05/08/2023
ସୋନପୁର ତହସିଲର ଗୁମର କଥା -17
ପୂର୍ବରୁ ୧୬ ଅଧ୍ୟାୟ ପଢ଼ିସାରିଥିଲେ
ପୁରାପଢନ୍ତୁ
ଶାଳକ ଦେଇଛନ୍ତି ଋଣ ଭେଣୋଇକୁ ସୁନା କିଣିବାକୁ
,ସୁବର୍ଣ୍ଣପୁର ତହସିଲଦାରଙ୍କ ସମ୍ପତ୍ତି ତାଲିକାରେ କୁ ନେଇ ଚର୍ଚ୍ଚା । ଉପରସ୍ଥ ଅଧିକାରୀଙ୍କଠାରୁ ଅନୁମତି ନ ନେଇ କିଣି ଛନ୍ତି ଅଚଲାଚଳ ସମ୍ପତ୍ତି !
ସରକାରୀ କର୍ମଚାରୀ ଭାବରେ ସମ୍ପତି କିଣିବା ଆଗରୁ ଉପରସ୍ଥ ଅଧିକାରୀଙ୍କ ଠାରୁ ଅନୁମିତ ଆବଶ୍ୟକ କିନ୍ତୁ ସୂଚନା ଅଧିକାର ଆଇନ ଅନୁଯାଇ ମିଳିଥିବା ତତ୍ୟ ଅନୁଯାୟୀ ସଂପୁକ୍ତ ତହସିଲାଦାର ଉପରସ୍ଥ ଆଧିକାରୀ ଉପ-ଜିଲ୍ଲାପାଳଙ୍କ ଅଫିସରେ ଅନୁମତି ପତ୍ର ନଥିବା ସୂଚନା ମିଳିଛି । ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ’,୨୦୨୧ ଆଣିଥିଲେ। ପ୍ରତିବର୍ଷ ଜାନୁଆରି ୧ରୁ ଜାନୁଆରି ୩୧ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ରାଜ୍ୟ ସରକାରଙ୍କ ମାନବ ସମ୍ବଳ ପରିଚାଳନା ସିଷ୍ଟମ (ଏଚ୍ଆର୍ଏମ୍ଏସ୍) ପୋର୍ଟାଲରେ ଦେବେ। ଏହି ନିୟମ ଅନୁଯାୟୀ ପ୍ରତିବର୍ଷ ଜୁନଆରି ୧ ତାରିଖ ସୁଦ୍ଧା ଜଣେ ସରକାରୀ କର୍ମଚାରୀଙ୍କ ପାଖରେ ଯେତିକି ସମ୍ପତ୍ତି ଥିବ ତା’ର ତାଲିକା ସେ ଜାନୁଆରି ୩୧ ତାରିଖ ସୁଦ୍ଧା ଦେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଭୁଲ ,ମିଛ ସମ୍ପତ୍ତି ତାଲିକା ଦେଳ ସଂପୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଡାକାର୍ଯ୍ୟନୁଷ୍ଠା ନେବାକୁ ସରକାର ନିୟମ କରିଛନ୍ତି ।କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଚଚ୍ଚିତ ଅଧିକାରୀ ପ୍ରଦାନ କରିଥିବା ନିଜ ସମ୍ପତ୍ତି ତାଲିକା ଅନେକ ପ୍ରଶ୍ନ ଉଠୁଛି ।ପ୍ରକୃତ ସମ୍ପତ୍ତ ଲୁଚାଇବାକୁ ଯାଇ ଅନେକ ମିଛି ଧାରପଡିଛି ।ସୁବର୍ଣ୍ଣପୁର ଜିଲ୍ଲାର ମୂଳ ବିସିନ୍ଦା ହେଲେ ମଧ୍ୟ କେବଳ ସୋନପୁର ସହରରେ ଥିବା ସମ୍ପତି ଦର୍ଶାଇଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ବଢିଲାରେ ପୈତୃତ ସମ୍ପର୍ତ୍ତି ଏବଂ ବଳାଙ୍ଗିରେ ଥିବା ପୈତୃକ ଘର ସମ୍ପତ୍ତି ତାଲିକା ନାଁ ନାହିଁ ।ଆଉ ପୁଣି ନିଜ ଶାଳକ 8 ଲକ୍ଷ ଟଙ୍କା ଋଣ ଦେଇଛନ୍ତି ଭିଣୋଇକୁ ।ସେ ପୁଣି ସୁନା କିଣିବାକୁ 4 ଲକ୍ଷ ଟଙ୍କା ଦେଇଛନ୍ତି ।ପ୍ରକୃତରେ ଶାଳକ ଜଣକ money laundering certificate କରିଛନ୍ତି ନାହିଁ ତାହା ଏବେ ବଡ ପ୍ରଶ୍ନ ।ଏହି ସବୁର ତଦନ୍ତି କରିବେ କି ଉଚ୍ଚ ଅଧିକାରୀ ଏବଂ କାର୍ଯ୍ୟନୁଷ୍ଠାନ ନେବେ କି ? କ୍ରମଶଃ