ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର। ଦାମ ଗୁରୁତର ଥିବା ନେଇ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା। ଏକ ଘରୋଇ ହସ୍ପିଟାଲରେ ଏବେ ଚିକିତ୍ସା ଚାଲିଥିବା କହିଲେ ପୁଅ ସମ୍ବିତ ।
ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର। ଦାମ ଗୁରୁତର ଥିବା ନେଇ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା। ଏକ ଘରୋଇ ହସ୍ପିଟାଲରେ ଏବେ ଚିକିତ୍ସା ଚାଲିଥିବା କହିଲେ ପୁଅ ସମ୍ବିତ ।
ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ ଏସପି । କଟକ ଗ୍ରାମାଞ୍ଚଳ ଏସପିଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ । ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପି ପଦବୀରେ ଅବସ୍ଥାପିତ ଅଣ-କ୍ୟାଡର ଅଧିକାରୀଙ୍କ ବଦଳି ଆଦେଶ ଜାରି କରିଛି ନିର୍ବାଚନ ଆୟୋଗ।
ଦୀର୍ଘ ଦିନ ପରେ ସୁନ୍ଦରଗଡ଼ ଜଙ୍ଗଲରେ ମହାବଳ ବାଘ । ସଂରକ୍ଷିତ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ବାଘର ଫଟୋ ଦୃଶ୍ୟମାନ ହୋଇଛି। ଏହି ବାଘଟି ମଧ୍ୟପ୍ରଦେଶର ସଞ୍ଜୟ ଦୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ସୁଶାନ୍ତ ନନ୍ଦ ପିସିସିଏଫ୍ ଆଜି ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି।
ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ଆସିଲା ଦେବଦଳନ ରଥ ଚକ। ନୟାଗଡ଼ ନୂଆଗାଁ ବ୍ଲକ ଦୁରୁଦୁରା ଗ୍ରାମରେ ଥିବା ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ପୁରୀ ଶ୍ରୀମନ୍ଦିର । ଦୁରୁଦୁରାରେ ପୂଜାର୍ଚ୍ଚନା କରାଯାଇ ଚକକୁ ସ୍ଥାପନା କରାଯାଇଛି।
ଟ୍ରେନରେ ଯିବା ସମୟରେ ଗୋ ସେବା କଲେ ଡାକ୍ତର ବିଭୁ ଶତପଥୀ।
ଡାକ୍ତର ବିଭୁ ଶତପଥୀ ସରକାରୀ କାମରେ ନୟାଗଡ଼ ଟାଉନ ଭୁବନେଶ୍ଵର ସେବା ଏକ୍ସପ୍ରେସରେ ଯିବା ସମୟରେ ଭାପୁର କେନ୍ଦପଲ୍ଲୀ ଗାଁର ଜଣେ ଗୋପାଳକ ତାଙ୍କ ଗାଈ ଅସୁସ୍ଥ ହେବା ନେଇ ଡାକ୍ତରଙ୍କୁ ଫୋନ୍ କରିଥିଲେ। ପ୍ରାଣୀ ଚିକିତ୍ସକ ଡାକ୍ତର ବିଭୁ ଶତପଥୀ ଭିଡ଼ିଓ କଲ୍ ମାଧ୍ୟମରେ ଗାଈର ସ୍ୱାସ୍ଥ୍ୟ ନେଇ ଯାଞ୍ଚ ପରେ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦେଇଥିଲେ। ନିଜର କର୍ତ୍ତବ୍ୟକୁ ନଭୁଲି ଅଫିସ ସମୟ ବାହାରେ ମଧ୍ୟ ଏପରି ଚିକିତ୍ସା ଯୋଗାଇ ଦେଇଥିବାରୁ, ସମସ୍ତ ଯାତ୍ରୀ ଡାକ୍ତରଙ୍କ ପ୍ରଶଂସା କରିଥିଲେ।
ନୟାଗଡ଼ ରୁକ୍ଷୀ ପାହାଡ଼ରେ ନିଆଁ । ବନ ବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଆୟତ କରିବା ପାଇଁ ପ୍ରୟାସ ଜାରି।
ନୟାଗଡ଼ ବ୍ଲକ କେଶରପୁର ନିକଟ ବିଞ୍ଝଗିରି ପାହାଡ଼ରେ ନିଆଁ।
ନୟାଗଡ ଦେବୋତ୍ତର କଲୋନୀରେ ପାଣି ସମସ୍ୟା । ଜାନୁଆରୀ ମାସରୁ ଅଧିକାଂଶ କୂଅ ଶୁଖିଯିବା ଫଳରେ ପାଣିର ଘୋର ସମସ୍ୟା ଦେଖା ଦେଇଛି । PHD ପକ୍ଷରୁ ପିଇବା ପାଣି ଯୋଗାଣ କଥା ନକହିଲେ ଭଲ । ଏପଟେ ୪/୨-ଦେବୋତ୍ତର କଲୋନୀରେ ଜନ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନଳକୂଅରୁ କେମିତି କେହି ଜଣେ ଦୁବୃର୍ତ୍ତ ପମ୍ପ ଲଗାଇ ପାଣି ନେଇ ସାହି ଲୋକଙ୍କୁ ନଦେଇ ନିଜେ ବ୍ୟବହାର କରୁଛି ଦେଖନ୍ତୁ। ଏଥି ପ୍ରତି ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବେ ବୋଲି ଆଶା କରୁଛୁ ।
ନୟାଗଡ଼ରେ ଜାତୀୟ ଯୁବ ଦିବସ ଅବସରରେ ଦୌଡ଼ିଲେ ଛାତ୍ରଛାତ୍ରୀ l ସେବା ଉତ୍ସବ ସମିତି ନୟାଗଡ଼, ଆୟୋଜନରେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ମିନି ମାରାଥନ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l ଦୀର୍ଘ ୭ ବର୍ଷ ହେବ ସେବା ଉତ୍ସବ ସମିତି ପକ୍ଷରୁ ପ୍ରତିବର୍ଷ ବିବେକାନନ୍ଦ ଜୟନ୍ତୀରେ ପାଳିତ ହୋଇଆସିଛି l ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମିନି ମାରାଥନରେ ସାମିଲ ହୋଇଥିଲେ ଶତାଧିକ ଛାତ୍ରଛାତ୍ରୀ l ଆମର କେବଳ ଗୋଟିଏ ପୃଥିବୀ, ଆସ ତାକୁ ରକ୍ଷା କରିବାର - ଏହି ବାର୍ତ୍ତା ବାଣ୍ଟିବା ଉଦେଶ୍ୟରେ ନୟାଗଡ଼ ଏହି ମିନି ମାରାଥନ ଅନୁଷ୍ଠିତ ହୋଇଥିଲା l ବିଶ୍ୱବିଜୟୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ଚିନ୍ତାଧାରାରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ରଖିଥିଲେ l ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ମାରାଥନର ଶୁଭଉଦଘାଟନ କରିଥିବା ବେଳେ ଜଗନ୍ନାଥ ମନ୍ଦିରରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପା
ଦୀପାଲି ମହାପାତ୍ର ୧୦୦ ମିଟର ଓ ୨୦୦ ମିଟର
ପ୍ରତିଯୋଗୀତାରେ ନୟାଗଡ ନାଁ ରଖିଛନ୍ତି। ଦୀପାଲି ମହାପାତ୍ର ୧୦୦ ମିଟର ଓ ୨୦୦ ମିଟର ପ୍ରତିଯୋଗୀତାରେ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଆଣିଦିଆନ୍ତୁ, ଏହି ଆମର କାମନା । #deepalimahapatra
ରାଜ ସୁନାଖଳାରେ ମହୋତ୍ସବକୁ ବନ୍ଦ କରିବାକୁ କେତେକ କୁଚକ୍ରି ଗୋଷ୍ଠୀର ଚକ୍ରାନ୍ତ ।
ନୟାଗଡ଼ ତଥା ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ସମୟରେ ମୋବାଇଲ ଲୁଟେରାମାନେ ବିଭିନ୍ନ ତରିକାରେ ମୋବାଇଲସବୁ ଲୁଟ କରୁଥିବା ବେଳେ ଏହାର ପର୍ଦାଫାସ କରିଛି ନୟାଗଡ଼ ପୁଲିସ। ମୋଟ ୪୦ଗୋଟି ଚୋରି ମୋବାଇଲ ଜବତ କରି ୩୦ ଗୋଟି ମୋବାଇଲକୁ ଚୋରି ହୋଇଥିବା ଲୋକଙ୍କୁ ନିଜେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ପ୍ରଦାନ କରିଛନ୍ତି । ଏନେଇ ଆଜି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମେତ ଡିଏସପି, ଆଡିସନାଲ ଏସପି ଓ ସାଇବର ସେଲର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ଟାଉନ ଥାନା, ସ୍ବତନ୍ତ୍ର ସ୍କ୍ୱାର୍ଡ ଓ ସାଇବର ସେଲ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏହି ଚୋରି ରାକେଟକୁ ଧରିବା ପାଇଁ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନାଙ୍କ ସମେତ ସବ ଇନିସପେକ୍ଟର ଧର୍ମେନ୍ଦ ଶିଆଳ, ଏସ.କେ ଦାଶ, ଏଏସଆଇ ପି କେ ବେହେରା, ସାଇବର ସେଲର ଲକ୍ଷ୍ମୀକାନ୍ତ ବରାଡ଼, ଦୀଲ୍ଲୀପ କୁମାର ବେହେରା, ବବୁଲ ଗୁରୁ, ସିଦ୍ଧାର୍ଥ ଶଙ୍କର ସାହୁ ଓ ସୁବାଷ ଚନ୍ଦ୍ର ହୋତା ଏହି ମୋବାଇଲ ଚୋରି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ ।