25/06/2021
ବିଭବ ସାହିତ୍ୟ ପରିଷଦ
ଯାଜପୁର, ଓଡ଼ିଶା
ନୋଟିସ ନଂ : 0108-BSP-011 ତାରିଖ : ୧୮.୦୬.୨୦୨୧
: ସୂଚନା :
[ “ସପ୍ତମ ସଂସ୍କରଣର ସୃଷ୍ଟି (ଲେଖା) ଗ୍ରହଣ ନିମନ୍ତେ ସୂଚନା” ]
ଆଦରଣୀୟ ସ୍ରଷ୍ଟା ବୃନ୍ଦ,
ସାଦର ପ୍ରଣାମ | ଏତଦ୍ ଦ୍ଵାରା ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଆସନ୍ତା ତା ୧୯/୦୬/୨୦୨୧ ରିଖ ଠାରୁ ବିଭବ ଇ ପତ୍ରିକାର ସପ୍ତମ ସଂସ୍କରଣ ପ୍ରକାଶନ ହେତୁ ଆପଣଙ୍କ ନିକଟରୁ ସୃଷ୍ଟି (ଲେଖା) ଗ୍ରହଣ କରାଯିବ | ନିମ୍ନ ପ୍ରଦତ୍ତ ବିଷୟବସ୍ତୁ ଅଥବା ନିଜର ସ୍ଵରଚିତ ଯେକୌଣସି ପ୍ରବନ୍ଧ, କବିତା ତଥା ଗଳ୍ପ ଆମ ନିକଟକୁ ତା ୦୬/୦୭/୨୦୨୧ ରିଖ ସୁଦ୍ଧା ଆମ ଠିକଣାରେ ପ୍ରେରଣ କରିବାକୁ ଅନୁରୋଧ | ପରିଷଦ ତରଫରୁ କରାଯାଇଥିବା କିଛି ନିୟମାବଳୀକୁ ଦୃଷ୍ଟିଗୋଚର କରି ସମସ୍ତ ସୃଷ୍ଟି (ଲେଖା)କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ପଠାନ୍ତୁ | ପରବର୍ତ୍ତୀ ସମୟରେ ପତ୍ରିକାର ପ୍ରକାଶନ ନିମନ୍ତେ ସମସ୍ତ ସୂଚନା ପ୍ରଦାନ କରାଯିବ | ବିଭବ ସାହିତ୍ୟ ପରିଷଦ, ଯାଜପୁରର ଏକ ବର୍ଷର ପୂର୍ତ୍ତି ଅବସରରେ ଯଦି କୌଣସି ବି ଶୁଭେଚ୍ଛା ବାର୍ତ୍ତା ଦେବାକୁ ଚାହାଁନ୍ତି ତେବେ ନିଜର ଆମ ଠିକଣା ମାଧ୍ୟମରେ ନିଜର ବାର୍ତ୍ତା ମଧ୍ୟ ପ୍ରେରଣ କରି ପାରିବେ |
ନିୟମାବଳୀ
ପଠାଇଥିବା ଲେଖାଟି ଯେପରି ପୂର୍ବରୁ ବିଭବ ଇ ପତ୍ରିକାର କୌଣସି ସଂସ୍କରଣରେ ପ୍ରକାଶିତ ହୋଇନଥିବା ସହ ଆପଣଙ୍କ ସ୍ଵରଚିତ ହେବା ମଧ୍ୟ ଆବଶ୍ୟକ | ଯଦି ପ୍ରେରିତ ଲେଖାଟି ଆପଣଙ୍କର ହୋଇନଥାଏ ତେବେ କୌଣସି ମଧ୍ୟ copyright ଦାବି ନିମନ୍ତେ କେବଳ ଆପଣ ହିଁ ଦାୟୀ ରହିବେ |
ରଚିତ ଲେଖାଟିକୁ ଟାଇପ କରି ଅଥବା ଏକ word file କରି ଆପଣ ପଠାଇ ପାରିବେ |
ଲେଖା ସହିତ ନିଜର ଏକ ପାସପୋର୍ଟ ଫୋଟୋ ଓ ଠିକଣା (ନିଜ ଅଂଚଳ ଓ ଜିଲ୍ଲାର ନାମ ) ପଠାନ୍ତୁ |
ଲେଖିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ଲେଖା କୌଣସି ନିର୍ଦ୍ଦିଷ୍ଟ ଜାତି କିମ୍ବା ଧର୍ମ ବିରୋଧୀ ହୋଇ ନଥିବ |
ବିଷୟବସ୍ତୁ
ପ୍ରବନ୍ଧ ବିଭାଗ
୧. ଛାତ୍ର ଓ ସମାଜ ସେବା
୨. ଏକ ବିଂଶ ଶତାବ୍ଦୀରେ ସାହିତ୍ୟ
୩. ଭାରତୀୟ ଗଣତନ୍ତ୍ର
୪. ଓଡ଼ିଆ ସଂସ୍କୃତି ଓ ରଥଯାତ୍ରା
୫. ଓଡ଼ିଶାର ବେକାରୀ ସମସ୍ୟା ଓ ସମାଧାନ
୬. ଅନୁସନ୍ଧାନ ମୂଳକ
୭. ମହାପୁରୁଷଙ୍କ ଜୀବନୀ : ସ୍ୱାମୀ ବିବେକାନନ୍ଦ
କବିତା ବିଭାଗ
୧. ଜୀବନୀ କବିତା
୨. ଗ୍ରାମ୍ୟ କବିତା
୩. ପ୍ରକୃତି କବିତା
୪. ସାମାଜିକ ଉଦବୋଧନ ଓ ସଚେତନ
୫. ଜୀବନ ଚେତନା
୬. ଦେଶାତ୍ମବୋଧ କବିତା
୭. ଓଡ଼ିଆ ଭଜନ
୮. ଆଧୁନିକ ଶୈଳୀ କବିତା
୯. ପ୍ରେମ କବିତା
୧୦. ବ୍ୟଙ୍ଗ କବିତା
ଗଳ୍ପ ବିଭାଗ
୧. ପ୍ରେମ କାହାଣୀ
୨. ଭୟାନକ (Horror) କାହାଣୀ
୩. ରହସ୍ୟମୟ କାହାଣୀ
୪. ଭ୍ରମଣ କାହାଣୀ
୫. ଗ୍ରାମ୍ୟ କାହାଣୀ
୬. ଅନୁଭୂତି ଭରା କାହାଣୀ
ଠିକଣା
Contact :- ୭୮୯୪୨୬୩୬୦୫ , ୮୨୬୦୫୦୧୭୫୧
Whats App :- ୭୮୯୪୨୬୩୬୦୫
Email :- [email protected]
Facebook :- ବିଭବ ପତ୍ରିକା
Website :- www.bibhabapatrika.weebly.com
ବି:ଦ୍ର - ଯଦି କୌଣସି ଅସୁବିଧା ବିଷୟବସ୍ତୁ ଜନୀତ ଅଥବା ଲେଖା ପଠାଇବାରେ ବାଧାର ସମ୍ମୁଖୀନ ହୁଅନ୍ତି ତେବେ ଆମକୁ ବାର୍ତ୍ତା ପ୍ରେରଣ କରନ୍ତୁ | ପୂର୍ବ ସଂସ୍କରଣ ଗୁଡ଼ିକୁ ପଢ଼ିବା ପାଇଁ ଆମର website visit କରନ୍ତୁ |