ ତୁଳୀ, ସେଇ କାଗଜ ର ଟେନସିଲ କଟା ପେପର।
ଥକି ପଡ଼ୁ ନଥିଲେ କେତେବେଳେ।

ସମୟ ବଦଳି ବାକୁ ଲଗିଲା।
ସବୁ ମେସିନ୍ ରେ ତିଆରି ହେଲା।
ହେଲେ ଖୁକୁ ବାବୁ କିନ୍ତୁ ବଦଳି ନଥିଲେ।
ସେଇ ଚିରା ଚରିତ ପଦ୍ଧତି ରେ ଜାରି ରଖିଲେ ନିଜ ଶୈଳୀ କୁ।

ବୟସ ବଢିବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଚର୍ଚା ରେ ସମୟ ବିତାବାକୁ ଲଗିଲା।
ଗୀତା ପାଠ ଆଉ ଗୀତା ଜ୍ଞାନ ଭିତରେ ନିଜକୁ ସମର୍ପିତ କରି, କେବଳ ନିଜ ଅଞ୍ଚଳରେ ନୁହଁ ବରଂ ଜିଲ୍ଲା ବାହରେ ମଧ୍ଯ ଅନେକ ଗୀତା ପ୍ରେମୀ ସତସଙ୍ଗୀ ଅନୁଷ୍ଠାନ ମାନ ଗଢ଼ି ଉଠିଲା।
ଅନେକ ସମୟରେ ମୋ ପାଖରେ ଗୀତା ସଂଶ୍ଳିଶ୍ଟ ଫଟୋ ସବୁ ପ୍ରିଣ୍ଟ
କରାଉଥିଲେ।
କିନ୍ତୁ ରଙ୍ଗ ତୁଳୀ ର ମୋହ ଛାଡି ପାରି ନଥିଲେ ସତ, ପ୍ରକୃତ ଦାୟାଦ ଭାବେ ତାଙ୍କ ସାନ ପୁଅ ( ଗୁ9ନୁ) କୁ ଗଢ଼ି ତୋଳିଥିଲେ।
ଯିଏ ଆଜି ବି ରଙ୍ଗ ତୁଳୀ ଧରି ନିଜ ସଂସାରର ଗୁଜୁରାଣ ମେଣ୍ଟାଇ ଚାଲିଛି।
ଏଇ ଗତ ଜାନୁୟାରୀ (06.01.2023) ମାସରେ ତାଙ୍କ ସ୍ତ୍ରୀ ଙ୍କ ଦେହାନ୍ତ ହୋଇଯାଇଥିଲା, ଯଦିଓ ସେତେବେଳେ ସେ ବେଶ ଅସୁସ୍ଥ ଅନୁଭବ କରୁଥିଲେ କିନ୍ତୁ ଦୃଢ଼ ମନା ହୋଇ ଦୁଇ ପୁଅଙ୍କୁ ମଥାରେ ହାତ ରଖି ସବୁ କାର୍ଯ୍ୟ କରିଥିଲେ, ସ୍ତ୍ରୀ ର ଯିବାର ଦୁଃଖକୁ ଚାପି ରଖି।
କିନ୍ତୁ ବିଧିର ବିଧାନ ଗୋଟେ ମାସ ଅନ୍ତରରେ ଏଇ ମାସ
(04.3.2023) ରେ ସେ ସବୁଦିନ ପାଇଁ ଆଖି ବୁଜି ଦେଲେ।
ମୃତ୍ୟୁର ଅନେକ ପୂର୍ବରୁ ସେ କହୁଥିଲେ ମୋର ଆଉ ବେଶି
ଦିନ ନାହିଁ, ସେ ମୋତେ ସବୁବେଳେ ଡାକୁଚି।
ସ୍ଵାମୀ ସ୍ତ୍ରୀ ର ଭଲପାଇବା ଏତେ ବେଶୀ ଥିଲା,
ନାତୁଣୀ କୁ ସ୍ଵପ୍ନରେ ଦେଖା ଦେଇ ଜେଜେମା ପଚାରୁଛନ୍ତି,
ତୋ ଜେଜେ ବାପା କୁ ପାଉନି, କୋଉଠି ଅଛନ୍ତି।
ପାର୍ଥିବ ଶରୀର ଟା ପୋଡି ପାଉଁଶ ହୋଇଗଲା କିନ୍ତୁ ଭଲ ପାଇବାର ସ୍ମୃତି ସବୁ ଗୁମୁରି ଗୁମୁରି କାନ୍ଦୁଚି କୋଉ ଏକ୍ ନିଭୃତ କୋଣରୁ।
ଆଜି ତାଙ୍କର ଦ୍ଵାଦଶ।
ସେ ମୋର ରକ୍ତ ସମ୍ପର୍କୀୟ ନୁହଁନ୍ତି ସତ, କିନ୍ତୁ ଆମ୍ ପରିବାର ରେ ଥିଲେ ଜଣେ ରକ୍ତ ସମ୍ପର୍କୀୟ ଠୁ ଅଧିକ ...
ମୁଁ ତାକୁ ମାମୁଁ ବୋଲି ଡାକୁଥିଲି।
ତାଙ୍କ ପରିବାର ସହିତ ଆଜି ବି ସେଇ ସମ୍ପର୍କ ଯୋଡି ହୋଇ ରହିଚି।
ଆଜି ନାହାନ୍ତି ସତ
ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ମୋର ଭକ୍ତିପୂତ ବିନମ୍ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି.......

ସମୟ  ଓ  ଶବ ବାହକ...........ଗାଆଁ  ରେ  ହୁରି  ପଡିଲା  ମଝିଆଁ ପଢ଼ିହାରୀ  ଚାଲିଗଲେ।କଥାଟା ନିଆଁ ବ୍ୟାପିଲା ଭଳି ଚାରିଆଡ଼େ  ବ୍ୟାପିଗଲା।ସମସ...
07/02/2023

ସମୟ ଓ ଶବ ବାହକ...........

ଗାଆଁ ରେ ହୁରି ପଡିଲା ମଝିଆଁ ପଢ଼ିହାରୀ ଚାଲିଗଲେ।
କଥାଟା ନିଆଁ ବ୍ୟାପିଲା ଭଳି ଚାରିଆଡ଼େ ବ୍ୟାପିଗଲା।
ସମସ୍ତେ ଧାଇଁଲେ ଦେଖିବାକୁ।
ପାଞ୍ଚ ଖଣ୍ଡ ଗାଆଁ ର ଲୋକ ଜମା ହୋଇଗଲେ।
ସେତେବେଳେ ଏତେ ଗାଡି ମଟର ନଥିଲା କି ସ୍କୁଟି, ବାଇକ୍ ନଥିଲା।ବେଶୀରେ ବେଶୀ ସାଇକେଲ ଟିଏ।ଯିଏ ଯେମିତି ପାରିଛି ଆସିଛି।
କାନ୍ଦବୋବାଳି ଖଣ୍ଡେ ଦୂର ପର୍ୟ୍ୟନ୍ତ ଶୁଭୁଛି।
କିଏ କହୁଚି ତାଙ୍କ ସାନଝିଅ ଆସିଲେ ଶବ ଉଠିବ, ଆଉ କିଏ କହୁଚି ତାଙ୍କ ସାନପୁଅ ଭୋର୍ ଭୋର୍ ପହଞ୍ଚିବ।
ଏତେ ସବୁ ଭିତରେ ଘର ଆଗରେ ଥିବା ପଣ୍ଡା ଗୁହାଳରୁ ପଣ୍ଡା ମାନଙ୍କର ରଡି ଶୁଣାଗଲା।
ଲାଗୁଥିଲା ସେମାନେ ବି ଜାଣିଗଲେଣି ତାଙ୍କ ମାଲିକ ମାନେ ମଝିଆଁ ପଢ଼ିହାରୀ ଆଉ ନାହାନ୍ତି।
ଗାଆଁ ଦାଣ୍ଡରେ ହଠାତ୍ ପଣ୍ଡା ମାନେ ଲଢେଇ ଲାଗି ଯାଆନ୍ତି।
ଠିଆ ହୋଇ ଦେଖୁଥିବା ଲୋକମାନେ କୁହନ୍ତି ଏଇଟା ସାନ ପଢ଼ିହାରୀ ଆଉ ସେଇଟା ମଝିଆ ପଢ଼ିହାରୀ ଘର ପଣ୍ଡା।
ଗାଆଁ ଭିତରେ ଜମି ମାଲିକାନା ଏଇ ଦୁଇ ପଢ଼ିହାରୀ
ପରିବାର ର ।
ଧାନ ବିଲ ରୁ ବୁହା ହୋଇ ଖଳା ରେ ଯେତେବେଳେ ପୁଞ୍ଜି ବସାଯାଏ, ଗାଆଁ ଲୋକ ଅପେକ୍ଷା କରନ୍ତି କାହାର ଧାନ ପୁଞ୍ଜି
କେତେବଡ଼ ହେଉଛି।
ଗାଁର ଭଲ ମନ୍ଦ ରେ ଡାକରା ପଦେ ମୁରବି ହିସାବରେ.।
ବୈଶାଖ ମାସରେ କୀର୍ତ୍ତନ କି ଶିବରାତ୍ରି ହେଉ କି ଗାଁର ମଙ୍ଗଳା ପୂଜା ହେଉ ସବୁଥିରେ ସଂଶ୍ଳିଶ୍ଟ ହୋଇ ରହୁଥିଲେ।
ଗାଆଁ ପୋଖରୀରୁ ମାଛ ଧରା ହେଲେ ସମସ୍ତଙ୍କର ସମାନ ଭାଗ ହେଉଥିଲା।
ହେଲେ ତାଙ୍କ ପାଟି ଥିଲା ବଡ।
ଯାହା କୁହନ୍ତି ବଡ ପାଟିରେ ।
କଥା କଥା ରେ 'ବେଧ' ଶବ୍ଦ ଟି ପ୍ରୟୋଗ ହୁଏ।
ହେଲେ ତାଙ୍କ ନାତି ନାତୁଣୀ ପାଇଁ କାଠ ସିନ୍ଦୁକ ରେ ଲାଲ, ଶାଗୁଆ,ହଳଦିଆ ନେମେଚୁସ ରଖିଥାନ୍ତି।
କେତେବେଳେ କାମ କରେଇବା ବାହାନାରେ ନେମେଚୁସ ଦେଇଥାଆନ୍ତି।
ତାଙ୍କ ଅଣ୍ଟାରେ କିନ୍ତୁ କାଠ ସିନ୍ଦୁକ ର ଚାବିକାଠି ଝୁଲୁ ଥାଏ।
ତାଙ୍କୁ କେବଳ ତାଙ୍କ ପରିବାର ଲୋକ ଡରୁ ନଥିଲେ, ମୂଲିଆ, ପାନିଆ ସମସ୍ତେ ଡରୁଥିଲେ।
ମଝିଆ ପଢ଼ିହାରୀ ଯିବା ଶୁଣି ଓଜାଡି ହୋଇ ପଡିଥିବା ଲୋକ
ମାନେ ତାଙ୍କ ଶବର ଧାରେ ଧାରେ ଚାଲିବାକୁ ଲାଗିଲେ ମଶାଣି ପର୍ୟ୍ୟନ୍ତ।
ଶବ ବାହକ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା କିଏ କାନ୍ଧେଇବ କୋକେଇ ।
ଲାଗୁଥିଲା ଚାଲିଯାଇଥିବା ଲୋକଟି ସେମାଙ୍କର ଅତି ନିଜର।
ମଶାଣି ର ଜୁଇ ହୁତ ହୁତ ଜଳୁଥିବା ବେଳେ ଆଗାମୀ ପୀଢୀ
ମନରେ ଶଙ୍କା ....
ଆଉ ନଥିବେ ଶବ ବାହକ କି ଖଇ କଉଡି ବିଞ୍ଚିବାର ଆବଶ୍ୟକତା । ଆବଶ୍ୟକତା ନଥିବ ଛ ଖଣ୍ଡି କାଠରେ କୋକେଇ। ଆଉ ଶୁଣା ଯାଇ ନଥିବ ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ।
ମଶାଣି ରେ ଉଠୁ ନଥିବ ଧୂଆଁ, ଚିଲ ମାନେ ଆଉ ଉଡୁ ନଥିବେ।
ଆଉ ମିଳିବେନି ଶବ ବାହକ।
ସମୟ କାହା ପାଖରେ ଅଛି ଯେ।
ଗୋଟେ ଫୋନ କଲ ରେ ଘର ଆଗରେ ଗାଡି ଛିଡା ହଉଚି
ସବୁ କିଛି ବ୍ୟବସ୍ଥା ଥିବା ବେଳେ ଇଲେକ୍ଟ୍ରିକ୍ ଚୁଲିରେ ନିମିଷକରେ ପୋଡି ପାଉଁଶ ହୋଇ ଯାଉଛି ଶବ ।

ନା ଥିବ ସମୟ ନା ଥିବେ ଶବ ବାହକ।.........

ସେଦିନ ବି  ଶେଫାଳି  ଏମିତି  ହସୁଥିଲା, ଯେମିତି  ଆଜି ହସୁଚି।ସେମିତି  ଖୋଲା  ମେଲା  କଥା।କାହିଁକି  କେଜାଣି  ସବୁବେଳେ  ଏମିତି  ହସୁଥାଏ।ଏତେ ...
04/02/2023

ସେଦିନ ବି ଶେଫାଳି ଏମିତି ହସୁଥିଲା, ଯେମିତି ଆଜି ହସୁଚି।
ସେମିତି ଖୋଲା ମେଲା କଥା।
କାହିଁକି କେଜାଣି ସବୁବେଳେ ଏମିତି ହସୁଥାଏ।
ଏତେ ଭିଡ ଭିତରେ ଚାଲୁ ଚାଲୁ ହଠାତ୍ କାହା ଦେହରେ ,
ଘଷି ହୋଇଗଲା ,ମୁଁ ପଛକୁ ଫେରି ଚାହିଁଲା ବେଳକୁ ଚିହ୍ନା ଚିହ୍ନା ଲଗିଲା କୋଉଠି ଦେଖିଛି।
ଦାମୀ ପରଫ୍ୟୁମର ଗନ୍ଧ ଚାରିଆଡ଼େ ଖେଳେଇ ହୋଇ ଯାଉଥିବା ବେଳେ ପଛକୁ ଫେରି ଚାହିଁଲା, ମୁଁ ଆଶ୍ଚର୍ଯ୍ୟ ହୋଇ ପଡ଼ିଲି।
ଇଏତ ସେହି ଶେଫାଳୀ....
ଏ ସହର ରେ ଶେଫାଳୀ କରୁଛି କଣ ?
ବାହା ବେଦୀ ରୁ ଉଠି ଆସିଥିଲା ଶେଫାଳୀ।
ଯିଏ ବାହା ହବାକୁ ଆସିଥିଲା, ତାର କୁଆଡେ ଆଉ ଜଣଙ୍କ
ସହ ଏଫାୟାର୍ ଥିଲା, ତା ସହିତ ଲିଭିଂ ରିଲେସନ ପ୍ରାୟ ଚାରି ବର୍ଷ ରହିଲା ପରେ ବ୍ରେକଅପ ହୋଇଗଲା।
ତାର ପୁଣି ଗୋଟେ ଝିଅ ଥିଲା.....
ଦିନକୁ ଦିନକୁ ନିଶାସକ୍ତ ହୋଇଉଠୁଥିଲା, ମାରପିଟ ମଧ୍ଯ କରୁଥିଲା।
ଏକଥା ସେଦିନ ଗୋଟେ ମୋବାଇଲ କଲ ରୁ ଜାଣି ପାରିଥିଲା।
କାହିଁକି ତା ପାଖକୁ କଲ ଆସିଥିଲା।
ଏ କଥାର ସତ୍ୟାସତ୍ୟ ପାଇଁ ସେ ନିଜେ ସେ ଝିଅ ପାଖକୁ ଯାଇଥିଲା।ସବୁ କଥା ଶୁଣି ସାରିଲା ପରେ ଚୁପ୍ ଚାପ୍ ଚାଲିଆସିଥିଲା ଘରକୁ।
ବାହାଘର ଯେତିକି ପାଖେଇ ଆସୁଥିଲା ସେ ସେତେ ଗୁମ୍ ସୁମ୍
ହୋଇ ଉଠୁଥିଲା।
ଶେଫାଳୀ କୁ ନେଇ ଅନେକ୍ ସ୍ଵପ୍ନ ଦେଖୁଥିଲି।
ଏକା କଲେଜ ରେ ପାଠ ପଢୁଥିଲା ବେଳେ ଶେଫାଳୀ ସହ
କେମିତି କେଜାଣି ଆତ୍ମିୟତା ଗଢିଉଠିଥିଲା।
ଶେଫାଳୀ ଥିଲା ରକ୍ଷଣଶୀଳ ପରିବାର ର।
ଯୋଉଠି ନିୟମ କାନୁନ୍ ର ବେଡି ତା ଅଣ୍ଟା ଚାରି ପାଖରେ
ଗୁଡେଇ ହୋଇ ରହିଥାଏ, ଯେମିତି ପାନ ରୁ ଚୂନ ଖସି ନ ଯାଏ ।
ବହୁତ ଆଶା ଥିଲା ଶେଫାଳୀ ସହିତ ସାରା ଜୀବନ ରହିବାକୁ।
କିନ୍ତୁ ଭାଗବାନ ଙ୍କ ଇଚ୍ଛା ଥିଲା ଅନ୍ୟ ପ୍ରକାରର।
ଦିନେ ଶେଫାଳୀ ହାତଧରି ପଚାରିଲା ସତରେ ତମେ କଣ
ମୋର ହୋଇ ରହିବ ତ?
ମୁଁ କିଛି ବୁଝିବା ଆଗରୁ ମୋତେ ଖୁବ୍ ଜୋରରେ ଭିଡି ଧରି
କଇଁ କଇଁ କରି କାନ୍ଦି ଉଠିଲା।
ତା ମୁଁହକୁ ଉପରକୁ ଟେକି ପଚାରିଲି କଣ ହୋଇଛି?
ତା ବାହାଘର ଠିକ୍ ହୋଇଯାଇଚି, ଏଇ ମାସ 12 ତାରିଖରେ।
ଆକାଶ ଟା ଛିଣ୍ଡି ଗଲା ପରି ଲଗିଲା।
ସେ ମୋ ମୁଁହକୁ ଚାହିଁବା ବଦଳରେ ମୋତେ ଜୋରରେ ଭିଡି ଧରି କହିଲା ଚାଲ ଆମେ ପଳାଇବା, ଯେଉଁଠୁ ଆମକୁ କେହି ଖୋଜି ପାଇବେନି ।
କେବଳ ମୁଁ ଆଉ ତମେ।
ସେ ଦିନ ଟି ବି ଥିଲା ଫେବୃୟାରୀ 14
ଇଛା ହେଉଥିଲା ଆଉ ଟିକେ ତା କୋଳରେ ଶୋଇ ପଡ଼ନ୍ତି।
ବିବେକ ବାଧା ଦେଲା
ଅଧର୍ମ ଆଡକୁ ଆପଣେଇ ମିଛ ଟାରେ ବାହା ବା ନବାକୁ
ନିଜକୁ।
ଶେଫାଳୀ କୁ ତାଙ୍କ ଘରେ ଛାଡି ଦେଇ ସିଧା ଗାଁ କୁ ଚାଲିଆସିଥିଲା।
ଦିର୍ଘ 15 ବର୍ଷ ପରେ ପୁଣି ଥରେ ଶେଫାଳୀ ସହ ଦେଖା ହବ
ଏ କଥା ବିଶ୍ବାସ କରିପାରୁ ନଥିଲି।
ମୋତେ ବୋଧେ ଚିହ୍ନି ପାରିଥିଲା।
ପାଖକୁ ଆସି ଆସ୍ତେ କରି ମୋ ନାଁ ଧରି ଡାକିଲା।ସେଇ ହସ,ସେଇ କଥା ହେଲେ ଶୈଳୀ ଥିଲା ଭିନ୍ନ।
ତା ଚାଲି ରେ ଥିଲା ଲଛକ।
ପେଟି କଟା ବ୍ଳାଉଜ ତା ସାଙ୍ଗରେ ମୁଣ୍ଡରେ ଗଜରା,
ଆଖିର ଚମକ ସେମିତି, ବରଂ ଆଗ ଅପେକ୍ଷା ଆହୁରି ସୁନ୍ଦରୀ
ଦେଖା ଯାଉଥିଲା।
ମୋତେ ଭିଡି ଧରି ଗୋଟେ କଣକୁ ନେଇ ଯାଇ ପଚାରିଲା
ତମେ କଣ ଆଉ କାହାର ହୋଇ ଯାଇଛ,
ମୁଁ କିଛି କହିବା ପୂର୍ବରୁ ମୋ ମୁହଁ ଉପରେ ତା ମୁଁହକୁ
ଚାପି ରଖିଲା ଅନେକ ସମୟ ପର୍ୟ୍ୟନ୍ତ।
ମୁଁ ଆଘ୍ରାଣ କରୁଥିଲି ତା ଦେହର ଉଷ୍ମତା ର ନିଶ୍ବାସ କୁ...
ବିଶ୍ବାସ ଥିଲା ତମେ ଆସିବ ଦିନେ ନା ଦିନେ...
ଆଜି ବି ଥିଲା ଫେବୃୟାରୀ 14

ନାତି  ଓ  ସେକ୍ରିଫାଇସ ........"ନାତି"  ହୋଇଛି  ବୋଲି  ଜେଜେବାପା  ଜେଜେ  ମା"  ଖୁସି  କହିଲେ ନ ସରେ ।ଦୁଇଦିନ  ହେଲା ଖାଲି ବ୍ୟସ୍ତ।ଜେଜେ ମ...
31/01/2023

ନାତି ଓ ସେକ୍ରିଫାଇସ ........

"ନାତି" ହୋଇଛି ବୋଲି ଜେଜେବାପା ଜେଜେ ମା"
ଖୁସି କହିଲେ ନ ସରେ ।
ଦୁଇଦିନ ହେଲା ଖାଲି ବ୍ୟସ୍ତ।
ଜେଜେ ମା ରେ ଆଖିରେ ନିଦ ନାହିଁ।
ପୁଅ ବୋହୂ ବାହାରେ ରୁହନ୍ତି, ବଡ ସହର ରେ।
ଏଠାରେ ହସ୍ପିଟାଲ ଫେସିଲେଟି ଭଲ ନାହିଁ, ସେଥିପାଇଁ
ସେଠାରେ ଡେଲିଭରି କରିବାକୁ ଚାହିଁଲା।
ଛୋଟ ସହର ଟିରେ ବାପା ମାଆ ରହୁଥିବା ବେଳେ, ପୁଅ ବୋହୂ
ସୁଦୂର ମୁମ୍ବାଇ ରେ ରୁହନ୍ତି।
ନାତି କୁ ଦେଖିବାକୁ ଇଚ୍ଛା ହେଉଥିଲେ ବି ଯାଇପାରୁ ନଥିଲେ।
ଏତେ ବାଟ....

ପ୍ରତିଦିନ ସକାଳେ ମର୍ଣ୍ଣିଂ ୱାକ୍ ରେ ଗଲାବେଳେ ଦେଖାହୁଏ
ସୁରେନ୍ଦ୍ର ବାବୁଙ୍କ ସହ,ସାଥିରେ ୱାକିଂ କରନ୍ତି,
ଅନେକ ଗପ ସପ ହୁଅନ୍ତି ।
ହେଲେ ସୁରେନ୍ଦ୍ର ବାବୁ ମାପି ଚୁପି କଥା ହୁଅନ୍ତି, ଲାଗେ
ଭିତରେ ଆଉ କିଛି କଥା ଅଛି।
ନାତି ହୋଇଛି ବୋଲି ଖୁସିରେ କହିଲା ବେଳେ, ସୁରେନ୍ଦ୍ର ବାବୁ ଙ୍କ
ଆଖିରେ ଲୁହ କେଇଟୋପା ଖସି ଆସିଲା।
କିଛି ସମୟ ଗୁମ୍ ସୁମ୍ ହୋଇଗଲେ।
ଚାଲୁ ଚାଲୁ ସୁରେନ୍ଦ୍ର ବାବୁ ପଚାରିଲେ
ଆପଣଙ୍କ ବୟସ କେତେ ହେଲାଣି।
ବୟସ କଥା ପଚାରିବାରୁ ଟିକେ ଇଆଡେ ସିଆଡେ ଚାହିଁ
କହିଲେ ଏଇ କେତେ ହବ 74 କି 75।
ହିସାବ ରଖି ପାରି ନାହାନ୍ତି ସଠିକ କେତେ।
ଗୋଟେ ଦୀର୍ଘ ନିଶ୍ବାସ ଛାଡି ସୁରେନ୍ଦ୍ର ବାବୁ କହିଲେ
ହିସାବ କେମିତି ରଖିବେ, ବୟସ ଯେ
କେତେବେଳେ ଦୌଡ଼ି ଦୌଡ଼ି 70 ଏପାଖରେ
ଛିଡା ହୋଇଗଲାଣି, ଜମାରୁ ଜାଣି ହେଲାଣି।
ଜୀବନରେ କେବଳ "ସେକ୍ରିଫାଇସ" କରିଆସିଛନ୍ତି ଏ ପର୍ୟ୍ୟନ୍ତ।
ଦୁଇ ଭାଇ ଭଉଣୀର ପାଠପଢା ସହିତ ବାହାଘର କରିବା ସହିତ ନିଜର ଫ୍ୟାମିଲି କଥା କୁ ଅଣ ଦେଖା କରିଦେଇଥିଲେ।
ନିଜର ପରିବାର ଠୁ କେବେ ଅଲଗା ଭାବୁ ନଥିଲେ ନିଜକୁ।
ରୋଗୀଣା ସ୍ତ୍ରୀ କୁ ଡାକ୍ତର ଦେଖାଇ ପାରୁ ନଥିବା ବେଳେ
ଭାଇ ଭଉଣୀ ହାତକୁ ବଢ଼ାଇ ଦେଉଥିଲେ
ସେମାଙ୍କର ମାସିକିଆ ପଢା ଖର୍ଚ୍ଚ।
ଭାଇ କେମିତି ଭଲ କଲେଜ ରେ ପାଠ ପଢିବ, ଭଉଣୀର ବାହାଘର ଏ ସବୁ ଦାୟିତ୍ୟ କୁ ମୁଣ୍ଡେଇବା କଣ ଭୁଲ ଥିଲା।
ଏବେ କିନ୍ତୁ ଭାଇ ଭଉଣୀ ସହିତ ଭଲ ସମ୍ପର୍କ ନାହିଁ।
ସେମାନେ ଦାବୀ କରୁଛନ୍ତି ପୈତୃକ ସମ୍ପତ୍ତିରୁ ଭାଗ ନେବାକୁ।
କିନ୍ତୁ ଦିନେ କେବେ ପଚାରି ନାହାଁନ୍ତି
ତମେ ଆମ ପାଇଁ କାହିଁକି "ସେକ୍ରିଫାଇସ" କଲ।

ରାତି ରାତି ଅନିଦ୍ରା ରହି ଓଭର ଡିଉଟି କରି
ପୁଅ ର ପାଠ ପଢା ଖର୍ଚ ଉଠାଇବା,
ଅନିଦ୍ରା ରହି ପୁଅ ପାଖରେ ଜଗୀ ବସୁଥିଲେ, ଯେତେବେଳେ
ତାର ଦେହ ଖରାପ ହୋଇପଡୁଥିଲା, ଡାକ୍ତର ଲେଖୁଥିବା ପ୍ରେସକ୍ରିପସନ ଧରି ଦୌଡୁଥିଲେ ଔଷଧ ଦୋକାନ କୁ।
ପୁଅ କୁ ପାଠ ପଢ଼େଇ ଚାକିରୀ କରିବା ପର୍ୟ୍ୟନ୍ତ ଦିନେ ସେ ନିଜ ପାଇଁ ଚିନ୍ତା କରି ନାହାଁନ୍ତି ଏ ଦୁନିଆରେ ଗୋଟେ ନିଜସ୍ୱ ମନ ଅଛି।
ସବୁ ଇଚ୍ଛାକୁ ଚାପି ରଖି କେବଳ "ସେକ୍ରିଫାଇସ" କରିଚାଲିଥିଲେ।

ପୁଅ ବାହାହେବା ପରେ ସ୍ତ୍ରୀ କୁ ନେଇ ଗଲା ଯେ ଆଉ ଫେରିଲା ନି।
ସେ ଦେଶର ସିଟିଜେନସିପ୍ ନେଇ ରହିଗଲା।
ବିଦେଶିନୀ ର ମୋହ ରେ ପଡି ଭୁଲିଗଲା ବାପା ମାଆ ଙ୍କୁ।
"ସେକ୍ରିଫାଇସ" ର ମୂଲ୍ୟ କଣ ଏଇୟା ?
ପ୍ରଶ୍ନ କରୁଥିଲା ନିଜକୁ।

ହେଲେ ମା ଆଜି ବିଛଣା ରେ ପଡି ରହି ଯୁଦ୍ଧ କରୁଛି ମୃତ୍ୟୁ ସହିତ।
ଡାକ୍ତର ଦେଖାଇବାକୁ ଆଉ ସାମର୍ଥ୍ୟ ନାହିଁ.।
ପୁଅ ପାଇଁ ସବୁବେଳେ ଆଖିରୁ ଲୁହ ଝରି ଝରି ଶୁଖିଗଲାଣି କେବେଠୁ, ଆଉ ଆଖିରୁ ଲୁହ ଝରେନା ।
ବାହା ହୋଇ ଆସିଲା ବେଳକୁ ଭାଇ ଭଉଣୀ ଏତିକି ବକଟେ ଥିଲେ, ମା ପରି ଖୁଆଇ ପିଆଇ ଏଡେ ଟୁ ଏତେବଡ଼ କରିସାରିଲା ପରେ ସେମାନେ କେବେ ଆସି ପଚାରି ନାହାନ୍ତି
ତମେ ଆମ ପାଇଁ କଣ "ସେକ୍ରିଫାଇସ" କରିଛ।
ନାତି ହୋଇଛି ବୋଲି ଖବର ପଠେଇଥିଲା ।
ହେଲେ ପଚାରି ନଥିଲା ବାପା ମା କେମିତି ଅଛ ?
ଗୁମୁରି ଗୁମୁରି କାନ୍ଦୁ ଥିଲେ ବି କେହି ଶୁଣିବାକୁ ପାଖରେ ନାହାନ୍ତି।
ଜୀବନଟା ତ "ସେକ୍ରିଫାଇସ" ।
ଦୁହେଁ ପହଂଚି ଯାଇଥିଲେ ମର୍ଣ୍ଣିଂ ୱାକ୍ ର ଶେଷ ପ୍ରାନ୍ତରେ।
ସୁରେନ୍ଦ୍ର ବାବୁ ମୁହଁଟା କେମିତି ଖୁସି ଖୁସି ଲାଗୁଥିଲା।
ପଚାରିଲେ ନାତି ହୋଇଛି ପରା।
Congratulations କହି ଚାଲିଗଲେ ଆଗ ଗଳି ରାସ୍ତାରେ
ତାଙ୍କ ଘରକୁ।

ଦିନବେଳେ ବତୀ ଖୁଣ୍ଟରେ ଜଳୁଥିବା ଏଲିଡି ବଲବ କୁ ଚାହିଁ,
ସଦାଶିବ ବାବୁ ଭାବୁଥିଲେ ସେ ଦିନର ଲଣ୍ଠନ ଆଲୁଅ
ବା ଡିବିରି ଆଲୁଅ ରେ
"ସେକ୍ରିଫାଇସ" କରିଥିବା ଦିନ ଗୁଡିକ
ଏ ଏଲିଡି ବଲବ ଆଗରେ ତୁଚ୍ଛ.......

ସେ ଦିନର ଆଲୁଅ ଠୁ ଏବର ଆହୁରି ଉଜ୍ଜଳ
"ସେକ୍ରିଫାଇସ" ର ମାନେ କିଛି ହୁଏନା......

ସମୟ କେତେବେଳେ ଚାଲିଯାଉଛି  ତା  ବାଟରେ, କେହି ବି ତାର  ହିସାବ ରଖି ପାରୁନାହାନ୍ତି।ବେଳେବେଳେ ମନେ ପଡିଯାଏ  ଅତୀତର ସମୟ ସହିତ  ବିତିଥିବା କିଛ...
15/01/2023

ସମୟ କେତେବେଳେ ଚାଲିଯାଉଛି ତା ବାଟରେ, କେହି ବି ତାର ହିସାବ ରଖି ପାରୁନାହାନ୍ତି।
ବେଳେବେଳେ ମନେ ପଡିଯାଏ ଅତୀତର ସମୟ ସହିତ ବିତିଥିବା
କିଛି ସ୍ମରଣୀୟ ମୁହୂର୍ତ୍ତ ମାନ ସବୁ।
କିଏ କୋଉଠୁ ଆସିଛି, କାହାର ଫ୍ଯାମିଲି କେତେ ଧନୀ ବା
କିଏ ଗରିବ ତାର ହିସାବ ହେଉନଥିଲା।
ସମ୍ପର୍କ ଗଢିଉଠୁଥିଲା ବନ୍ଧୁତ୍ୱ (Friendship) ର ।
ସ୍କୁଲ ପାଠ ସାରି ଯିଏ ଯୁଆଡେ ଚାଲିଗଲେ ଭବିଷ୍ୟତ ର ସ୍ଵପ୍ନ କୁ
ସାକାର କରିବାକୁ।
ବନ୍ଧୁତ୍ୱ ର ଡୋରି ବନ୍ଧା ପଡିଲା ସେଇଠି।
ଭବିଷ୍ୟତ ର ସ୍ଵପ୍ନ କୁ ସାକାର କରିବାକୁ ଯାଇ,କେତେବେଳେ ଯେ
ଏତେଗୁଡିଏ ବାଟ ଚାଲିଆସିଲେଣି, ଜାଣିପାରିଲେନି ।
କେମିତି ବା ଜାଣି ପାରିଥାଆନ୍ତେ।
ସମୟ ତ ଚାଲିଛି ତା ବାଟରେ।
ବୟସ ବି ଭାରି ମାଡ଼ି ପଡ଼ିଲାଣି।
କାର୍ଯ୍ୟ ବ୍ୟସ୍ତତା ଭିତରୁ ଟିକେ ଫୁରୁସତ୍ ପାଇଲେ
ଆପେ ଆପେ ମନେ ପଡିଯାଏ ସେ ଦିନର ସ୍କୁଲ ବେଳର କଥା।
ଭାସିଆସେ ଚିହ୍ନା ଚିହ୍ନା ମୁହଁ ସବୁ।
ଆରମ୍ଭ ହୁଏ ଠିକଣା ସବୁ, କିଏ କୋଉଠି ଅଛନ୍ତି ।
"The REUNION"
83 ମାଟ୍ରିକ୍ ବ୍ୟାଚ୍ ସିନିୟର।
କିଏ ଆସିପାରେ କିଏ ଆସି ପାରେନି।
ତଥାପି ଆସନ୍ତି ସମସ୍ତେ।
ଫେରି ଯାଆନ୍ତି ସେ ଦିନକୁ।
ପୁରୁଣା ରେକଡ଼ ଗୀତର ତାଳେ ତାଳେ ନାଚ, ହସ, ଖୁସି
କେତେ କିସ ......
ଗୋଟେ ନୂଆ ଉନ୍ମାଦନା ଭରି ଦେଉଥିଲା
ସମସ୍ତଙ୍କ ଭିତରେ।
ବନ୍ଧୁମିଳନ ର ବାସ୍ତବତା କୁ ନେଇ
ସମାଜ ପାଇଁ କିଛି କରିବାର ପ୍ରତିଶ୍ରୁତି ରଖିଲେ ଆଗାମୀ ଦିନକୁ।
ଆର୍ଥିକ,ଅନଗ୍ରସର କୌଣସି ପିଲା ପାଢି ପାରୁନଥିବ,ବିଶେଷ କରି
ମେଡିକାଲ, ଇଞ୍ଜିନିୟରିଂ ବା ଉଚ୍ଚଶିକ୍ଷା ପାଇଁ, ତା ପାଇଁ
The REUNION
ଆର୍ଥିକ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତିକୁ
ଦୋହରାଇଥିଲେ ସମସ୍ତେ।
ସେଇଥିପାଈଁ ତ
"The REUNION
We all take different path in life,
but no matter whereever We go we take a
Littile for each other "

We may not have it all togather but
TOGATHER
We have it all "
ଏ ଥିଲା 1983 ମାଟ୍ରିକ ସିନିୟର ବ୍ୟାଚ୍ ବନ୍ଧୁମିଳନ
ର ବାସ୍ତବତା ର ପ୍ରତିଶ୍ରୁତି।

ମୁଁ ଥିଲି ପେଡ଼ ଫଟୋଗ୍ରାଫର୍ ।
ମୋର କାମ ଫଟୋ ଉଠାଇ ପଇସା ନବା।
କିନ୍ତୁ କିଛି ଭଲ କଥା ଅନ୍ୟମାନଙ୍କ ପାଇଁ ପ୍ରେରଣା
ହୋଇପାରିବ, ଏହାଠୁ ବଡ ଆଉ କଣ ଖୁସି ଥାଇପାରେ।
ଆଜି ଇକୋ ଟୁରିଜିମ୍ (ଶାଳବଣି) ଠାରେ ହେଉଥିବା
ବନ୍ଧୁ ମିଳନରୁ କିଛି.......

09/01/2023

ପୁରୁଷ ହକି ବିଶ୍ୱକପ୍(2023) ଟ୍ରଫି କୁ ସ୍ଵାଗତ ଜଣେଇ
ବାରିପଦା ଷ୍ଟାଡିୟମ୍ ରେ ରଙ୍ଗା ରଙ୍ଗ କାର୍ଯକ୍ରମ ରୁ କିଛି...

ଅଭିନନ୍ଦନ  ଓ ଶୁଭେଚ୍ଛା ।ମଙ୍ଗଳ ମୟ ହେଉ  2023ଆଶା ଓ ବିଶ୍ବାସ ର  ସହ........
31/12/2022

ଅଭିନନ୍ଦନ ଓ ଶୁଭେଚ୍ଛା ।
ମଙ୍ଗଳ ମୟ ହେଉ 2023
ଆଶା ଓ ବିଶ୍ବାସ ର ସହ........

24/12/2022

Golden Jubilee Celebration
50 Years service of Bramha Kumari's,Odisha,
at Baripada (24 & 25.12.2022)

"ହାତ  ବାକ୍ସ "ସବୁ  କିଛି  ସରିଯାଇଥିଲା ।ଅପେକ୍ଷା କେବଳ  ବଡପୁଅକୁ।ବଡ଼ପୁଅ ବାହାରେ ରୁହେ, ଫ୍ଲାଇଟ ଚେଞ୍ଜ  କରି ଆସିବାକୁ  ପଡୁଚି ।ଏବେ ଏବେ ...
02/12/2022

"ହାତ ବାକ୍ସ "

ସବୁ କିଛି ସରିଯାଇଥିଲା ।
ଅପେକ୍ଷା କେବଳ ବଡପୁଅକୁ।
ବଡ଼ପୁଅ ବାହାରେ ରୁହେ, ଫ୍ଲାଇଟ ଚେଞ୍ଜ କରି ଆସିବାକୁ ପଡୁଚି ।
ଏବେ ଏବେ ଫୋନ ଆସିଥିଲା ଏଇ ପାଖାପାଖି ହୋଇଗଲାଣି।
ଆତ୍ମୀୟ ସ୍ଵଜନ,ବନ୍ଧୁ ପରିଜନ ସମସ୍ତେ ପହଂଚି ସାରିଥିଲେ।
ଶେଷ ଦର୍ଶନ କରିବାକୁ ସହର ସାରା ଲୋକ ଉଠି ଆସିଥିଲେ।
କାହିଁକି ବା ନ ଆସିବେ!
ଶେଷ ଦର୍ଶନ ସାରି ଅନେକ ଲୋକ ଚାଲିଗଲେଣି।
ଅପେକ୍ଷା ଶେଷ ଯାତ୍ରା କୁ।
ଦିନ ଆସି ଗୋଟେ ବାଜିବାକୁ ବସିଲାଣି।
ହଠାତ୍ ଗାଡି ରହିବା ଶବ୍ଦ ଶୁଣାଗଲା।
ବୋଧହୁଏ ବଡ ପୁଅ ପହଁଞ୍ଚିଲେ।
ସମସ୍ତେ ଚଳଚଞ୍ଚଳ ହୋଇଉଠିଲେ କିଛି ସମୟ ପାଇଁ।
କିଏ ଜଣେ ମୁରବୀ କହିଲେ ଆଉ ଡେରି କରନା,
କୁଆଡେ ଗଲେ କୀର୍ତ୍ତନିଆ ଦଳ, ଆରେ ଡାକ ସେମାନଙ୍କୁ।
ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ
ଉଚ୍ଚାରଣରେ ଖୋଳ କୀର୍ତ୍ତନ ବାଜି ଉଠିଲା।
ସମସ୍ତେ କାନ୍ଧରେ କୋକେଇ କୁ କାନ୍ଧେଇ, ଖଇ ବିଞ୍ଚି ବିଞ୍ଚି
ଚାଲିଗଲେ ସହର ର ଶେଷ ପାର୍ଶ୍ଵରେ ଥିବା ସ୍ଵର୍ଗଦ୍ଵାର ପାଖକୁ।
********
ସମସ୍ତେ ବ୍ୟସ୍ତ ଥିଲେ କଣ ଗୋଟେ ଖୋଜା ଖୋଜି ରେ।
କିନ୍ତୁ ମିଳୁ ନଥାଏ ,କେହି ବି କହି ପାରୁ ନାହାନ୍ତି, ସେ ଜିନିଷଟି କୋଉଠି ଥିଲା।
ସମସ୍ତେ ପରସ୍ପର କୁ ଦୋଷ ଦେବାରେ ଲାଗିଛନ୍ତି।
କଣ ସେ ଜିନିଷଟି।
ବହୁଦିନରୁ ରହିଆସିଥିବା ବୋଲହାକ କରୁଥିବା ଜ୍ଞାନ ରଞ୍ଜନ
ହାତରେ କଣ ଗୋଟେ ଧରି ଆସୁଥିଲା ସେମାନଙ୍କ ଆଡକୁ।
ସମସ୍ତେ ଚିଲେଇ ,ଆରେ ଏଇଟା ତ !
ଜ୍ଞାନ ହାତରୁ ଏକରକମ ଝାମ୍ପି ନେଇ ଖୋଲି ଦେଖନ୍ତି
କିଛି ଦସ୍ତାବିଜ୍ ଆଉ ପୁଳା ପୁଳା ଟଙ୍କା ବଣ୍ଡଲ।
ଆଶ୍ଚର୍ଯ୍ୟ ଏତେ ଗୁଡ଼ାଏ ଟଙ୍କା।
କାଗଜ ଗୁଡା କୁ ଫିଟାଇବା ପରେ ଲେଖାଥିଲା,
ପ୍ରତ୍ୟେକ ମାସରେ ପୁଅମାନେ ପଠାଉଥିବା ଟଙ୍କାର ହିସାବ।
ନିଜ ପାଇଁ କିଛି ବି ଖର୍ଚ କରୁନଥିଲେ ବରଂ ଜଳ ଚାଷ ଜମି ସବୁ ବିକ୍ରି କରି ସବୁ ପଇସା ଦେଇ ଦେଇଥିଲେ ସେମାନଙ୍କୁ।
କାହାରି ପାଖରେ ସମୟ ନଥିଲା,ତାଙ୍କ କଥା ବୁଝିବାକୁ।
ବରଂ ଶେଷ ସନ୍ତକ ଘରଟିକୁ ବିକ୍ରି କରିଦେବାକୁ ଜିଦ୍ ଧରିଥିଲେ
ପୁଅମାନେ।
ତାଙ୍କର ଏକା ଜିଦ୍ ସେ ତିଆରି କରିଥିବା ଘର କୁ ବିକ୍ରି କରି
ସହର ର ଅତ୍ୟାଧୁନିକ ପରିବେଶ ରେ ବଞ୍ଚି ପାରିବେ ନି।
ବୃଦ୍ଧା ଶ୍ରମ ରେ ରହୁଥିବା ସେମାନଙ୍କ ସାଥିରେ ରହି ସେ ନିଜକୁ
ଏକଲା ଭାବୁ ନଥିଲେ ଆଉ ଜ୍ଞାନ ଥିଲା ତାଙ୍କ ପୁଅ ଠୁ ଅଧିକ।
ଯିବା ଆଗରୁ ଘରଟିକୁ ଜ୍ଞାନ ଜିମାରେ ବୃଦ୍ଧାଶ୍ରମ କୁ ଦାନ ପତ୍ର
କରିଯାଇଥିଲେ।
ସମସ୍ତେ ଚାହୁଁ ଥିଲେ ପରସ୍ପର ମୁଁହକୁ।

"ହାତ ବାକ୍ସ" ଟି ପଡିଥିଲା ସେମିତି .........

ଦାଜି
9437321636

ଫେସବୁକ ଓ ମୋବାଇଲ ଫୋନ..........ଆଜିକାଲି  ସୋସିଆଲ  ମିଡିଆ ନିତିଦିନିଆ ଜୀବନ  ର  ଏକ ଅପରିହାର୍ଯ୍ୟ  କହିଲେ  ଅତ୍ୟୁକ୍ତି  ହେବ ନାହିଁ।ସମୟ ର...
24/11/2022

ଫେସବୁକ ଓ ମୋବାଇଲ ଫୋନ..........

ଆଜିକାଲି ସୋସିଆଲ ମିଡିଆ ନିତିଦିନିଆ
ଜୀବନ ର ଏକ ଅପରିହାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସମୟ ର ଅଧିକାଂଶ ସମୟ ବ୍ୟବହାର ହେଉଛି ଆଜିର ହାଇ ଫାଇ android mobile .
କାହିଁ କିବା ନହେବ।
ଖବର କାଗଜ ପଢିବାକୁ ସମୟ କାହା ପାଖରେ ଅଛି ଯେ ?
ଘର ର ପ୍ରତେକ ସଦସ୍ୟ ଙ୍କ ପାଖରେ ଗୋଟେ ଗୋଟେ
Mobile.
JIO ର ତ ଅଫର୍ unlimited data ।
କୋଉଠୁ ହାତରୁ ଯାଉଛି ଯେ।
ଥରେ ଭରି ଦେଲେ, ପୁରା ନିଶ୍ଚିତ।
ଟେକ୍ନୋଲୋଜି ଆଡଭାନ୍ସ ହୋଇଛି,
ସମୟ କୁ ନେଇ ଆଡଭାନ୍ସ ହବା ନିହାତି ଜରୁରୀ।
ଏ କଥା ଉପସ୍ଥାପନ କରିବାର,ମାନେ କଣ ବୋଲି ପ୍ରଶ୍ନ କରିପାରନ୍ତି, ହୁଏତ ଏ କଥା ଗୁଡା ଆଜି କାଲି ତ ସାଧାରଣ
ହୋଇଗଲାଣି।ବିନା ମୋବାଇଲ ରେ କିଏ କଣ ରହି ପାରିବ ?
ଏକଦମ୍ ଠିକ୍ କଥା।
ମୁଁ ସେଇ କଥା କୁ ଦୋହରାଉଛି।
ମୁଁ ଲେଖା ଲେଖି କରୁଥିଲି ଅନିମିୟତ ଭାବେ।
ମୁଁ ଲେଖୁଥିବା ଲେଖା ସବୁ ଏମିତି ରଫ୍ ଖାତା କାଗଜରେ
ଲେଖି ପକାଏ।ବେଳେ ବେଳେ ମୋର ନିଜ ଲୋକ ମାନଙ୍କୁ ପାଢି ଶୁଣାଏ।
କିଏ କିଛି କହିଲେ ଖୁସି ଲାଗୁଥାଏ।
ମୋବାଇଲ ରେ ଲେଖିବା ପୁଣି ଓଡ଼ିଆରେ, ବହୁତ କଷ୍ଟ।
ପ୍ରଥମ ପ୍ରଥମ ବହୁତ ସମୟ ଲାଗୁଥିଲା।
ମୋର ଲେଖା ଦେଖି ,ଅଧ୍ୟାପକ ସମରେନ୍ଦ୍ର ବସା, ସାନଭାଇ ତୁଲ୍ୟ ତଥା ଭଲ ଶୁଭେଚ୍ଛୁ ଓ କ୍ରିଟିକ ହିସାବରେ ମୋତେ ଶିଖାଇଥିଲେ android ମୋବାଇଲ ରେ କେମିତି ଓଡ଼ିଆରେ ସହଜରେ ଲେଖିହେବ।
ସେଇଦିନଠୁ ଆଜି ପର୍ୟ୍ୟନ୍ତ ଲେଖି ଚାଲିଛି ।
ମୋ ପ୍ର୍ୟତେକ ଲେଖାର ଅନେକ compliment ମିଳିଥାଏ।
ସେଇ ଅନେକଙ୍କ ଭିତରୁ ଜଣେ ,ଯିଏକି ପ୍ରତ୍ୟେକ ଲେଖାରେ କିଛି ନା କିଛି କମ୍ପ୍ଲିମେଣ୍ଟ ଥାଏ।
ଯାହା ମୋତେ ବେଶ୍ ଅନୁପ୍ରାଣିତ ତଥା ଆହୁରି ଲେଖିବାକୁ
ପ୍ରେରଣା ମିଳେ।
ତାଙ୍କ ସଙ୍ଗେ ମୋର ସମ୍ପର୍କ ସରକାରୀ ଅଫିସରେ।
ପ୍ରାୟ 12/15 ବର୍ଷ ତଳେ।
ସେ ଥିଲେ ବାରିପଦା ଦେବୋତ୍ତର ବିଭାଗରେ।
ପ୍ରତିବର୍ଷ ଭଳି ରଥ ୟାତ୍ରା ଆସିଲେ, ଫଟୋ ଉଠାଇବା କାର୍ଯ୍ୟ ଟି
ମୁଁ କରିଥାଏ, ଏଥିପାଇଁ ସରକାରୀ ହେଉ ବା ବେସରକାରୀ ହଉ, କାହାଠୁ ଅର୍ଥ ରାଶି ନେଇ ନଥାଏ କିମ୍ବା କେହି ମୋତେ
ଅଫର କରି ନଥାନ୍ତି।ଏଥିପାଇଁ ମୁଁ କେବେ ଚିନ୍ତା ମଧ୍ୟ କରି ନଥାଏ।
ମୋର ଭାଗ୍ୟ ମୋତେ ଏ କାମ କରିବାକୁ ଠାକୁର ସୁଯୋଗ ଦେଇଛନ୍ତି।
କିନ୍ତୁ ସେ ଭଦ୍ର ବ୍ୟକ୍ତି ମୋତେ କହିଲେ, ତମେ କାହିଁକି ଏତେ ସବୁ ଫଟୋ ଉଠାଉଛ ,କାହାକୁ ଦେବ, କିଏ ଦବ ତମକୁ ପଇସା।
ମୁଁ ବିନମ୍ର ତାର ସହଯୋଗୀ କହିଲି, ମୁଁ କଣ ପଇସା ପାଇଁ ଫଟୋ ଉଠାଉଛି, ମୁଁ କେବଳ କର୍ତ୍ତବ୍ୟ ଆଉ ସେବା କରୁଛି।
ସେ କଣ ଭାବିଲେ କେଜାଣି ତା ପରଦିନ କହିଲେ ଆମ ସାର୍ କହିଛନ୍ତି ମାନେ ତତକାଳୀନ ଉପଜିଲ୍ଲାପାଳ ଶ୍ରୀ ଅଜୟ ନାୟକ
ତାଙ୍କର ଗୋଟେ ଆଲବମ ଆଉ ଗୋଟେ ଅଫିସ ପାଇଁ।
ତାମର ପଇସା କେତେ ମୋତେ କହିବ ଏବଂ ପଇସା ମୋ ଠୁ ନେଇଯିବ।
ମୁଁ କିଛି ଭାବିବା ପୂର୍ବରୁ ମୋ ହାତରେ ହଜାରେ ଟଙ୍କା ଆଡଭାନ୍ସ ଆକାରରେ ଗୁଞ୍ଜି ଦେଲେ।
ମୁଁ ଭାବିଲି ଏହା ଠାକୁରଙ୍କ ଇଚ୍ଛା।
ରଥଯାତ୍ରା ସରିଲା ,ମୁଁ ମଧ୍ୟ ଫଟୋ ଦେଇ ପଇସା ପାଇଲି।
ଉପଜିଲ୍ଲାପାଳ ମୋତେ ଅଫିସ କୁ ଡାକି ବହୁତ ଧନ୍ଯବାଦ୍ ଜଣାଇଲେ।
ଏ ଭିତରେ ସେ ଭଦ୍ର ବ୍ୟକ୍ତି ଏ ଅଫିସ ରୁ ସେ ଅଫିସ କୁ ବଦଳି
ହୋଇ ତାଙ୍କ ସଙ୍ଗେ ପୁଣି ଦେଖା ହେଲା ଆମ୍ ଜିଲ୍ଲାର DRDA ଅଫିସ ରେ, ସେଠାରେ ଥିବା ଜିଲ୍ଲା ପରିଷଦ ଅଫିସରେ ବଡ଼ବାବୁ ହିସାବରେ।
ସେଠାରେ ଥିବା ଭିତରେ ଆମ ଭିତରେ ଥିବା ସମ୍ପର୍କ ପୁଣି ଗଢି ଉଠିଲା।
ଜିଲ୍ଲା ପରିଷଦର ଯେ କୌଣସି କାର୍ଯକ୍ରମରେ ଫଟୋ ଉଠାଇବାକୁ ଥିଲେ ମୋତେ ଫୋନ କରି କହିବେ ଏଇ ଡେଟ ଏତିକି ସମୟରେ ପହଂଚି ବାକୁ।
କାର୍ଯକ୍ରମ ସରିଲେ ପଚାରିବେ ମୋ ଫଟୋ ଉଠିଛିତ ,ନହେଲେ
ତୋ ପଇସା ପାଇବୁନି ,ପାଖରେ ଥିବା ଅନ୍ୟ କର୍ମଚାରୀ ମାନେ ହାଃ ହାଃ ହୋଇ ହସି ଉଠନ୍ତି।
ମୁଁ ହସିଦିଏ।
ତାଙ୍କ ଫେମିଲି ଫଟୋ ମଧ୍ୟ ମୋ ଷ୍ଟୁଡିଓ ରେ ଆସି ଉଠେଇ
କୁହନ୍ତି ପଇସା ପତ୍ର ନାହିଁ, ଫଟୋ ଦବୁତ।
ସ୍ନେହରେ ଏମିତି କେତେ କଥା କୁହନ୍ତି।
ଯୋଉଦିନ ସ୍ଵାମୀ ସ୍ତ୍ରୀ ଆସି ପହଁଞ୍ଚିଲେ ମୋ ଷ୍ଟୁଡିଓରେ
ଏବଂ କହିଲେ ଆମ ଦୁଇ ଜଣଙ୍କ ଫଟୋ ଉଠାଇବାକୁ, ମୁଁ ପଚାରିଲେ କଣ ପୁଅ ଝିଅ ଙ୍କ ପାଇଁ।
ଆରେ ନା ନା ପେନସନ ପାସପୋର୍ଟ।
ଦେଖୁ ଦେଖୁ ଚାକିରୀ ସରିଗଲା।
ମୁଁ ଜାଣି ନଥାଏ ତାଙ୍କ ଘର ରେଡିଓ ଷ୍ଟେସନ ପାଖରେ।
କୌଣସି କାମରେ ସେ ପଟେ ଯାଉ ଯାଉ ସେ ଛିଡା ହୋଇଥିବା ଦେଖି,ତାଙ୍କ ପାଖକୁ ଗଲି, ପଚାରିଲି ଆପଣ ଏଠି।
ଏଇଟା ପରା ମୋ ଘର।
ଘର ଭିତରକୁ ଡାକି ନେଇ ବୁଲେଇ ଦେଖାଇଲେ।
ଘର ଆଗରେ ଦୋକାନ ଘର ଟିଏ କରି, ସେଠାରେ ସମୟ ତକ ବିତାଇ ଦେଉଥାନ୍ତି ବେଶ୍ ଖୁସିରେ।
କିଛି ସମୟ କଥା ବାର୍ତା ପରେ ସେ କହିଲେ, ଫେସବୁକ ରେ ମୁଁ ଆଗ ତୋ ଲେଖା ଖୋଜେ, କେତେବେଳେ ତୁ ପୋଷ୍ଟ କରୁଛୁ।
ତୋର ପ୍ରତେକ ଟି ଲେଖା ପଢ଼େ, ଖୁବ ଭଲ ଲାଗେ।
ମୋ ପାଇଁ ଏହାଠୁ ଖୁସି ଆଉ କଣ ଥାଇପାରେ।
ନିଜର ପ୍ରଶଂସା ପୁଣି ଜଣେ ଏତେ ବୟସ୍କ ଙ୍କ ମୁହଁରୁ।
ମୁଁ ନମ୍ରତାର ହାତ ଯୋଡି କହିଲି ନା ନା ବରଂ ଆପଣ ମାନେ ସମୟ ନଷ୍ଟ କରି ପଢୁଥିବାରୁ ମୁଁ ଲେଖି ପାରୁଛି, ଏହା ଆପଣ ମାନକ ଆଶୀର୍ବାଦ।
ତା ପରେ ତାଙ୍କ ସହ ଆଉ ଦେଖା ହୋଇନାହିଁ।
ଯାହା କେବଳ ଫେସବୁକ ରେ।
ଏଇ ମାସ ମୁଁ ଭୁବନେଶ୍ଵର ରୁ ବାରିପଦା ଫେରୁଥିଲି
ଟ୍ରେନ୍ ରେ।
ହଠାତ୍ ମୋବାଇଲ ବାଜି ଉଠିଲା।
ଦେଖିଲି ସେହି ଭଦ୍ର ବ୍ୟକ୍ତି ଙ୍କ।
ମୁଁ ନମସ୍କାର ଜଣାଇ ପଚାରିଲି କଣ ହେଲା, ସେ ପଟୁ ଅନ୍ୟ ଏକ ଅଚିହ୍ନା ସ୍ଵର ରେ କହିଲେ ମୁଁ ତାଙ୍କ ପୁଅ କହୁଛି, ବାପା ଙ୍କର କିଛି ଫଟୋ ଆପଣଙ୍କ ପାଖରେ ଅଛି କି ?
ମୁଁ ଅଛି ବୋଲି କହିବା ପରେ, ପଚାରିଲି କଣ ପାଇଁ।
ବାପା ଚାଲିଗଲେ ଗତ କାଲି।
ମୁଁ କିଛି ସମୟ ବାକ୍ ଶୂନ୍ୟ ହୋଇଗଲି।
ଟ୍ରେନ୍ ରେ ଶବ୍ଦ ମଧ୍ୟ ମୋତେ ଶୁଣାଯାଉ ନଥିଲା।
କିଛି ସମୟ ପରେ ପ୍ରକସ୍ଥିତ ହୋଇ କହିଲି ତା ପରଦିନ ଷ୍ଟୁଡିଓ କୁ ଆସିବାକୁ।
ଘରେ ପହଂଚି ମୁଁ କିନ୍ତୁ ନିଜକୁ ସହଜ କରି ପାରୁ ନଥିଲି
ରାତିସାରା।
ଫେସବୁକ ର ପୃଷ୍ଠା କୁ ଓଲଟାଉ ଥିଲି,
ସେ ଦେଇଥିବା compliment ସବୁକୁ......
ସେ ଥିଲେ ମୋ ପାଇଁ ଅନେକ୍ କିଛି
ତାଙ୍କ କମ୍ପ୍ଲିମେଣ୍ଟ ମେଣ୍ଟ ମୋତେ ଆଉ ମିଳିବନି
ମିଳିବନି ତାଙ୍କ ସ୍ନେହବୋଳା କଥା କେଇପଦ।

"ସ୍ଵର୍ଗତଃ ଅନନ୍ତ ମହାପାତ୍ର।"

ତାଙ୍କ ଆତ୍ମା ର ସଦ୍ ଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି .....

ଦାଜୀ (Subrat kumar Sahu)
ବାରିପଦା ଫଟୋ ଷ୍ଟୁଡିଓ
9437321636

02/11/2022

ଫୁଟପାଥ୍ ରେ ସ୍ୱପ୍ନ ଦେଖିବା ଭାରି ମହଙ୍ଗା........"

ଜୀବନ ଜଞ୍ଜାଳ ଏମିତି ଏକ ଅଛିଣ୍ଡା ଗଣିତ,
ତାକୁ ଯେତେ ଫେଡ଼ିଲେ, ହରିଲେ, ଗୁଣିଲେ ବି
ଜମା ଛିଡେନି l
ସ୍ଵପ୍ନ ଦେଖିବା କାହାକୁ ମନା।
ସଂସାର ଗୁଜୁରାଣ ମେଣ୍ଟାଇବାକୁ ଏଇ ଫୁଟପାଥ୍ ହିଁ ଏକମାତ୍ର ସାହାରା। ସହରର ଅନେକ ଛକ ଜାଗା ଯୋଉଠି ଲୋକଙ୍କ ଗହଳି ଜମିଉଠେ, ସକାଳୁ ଠୁ ଆରମ୍ଭ କରି ରାତି ନିଃଶବ୍ଦ ହେଲା ପର୍ୟ୍ୟନ୍ତ।
ଉଠା ଦୋକାନ, ପ୍ଲାଷ୍ଟିକ୍ ତାରପିନ୍ ତଳେ
ନିଜ ଗୁଜୁରାଣ କୁ ମେଣ୍ଟାଇବାକୁ ଲାଗି ପଡି ଥାଏ,
ସକାଳ ଠୁ ସନ୍ଧ୍ୟା ପର୍ୟ୍ୟନ୍ତ।

ଅନେଇ ବସିଥିବେ ପାଞ୍ଚ ପ୍ରାଣୀ କୁଟୁମ୍ବ ।
ପୁଅ ଝିଅ ର ପାଠ ପଢା କୁ ନେଇ ଅନେକ ସ୍ଵପ୍ନ।
"ବେଟୀ ବଚାଓ ,ବେଟୀ ପଢ଼ାଓ "
ପ୍ରତି ମୁହୂର୍ତ୍ତରେ କାନ ପାଖରେ ପ୍ରତିଧ୍ବନିତ ହେଉଥାଏ।
ପୁଣି "ସୁକନ୍ୟା ଯୋଜନା "
ସ୍ଵପ୍ନ ଦେଖୁଥିଲା ଅନେକ।
ବୁଢ଼ା ବାପା, ମା ର ବରାଦୀ କୁ ମଧ୍ଯ ମେଣ୍ଟାଉ ଥିଲା
ନିଜେ ନଖାଇ ନ ପିଇ ।

ଚକ ଗଡି ଚାଲୁଥିଲା ତା ବାଟରେ।
ଜଣା ପଡୁ ନଥିଲା ସକାଳ ଯାଇ ସନ୍ଧ୍ୟା
କେତେବେଳେ ହୋଇଯାଉଛି ।
ଏଇ କିଛିଦିନ ତଳେ ମାଇକ ରେ କହି ଦେଇଗଲା
ରାସ୍ତା କଡରେ ବସିଥିବା ଉଠା ଦୋକାନୀ ମାନେ, ତାଙ୍କ
ଦୋକାନ ସବୁ ନିର୍ଧାରିତ ସମୟ ସୀମା ଭିତରେ ଉଠେଇ ନବାକୁ, ନ ହେଲେ ସରକାରୀ ଭାବେ ସେମାନଙ୍କ ଦୋକାନ କୁ
ଉଚ୍ଛେଦ କରାଯିବ।
ମୁଣ୍ଡରେ ଚଡକ ପଡିଗଲା।
ଆଜିକୁ 10/12 ବର୍ଷ ଧରି ଏଇ ପଲିଥିନ୍ ତଳେ
ଦୋକାନ ଟିଏ କରି ସବୁ ସ୍ଵପ୍ନ କୁ ସାକାର କରିବାକୁ
ଯୋଉ ପ୍ରତିଜ୍ଞା କରି ଘରୁ ଗୋଡ କାଢି ଥିଲା,
ଯାହାର ହାତ୍ ଧରି ସ୍ଵପ୍ନ ଦେଖିଥିଲା
ଗୋଟେ ନୂଆ ଦୁନିଆ।
କୁନି କୁନି ପୁଅ ଝିଅ ର ସେଇ ହସୁରା ମୁହଁରେ ଦେଖୁଥିଲା
ତାର ଭବିଷ୍ୟତ।
ସବୁ କିଛି ଆଖି ସାମ୍ନାରେ ଧୋଇ ହୋଇଗଲା
ସେଇ ଯେମିତି ମହାବାତ୍ୟାର କରାଳ ଜୁଆର ରେ ଭାସିଗଲା
ଅଧା ଓଡ଼ିଶା ଟା.....
ହାତୀ ଶୁଣ୍ଢ ଭଳିଆ ଦୁଇ ଦୁଇ ଟା ଗାଡି ଆସି
ନିମିଷକରେ ମାଟିରେ ମିଶେଇ ଦେଲେ
ପଲିଥିନ୍ ତଳେ ଥିବା ତା ସୁଖ ଦୁଃଖର ସାଥୀ
ନିଜ ଗୁଜୁରାଣ ର ଭାତହାଣ୍ଡି ଟିକୁ।
ଆଖିର ଲୁହ ଆଖିରେ ଶୁଖିଗଲା ।
ତାକୁ ଯେମିତି କିଏ କହୁଥିଲା
ଏବେ କଣ କରିବୁ
ବେଟୀ ବଚାଓ ,ବେଟୀ ପଢ଼ାଓ "
"ସୁକନ୍ୟା ଯୋଜନା "
କାହାକୁ ପଚାରିବ ?
ଏ ସବୁ ଯୋଜନାର ସୁଫଳ କଣ ?
ବୋଧହୁଏ ଫୁଟପାଥ ରେ ଜିଉଁ ଥିବା ଲୋକଙ୍କ ପାଇଁ ନୁହଁ !
ଧୂ ଧୂ ଖରା ବେଳ ଟାରେ ତାକୁ ଦେଖା ଗଲା ଅନେକ ନକ୍ଷତ୍ର ପୁଞ୍ଜ ସବୁ, ସତେ ଯେମିତି ଖତେଲ ହେଉଛନ୍ତି
ତୁ ପରା ସ୍ଵପ୍ନ ଦେଖୁଥିଲୁ .........

ଭିଡିଓ କ୍ଲିପ ଟି ଏକ ସାଙ୍କେତିକ ଭାବେ ବ୍ୟବହାର କରି ଥିବାରୁ, ଏହାକୁ ଅନ୍ୟ ଅର୍ଥରେ ନ ନେବାକୁ ଅନୁରୋଧ।

28/10/2022

କାଇ ବା କୁରକୁଟି
ଯାହାକୁ ଆମେ ଗାଁ ହାଟରେ କିମ୍ବା ବଣ ଜଙ୍ଗଲ ଘେରା ଭିତରେ ରହୁଥିବା ଜନଜାତି ଘର ମାନଙ୍କରେ ଦେଖିବାକୁ ପାଇଥାଉ।
ଅନେକ ଏହାକୁ ଦେଖି ନାକ ଟେକନ୍ତି।
କିନ୍ତୁ ଏହା ଭିତରେ ଯେ ଔଷଧୀୟ ଗୁଣ ଅଛି ତହା
ପ୍ରମାଣିତ କରିଛି ଅନେକ ସମୟରେ।
ରାସ୍ତା କଡରେ ବସି କାଇ ବିକୁଥିବା ଜଣେ ଆଦିବାସୀ
ଭାଇଙ୍କ ମୁହଁ ରୁ ସେ ଯାହା କୁହନ୍ତି ......

22/10/2022

ତମକୁ ଭାବିଲେ ଭାବି ହୁଏନା ମହାପ୍ରଭୁ।
ଲେଖିଲେ ଲେଖି ହଉନି କି ଦେଖିଲେ
ଏ ନିଆଁ ଲଗା ଆଖିରେ ଦେଖା ସରୁନି।
କିଏ ବା ତମକୁ ବୁଝିପାରିବ ମହାପ୍ରଭୁ !
ତମେ ଇତିହାସ ର ଇତିହାସ।
ତମେ ଅତୀତର ଅତୀତ।
ତମେ ଭବିଷ୍ୟତର ଭବିଷ୍ୟତ।
ତମେ ଅକାରଣ,
ତମେ ଉକାରଣ ,ତମେ ମକାର ।
ତମେ ବର୍ତମାନ,
ତମେ ଅତୀତ,
ତମେ ପୁଣି ଭବିଷ୍ୟତ।
ତମେ ଅସମାପ୍ତ,
ତମେ ଅନନ୍ତ,
ତମେ ଅବକ୍ତ ।
ତମେ ୟୁଗେ ଯୁଗେ ପ୍ରଭୁ
ଯୁଗେ ଯୁଗେ ଜଗନ୍ନାଥ........

Coutsey ସିଦ୍ଧାର୍ଥ ଟିଭି
"ଯୁଗେ ଯୁଗେ ଜଗନ୍ନାଥ "

ଆମ୍ ବାରିପଦା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ (ଜଗନ୍ନାଥ)
ମନ୍ଦିର କୁ ନେଇ......

14/10/2022

'ଅଚିହ୍ନା ଠିକଣା..............'

ଜୀବନ ଯାତ୍ରାରେ, ଯିବା ଆସିବା ଚଲା ରାସ୍ତାରେ
ଅନେକ ଚିହ୍ନା ଅଚିହ୍ନା ମୁହଁ ଆଖି ସାମ୍ନାରେ ଦେଖା ହୁଏ।
ଅନେକ ମନେ ରହିଥାଏ ସ୍ମୃତି ପଟରେ କିଛି ମନେ ରୁହେ ନାହିଁ।
ସବୁଦିନ ସେଇ ଏକା ସହର ର ଗଳିକନ୍ଦି ବା କୋଉ ମନ୍ଦିର ପାହାଚରେ କିମ୍ବା କୋଉ ବୁଢ଼ା ବରଗଛ ତଳେ ତାର ସର୍ବସ୍ଵ ଗଣ୍ଠିଲି ବୁଜୁଳା କୁ ଧରି ବସିଥିବା ସେ ସ୍ତ୍ରୀ ଲୋକଟିଏ।
କେହି କେହି କୁହନ୍ତି ପାଗେଳି ଟାଏ।
ଅନେକ ମୁହଁ ଫେରାଇ ଚାଲି ଯାଆନ୍ତି।
କିଏ କିଛି ଦେଲା ଖୁସି ନ ଦେଲେ ବି ଦୁଃଖ ନାହିଁ।
ଅନେକ କିଛି ଶୁଣିବାକୁ ମିଳେ ତା ବିଷୟରେ।
ହେଲେ ସେ କାହିଁକି ପାଗଳୀ ତାର ହିସାବ କାହାରି ପାଖରେ ନାହିଁ।
ତାର ସେଇ ଝୁମ୍ପୁରା କେଶ, ଛିଡା ଫଟା ଲୁଗା
ଜଣାଇଦିଏ ସେ ପାଗଳୀ ଟିଏ ।
କିଏ ଜାଣିଛି ତାର ସଂସାର ଥିଲା କି ନାହିଁ,
କିଏ ଜାଣିଛି ତାର ପିଲା ପିଲି ଅଛନ୍ତି କି ନାହିଁ।
ତା ଶାଶୁଘର କିମ୍ବା ବାପଘର କୋଉଠି ?
ଏ ସବୁ ମନଭିତରୁ ଆପେ ଆପେ ପ୍ରଶ୍ନ ହୋଇ ପଚାରୁଥିଲେ ।
ଉତ୍ତର କିଛି ବି ନଥିଲା।
ପ୍ରତିଦିନ ଯିବା ଆସିବା ରାସ୍ତାରେ କୋଉଠି ନା କୋଉଠି
ମୋର ଦେଖା ହୋଇଯାଏ।
ବେଳେ ବେଳେ ନିଜେ ନିଜେ କଥା ହେଉଥିବାର ଦେଖିଛି।
ସେ ଭିତରେ ଅନେକ ପ୍ରଶ୍ନ ଥାଏ, ଯାହାର ଉତ୍ତର ତାକୁ ହିଁ ଜଣା।
ସେ କଥା ହଉଥିବା ବେଳେ ଇଂରାଜି ରେ ମଧ୍ୟ କଥା ହୁଏ।
ମନରେ ପ୍ରଶ୍ନ ଉଠେ ଶିକ୍ଷିତା ଟିଏ ନିଶ୍ଚୟ।
ଏମିତି କଣ ହେଲା ଯେ ?
ଅନେକ ସମୟରେ କିଛି ଏମିତି ଲୋକ ତାକୁ ଦେଖିଲେ
ଟାହି ଟାପରା କରି ଖତେଇ ହୁଅନ୍ତି।
ଆଉ ତା ପ୍ରତିଉତ୍ତରରେ କେବଳ ଅଶ୍ରାବ୍ଯ ଭାଷାରେ ଗାଳି
ଦେଇଚାଲେ ଯାହା ସେମାନଙ୍କୁ ବେଶ୍ ଆମୋଦିତ କରିଥାଏ ।
ହଠାତ୍ କିଛି ଦିନ ହେଲା ତାକୁ ଆଉ ଦେଖିବାକୁ ପାଉନଥିଲି ।
କିଏ ବା କହିବ ସେ କାହିଁକି ଆସୁନାହିଁ ବୋଲି।
କାହା ପାଖରେ ଅଛି ତା ଠିକଣା।
ଆଜି ବି ସେଇ ରାସ୍ତାରେ ଗଲେ ମନ୍ଦିର ର ପାହାଚ ଟି ଫାଙ୍କା ଫାଙ୍କା ଲାଗେ, ଖୋଜି ବୁଲେ କାଳେ ଏଇଠି କୋଉଠି ବସିଛି କି !
ବୁଢୀ ମାଉସୀ ଫୁଲ ଡାଲା ନାଲି ମନ୍ଦାର ମାଳ ହାତରେ ଧରେଇ
ଦେଇ କୁହେ ବାବୁ ମାଆଙ୍କ ପାଖକୁ ଯିବା ପରା, ହେଇ ନିଅ ତମ ଫୁଲ ଡାଲା ।
ମୁଁ ଚୁପଚାପ ମାଆଙ୍କୁ ମୁଣ୍ଡିଆ ମାରି ଚାଲି ଆସେ ସିନା,
କିନ୍ତୁ ଆଖି ଖୋଜି ବୁଲୁଥାଏ କୋଉଠି କଣ ମୁଁ ହଜେଇ ଦେଇଚି
ସେଇ ଚିହ୍ନା ମୁହଁ, ଯିଏ ମୋର ନିଜର ବି କେହି ନୁହଁ ।

ଦାଜି (ସୁବ୍ରତ କୁମାର ସାହୁ)
ବାରିପଦା ଫଟୋ ଷ୍ଟୁଡିଓ
9437321636

Address


Telephone

+919437321636

Website

Alerts

Be the first to know and let us send you an email when Aama mayurbhanj tv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Aama mayurbhanj tv:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share