ଆ.କ, ସୋର,୧୭/୦୧/୨୫:ଲାବଣ୍ୟବତୀ ଉଚ୍ଚ ବିଦ୍ୟାଳୟ ଓ ରେବତୀ ଉ,ପ୍ରା, ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ସିମୁଳିଆ ଠାରେ ହରିହର ସ୍ମାରକୀ ସ୍ମୃତି ସଂସଦ ଆନୁକୁଲ୍ୟରେ ଲାବଣ୍ୟବତୀ ଉଚ୍ଚ ବିଦ୍ୟାଳୟ ଓ ରେବତି ଉପ୍ରା ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ମୁଖ୍ୟ ଅତିଥି ଡମ୍ବୁରୁ ଧର ନାୟକ,ମୁଖ୍ୟ ବକ୍ତା ଜୟରାମ ଦାସ, ସମ୍ମାନୀତ ଅତିଥି ଡକ୍ଟର ଶ୍ରୀକାନ୍ତ ପଣ୍ଡା , ଓ ପ୍ରଫୁଲ୍ଲ ଦାସ,ଯାତ୍ରା ଜଗତର ଖାଳନlୟକ୍ ଲୋକନାଥ ଲେଙ୍କା,ସମ୍ବର୍ଦ୍ଧିତ ଅତିଥି ସିଦ୍ଧାର୍ଥ ପାତ୍ର,ସମାଜସେବୀ ଅନାମ ଚରଣ ବାରିକ,ଉଭୟ ସ୍କୁଲର ସଭାପତି ପ୍ରଶାନ୍ତ ଦାସ,ହେମନ୍ତ ବାରିକ,ଉଭୟ ସ୍କୁଲର ପ୍ରଧାନ ଶିକ୍ଷକ କମଳା କାନ୍ତ କର,ମାନସ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କର
ଆ.କ, ବାଲିଖଣ୍ଡ,୧୭/୦୧/୨୫:ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଗୋରାମାଟି ଗ୍ରାମର ଚିନ୍ମୟ କୁମାର ଦାସ(୩୩) ଆନ୍ଦ୍ରପ୍ରଦେଶ ଗୁଣ୍ଟୁର ଅଞ୍ଚଳରେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟର ମୋଟବାରି ଥାନା ହମିଦପୁର ଚାର ଅଞ୍ଚଳର ଇଟୁ ମଣ୍ଡଳ ସହ ଦେଖା ହେବା ପରେ ଏକ ବ୍ୟାଙ୍କ ଚୋରି ପାଇଁ ଯୋଜନା କରିଥିଲେ। ପରେ ପଶ୍ଚିମବଙ୍ଗ ଅଞ୍ଚଳର ଆଉ ଦୁଇଜଣ ସହଯୋଗୀ ମୁନା ଚୌଧୁରୀ ଓ ରଞ୍ଜିତ ମଣ୍ଡଳ ଏବଂ ଝାଡଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅଧିନ ମହମ୍ମଦ ଜାମିଲ ଶେଖ ଓ ଅଜ୍ଜୁଲ ଶେଖଙ୍କ ସମ୍ପର୍କରେ ଆସିଥିଲେ। ପରେ ଦୁଇମାସ ପୂର୍ବରୁ ବାଲିଖଣ୍ଡ ଗ୍ରାମ୍ୟ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ। ଗତ ୨୩ ତାରିଖରେ ସମସ୍ତେ ଭଦ୍ରକ ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ଥାନରେ ହୋଟେଲ ରୁମରେ ରହିଥିଲେ।
ଏବଂ ୨୪ ତାରିଖ ସନ୍ଧ୍ୟାରେ ଭଦ୍ରକ ବଜାରରୁ ଗ୍ୟାସ କଟର ଏବଂ ଅକ୍ସୀଜେନ ସିଲିଣ୍ଡର ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପରେ ଏକ ଅଟୋଯୋଗେ ଉକ୍ତ ବ୍ୟାଙ୍କର ପଛପଟେ ଏକ ପଡିଆରେ ରାତି ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ବ୍ୟାଙ
ଆ.କ,ସୋର,୧୪/୦୧/୨୦୨୫: ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ଏବଂ ଭାରତ ସରକାରଙ୍କ ନେହେରୁ ଯୁବ କେନ୍ଦ୍ର ବାଲେଶ୍ୱର ଶାଖା ର ମିଳିତ ଆନୁକୁଲ୍ୟରେ ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦ ଙ୍କ ୧୬୨ ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଉତ୍ସବ ୨୦୨୫ ସୋର ପୌରପାଳିକା ଅନ୍ତର୍ଗତ ଚକବାରହପୂର୍ ସ୍ଥିତ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି।
ସକାଳେ ଅନୁଷ୍ଠିତ ହୋଇଥିବା ମିନିମାରଥାନ ରେ ସୋର ର ମାନ୍ୟବର ବିଧାୟକ ମାଧବ ଧଡା ଯୋଗଦେଇ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଉଦଘାଟିତ କରିଥିଲେ। ସନ୍ଧ୍ୟା ରେ ଆୟୋଜିତ ଆଲୋଚନାଚକ୍ର ରେ ଯୁବକ ସଂଘର ସଭାପତି କମଳ ଲୋଚନ ବାରିକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ରୂପେ ସୋର ଥାନା ର ଭାରପ୍ରାପ୍ତ ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର , ମୁଖ୍ୟବକ୍ତା ସ୍ବାମୀ ଗଣେଷାନନ୍ଦ ପୁରୀ , ସିମୁଳିଆ ବ୍ଲକ ର ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନୀ , ସନାତନ ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଯୁବ ସମାଜ ର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମ
ଆ.କ,୦୬/୦୧/୨୫: ସୋର ରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ l
ବାଲେଶ୍ୱର ଜିଲ୍ଲାର ସୋର ଉତ୍ତରେଶ୍ୱର୍ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ଓ ସୋର ପୋଲିସ ଙ୍କ ମିଳିତ ଆନକୂଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ଏହି ଅବସର ରେ ପ୍ରଥମେ ସେଣ୍ଟ ଜାଭିୟର ହାଇସ୍କୁଲ ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଙ୍କ ସମେତ ସୋର ପୋଲିସ କର୍ମଚାରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଅନନ୍ତପୁର ଛକ ନିକଟରେ ଶେଷ କରିଥିଲେ।ଏହି ଶୋଭାଯାତ୍ରା ରେ କୁନି ଛାତ୍ର ଛାତ୍ରୀମାନେ ନାଟକିୟ ଅଭିନୟ କରି ଆର ଟି ଓ ନିୟମ ଗୁଡିକ ଜନସାଧାରଣ ମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ rto ନିୟମ ଗୁଡିକୁ ଜନସାଧାରଣ ଜଣାଇ ସଚେତନତା କରାଇବା ସହ ବାଇକ୍ ଓ ମଟର ଯାନ ଆରୋହୀ ତଥା ପଦଚାରି ମାନଙ୍କୁ ସଡ଼କ ଦୁର୍ଘଟଣା ଉପରେ ନାଟକୀୟ ଢ଼ଙ୍ଗି ରେ ବିଭିନ୍ନ ଉପକାରୀ ବିଷୟ ବସ୍ତୁ ଉପରେ ତାଙ୍କର ମତ ପ୍ରକାଶ କରିଥିଲେ ।
By: Hemanta Barik
#apanankakhabarsoro
#apanankakhabar
#SoroNews
#OdishaNews
#ଆପଣଙ୍କଖବର
Web Link:
https://apanankakhabar.blogspot.com/2025/01/blog-post_6.html
Youtube Link:
https://youtu.be/C5KbcFKU5C8
ଆ.କ,୨୬/୧୨/୨୪:ସୋର ବିଜେଡି ପକ୍ଷରୁ ବିଜୁଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ସୋର ପୌରାଞ୍ଚଳ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଉପସଭାପତି ଅଶୋକ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଳ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡ଼ା,ବ୍ଲକ ଅଧକ୍ଷା ଅନୁସୟା ମଳିକ,ସୋର ନଗର ସଭାପତି ସୁକାନ୍ତ ମିଶ୍ର,ଜିଲ୍ଲା ପରିଷଦ ଜୟରାମ ଦାସ, ଜୟନ୍ତ ସ୍ୱାଇଁ, ଶିଶିର ଅଗସ୍ତି, ନୀଳାମ୍ବର ମହାଳିକ, ପୂର୍ବତନ ପୌରାଧକ୍ଷ ବଙ୍କେଶ ବେହେରା,ମହେନ୍ଦ୍ର କୁମାର ପାତ୍ର,ବାହାନଗା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଶରତ କୁମାର ରାଜ, ଅଶ୍ୱିନୀ ମହାପାତ୍ର ,ପାରିଷଦ ରମେଶ ସିଂହ,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଦୀପ ଜେନା,କମଳାକାନ୍ତ ଘଡେଇ,ଶଙ୍କର୍ଷଣ ବାରିକ,ପୁଷ୍ପଲତା ଜେନା, ସୋର ଏବଂ ବାହାନାଗା ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ,ସେବା ସମବାୟ ସମିତିର ସଭାପତି,ପୂର୍ବତନ ପାରିଷଦ ମହେଶ କୁମାର ବେହେରା,ଆଇନଜୀବୀ ସୁବାସ ଚନ୍ଦ୍ର ଦାସ,ସଚ୍ଚିଦାନନ୍ଦ ଦ୍ବିବେଦୀ ପ୍ରମୁଖ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ରଖିଥିଲ
ଆ.କ,୨୩/୧୨/୨୪:ଓଡ଼ିଆ ସାହିତ୍ୟ ର ଅନନ୍ୟ ଅବଦାନ ସୁରୁପ୍ ନୂତନ ରଚନା ସୋରଶ୍ରୀ ପତ୍ରିକା ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ l
ବାଲେଶ୍ବର ଜିଲ୍ଲା ର ସୋର ଆଗାମୀ ପିଢ଼ିଙ୍କ ପାଇଁ ସ୍ରଷ୍ଟାମାନେ ଅଧିକରୁ ଅଧିକ ଉପାଦେୟ ରଚନା କରନ୍ତୁ। ଏହି ରଚନା ସମାଜର ଶ୍ରୀବୃଦ୍ଧି କରିବା ସହିତ ଏକ ନୂତନ ଦିଗ ଉନ୍ମୋଚନ କରିବ ବୋଲି ଗାଳ୍ପିକ ସୁରେନ୍ଦ୍ରନାଥ ବାରିକଙ୍କ ପଞ୍ଚମ ଗଳ୍ପଗୁଚ୍ଛ ‘ଗଳ୍ପ ସମ୍ପଦ’ ଓ ନୂଆ କରି ଆତ୍ମପ୍ରକାଶ କରିଥିବା ସାହିତ୍ୟ-ସଂସ୍କୃତି ଓ ସଂପ୍ରୀତିର ଗଙ୍ଗୋତ୍ରୀ ‘ସୋରଶ୍ରୀ’ ପତ୍ରିକାର ପାଠକାର୍ପଣ ଉତ୍ସବରେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। ସୋର ଉତ୍ତରେଶ୍ଵର ନିକଟ ଲିଙ୍ଗରାଜ ମାର୍କେଟସ୍ଥିତ ଅମୃତାୟନ ଭବନରେ ରବିବାର ଆୟୋଜିତ ଉତ୍ସବରେ ସାହିତ୍ୟ ସାଧକ ଡ. ରମାକାନ୍ତ ବେହେରା ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଅତିଥି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଉଦ୍ଘାଟନ କରି କହିଲେ ଯେ ସମାଜରେ ପରିବର୍ତ୍ତନ ଆଣିବାରେ ସାରସ୍ବତ ସାଧକଙ୍
ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ l
ଆ.କ,୨୧/୧୧/୨୪:ସ୍ଵାମୀ କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ ଖଇରା ଥାନା ବାଘୁଆ ଅଞ୍ଚଳର ପ୍ରଫୁଲ୍ଲ ଦାସ(୪୦) ଦୀର୍ଘ ଦିନ ଧରି ସୋର କଲେଜଛକ ନିକଟରେ ଏକ ଭଡା ଘରେ ବ୍ୟବସାୟ କରୁଥିଲେ। କିଛିଦିନ ତଳେ ବିଦ୍ୟୁତ ବିଭାଗ ପକ୍ଷରୁ ଚୋରା ବିଦ୍ୟୁତ ସଂଯୋଗ ପାଇଁ ୧ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା।
ଫଳରେ ପ୍ରଫୁଲକୁ ଘର ମାଲିକ ସମସ୍ତ ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରିଥିଲେ। ଗତ ତିନିଦିନ ତଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଟଙ୍କା ଡ଼ିପୋଜିଟ କରିବାକୁ ଯାଇଥିବା ବେଳେ ୩୦ ହଜାର ଟଙ୍କା ହଜିଯାଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ପ୍ରଫୁଲ ପୁରୀ ଚାଲିଯାଇଥିଲେ। ଗତକାଲି ଫେରିବା ସହିତ ଆଜି ସକାଳେ ତାଙ୍କ ସ୍ତ୍ରୀ ତୁଳସୀଙ୍କୁ ଫୋନ ଯୋଗେ ଘର ମାଲିକ ଧମକ ଦେଉଥିବା କଥା କହି କାନ୍ଦିଥିଲେ। ସ୍ତ୍ରୀ ତୁଳସୀ ଓ ଶାଶୁ ଶ୍ରୀମତୀ ବେହେରା ଉକ୍ତ ଭଡା ଘରେ ପହଞ୍ଚି ପ୍ରଫୁଲ୍ଲ ଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ।
ପରେ ତାଙ୍କୁ ସୋର ଡାକ୍ତର ଖାନା ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍
ଆ.କ,୧୬/୧୨/୨୪:ସୋରରେ ଜନଶୁଣାଣୀ: ଅଧାରୁ ପଳାଇଲେ ଏସପି l
ସୋର ବ୍ଲକ ପରିସରରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନଶୁଣାଣି ର କିଛି ସମୟ ଭିତରେ ଏସ୍ପି ଚାଲିଯାଇଥିବା ବେଳେ ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ରାସ୍ତା,ସ୍କୁଲ,ଭତ୍ତା ,ଜଳ ଯୋଗାଣ, ସରକାରୀ ଜମି ଜବର ଦଖଲ ଆଦି ୧୩୪ଟି ଅଭିଯୋଗ ଆସିଥିଲା ।
ଅଭିଯୋଗକୁ ଆସନ୍ତା ୧୫ ଦିନ ମଧ୍ୟରେ ସମାଧାନ ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୋର ବିଡ଼ିଓ ସତ୍ୟନାଥ ନାୟକ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ।ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଏସ୍ପି ରାଜ କୁମାର ଓ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଚାରିଜଣ ଦିବ୍ୟlଙ୍ଗଙ୍କୁ ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା।
By:Hemanta Barik
#apanankakhabarsoro
#apanankakhabar
#SoroNews
#ଆପ