24/08/2020
😍😍 ମୋ କେନ୍ଦୁଝର 😍😍
•••••••••••••••••
ସବୁଜ ସୁନ୍ଦର ମୋ କେନ୍ଦୁଝର,
ପାହାଡ ଝରଣା ତାର ଲାଗେ ମଧୁର ।।
ସବଡିଭିଜନ ତିନୋଟି ତାର,
ସଦର ଚମ୍ପୁଆ ଆନନ୍ଦପୁର ।।
ମଝିରେ ରହିଲେ ମା ତାରିଣୀ, 🌺🙏🌺
ଜଗତଯାକର ଦୁଃଖ ହାରିଣୀ ।।
ଶାଳବଣେ ମାଆ ଘଟ ଜଗିଲେ, 🌳🙏
ଦୁଃଖଯାତନାକୁ ଲାଘବ କଲେ ।।
ଗୁଣ୍ଡିଚାଘାଗୀରୁ ସାନଘାଗରା,
ଆଉ ତିନିକୋଷ ପରେ ବଡଘାଗରା ।।
ପୁଣ୍ୟତୋୟା ବୈତରଣୀ ଏଇଠୁ ସୃଷ୍ଟି,
ଗୋନାସିକା ଆସି ଥରେ ଦେଖିଯିବଟି ।।
ମୁର୍ଗାମହାଦେବରୁ କୁଶଳେଶ୍ୱର,
ଭୀମକୁଣ୍ଡରୁ ଭାଇ ହଦଗଡ଼ ଜଳଭଣ୍ଡାର ।।
ଆମ ଫୁଲବଡି ଆମକୁ ପ୍ରିୟ,
ଆସ ଥରେ ବାବୁ ଖାଇକି ଯାଅ ।।
କାଞ୍ଜିପାଣି ପଟେ ବୁଲିଆସିବ,
ଶୀତରାତିର ମଜା ଲୁଟିବ ।।
ଆମ ଶାଳବଣ,ଜାମୁ,କୁସୁମ କୋଳି
ମହୁଲ, କେନ୍ଦୁ, ଆମ୍ବ ଭଳିକି ଭଳି ।
ବଳଦେବଜୀଉଙ୍କୁ ପ୍ରଣାମକରି ଚାରିଦିଗକୁ ଯିବ
ଚାରି ପ୍ରକାର ଭାଷାର ଭେଦ ତହୁଁ ଜାଣିବ ।।
ହାଣ୍ଡିଭଙ୍ଗା ସୀତାବିଞ୍ଜ୍ ଦେଖିବାକୁ ଭୁଲିବନାହିଁ,
ନହେଲେ ପସ୍ତେଇବ ପରେ ରେ ତୁହି ।
ଦେଶି ଖାସି ମାଂସ ଶାଳ ଚଉପତିରେ,
ଖେଚୁଡ଼ି ଡାଲି ଖଟା ଖଲିପତରେ ।।
ଖାଇଲେ ଥରେ ଭାରି ମଜା ଲାଗିବ,
ଆଉଥରେ କେନ୍ଦୁଝର ବୁଲି ଆସିବ ।।
ଆମ କେଉଁଝର ଭାରି ବଢିଆ,
ପଠେଇବ ଯାଇ ଗୋଟା ନଡ଼ିଆ ।।
ଲେଖିଲେ ଲେଖୁଥିବି ସରିବ ନାହିଁ,
ଆଉକେବେ ଲେଖିଲେ ପଢ଼ିବୁ ତୁହି ।।
✍️ Bedanta kumar mahanta