
03/02/2025
ମୁଗପାଳ ଛକରେ ହମ୍ପସ ନିର୍ମାଣ ଦାବି
ଯାଜପୁର,୩।୨(ଓଏନ): ୨୦ ନମ୍ବର ଜାତୀୟ ରାଜପଥ କୁଆଖିଆ-ବରୁଆଁ-ଯାଜପୁର ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । କୁଆଖିଆ ଠାରୁ ହରିପୁର ନିକଟ ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତା ଦୋହରୀ କରଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ରାସ୍ତା ସଂପ୍ରସାରଣ ପରେ ଏହି ରାସ୍ତାର ପ୍ରମୁଖ ଛକ ମୁଗପାଳ ବିପଦପୂର୍ଣ୍ଣ ହୋଇ ପଡିଛି । ଏହି ଛକରେ ସ୍କୁଲ, କଲେଜ ଓ ବିଭିନ୍ନ ଦୋକାନ ରହିଛି । ସ୍କୁଲକୁ ବହୁ ସଂଖ୍ୟାରେ ଛୋଟ ପିଲା ରାସ୍ତା ପାର ହୋଇ ଯାଉଛନ୍ତି । ରାସ୍ତା ସଂପ୍ରସାରଣ ପରେ ବହୁ ଗାଡି ଚାଳକ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି । ଫଳରେ ଦୁର୍ଘଟଣାର ଆଶଙ୍କା ବଢି ଯାଇଛି । ତେଣୁ ଏହି ଛକର ଉଭୟ ପଟେ ହମ୍ପସ ନିର୍ମାଣ ସହିତ ସୂଚନା ଫ୍ଲକ ଦେବାକୁ ସାଧାରଣରେ ଦାବି ହୋଇଛି ।