Niranjan patra

Niranjan patra Cenemovie Channel713,New movie review Trailer, Releted,Daly latest Movie Updates

02/02/2024

Subscribe my channel Digital Creation

31/01/2024

ପାରାଦୀପ ମାଉସୀମା ମନ୍ଦିର ପାଖରେ ଘଟିଥିଲା ଲୋମଟାଙ୍ଗୁରା ଗାଡ଼ି Accident

Watch Monkey Man Trailer Out Now  Click YouTube Link and Subscribe My Channel
27/01/2024

Watch Monkey Man Trailer Out Now Click YouTube Link and Subscribe My Channel

Monkey Man Trailer| Trailer # Cene CutyChannel713New Movi Trailer2024New Movie reviewmonkey Man Movie TrailerHollywood movies Trailer

ମହାବୀର ପଞ୍ଜିକା *✧═════•❁❀❁•═════✧*    *ଅଦ୍ୟ ଜାନୁଆରୀ ମାସ ୨୬ ତାରିଖ ୨୦୨୪ ମସିହା(ଶୁକ୍ରବାର)**ଶକାବ୍ଦ -୧୯୪୫* *ସମ୍ବତ -୨୦୮୦**ଦିଲ୍ଲ...
26/01/2024

ମହାବୀର ପଞ୍ଜିକା
*✧═════•❁❀❁•═════✧*
*ଅଦ୍ୟ ଜାନୁଆରୀ ମାସ ୨୬ ତାରିଖ ୨୦୨୪ ମସିହା(ଶୁକ୍ରବାର)*
*ଶକାବ୍ଦ -୧୯୪୫*
*ସମ୍ବତ -୨୦୮୦*
*ଦିଲ୍ଲୀସ୍ୱରାଦ୍ଧ-୧୪୩୧*
*ସମ୍ବତ୍ସର-ପିଙ୍ଗଳ*
*ମାଘମାସ- କୃଷ୍ଣପକ୍ଷ*
*ତିଥି- ପ୍ରତିପଦ ରାତ୍ରି ଘ ୦୧/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା*
*ନକ୍ଷତ୍ର- ପୂଷ୍ୟା ଦିବା ଘ ୧୧/୧୩ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା*
*ଚନ୍ଦ୍ର-କର୍କଟ*
*ଯୋଗ- ପ୍ରୀତି*
*କରଣ - ବାଳବ*
*ସୌରମାସ- ମକର ୧୨ ଦିନ*
*✧═════•❁❀❁•════✧*
*ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୪୯*
*✧═════•❁❀
*ଯୋଗିନୀ ପୂର୍ବେ ରାତ୍ରି ଘ ୦୧/୧୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*
*ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ବିଛା,ଧନୁ ଓ ମୀନ ରାଶି ର ଘାତବାର*
✧═════•❁❀❁•═══
*କାଳବେଳା ଓ ବାରବେଳା - ଦିବା ଘ୦୯/୧୦ ଗତେ ଘ୧୧/୫୪ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୮/୦୨ ମଧ୍ୟେ ଓ ଘ୦୮/୫୦ ଗତେ ଘ୦୯/୦୯ ମଧ୍ୟେ ଓ ଘ୧୧/୫୫ ଗତେ ଘ୦୧/୪୦ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୨୦ ଗତେ ଘ୧୨/୦୯ ମଧ୍ୟେ*
═✧*══•❁❀❁•═════✧
*ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*ଡ:ବାୟୁନନ୍ଦନ ମିଶ୍ର*
*ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର*
*ଅଦୃଶ୍ୟଶକ୍ତି ଭବନ*
*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*
*ମୋବାଇଲ-9437064130*
*www.adrushyashaktiastro.com*
*✧═════•❁❀❁•═════✧*
*. ଆଜିର ରାଶିଫଳ
*✧═════•❁❀❁•═════✧*
*🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🍁ବୃଷ🍁👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
*✧═════•❁❀❁•═════✧*

*🍁ମିଥୁନ🍁👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🍁କର୍କଟ🍁👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🍁ସିଂହ🍁👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*
*✧═════•❁❀❁•═════✧*

*🍁କନ୍ୟା🍁👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।*

*✧═════•❁❀❁•═════✧*
*🍁ତୁଳା🍁👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
*✧═════•❁❀❁•═════✧*

*🍁ବିଛା🍁👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*
*✧═════•❁❀❁•═════✧*

*🍁ଧନୁ🍁👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
*✧═════•❁❀❁•═════✧*

*🍁ମକର🍁👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🍁କୁମ୍ଭ🍁👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।*

*✧═════•❁❀❁•═════✧*
*🍁ମୀନ 🍁👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*
*✧═════•❁❀❁•═════✧*

ଅଦୃଶ୍ୟରେ ରହି ଆଧି ଦୈବିକ ଆଧି ଭୌତିକ ଓ ଆଧ୍ୟାତ୍ମିକ ଶକ୍ତି ରୂପରେ ମନୁଷ୍ୟର ଜୀବନ ଯାତ୍ରାକୁ ନିୟନ୍ତ୍ରଣ କରୁଥିବା ଶକ୍ତି ମାନଙ୍କ.....

Follows Guntur Karam, the king of the underworld of Guntur city, as he falls in love with a journalist working to expose...
25/01/2024

Follows Guntur Karam, the king of the underworld of Guntur city, as he falls in love with a journalist working to expose the illegal activities in the city.
Tomorrow This Film Upload Hindi language ,Eny one Eny other Language view The Movi Comments me and please Follow my Facebook, Instagram channel New update

ମହାବୀର ପଞ୍ଜିକା ଓ ଆଜିର ରାଶିଫଳ  *✧═════•❁❀❁•═════✧*    *ଅଦ୍ୟ ଜାନୁଆରୀ ମାସ ୨୫ ତାରିଖ ୨୦୨୪ ମସିହା(ଗୁରୁବାର)**ଶକାବ୍ଦ -୧୯୪୫* *ସମ୍ବ...
25/01/2024

ମହାବୀର ପଞ୍ଜିକା ଓ ଆଜିର ରାଶିଫଳ
*✧═════•❁❀❁•═════✧*
*ଅଦ୍ୟ ଜାନୁଆରୀ ମାସ ୨୫ ତାରିଖ ୨୦୨୪ ମସିହା(ଗୁରୁବାର)*
*ଶକାବ୍ଦ -୧୯୪୫*
*ସମ୍ବତ -୨୦୮୦*
*ଦିଲ୍ଲୀସ୍ୱରାଦ୍ଧ-୧୪୩୧*
*ସମ୍ବତ୍ସର-ପିଙ୍ଗଳ*
*ପୌଷମାସ- ଶୁକ୍ଲପକ୍ଷ*
*ତିଥି- ପୂର୍ଣିମା ରାତ୍ରି ଘ ୧୨/୨୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ*
*ନକ୍ଷତ୍ର- ପୁନର୍ବସୁ ଦିବା ଘ ୦୮/୫୫ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟା*
*ଚନ୍ଦ୍ର-କର୍କଟ*
*ଯୋଗ- ବିସ୍କୁମ୍ଭ*
*କରଣ - ବିଷ୍ଟି*
*ସୌରମାସ- ମକର ୧୧ ଦିନ*
*✧═════•❁❀❁•════✧*
*ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୦୯*
*✧═════•❁❀
*ଯୋଗିନୀ ବାୟବ୍ୟେ ରାତ୍ରି ଘ ୧୧/୨୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*
*ପୂର୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ତୁଳା ଓ କୁମ୍ଭ ରାଶି ର ଘାତବାର*
✧═════•❁❀❁•═══
*କାଳବେଳା ଓ ବାରବେଳା - ଦିବା ଘ୦୨/୪୭ ଗତେ ଘ୦୫/୩୨ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳ। - ରାତ୍ରି ଘ୧୨/୪୪ ଗତେ ଘ୦୩/୦୮ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୮/୦୨ ମଧ୍ୟେ ଓ ଘ୧୧/୧୪ ଗତେ ଘ୦୧/୩୯ ମଧ୍ୟେ*
═✧*══•❁❀❁•═════✧
*ଅଦ୍ୟ ଆମିଷ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*ଡ:ବାୟୁନନ୍ଦନ ମିଶ୍ର*
*ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର*
*ଅଦୃଶ୍ୟଶକ୍ତି ଭବନ*
*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*
*ମୋବାଇଲ-9437064130*
*www.adrushyashaktiastro.com*
*✧═════•❁❀❁•═════✧*
*। ଆଜିର ରାଶିଫଳ
*✧═════•❁❀❁•═════✧*
*ମେଷ* 👉
*ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।*
*✧═════•❁❀❁•═════✧*
*ବୃଷ* 👉
*ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।*
*✧═════•❁❀❁•═════✧*
*ମିଥୁନ*👉
*ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।*
*✧═════•❁❀❁•═════✧*
*କର୍କଟ* 👉
*ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।*
*✧═════•❁❀❁•═════✧*
*ସିଂହ* 👉
*ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।*
*✧═════•❁❀❁•═════✧*
*କନ୍ୟା* 👉
*ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।*
*✧═════•❁❀❁•═════✧*
*ତୁଳା* 👉
*ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।*
*✧═════•❁❀❁•═════✧*
*ବିଛା* 👉
*ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।*
*✧═════•❁❀❁•═════✧*
*ଧନୁ*👉
*ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।*
*✧═════•❁❀❁•═════✧*
*ମକର*👉
*ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।*
*✧═════•❁❀❁•═════✧*
*କୁମ୍ଭ*👉
*ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।*
*✧═════•❁❀❁•═════✧*
*ମୀନ*👉
*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ* ।

ଅଦୃଶ୍ୟରେ ରହି ଆଧି ଦୈବିକ ଆଧି ଭୌତିକ ଓ ଆଧ୍ୟାତ୍ମିକ ଶକ୍ତି ରୂପରେ ମନୁଷ୍ୟର ଜୀବନ ଯାତ୍ରାକୁ ନିୟନ୍ତ୍ରଣ କରୁଥିବା ଶକ୍ତି ମାନଙ୍କ.....

25/01/2024

25/01/2024 Today Live News
*ଥଣ୍ଡାରେ ଥରୁଛି ସାରା ଓଡ଼ିଶା: ଦିନର ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସିଗଲା.........*
ଭୁବନେଶ୍ବର: ରାତିରେ ଥଣ୍ତା। ଦିନରେ ବି ଥଣ୍ଡା। ଉପକୂଳରୁ ଉପାନ୍ତ ହେଉ ଅଥବା ଭୁବନେଶ୍ବରରୁ ଅନୁଗୁଳ। ଗତ ୩୬ ଘଣ୍ଟା ହେଲା ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାତିର ସର୍ବନିମ୍ନ ତାପମାତ୍ରାରେ ସେତେଟା ତଫାତ୍‌ ଦେଖିବାକୁ ମିଳି ନ ଥିବା ବେଳେ ଦିନର ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଛି। ୧୧ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି।ଏପରିକି ସୋନପୁରରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧୧.୧ ଡିଗ୍ରି ତଳକୁ ଖସିବା ସହ ୧୮.୮ ଡିଗ୍ରିରେ ପହଞ୍ଚିଥିଲା। କେନ୍ଦୁଝରର ସ୍ବାଭାବିକ ତାପମାତ୍ରା ୧୦.୭ ଡିଗ୍ରି ଖସିବା ସହ ଆଜି ଦିନ ସମୟରେ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରହିଥିଲା। ଏହାବ୍ୟତୀତ ରାଉରକେଲାର ସ୍ବାଭାବିକ ତାପମାତ୍ରା ୧୦.୫ ଡିଗ୍ରି ହ୍ରାସ ପାଇ ୧୮.୪ ଡିଗ୍ରିରେ ପହଞ୍ଚିଥିବା ବେଳେ ଭଦ୍ରକରେ ୧୮.୬, ସୁବର୍ଣ୍ଣପୁରରେ ୧୮.୮, ବାଲେଶ୍ବରରେ ୧୯, ସମ୍ବଲପୁରରେ ୧୯.୩, ହୀରାକୁଦ, ଝାରସୁଗୁଡ଼ା ଓ ଢେଙ୍କାନାଳରେ ୧୯.୫, ଅନୁଗୁଳରେ ୧୯.୭, ଯାଜପୁରରେ ୧୯.୮ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ସହର ତାପମାତ୍ରା ସ୍ବାଭାବିକଠାରୁ ୮ ଡିଗ୍ରି ହ୍ରାସ ପାଇ ୨୧.୭ ଡିଗ୍ରି ଓ କଟକର ତାପମାତ୍ରା ସ୍ବାଭାବିକଠାରୁ ୮.୩ ଡିଗ୍ରି କମିବା ସହ ୨୦.୮ ଡିଗ୍ରିରେ ପହଞ୍ଚିଛି।କେବଳ ଯେ ତାପମାତ୍ରା କମିଛି ତାହା ନୁହେଁ। ଗୁରୁଚାପ ବଳୟର ସକ୍ରିୟତା ଏବଂ ଏକ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ହାଲୁକା ବର୍ଷା ଲାଗିରହିଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ କୋହଲା ପାଗ ସହ ବର୍ଷା ଲାଗିରହିଛି। ଆଜି ସକାଳ ୮ଟା ୩୦ରୁ ଅପରାହ୍ଣ ୫ଟା ୩୦ ମଧ୍ୟରେ ତାଳଚେରରେ ୨୧ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୧୮.୪, କେନ୍ଦୁଝରଗଡ଼ରେ ୧୬.୧, ବାଲେଶ୍ବରରେ ୧୭.୭, ସୋନପୁରରେ ୧୨.୪, ବୌଦ୍ଧରେ ୧୨, ବଲାଙ୍ଗୀରରେ ୧୦.୫, ଅନୁଗୁଳରେ ୧୦, ଢେଙ୍କାନାଳରେ ୭.୫, କଟକରେ ୭.୨, ଭଦ୍ରକରେ ୬.୨, ଯାଜପୁରରେ ୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ସମ୍ବଲପୁରରେ ୨୫.୧ ମିମି ବର୍ଷା ହୋଇଥିବା ବେଳେ ବରଗଡ଼ର ଅତାବିରାରେ ୨୪.୨, ନୟାଗଡ଼ରେ ୨୧.୬, ବରଗଡ଼ର ବିଜେପୁରରେ ୧୮, ସୋନପୁରର ଡୁଙ୍ଗୁରିପାଲ୍ଲିରେ ୧୭.୧, ଉଲୁଣ୍ଡାରେ ୧୬.୨ ମିମି ବର୍ଷା ହୋଇଛି।
ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ଆକଳନ ଅନୁଯାୟୀ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ କମ୍‌ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବ। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ। ବର୍ଷା ପରେ କିଛି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଯେଉଁଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଉପକୂଳ ଜିଲ୍ଲାଗୁଡ଼ିକରେ କୁହୁଡ଼ି ଅନୁଭୂତ ହେବ। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ।

Address

Jagannath Colony Madhuban Paradeeep
Jagatsinghpur
754142

Telephone

+919040437177

Website

Alerts

Be the first to know and let us send you an email when Niranjan patra posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Niranjan patra:

Videos

Share


Other Digital creator in Jagatsinghpur

Show All