ସମୟ ବଦଳିବା ସହ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ଆହ୍ୱାନ ଆସୁଛି ଏବଂ ଏହି ଆହ୍ୱାନକୁ ଗ୍ରହଣ କରି ମଣିଷ ତା’ର ସମାଧାନର ବାଟ ବାହାର କରୁଛି। ଦୁନିଆ ଯେତିକି ଗତିରେ ଆଗକୁ ବଢୁଛି ମଣିଷ ଜୀବନ ବେଗ ସେତିକି ପରିମାଣରେ ବଢି ଚାଲିଛି। କର୍ମବହୁଳ ଜୀବନରେ ମଣିଷ ପାଇଁ ଯଦି କିଛି ଅଭାବ ପଡୁଛି ତାହା ହେଉଛି ସମୟ। ନିଜର କାମ, ପରିବାରର କଥା ବୁଝିବା ସହ ନିଜ ଅଞ୍ଚଳ,ସୁରତ୍, ନିଜ ରାଜ୍ୟ, ନିଜ ଦେଶର ବା ସାରା ବିଶ୍ୱରେ ଘଟୁଥିବା ଘଟଣାବଳୀ ଉପରେ ଅବଗ
ତ ରହିବାକୁ ଚାହେଁ ଜଣେ ବ୍ୟକ୍ତି। ତେବେ ସମୟର ସ୍ୱଳ୍ପତା ଦୃଷ୍ଟିରୁ ବହୁ ସମୟରେ ଏହା ସମ୍ଭବ ହୋଇ ନ ଥାଏ। ଏଭଳି ଆହ୍ୱାନକୁ ଗ୍ରହଣ କରି ଆଜିର ଗଣମାଧ୍ୟମରେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଖବରକାଗଜ କୁହାଯାଉ ବା ବୈଦ୍ୟୁତିକ ଗଣମାଧ୍ୟମ ସବୁ କ୍ଷେତ୍ରରେ ଦେଖା ଦେଇଛି ବୈପ୍ଲବିକ ପରିବର୍ତ୍ତନ। ଆଜିର ଡିଜିଟାଲ ଯୁଗରେ ଖୁବ କମ୍ ସମୟ ମଧ୍ୟରେ ବିଶ୍ୱରେ ଘଟୁଥିବା ସମସ୍ତ ଘଟଣାବଳୀକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ସୁବିଧା ଏବେ ଉପଲବ୍ଧ।
ଆଜିର ସାମାଜିକ ଗଣମାଧ୍ୟମଗୁଡିକ ଏ ଦିଗରେ ବେଶ୍ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଫେସବୁକ୍ କୁହନ୍ତୁ ବା ଟୁଇଟର୍ ବା ଅନ୍ୟ ସାମାଜିକ ଗଣମାଧ୍ୟମ, ଆଜିର ଡିଜିଟାଲ ଯୁଗରେ କ୍ଷୀପ୍ର ଆଉ ସଂକ୍ଷିପ୍ତ ଖବର ପ୍ରସାରଣ କ୍ଷେତ୍ରରେ ଏହି ସାମାଜିକ ଗଣମାଧ୍ୟମଗୁଡିକ ବେଶ୍ ଅଗ୍ରଣୀ ଭୂମିକା ନେଉଛନ୍ତି। ନିଜ ମାତୃଭାଷାରେ ନିଜ ଅଞ୍ଚଳ, ନିଜ ରାଜ୍ୟ ତଥା ଦେଶ ବିଦେଶର ଖବର ଜାଣିବାର ଉପଲବ୍ଧି ନିଶ୍ଚିତ ନିଆରା। ଓଡିଆ ଭାଷାରେ କେବଳ ଓଡିଶା କାହିଁକି ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କ ପାଇଁ ତ୍ୱରିତ ଖବର ପହଞ୍ଚାଇବା ଲାଗି ଆମର ଏହି ପ୍ରୟାସ ''ସୁରତ୍ ଓଡିଆ ନିୟୁଜ୍ (ନିୟୁଜ୍ କେବଳ ନିୟୁଜ୍)''।
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ''ସୁରତ୍ ଓଡିଆ ନିୟୁଜ୍ (ନିୟୁଜ୍ କେବଳ ନିୟୁଜ୍)’’ ।