Incredible Malkangiri

Incredible Malkangiri Welcome to Incredible Malkangiri
Malkangiri District is named after its headquarters town, Malkangir

08/01/2024
01/01/2024

May the new year be a canvas for your aspirations, a symphony of joy, and a dance of gratitude. Let your light shine, and never stop believing in the power of good. Happy New Year 2024.

ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୩ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଅଛି। ଏଥିରେ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଇଲେକ୍ଟ୍...
16/12/2023

ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୩ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଅଛି। ଏଥିରେ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା, ରାଷ୍ଟ୍ରମନ୍ତ୍ରୀ, ସ୍ବରାଷ୍ଟ୍ର, ଓଡିଶା ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏହା ସହ ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ରାଜ୍ଯ ଆଦିବାସୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝୀ, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ଟାଙ୍ଗୁଲ, ଓ ବରେଣ୍ୟ ଅତିଥି ଉପସ୍ଥିତ ଥିଲେ।

ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛ...
14/12/2023

ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତ୍ରିନାଥ ମାଝୀ, ବିଏସଏଫ ଡେପୁଟି କମାଣ୍ଡଣ୍ଟ ଶୁଭଞ୍ଜନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଏସଡିପିଓ ସଚିନ ପଟେଲ ଉପସ୍ଥିତ ଥିଲେ।

ନିୟନ୍ତ୍ରଣ
05/12/2023

ନିୟନ୍ତ୍ରଣ

04/12/2023
Proud moment for Malkangiri DistrictCongratulations and best wishes to Ms. Pravati Jhodi, BDO, Malkangiri for received r...
18/11/2023

Proud moment for Malkangiri District
Congratulations and best wishes to Ms. Pravati Jhodi, BDO, Malkangiri for received recognition for outstanding performance in Social Media Handles management of the block of the state.

Tender Call Notice of Malkangiri District https://malkangiri.nic.in/notice_category/tendersDistrict Administration, Malk...
17/11/2023

Tender Call Notice of Malkangiri District
https://malkangiri.nic.in/notice_category/tenders

District Administration, Malkangiri

Tender Call Notice for Supply & Installation of Dual Desk Bench System, Modular Tables and Supply of Chair & Stool , Panchayat Samiti, Khairput

ଇଛୁକ ପ୍ରତିଯୋଗୀ ନାମ ପଞ୍ଜୀକରଣ କରନ୍ତୁ
15/11/2023

ଇଛୁକ ପ୍ରତିଯୋଗୀ ନାମ ପଞ୍ଜୀକରଣ କରନ୍ତୁ

ଅଭିନନ୍ଦନ ଏବଂ ଆଗାମୀ ଦିନ ପାଇଁ ଶୁଭେଚ୍ଛା
15/11/2023

ଅଭିନନ୍ଦନ ଏବଂ ଆଗାମୀ ଦିନ ପାଇଁ ଶୁଭେଚ୍ଛା

ଆବେଦନ କରନ୍ତୁ...
28/10/2023

ଆବେଦନ କରନ୍ତୁ...

04/10/2023

ଧନ୍ୟବାଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରି।
Odisha Adarsha Vidyalaya Sangathan

Free Coaching for Malkangiri, Job Aspirants OAS, Banking,  Railway, Secretariat, State, Central, Government Police, Defe...
13/08/2023

Free Coaching for Malkangiri, Job Aspirants OAS, Banking, Railway, Secretariat, State, Central, Government Police, Defence, CRPF, CISF and All Government Jobs.

Regular and Online Class at Malkangiri by District Administration.
Contact IAS Gurukul Chairman Sri Suraj Kumar Mishra Sir 9437305797

31/07/2023

ଓଡ଼ିଶା ଲୋକ ସେବା ଆୟୋଗ ଦ୍ଵାରା ଆୟୋଜିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଆଶା ଓ ବିଶ୍ବାସ ରହିଛି ସରକାରୀ ସୁବିଧାର ସୁଯୋଗକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଅନୁରୋଧ।

ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମ...
16/04/2023

ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଏବଂ ଆବଶ୍ୟକ ପଡିଲେ ଛୁଟି ଘୋଷଣା କରିପାରିବେ। କେନ୍ଦ୍ର ଗୁଡିକରେ ପାନୀୟଜଳ ଓ ଅନ୍ଯାନ୍ଯ ବ୍ଯବସ୍ଥା ସୁନିଶ୍ଚିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀପିଲାଟିଦିନୁ ବାପାମା’ ଛେଉଣ୍ଡ, ୪ ଭଉଣୀ ମିଶି ପଢ଼ାଇଥିଲେଇପିକଲ୍ ପକ୍ଷରୁ ମେ ମାସରେ ଦୁବାଇରେ ହେବାକୁ ଥିବା ...
15/04/2023

ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ
ପିଲାଟିଦିନୁ ବାପାମା’ ଛେଉଣ୍ଡ, ୪ ଭଉଣୀ ମିଶି ପଢ଼ାଇଥିଲେ

ଇପିକଲ୍ ପକ୍ଷରୁ ମେ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବଣ୍ଡା ଛାତ୍ରୀ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାରୁ ୫ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି। ଓଡ଼ିଶାର ଯାଜପୁର, ମୟୂରଭଞ୍ଜ ସରକାରୀ ପଲିଟେକନିକ୍‌, ରାଉରକେଲା, ବ୍ରହ୍ମପୁର ଆଇଟିଆଇରୁ ଅନ୍ୟ ୪ ଛାତ୍ରଛାତ୍ରୀ ରହିଥିବା ବେଳେ ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି କିର୍ସାନୀ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିର ଦାନ୍ତିପଡ଼ା ଗ୍ରାମରେ ବୁଦ୍ରିଙ୍କ ଘର। କଦମଗୁଡ଼ା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାପରେ ବୁଦ୍ରି ଏମ୍‌ଭି-୨୭ ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥ‌ିଲେ। ଏହାପରେ ସେ ମାଲକାନଗିରି ଆଇଟିଆଇରେ ଇଲୋଟ୍ରୋନିକ୍ସ ମେକାନିକାଲ ବିଭାଗରେ ନାମ ଲେଖାଇଥିଲେ। ପିଲାଟି ଦିନରୁ ବାପା, ମାଆ ଛେଉଣ୍ଡ ବୁଦ୍ରି। ବାପା ହାଡି କିର୍ସାନୀ ଓ ମାଆ ଆଦିବାରି କିର୍ସାନୀଙ୍କ ମୃତ୍ୟୁ ପରେ ୫ ଭଉଣୀ ବେସାହାରା ହୋଇପଡ଼ିଥିଲେ। ପରିବାର ଚଳାଇବା କଷ୍ଟକର ହୋଇଥିଲେ ମଧ୍ୟ ବୁଦ୍ରି ଭଲ ପାଠ ପଢ଼ୁଥିବାରୁ ଅନ୍ୟ ଭଉଣୀମାନେ ବୁଦ୍ରିଙ୍କୁ ମଣିଷ କରିବାକୁ ପଣ କରିଥିଲେ।

ଚାଷ ସହ ଅନ୍ୟ କାମ କରି ବୁଦ୍ରିଙ୍କୁ ପାଠ ପଢ଼ିବା ପାଇଁ ଅନ୍ୟ ଭଉଣୀମାନେ ଉତ୍ସାହିତ କରି ଚାଲିଥିବା ବେଳେ ଏହାର ସୁଫଳ ଆଜି ମିଳିଛି। ଶିକ୍ଷକ ଓ ଭଉଣୀମାନଙ୍କ ଉଦ୍ୟମ ଯୋଗୁ ଦୁବାଇ ଯାଇ କିଛି ଶିକ୍ଷା ଗ୍ରହଣ କରିପାରିବି ବୋଲି ବୁଦ୍ରି ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ତତ୍କାଳ ପାସପୋର୍ଟ ପ୍ରସ୍ତୁତ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ରୋଜିନା ଦାଶ ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ବୁଦ୍ରିଙ୍କ ସହ ଦୁବାଇ ଯିବାପାଇଁ ମନୋନୀତ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ହେଲେ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ବଳରାମ ରାଉତ, ମୟୂରଭଞ୍ଜ ସରକାରୀ ପଲିଟେକ୍‌ନିକର ଭାଗ୍ୟସ୍ମିତା ପୃଷ୍ଟି, ରାଉରକେଲା ସରକାରୀ ଆଇଟିଆଇର ହିମାଂଶୁ ଶେଖର ସାହୁ, ବ୍ରହ୍ମପୁର ଆଇଟିଆଇର ଅପସା ରାଣୀ ବେହେରା।

ଉଲ୍ଲେଖଯୋଗ୍ୟ ଯେ ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦେଖିବା ସହ ଶିକ୍ଷା ଗ୍ରହଣ କରିବାକୁ ଶିଳ୍ପ ବିଭାଗ ଅଧୀନରେ ଥିବା ଇପିକଲ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି। ମେ ୧୫‌ରେ ମନୋନୀତ ଛାତ୍ର ଦୁବାଇ ଅଭିମୁ‌ଖେ ଯାଇ ୨୨ରେ ସ୍ବଦେଶ ଫେରିବେ।

ମାଲକାନଗିରିରେ ହେବ ‘ପୁଷ୍ପା -୨’ର ସୁଟିଂ: ପ୍ରଶାସନ ଓ ପୁଲିସ ପକ୍ଷରୁ ଅନୁମତି ମିଳିଥିବା ସୂଚନାଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ସୁପରହି...
12/04/2023

ମାଲକାନଗିରିରେ ହେବ ‘ପୁଷ୍ପା -୨’ର ସୁଟିଂ: ପ୍ରଶାସନ ଓ ପୁଲିସ ପକ୍ଷରୁ ଅନୁମତି ମିଳିଥିବା ସୂଚନା

ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ସୁପରହିଟ୍ ଓଡ଼ିଆ ସିନେମା ‘ଦମନ’ର ଅଧିକାଂଶ ସୁଟିଂ ମାଲକାନଗିରିରେ ହୋଇଥିଲା। ଏବେ ତେଲୁଗୁ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ ମାଲକାନଗିରିରେ କରାଯିବ। ଏନେଇ ମାଲକାନଗିରିରେ ଜୋରଦାର ଚର୍ଚ୍ଚା ଚାଲିଛି।

ସୂଚନା ଅନୁଯାୟୀ, ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ କରାଯିବା ନେଇ ସ୍ଥିର ହୋଇଛି। ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ଏଥିସହ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି। ‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି। ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି।

Major parts of Pushpa 2 shooting are all set to happen in ODISHA'S Malkangiri district. The shooting starts from the 1st...
11/04/2023

Major parts of Pushpa 2 shooting are all set to happen in ODISHA'S Malkangiri district. The shooting starts from the 1st week of May.

We need more such reputed production houses of India to come to Malkangiri, Odisha for the shoot. Looking forward to seeing our beautiful Odisha state on the big screen again.

26/01/2023

A nation’s culture resides in the hearts and in the soul of its people.
Happy Republic Day!

ମାଲକାନଗିରି ଜିଲ୍ଲାର ଲୋକ ମହୋତ୍ସବ  #ମାଲ୍ୟବନ୍ତ ମହୋତ୍ସବ ୨୦୨୨ ମହା ଆଡ଼ମ୍ବରରେ ଶୁଭାରମ୍ଭ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭ...
16/01/2023

ମାଲକାନଗିରି ଜିଲ୍ଲାର ଲୋକ ମହୋତ୍ସବ #ମାଲ୍ୟବନ୍ତ ମହୋତ୍ସବ ୨୦୨୨ ମହା ଆଡ଼ମ୍ବରରେ ଶୁଭାରମ୍ଭ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଖଣି ଓ ଇସ୍ପାତ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇଥିଲେ ।

ଏହା ସହ ନବରଙ୍ଗପୁର ଲୋକ ସଭା ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ, ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଡମା ରାବା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ଟାଙ୍ଗୁଲୁ ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଉପସ୍ଥିତ ଅତିଥି ମାନଙ୍କୁ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ଅତିଥିମାନେ ପୁସ୍ତକ ମେଳା ଓ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିବା ସହ ସପ୍ତଧାରା ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ ।

ଜିଲ୍ଲା ପ୍ରଶାସନ ମାଲକାନଗିରି ତରଫରୁ ଆସନ୍ତା ୧୦/୧୨/୨୨ ଓ ୧୧/୧୨/୨୨ ରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ନିଯୁକ୍ତି ମେଳାରେ...
08/12/2022

ଜିଲ୍ଲା ପ୍ରଶାସନ ମାଲକାନଗିରି ତରଫରୁ ଆସନ୍ତା ୧୦/୧୨/୨୨ ଓ ୧୧/୧୨/୨୨ ରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ନିଯୁକ୍ତି ମେଳାରେ ମାଲକାନଗିରି ଜିଲ୍ଲାର ଇଛୁକ ଯୁବକ/ଯୁବତୀଙ୍କୁ ଯୋଗଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଉଅଛି ।
District Administration, Malkangiri

Address

Malkangiri
Odisha

Alerts

Be the first to know and let us send you an email when Incredible Malkangiri posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Incredible Malkangiri:

Videos

Share

Category


Other Media in Odisha

Show All