OdishaKhabar

OdishaKhabar Contact information, map and directions, contact form, opening hours, services, ratings, photos, videos and announcements from OdishaKhabar, News & Media Website, At/Bhaliapada, Po-Arapaju Via-Khajuripada, Dist-Kandhamal, Phulbani.

21/02/2024

ଜେଲ୍‌ରେ ବଢ଼ୁଛି ମାନସିକ ରୋଗ: ୩ ରାଜ୍ୟ ଭିତରେ ଓଡ଼ିଶା

କଟକ:21/02/2024:ଜେଲ୍‌ରେ ଥିବା କଏଦୀଙ୍କ ଭିତରେ ମାନସିକ ରୋଗ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜେଲ୍‌ରେ ପ୍ରାୟ ପ୍ରତିବର୍ଷ ମାନସିକ ରୋଗରେ ଆକ୍ରାନ୍ତ କଏଦୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏ‌ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ତିନିଟି ରାଜ୍ୟ ଭିତରେ ରହିବା ଘଟଣା ଉଦ୍‌ବେଗର କାରଣ ହୋଇଛି। ଲମ୍ବା ବିଚାର ପ୍ରକ୍ରିୟାଠାରୁ ଆରମ୍ଭ କରି ଜେଲର ବିଶୃଙ୍ଖଳିତ ପରିବେଶ ଭଳି ଏକାଧିକ କାରଣ ପାଇଁ ଏଭଳି ସମସ୍ୟା ବଢ଼ି ଚାଲିଛି।କିନ୍ତୁ ଏହାର ମୁକାବିଲା ପାଇଁ ଅଧିକ ମାନସିକ ରୋଗ ବିଶେଷଜ୍ଞ ପଦବି ସୃଷ୍ଟି କରିବା ବଦଳରେ ୨୦୧୭ରୁ ୫ ମାନସିକ ରୋଗ ଡାକ୍ତର ପଦବି ଉଚ୍ଛେଦ କରାଯିବା ଘଟଣା ଏବେ ଚିନ୍ତାର କାରଣ ହୋଇଛି।

ତଥ୍ୟ ଅନୁଯାୟୀ ଜେଲରେ ମାନସିକ ରୋଗାକ୍ରାନ୍ତ କଏଦୀଙ୍କ ସଂଖ୍ୟା ଦୃଷ୍ଟିରୁ ୨୦୧୮ରେ ଓଡ଼ିଶା ଉତ୍ତର ପ୍ରଦେଶ ତଳକୁ ଦେଶରେ ଦ୍ବିତୀୟ ସ୍ଥାନରେ ଥିଲା। ୨୦୧୯ରେ ଓଡ଼ିଶା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରକୁ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପରବର୍ତ୍ତୀ ବର୍ଷ ମାନଙ୍କରେ ଲଗାତାର ଭାବେ ପ୍ରଥମ ତିନିଟି ରାଜ୍ୟ ଭିତରେ ରହି ଆସୁଛି। ୨୦୨୦ରେ ଓଡ଼ିଶା ଉତ୍ତରପ୍ରଦେଶ ଓ ରାଜସ୍ଥାନ ପରକୁ ତୃତୀୟ ସ୍ଥାନରେ, ୨୦୨୧ରେ ଉତ୍ତର ପ୍ରଦେଶ ଓ ଦିଲ୍ଲୀ ପରକୁ ତୃତୀୟ ସ୍ଥାନରେ ଏବଂ ୨୦୨୨ରେ ଉତ୍ତର ପ୍ରଦେଶ ଓ କେରଳ ପରକୁ ତୃତୀୟ ସ୍ଥାନରେ ରହି ଆସିଛି। ମୋଟାମୋଟି ଭାବେ ଉତ୍ତର ପ୍ରଦେଶ ସବୁ ବେଳେ ଏହି ତାଲିକାରେ ଶୀର୍ଷରେ ରହି ଆସୁଥିବା ବେଳେ ଓଡ଼ିଶା ପ୍ରାୟତଃ ତୃତୀୟ ସ୍ଥାନରେ ରହି ଏକ ନିନ୍ଦିତ ରେକର୍ଡର ଅଧିକାରୀ ହୋଇଛି। ଓଡ଼ିଶାରେ ଥିବା ୯୨ଟି ଜେଲରେ ଏବେ ୧୮ ହଜାର ୯୬୨ କଏଦୀ ଅଛନ୍ତି। ଜେଲ୍ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୨ରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ୨୮୨ ଜଣ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିବା ବେଳେ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୫୩୮ଜଣ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅର୍ଥାତ ୨୦୨୨ରେ ମୋଟ ୮୨୦ ଜଣ କଏଦୀଙ୍କ ନିକଟରେ ଏହି ରୋଗ ଚିହ୍ନଟ ହୋଇଛି। ସେହିଭଳି ୨୦୨୧ରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ୨୭୯ ଜଣ ଓ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୪୨୦ ଜଣ, ଏଭଳି ଭାବେ ମୋଟ ୬୯୯ ଜଣ ମାନସିକ ରୋଗରେ ପୀଡ଼ିତ କଏଦୀ ରହିଥିଲେ। ୨୦୨୦ରେ ୬୯୬ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ୩୯୫ ଜଣ ଓ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୩୦୦ ଜଣ ରହିଥିଲେ। ୨୦୧୯ରେ ଦୋଷୀ ସାବ୍ୟସ୍ତ ୩୮୭ ଓ ବିଚାରାଧୀନ ୨୩୯ଜଣଙ୍କୁ ମିଶାଇ ମୋଟ ୬୨୬ ଜଣ ମାନସିକ ରୋଗରେ ପୀଡିତ କଏଦୀ ଚିହ୍ନଟ ହୋଇଥିଲେ। ୨୦୧୮ରେ ଦୋଷୀ ସାବ୍ୟସ୍ତ ୩୪୮ ଓ ବିଚାରାଧୀନ ୩୨୯ ଜଣଙ୍କୁ ମିଶାଇ ମୋଟ ୬୭୭ ଜଣ ମାନସିକ ରୋଗୀ କଏଦୀ ଚିହ୍ନଟ ହୋଇଥିଲେ।

ରାଜ୍ୟରେ କଟକର ଚୌଦ୍ବାର ସମେତ ବାରିପଦା, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ ସର୍କଲ ଜେଲରେ ମୋଟ ୫ ଜଣ ମାନସିକ ରୋଗ ବିଶେଷଜ୍ଞ ଥିଲେ। ଏମାନେ ସିଧାସଳଖ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିଯୁକ୍ତି ପାଇଥିଲେ। କିନ୍ତୁ ୨୦୧୭ରେ ଏହି ସମସ୍ତ ପଦବିଗୁଡ଼ିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଚାରି ଜଣ ମାନସିକ ରୋଗ ଡାକ୍ତର ଅନ୍ୟତ୍ର ବଦଳି ହୋଇଗଲେ। କେବଳ ଚୌଦ୍ବାର ଜେଲ୍‌ରେ ଜଣେ ଡାକ୍ତର ଏବେ ଯାଏ କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କର ପଦୋନ୍ନତି ହେଲେ ସେ ବି ଅନ୍ୟତ୍ର ବଦଳି ହୋଇ ଚାଲିଯିବେ। ଏବେ ରାଜ୍ୟରେ ଏକମାତ୍ର ଚୌଦ୍ବାର ସର୍କଲ ଜେଲରେ ଏକ ମାନସିକ ରୋଗ ଚିକିତ୍ସା କେନ୍ଦ୍ର ଖୋଲିଥିବା ବେଳେ ସାରା ରାଜ୍ୟର ଜେଲରେ ଥିବା ମାନସିକ ରୋଗରେ ଆକ୍ରାନ୍ତ କଏଦୀ ଏଠାକୁ ଚିକିତ୍ସା ହେବାକୁ ଆସିଥାନ୍ତି। ଯେଉଁ ହାରରେ ଜେଲରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ବର୍ତ୍ତମାନ ସର୍କଲ ଜେଲଗୁଡ଼ିକ ପାଇଁ ଜଣେ ଲେଖାଏ ସ୍ଥାୟୀ ଡାକ୍ତର ପଦବି ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରତି ମାସରେ ଥରେ ଚିକିତ୍ସା ପାଇଁ ଯିବା ପର୍ଯ୍ୟାପ୍ତ ନୁହେଁ। ମାନସିକ ରୋଗରେ ଆକ୍ରାନ୍ତ କଏଦୀଙ୍କୁ ନିୟମିତ ବ୍ୟବଧାନରେ ଡାକ୍ତରଖାନା ନେବା ବି ସୁରକ୍ଷିତ ନୁହେଁ। ଅନ୍ୟପଟେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କ କହିବା ଅନୁଯାୟୀ, ଅପରାଧ ନକରି ବି ଅନେକ ଲୋକ ଜେଲ୍‌ଦଣ୍ଡ ପାଉଛନ୍ତି। ଅଭିଯୁକ୍ତକୁ କେବେ ଓ କେତେଦିନ ଅଦାଲତରେ ଜେଲ୍ ଦଣ୍ଡ ମିଳିବ ଏହାକୁ ନେଇ ବି ଚିନ୍ତାରେ ଥାଆନ୍ତି। ଘର ପରିବାରଠାରୁ ଦୂରେଇ ରହିବା ଦ୍ବାରା ବି ସେମାନେ ଚାପରେ ରହୁଛନ୍ତି। ଜେଲରେ ଖାଇବା, ଶୋଇବା ଓ ରହିବାରେ ବିଶୃଙ୍ଖଳା ଘଟିଥାଏ। ଏଭଳି ଏକାଧିକ କାରଣ ପାଇଁ ଜେଲରେ ମାନସିକ ରୋଗ କଏଦୀଙ୍କଠାରେ ବୃଦ୍ଧି ଘଟୁଥିବା ଡାକ୍ତର କର ସୂଚନା ଦେଇଛନ୍ତି।

ଜେଲ୍‌ରେ ବଢ଼ୁଛି ମାନସିକ ରୋଗ:  ୩ ରାଜ୍ୟ ଭିତରେ ଓଡ଼ିଶା      କଟକ:21/02/2024:ଜେଲ୍‌ରେ ଥିବା କଏଦୀଙ୍କ ଭିତରେ ମାନସିକ ରୋଗ ସମସ୍ୟା ବଢ଼ିବା...

15/02/2024

BREAKING NEWS: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ

ଓଡ଼ିଶା 15/02/2024: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ। ବୌଦ୍ଧରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଛି। କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଏହି ସର୍ଚ୍ଚ ଅପରେସନ ଜାରି ରହିଥିଲା।ସୂଚନା ଅନୁଯାୟୀ, ଲ୍ୟାଣ୍ଡମାଇନ ବିସ୍ପୋରଣ ଫଳରେ ୨ ରୁ ଅଧିକ SOG ଯବାନ ଆହତ ହୋଇଛନ୍ତି।
ତେବେ ତୁରନ୍ତ ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ବର୍ତ୍ତମାନ ଆହତ ଯବାନ ସୋନପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

BREAKING NEWS: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ          ଓଡ଼ିଶା 15/02/2024: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ। ବୌଦ୍ଧରେ ଏଭଳି...
15/02/2024

BREAKING NEWS: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ

ଓଡ଼ିଶା 15/02/2024: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ। ବୌଦ୍ଧରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଛି। କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଏହି ସର୍ଚ୍ଚ ଅପରେସନ ଜାରି ରହିଥିଲା।ସୂଚନା ଅନୁଯାୟୀ, ଲ୍ୟାଣ୍ଡମାଇନ ବିସ୍ପୋରଣ ଫଳରେ ୨ ରୁ ଅଧିକ SOG ଯବାନ ଆହତ ହୋଇଛନ୍ତି।
ତେବେ ତୁରନ୍ତ ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ବର୍ତ୍ତମାନ ଆହତ ଯବାନ ସୋନପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

10/02/2024

ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା: ଲିକ ହେଲେ ପ୍ରଧାନଶିକ୍ଷକ ଦା‌ୟୀ
ଭୂବନେଶ୍ବର: 10/02/2024 ଦିନ କେଇଟା ପରେ ମାଟ୍ରିକ୍‌ ପରୀକ୍ଷା। ତା'ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନଜରକୁ ଆସେ ତାହାହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ତେଣୁ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ମୋବାଇଲ୍‌ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି କେବଳ କେନ୍ଦ୍ର ପରିଚାଳକଙ୍କ ନିକଟରେ ହିଁ ରହିବ। କୌଣସି ପ୍ୟାକେଟ୍‌ କିମ୍ବା କାଗଜପତ୍ର ଯାଞ୍ଚ କରିବାକୁ ଦେବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ପରିଚାଳକ ଭଲ ଭାବେ ଜାଣିଥିବା ଆବଶ୍ୟକ। ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ର‌ବେଶ ଲାଗି ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପରୀକ୍ଷାରେ କପି ରୋକିବା ଓ ଶତ ପ୍ରତିଶତ ଉପସ୍ଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ, ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଓ ୨୪ରୁ ୨୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ନିରୀକ୍ଷକ ପ୍ରଶ୍ନପତ୍ର ବାଣ୍ଟିବେ, ରିଲିଭିଂ ପରୀକ୍ଷକ ମୂଳ ନିରୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ବ ତୁଲାଇବେ, ଭ୍ରାମ୍ୟମାଣ ନିରୀକ୍ଷକ ପରୀକ୍ଷା କେନ୍ଦ୍ର ବାହାର ସ୍ଥିତି ଉପରେ ନଜର ରଖିବେ। ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପରୀକ୍ଷା ସୁପରିଚାଳନା ନେଇ କେନ୍ଦ୍ର ପରିଚାଳକ ଏକ ସଂକ୍ଷିପ୍ତ ବୈଠକ କରି ନିର୍ଦ୍ଧାରିତ ଶିକ୍ଷକ, କର୍ମଚାରୀଙ୍କୁ ଦାୟିତ୍ବ ବଣ୍ଟନ କରିବେ। ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ। ୮ଟା ୩୦ରେ ଓଏମ୍‌ଆର ସିଟ୍ ଓ ୮ଟା ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ। ସକାଳ ୮ଟା ୪୫ରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀ ଓଏମ୍‌ଆର ସିଟ୍‌ର ପ୍ରଥମ ପୃଷ୍ଠାରେ ପରୀକ୍ଷା କେନ୍ଦ୍ର କୋଡ୍‌, ବିଦ୍ୟାଳୟ କୋଡ୍‌ ଓ ରୋଲ୍‌ ନମ୍ବର ସ୍ପଷ୍ଟ ଭାବେ ଲେଖିବେ।

ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ମନା
ହଲ୍‌ରେ କପି ଜଗିବେ, ୩ ସ୍ତରୀୟ ନିରୀକ୍ଷକ
ଶତ ପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ବାରୋପ

ଅର୍ଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କେତେଜଣ ଅନୁପସ୍ଥିତ ଅଛନ୍ତି? ଅନୁପସ୍ଥିତ ରହିବାର କାରଣ ବିଷୟରେ ପ୍ରଧାନଶିକ୍ଷକମାନେ ଦର୍ଶାଇବେ? ମାଟ୍ରିକ୍‌ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି। ସେଥିପାଇଁ ପୂର୍ବରୁ ସଚେତନ ହୋଇ କାର୍ଯ୍ୟ କରିବେ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଥମେ ବୁଝାଇବେ। ଦାୟିତ୍ବରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ଏବଂ ସୁନିଶ୍ଚତ କରିବେ। ପୂର୍ବବର୍ଷ କେତେଜଣ ଏ-୧ ଗ୍ରେଡ୍‌ ପାଇଥିଲେ ଓ ଚଳିତବର୍ଷ କେତେଜଣ ଏ-୧ ଗ୍ରେଡ୍‌ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ତାହାର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯିବ। କିଭଳି ଏ-୧ ଗ୍ରେଡ୍‌ ବଢ଼ିବ ସେଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବେ। ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ୫ମ ବ୍ଲକସ୍ତରୀୟ ମାସିକ ଆଲୋଚନାରେ ପରୀକ୍ଷା କେନ୍ଦ୍ର, ଅନୁପସ୍ଥିତ ପରୀକ୍ଷାର୍ଥୀ, ମାଲ୍‌ ପ୍ରାକ୍ଟିସ୍‌, ବିଷୟ ପରିବର୍ତ୍ତନ କିମ୍ବା ସ୍କ୍ରିପ୍ଟ ପେପରଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା: ଲିକ  ହେଲେ ପ୍ରଧାନଶିକ୍ଷକ ଦା‌ୟୀ         ଭୂବନେଶ୍ବର: 10/02/2024 ଦିନ କେଇଟା ପରେ ...

06/02/2024

03/02/2024

ବସ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ସାଲେପୁର, 03/02/2024: କଟକ ଜିଲା ନିଶ୍ଚିନ୍ତକୋଇଲି ଜହ୍ନିଆ ଛକରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପକ୍ଷେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ପୋଲିସ ଉଭୟ ଗାଡିକୁ ଜବତ କରିଛି।

ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ନନ୍ଦଲାଲା(ଓଡ଼ି୦୨ବିଓ୍ବାଇ-୨୧୩୧) କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକା ବାଇକ୍‌ ସହ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୨ଜଣକୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାଲିପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘନକୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ବସ୍‌ ଧକ୍କାରେ  ୨ ବାଇକ୍‌ ଆରୋହୀ ମୃତ       ସାଲେପୁର, 03/02/2024: କଟକ ଜିଲା ନିଶ୍ଚିନ୍ତକୋଇଲି ଜହ୍ନିଆ ଛକରେ ଶନିବାର ସକାଳେ ଏକ ଯାତ୍ରୀବା...
03/02/2024

ବସ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ସାଲେପୁର, 03/02/2024: କଟକ ଜିଲା ନିଶ୍ଚିନ୍ତକୋଇଲି ଜହ୍ନିଆ ଛକରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପକ୍ଷେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ପୋଲିସ ଉଭୟ ଗାଡିକୁ ଜବତ କରିଛି।

ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ନନ୍ଦଲାଲା(ଓଡ଼ି୦୨ବିଓ୍ବାଇ-୨୧୩୧) କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକା ବାଇକ୍‌ ସହ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୨ଜଣକୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାଲିପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘନକୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

01/02/2024

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ : ଅବିନାଶ କୁମାର ନୂଆ ଅତିରିକ୍ତ ସିପି

ଭୂବନେଶ୍ୱର, 01/02/2024 : ରାଜ୍ୟରେ ଆଇପିଏସ ସ୍ତର​ରେ ଅଦଳବଦଳ । ଅବିନାଶ କୁମାର ହେଲେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍‌ର ଅତିରିକ୍ତ ସିପି । ତାଙ୍କ ବାଦ୍‌ ଆଇପିଏସ ଦାୟଲ ଗଙ୍ଗଓ୍ବାରଙ୍କୁ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜିପି ପଦକୁ ବଦଳି କରାଯାଇଛି, ସେ ବର୍ତ୍ତମାନ ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟିର ଅତିରିକ୍ତ ଡିଜିପି ଦାୟିତ୍ବରେ ରହିଛନ୍ତି
ସେହିଭଳି ଆଇପିଏସ ରାଜେଶ କୁମାରଙ୍କୁ ଏଡିଜିପି ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ସହ ଏସଏଫଏସଏଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି ମିଳିଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉକି, ଆଇପିଏସ ବି. ରାଧିକା କେନ୍ଦ୍ର ଡେପୁଟେସନରୁ ଆସିଥିଲେ ।

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ : ଅବିନାଶ କୁମାର ନୂଆ ଅତିରିକ୍ତ ସିପି       ଭୂବନେଶ୍ୱର, 01/02/2024 : ରାଜ୍ୟରେ ଆଇପିଏସ ସ୍ତର​ରେ ଅଦଳବଦ...
01/02/2024

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ : ଅବିନାଶ କୁମାର ନୂଆ ଅତିରିକ୍ତ ସିପି

ଭୂବନେଶ୍ୱର, 01/02/2024 : ରାଜ୍ୟରେ ଆଇପିଏସ ସ୍ତର​ରେ ଅଦଳବଦଳ । ଅବିନାଶ କୁମାର ହେଲେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍‌ର ଅତିରିକ୍ତ ସିପି । ତାଙ୍କ ବାଦ୍‌ ଆଇପିଏସ ଦାୟଲ ଗଙ୍ଗଓ୍ବାରଙ୍କୁ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜିପି ପଦକୁ ବଦଳି କରାଯାଇଛି, ସେ ବର୍ତ୍ତମାନ ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟିର ଅତିରିକ୍ତ ଡିଜିପି ଦାୟିତ୍ବରେ ରହିଛନ୍ତି
ସେହିଭଳି ଆଇପିଏସ ରାଜେଶ କୁମାରଙ୍କୁ ଏଡିଜିପି ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ସହ ଏସଏଫଏସଏଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି ମିଳିଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉକି, ଆଇପିଏସ ବି. ରାଧିକା କେନ୍ଦ୍ର ଡେପୁଟେସନରୁ ଆସିଥିଲେ ।

01/02/2024

Hi everyone! 🌟 You can support me by sending Stars – they help me earn money to keep making content that you love.

Whenever you see the Stars icon, you can send me Stars.

31/01/2024

ଭୋଜି ଖାଇ ଚାରିଶହରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ
ବରଗଡ଼:31/01/2024 ଗତକାଲି ବରଗଡ ବ୍ଲକ ଅନ୍ତର୍ଗତ ଏସ ଡୁମେରପାଳିରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶହ ଶହ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ କାଯ୍ୟକ୍ରମରେ ଆସିଥିବା ଲୋକଙ୍କ ଖାଇବା ପାଇଁ ଆୟୋଜନ ହୋଇଥିବା ଭୋଜି ଲୋକଙ୍କ ପାଇଁ କାଳ ହୋଇଯାଇଛି।

ଜାଣିବାକୁ ମିଳିଛି ଯେ ଭୋଜି ଖାଇ ଏସ ଡୁମେରପାଳି ସହିତ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଏବେ ସୁଦ୍ଧା ପ୍ରାୟ ୪୩୮ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

ଆହୁରି ବି ସୂଚନା ରହିଛ ଯେ ଏସ ଡୁମେରପାଳି, ବନବାସ ପାଳି, ପିପିଲି ପାଳି, ନୁଆଁ ପାଳି, ପୋଡ଼ମୁଣ୍ଡା, ଛତା ପଥର ସହ ଆଖପାଖ ବିଭିନ୍ନ ଅଂଚଳ ଲୋକେ ଏହି ଖାଦ୍ୟ ଖାଇ ଆକ୍ରାନ୍ତ ହୋଇଛନ୍ତି।

ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଞ୍ଚ ଜଣିଆ ଟିମ ପହଞ୍ଚି ଚିକିତ୍ସା ଚାଲୁଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମୁଖ ଚିକିତ୍ସା ଅଧିକାରୀ ସାଧୁ ଚରଣ ଦାସ।

ଭୋଜି ଖାଇ ଚାରିଶହରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ       ବରଗଡ଼:31/01/2024  ଗତକାଲି ବରଗଡ ବ୍ଲକ ଅନ୍ତର୍ଗତ ଏସ ଡୁମେରପାଳିରେ ନୂଆ ଓଡ଼ି...
31/01/2024

ଭୋଜି ଖାଇ ଚାରିଶହରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ
ବରଗଡ଼:31/01/2024 ଗତକାଲି ବରଗଡ ବ୍ଲକ ଅନ୍ତର୍ଗତ ଏସ ଡୁମେରପାଳିରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶହ ଶହ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ କାଯ୍ୟକ୍ରମରେ ଆସିଥିବା ଲୋକଙ୍କ ଖାଇବା ପାଇଁ ଆୟୋଜନ ହୋଇଥିବା ଭୋଜି ଲୋକଙ୍କ ପାଇଁ କାଳ ହୋଇଯାଇଛି।

ଜାଣିବାକୁ ମିଳିଛି ଯେ ଭୋଜି ଖାଇ ଏସ ଡୁମେରପାଳି ସହିତ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଏବେ ସୁଦ୍ଧା ପ୍ରାୟ ୪୩୮ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

ଆହୁରି ବି ସୂଚନା ରହିଛ ଯେ ଏସ ଡୁମେରପାଳି, ବନବାସ ପାଳି, ପିପିଲି ପାଳି, ନୁଆଁ ପାଳି, ପୋଡ଼ମୁଣ୍ଡା, ଛତା ପଥର ସହ ଆଖପାଖ ବିଭିନ୍ନ ଅଂଚଳ ଲୋକେ ଏହି ଖାଦ୍ୟ ଖାଇ ଆକ୍ରାନ୍ତ ହୋଇଛନ୍ତି।

ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଞ୍ଚ ଜଣିଆ ଟିମ ପହଞ୍ଚି ଚିକିତ୍ସା ଚାଲୁଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମୁଖ ଚିକିତ୍ସା ଅଧିକାରୀ ସାଧୁ ଚରଣ ଦାସ।

31/01/2024

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବ ଓଡ଼ିଶା! ଫେସ୍‌ବୁକ୍‌ରେ ଅପଲୋଡ୍‌ ହେବ ଲକ୍ଷେ ସାହିତ୍ୟ ସୃଜନୀ

ଭୂବନେଶ୍ବର: 31/01/2024 ଫେବ୍ରୁଆରି ୩ରୁ ୫ ମଧ୍ୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ତାହାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ବିଦ୍ୟାଳୟ ସ୍ତରୀୟ ଉତ୍ସବ ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ ଭାଷା ପ୍ରତି ସକରାତ୍ମକ ମନୋଭାବ ଜାଗ୍ରତ କରିବାକୁ ପ୍ରତି ବିଦ୍ୟାଳୟରେ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯାହାକି ସେମାନଙ୍କ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହିତ କରିବ। ବିଦ୍ୟାଳୟ ସ୍ତରୀୟ ଉତ୍ସବର ସର୍ବୋତ୍ତମ ପ୍ରକଳ୍ପଗୁଡ଼ିକ ବ୍ଲକସ୍ତରୀୟ ଉତ୍ସବରେ ୪ ତାରିଖରେ ପ୍ରଦର୍ଶିତ ହେବ। ଯଦି ସେହି ପ୍ରକଳ୍ପ ବ୍ଲକସ୍ତରରେ ମନୋନୀତ ହୁଏ, ତାହାକୁ ୫ ତାରିଖରେ ଜିଲ୍ଲାସ୍ତରୀୟ ଉତ୍ସବରେ ପ୍ରଦର୍ଶନ କରାଯିବ।

ବିଦ୍ୟାଳୟ ସ୍ତରୀୟ ଉତ୍ସବ ପୂର୍ବରୁ ଆସନ୍ତା ୨ ତାରିଖରେ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ଓଡ଼ିଶାକୁ ସ୍ଥାନିତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ଓଡ଼ିଶାର ଏକ ଲକ୍ଷ ଛାତ୍ରଛାତ୍ରୀ ନିଜେ ପ୍ରସ୍ତୁତ କରିଥିବା ସାହିତ୍ୟ ସୃଜନୀକୁ ଫେସ୍‌ବୁକ୍‌ରେ ଅପଲୋଡ୍‌ କରିବେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା କହିଛନ୍ତି ଯେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚି ବଢ଼ାଇବାକୁ ସମସ୍ତ ବିଦ୍ୟାଳୟରେ 'ସାହିତ୍ୟ ସୃଜନୀ' କ୍ଲବ ଗଠନ ହୋଇଛି। କ୍ଲବର ପିଲାମାନେ ପ୍ରସ୍ତୁତ କରିଥିବା ନିଜର ସାହିତ୍ୟ ସୃଜନୀକୁ ଫେସ୍‌ବୁକ୍‌ରେ ଗୋଟିଏ ସମୟରେ ଅପଲୋଡ୍‌ କରିବାକୁ କୁହାଯାଇଛି। ଏଥିପାଇଁ 'ମୋ ସ୍କୁଲ' ଅଭିଯାନ ପକ୍ଷରୁ ଲିଙ୍କ୍‌ ପଠାଯାଇଛି। ଗୋଟିଏ ଘଣ୍ଟା ମଧ୍ୟରେ ଲକ୍ଷାଧିକ ପିଲା ସାହିତ୍ୟ ସୃଜନୀରେ ଯେଉଁ ଲେଖା ଲେଖିଛନ୍ତି ସେଥିରେ ନିଜର ନାଁ, ଫଟୋ ଏବଂ ବହି ସହ ଫଟୋ ଉଠାଇ ତାହାକୁ ଅପଲୋଡ୍‌ କରିବେ।

ଏହାଦ୍ବାରା ଆମେ ରେକର୍ଡ କରିପାରିବୁ। ୩ ତାରିଖରେ ‌ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିସହ ବିଭିନ୍ନ ପ୍ରତିଯୋଗିତା, ଆଲୋଚନାଚକ୍ର, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସମ୍ପ୍ରଦାୟଙ୍କ ସହ ସାକ୍ଷାତକାର କରାଯିବ। ଓଡ଼ିଶା ଭାଷାର ପ୍ରଚାର ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ସମ୍ପ୍ରଦାୟର ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସମୁଦାୟ କାର୍ଯ୍ୟକ୍ରମ ଲାଗି ୧୫ କୋଟି ୬୨ ଲକ୍ଷ ୪୭ ହଜାର ଟଙ୍କା ମଞ୍ଜୁର ହୋଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବ ଓଡ଼ିଶା! ଫେସ୍‌ବୁକ୍‌ରେ ଅପଲୋଡ୍‌ ହେବ ଲକ୍ଷେ ସାହିତ୍ୟ ସୃଜନୀ       ଭୂବନେଶ୍ବର: 31/01/2024 ଫେବ୍ରୁଆରି ୩ର...

ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ବୁଲିଲା ଖଣ୍ଡା ଭୁଜାଲି, ପରସ୍ପର ଆକ୍ରମଣରେ ଦୁଇ ଗୋଷ୍ଠୀର ୪ଜଣ ଆହତ

ଭୁବନେଶ୍ୱର 31/01/2024:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଆତଙ୍କ ରଚାଇବା ସହିତ ବୁଲିଲା ଖଣ୍ଡା ଓ ଭୁଜାଲି । ହଣାକଟାରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିବା ସୂଚନା ।
ମଙ୍ଗଳବାର ରାତି ୯ଟାରେ ରାଜଧାନୀର ଜାଗମରା ନୂଆ ରୋଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଦେଖିବାକୁ ମିଳିଛି । ଭାଇଗିରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବାଉଁଶ, ମଦ ବୋତଲରେ ପରସ୍ପର ଉପରକୁ ଆକ୍ରମଣ କରିବା ସହିତ ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି

Address

At/Bhaliapada, Po-Arapaju Via-Khajuripada, Dist-Kandhamal
Phulbani
762012

Alerts

Be the first to know and let us send you an email when OdishaKhabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdishaKhabar:

Videos

Share

Other Phulbani media companies

Show All