OdiaNews Live

  • Home
  • OdiaNews Live

OdiaNews Live Odia News Live is an Odia Current affairs and News channel of Odisha.
(3)

ପବିତ୍ର ଗଣେଶ ଚତୁର୍ଥୀ ଓଡ଼ିଆ ନ୍ୟୁଜ୍ ଲାଇଭ ତରଫରୁ ଅନେକ ଅନେକ ଶୁଭକାମନା ।             OdiaNews Live
07/09/2024

ପବିତ୍ର ଗଣେଶ ଚତୁର୍ଥୀ ଓଡ଼ିଆ ନ୍ୟୁଜ୍ ଲାଇଭ ତରଫରୁ ଅନେକ ଅନେକ ଶୁଭକାମନା । OdiaNews Live

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦ...
06/07/2024

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି।

ସେହିପରି ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳ ସହପ୍ରଭାରୀ ଭାବେ ନିଯୁକ୍ତ ମିଳିଥିବାବେଳେ ଏମପି ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ମିଳିଛି। OdiaNews Live

Happy savitri amavasya           OdiaNews Live
06/06/2024

Happy savitri amavasya OdiaNews Live

ଏହା ଆମ ଓଡିଶାର ସର୍ବପୁରାତନ ସ୍କୁଲ ରେଭେନ୍ସା କଲେଜିଏଟ୍ ସ୍କୁଲ୍। ଏଠାରେ ପୂର୍ବରୁ ପ୍ରବେଶିକା ପରୀକ୍ଷା ଦ୍ଵାରା ପିଲାଙ୍କୁ ଚୟନ କରି ନାମ ଲେଖ...
30/03/2024

ଏହା ଆମ ଓଡିଶାର ସର୍ବପୁରାତନ ସ୍କୁଲ ରେଭେନ୍ସା କଲେଜିଏଟ୍ ସ୍କୁଲ୍। ଏଠାରେ ପୂର୍ବରୁ ପ୍ରବେଶିକା ପରୀକ୍ଷା ଦ୍ଵାରା ପିଲାଙ୍କୁ ଚୟନ କରି ନାମ ଲେଖା ହେଉଥିଲା।କିନ୍ତୁ ଏବେ ଲଟେରୀ ମାଧ୍ୟମରେ ଏହା ହେଉଛି। ଏହା ଦ୍ବାରା ଯୋଗ୍ୟ ପିଲା ନାମ ଲେଖାରୁ ବଂଚିତ ହେଉଥିବା ବେଳେ ଅଯୋଗ୍ୟ ପିଲା ପ୍ରବେଶ ଅନୁମତି ମିଳୁଛି। ଏହା ଦ୍ବାରା ଅଭିଭାବକ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। # ravenshaw collegiate school OdiaNews Live

ଗତକାଲି କଟକର ଟାଉନ୍ ହଲ୍ ସ୍ଥିତ ମାଆ ଗୋଷମଣୀ ପୀଠ ରେ ମହାଶିବରାତ୍ରି ପାଳିତ ହୋଇଯାଇଛି।            OdiaNews Live
09/03/2024

ଗତକାଲି କଟକର ଟାଉନ୍ ହଲ୍ ସ୍ଥିତ ମାଆ ଗୋଷମଣୀ ପୀଠ ରେ ମହାଶିବରାତ୍ରି ପାଳିତ ହୋଇଯାଇଛି। OdiaNews Live

ଟୋକିଓ: ଜାପାନର ଚନ୍ଦ୍ରଯାନ ‘ସ୍ମାର୍ଟ ଲ୍ୟାଣ୍ଡର୍‌ ଫର୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ ମୁନ୍‌’ (ସଂକ୍ଷେପରେ ‘ସ୍ଲିମ୍‌) ଚନ୍ଦ୍ରପୃଷ୍ଠରେ ଅବତରଣ କର...
20/01/2024

ଟୋକିଓ: ଜାପାନର ଚନ୍ଦ୍ରଯାନ ‘ସ୍ମାର୍ଟ ଲ୍ୟାଣ୍ଡର୍‌ ଫର୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ ମୁନ୍‌’ (ସଂକ୍ଷେପରେ ‘ସ୍ଲିମ୍‌) ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ବି ଅବତରଣ ଉଦ୍ୟମ ବେଳେ ସାମାନ୍ୟ ବୈଷୟିକ ତ୍ରୁଟି ଘଟିବାରୁ ତାହା ଏପର୍ଯ୍ୟନ୍ତ ସୌରଶକ୍ତି ଗ୍ରହଣ କରିପାରୁ ନାହିଁ ବୋଲି ଜାପାନୀ ମହାକାଶ ଏଜେନ୍‌ସି ‘ଜାକ୍ସା’ କହିଛି।
OdiaNews Live

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାମ ମନ୍ଦିରକୁ ନେଇ ଏକ ସ୍ମାରକ ଡାକ ଟିକେଟ୍‌ ଜାରି କରିଛନ୍ତି। ଏହି ଅବସରରେ ପ୍ରଧ...
18/01/2024

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାମ ମନ୍ଦିରକୁ ନେଇ ଏକ ସ୍ମାରକ ଡାକ ଟିକେଟ୍‌ ଜାରି କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଡାକ ଷ୍ଟାମ୍ପର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି। ପିଏମ ମୋଦୀଙ୍କ ଦ୍ବାରା ପ୍ରକାଶ କରିଥିବା ଏହି ଡାକ ଷ୍ଟାମ୍ପର ଡିଜାଇନରେ ରାମ ମନ୍ଦିର, ଚୌପାଇ, ମଙ୍ଗଲ ଭବନ ଅମଙ୍ଗଲ ହାରି, ସୂର୍ଯ୍ୟ, ସରଯୁ ନଦୀ ଏବଂ ମନ୍ଦିର ଚାରିପାଖରେ ଥିବା ମୂର୍ତ୍ତି ରହିଛି।

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ...
16/01/2024

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ। OdiaNews Live

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ତାଙ୍କର ହାତ କଟା ଯାଇଥିବା ଅବସ୍ଥା...
14/01/2024

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ। ଆଜି ସକାଳେ ଏଭଳି ଘଟଣା ଘଟିଛି। ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଗୁରୁତର ଅବସ୍ଥାରେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
OdiaNews Live

ନୀଳଗିରି: ଦୀର୍ଘଦିନ ପରେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ। ରେଳମ...
13/01/2024

ନୀଳଗିରି: ଦୀର୍ଘଦିନ ପରେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ।
OdiaNews Live

ପୁରୀ: ଜାନୁଆରି ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାର...
12/01/2024

ପୁରୀ: ଜାନୁଆରି ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ।
OdiaNews Live

କୋଲକାତା: ପ୍ରୋଷ୍ଟେଟ୍ କର୍କଟରୋଗରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ...
10/01/2024

କୋଲକାତା: ପ୍ରୋଷ୍ଟେଟ୍ କର୍କଟରୋଗରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନଙ୍କର ବୁଧବାର ପରଲୋକ ହୋଇଯାଇଛି। ୫୫ ବର୍ଷୀୟ ଏହି କଳାକାର ଭେଣ୍ଟିଲେଟରରେ ଥିଲେ ଏବଂ ଅକ୍ସିଜେନ୍ ସପର୍ଟ ନେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଆଜି ଅପରାହ୍ଣ ପ୍ରାୟ ୩ଟା ୪୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସମ୍ପୃକ୍ତ ଘରୋଇ ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି।
OdiaNews Live

ନୂଆଦିଲ୍ଲୀ: ଇଣ୍ଡୋନେସିଆର ତଲାଉଡ୍ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୮ ମିନିଟରେ ଏହି ଭୂମିକମ୍ପ ଅ...
09/01/2024

ନୂଆଦିଲ୍ଲୀ: ଇଣ୍ଡୋନେସିଆର ତଲାଉଡ୍ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ଼ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୮୦ କିମି ଗଭୀର ରେକର୍ଡ଼ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।
ନୂଆ ବର୍ଷର ପ୍ରାରମ୍ଭରୁ ପ୍ରଥମେ ଜାପାନ ପରେ ମିଆଁମାର, ଆଫଗାନିସ୍ତାନ ଏବଂ ଭାରତରେ ଲଦ୍ଦାଖ ଓ ଆସାମ ଆଦି ବିଭିନ୍ନ ଅଂଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।
OdiaNews Live

ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ୍ ସିଂହଙ୍କ ବିବାହର ସାହାନାଇ ଆସନ୍ତା ଫେବ୍ରୁଆରିରେ ବାଜିବାକୁ ଯାଉଛି। ନିଜ ପୁରୁଷ ବନ୍ଧୁ ଅଭିନେତା ...
08/01/2024

ଦେ ଦେ ପ୍ୟାର୍‌ ଦେ’ ଫେମ୍‌ ରକୁଲ୍‌ ପ୍ରୀତ୍ ସିଂହଙ୍କ ବିବାହର ସାହାନାଇ ଆସନ୍ତା ଫେବ୍ରୁଆରିରେ ବାଜିବାକୁ ଯାଉଛି। ନିଜ ପୁରୁଷ ବନ୍ଧୁ ଅଭିନେତା ଓ ପ୍ରଯୋଜକ ଜ୍ୟାକି ଭାଗ୍‌ନାନିଙ୍କୁ ସେ ଆସନ୍ତା ଫେବ୍ରୁଆରି ୨୨ରେ ବିବାହ କରିବାକୁ ଯାଉଛନ୍ତି। ଗତ ୨ ତାରିଖ ଦିନ ରାତିରେ ଉଭୟ ନୂଆବର୍ଷ ପାଳନ କରିବା ପରେ ମୁମ୍ବାଇ ଫେରିଥିଲେ। ଏହିସମୟରେ ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦର‌ରେ ଦେଖିବାକୁ ମିଳିଥିଲା। OdiaNews Live

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ଯାତ...
06/01/2024

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ଠାରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ। ଏହା ରାଜ୍ୟରେ ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରିବ।
OdiaNews Live

ଭୁବନେଶ୍ବର: ଆଜିର ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିନ ହୋଇ ରହିବ। ପରିବହନ କ୍ଷେତ୍ରରେ ବଡ଼ ରୂପାନ୍ତର ହେବ। ‘ମେଟ୍ରୋ ରେଳ’ ପା...
02/01/2024

ଭୁବନେଶ୍ବର: ଆଜିର ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିନ ହୋଇ ରହିବ। ପରିବହନ କ୍ଷେତ୍ରରେ ବଡ଼ ରୂପାନ୍ତର ହେବ। ‘ମେଟ୍ରୋ ରେଳ’ ପାଇଁ ମୁଁ ଯେଉଁ କଥା ଦେଇଥିଲି, ତାହା ଆଜି ରଖିଲି। ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଳ ଯୋଜନା ଏହାକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କ ଆହୁରି ମଜଭୁତ ହେବ। ବାରଙ୍ଗ ରତାଗଡ଼ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିିଲେ ଯେ ବାଟରେ ଆସିବା ବେଳେ ରାସ୍ତାରେ ହଜାର ହଜାର ଲୋକଙ୍କ ଶୁଭେଚ୍ଛା ପାଇଲି। ସେମାନଙ୍କ ଆନନ୍ଦ ମୋତେ ମଧ୍ୟ ବହୁତ ଖୁସି ଦେଇଛି। ନୂଆ ବର୍ଷର ଏ ଖୁସି, ଏ ଆନନ୍ଦ, ସବୁ ଦିନ ଜାରି ରହୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ବିକାଶର ରେଳ ଆପଣମାନଙ୍କ ସହଯୋଗରେ ଗତିଶୀଳ ହେଉ ବୋଲି ସେ କହିଥିଲେ।
OdiaNews Live

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଉତ୍କୃଷ୍ଟ ଭିତ୍ତିଭୂମି ବିକାଶ, ସଂଯୋଗୀକରଣର ଉନ୍ନତି ଓ ସେଠାକାର ସମୃଦ୍ଧ ଐତିହ୍ୟକୁ ସଂରକ...
30/12/2023

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଉତ୍କୃଷ୍ଟ ଭିତ୍ତିଭୂମି ବିକାଶ, ସଂଯୋଗୀକରଣର ଉନ୍ନତି ଓ ସେଠାକାର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି l
OdiaNews Live

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମ କରି ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ (୧ ଅଣ୍ଡିରା ଓ ୧ ମାଈ) ଚିତାବାଘ ଆଣାଯିବା ଲାଗି ଯୋଜନା ...
28/12/2023

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମ କରି ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ (୧ ଅଣ୍ଡିରା ଓ ୧ ମାଈ) ଚିତାବାଘ ଆଣାଯିବା ଲାଗି ଯୋଜନା ହୋଇଛି। ନୂଆ ବର୍ଷ ୨୦୨୪ ଜାନୁଆରିରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତି ହୋଇଛି।ସେହିଭଳି ପୁନେ ଚିଡିଆଖାନାରୁ ନନ୍ଦନକାନନକୁ ଜିରାଫ ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି। OdiaNews Live

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀରେ ଭିଡ଼ ବଢ଼ିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେଲାଣି। କାର୍ତ୍ତ...
26/12/2023

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀରେ ଭିଡ଼ ବଢ଼ିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେଲାଣି। କାର୍ତ୍ତିକ ମାସସାରା ଏହି ଖବର ମୁଣ୍ଡବିନ୍ଧାର ବିଷୟ ହୋଇଥିଲା। ଆଗକୁ ନୂଆବର୍ଷ ଅଛି। ଏବେଠୁ ଭିଡ଼ ଆୟତ୍ତ ବାହାରକୁ ଗଲାଣି। ଏସବୁର ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବାଟାଲିଅନ୍‌ ଗଠନ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି।
OdiaNews Live

25/12/2023

ଓଡ଼ିଆ ନ୍ୟୁଜ୍ ଲାଇଭ ତରଫରୁ ଓଡ଼ିଶାବାସୀ ଭାଇ ଭଉଣୀମାନଙ୍କୁ ବଡଦିନର ଅନେକ ଅନେକ ଶୁଭେଚ୍ଛା। Wish you and your family Merry Christmas OdiaNews Live

ହୁସିଆର୍‌; ଆପଣଙ୍କ ନାଁରେ ହୋଇନି ତ କ୍ରେଡିଟ୍‌ କାର୍ଡ? ଥରେ ଯାଇ ଯାଞ୍ଚ କରିନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ। କାରଣ ରାଜଧାନୀ ଭୁବନେଶ୍ୱର ବୁଲୁଛନ୍...
24/12/2023

ହୁସିଆର୍‌; ଆପଣଙ୍କ ନାଁରେ ହୋଇନି ତ କ୍ରେଡିଟ୍‌ କାର୍ଡ? ଥରେ ଯାଇ ଯାଞ୍ଚ କରିନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ। କାରଣ ରାଜଧାନୀ ଭୁବନେଶ୍ୱର ବୁଲୁଛନ୍ତି କ୍ରେଡିଟ୍‌ କାର୍ଡ ଜାଲିଆ। ଆପଣଙ୍କ ନାଁରେ ନକଲି କାଗଜପତ୍ର କରି ଇସ୍ୟୁ କରୁଛନ୍ତି କ୍ରେଡିଟ୍‌ କାର୍ଡ। ଆଉ ପରବର୍ତ୍ତୀ ସମୟରେ ସ୍ୱାବ୍‌ କରି ଉଠାଇ ନେଉଛନ୍ତି ଟଙ୍କା। ଏମିତି ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଏହି ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ବହୁ କ୍ରେଡିଟ୍‌ କାର୍ଡ/ଡେବିଟ୍‌ କାର୍ଡ, ବ୍ୟାଙ୍କ ପାସ୍‌ବୁକ, ଚେକ୍‌ବୁକ୍‌ ଆଦି ଜବତ କରିଛି।
OdiaNews Live

୨୨ ଡିସେମ୍ବର ଶ୍ରୀ ନିବାସ ରାମାନୁଜନ ଙ୍କ ସମ୍ମାନାର୍ଥେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଗଣିତ ଦିବସ ଉପଲକ୍ଷେ ଭାରତବାସୀ ଭାଇ ଭଉଣୀମାନଙ୍କୁ ଓଡି...
22/12/2023

୨୨ ଡିସେମ୍ବର ଶ୍ରୀ ନିବାସ ରାମାନୁଜନ ଙ୍କ ସମ୍ମାନାର୍ଥେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଗଣିତ ଦିବସ ଉପଲକ୍ଷେ ଭାରତବାସୀ ଭାଇ ଭଉଣୀମାନଙ୍କୁ ଓଡିଆ ନିଉଜ ଲାଇଭ ତରଫରୁ ଅନେକ ଅନେକ ଶୁଭେଚ୍ଛା।
OdiaNews Live

ସୂଚନା ଅନୁଯାୟୀ, ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ କୋଚିଂ କ୍ୟାମ୍ପ ଆୟୋଜନ କରାଯିବ। ଯେଉଁଥିରେ ପିଲାଙ୍କୁ ଇ ଓ ଈ ଦ...
21/12/2023

ସୂଚନା ଅନୁଯାୟୀ, ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ କୋଚିଂ କ୍ୟାମ୍ପ ଆୟୋଜନ କରାଯିବ। ଯେଉଁଥିରେ ପିଲାଙ୍କୁ ଇ ଓ ଈ ଦୁଇଟି ବର୍ଗରେ ବିଭକ୍ତ କରି କୋଚିଂ ଦିଆଯିବ। ଇ ଗ୍ରୁପ୍ ପାଇଁ ବିଭିନ୍ନ ସ୍କୁଲରେ ବ୍ୟବସ୍ଥା କରାଯାଇଛି। ଟ୍ୟାଗ ହୋଇଥିବା ସ୍କୁଲକୁ ଯାଇ ପିଲା କୋଚିଂ ନେବେ ବୋଲି କୁହାଯାଇଛି। ସେହିପରି ଈ ଗ୍ରୁପ୍ ପିଲାମାନେ ନିଜ ସ୍କୁଲରେ କୋଚିଂ ନେବେ। ଏଥିପାଇଁ ପୂରା ଜିଲ୍ଲାର ସ୍କୁଲ ଗୁଡ଼ିକରେ ପ୍ରସ୍ତୁତି କରାଯାଇଛି। ଫଳରେ ବଡ଼ଦିନ ଛୁଟିରେ ବି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲ ଯିବାକୁ ପଡିବ। ତେବେ ଏଭଳି ଭିନ୍ନ ପଦକ୍ଷେପକୁ ଅନେକ ଜଣ ପ୍ରଶଂସା କରୁଥିବା ବେଳେ କିଛି ଶିକ୍ଷକ, ଶିକ୍ଷୟତ୍ରୀ ଅସନ୍ତୋଷ ମନେ କରିଛନ୍ତି।

OdiaNews Live

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି...
20/12/2023

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି ଦୋକାନ ପୋଡ଼ି ଭସ୍ମୀଭୁତ ହୋଇଯାଇଛି।ପ୍ରାପ୍ତ ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।
ପୋଡ଼ି ଯାଇଥିବା ୭ରୁ ଅଧିକ ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍‌ ଟାୟାର୍‌ ଆଦି ଥିଲା। ଏହି ଅଗ୍ନିକାଣ୍ଡର କାରଣ ସଂକ୍ରାନ୍ତରେ କୌଣସି ରିପୋର୍ଟ ମିଳିନାହିଁ।
OdiaNews Live

ସଂସଦ ଶୀତକାଳୀନ ଅଧିବେଶନ ରେ ହଙ୍ଗାମା କରିବା ଅଭିଯୋଗ ରେ ନିଲମ୍ବିତ ହୋଛନ୍ତି ବିରୋଧୀ ଦଳର ୯୨ ସାଂସଦ। ସଂସଦ ର କୌଣସି ଅଧିନିୟମ ରେ ଏହା ହେଉଛି...
19/12/2023

ସଂସଦ ଶୀତକାଳୀନ ଅଧିବେଶନ ରେ ହଙ୍ଗାମା କରିବା ଅଭିଯୋଗ ରେ ନିଲମ୍ବିତ ହୋଛନ୍ତି ବିରୋଧୀ ଦଳର ୯୨ ସାଂସଦ। ସଂସଦ ର କୌଣସି ଅଧିନିୟମ ରେ ଏହା ହେଉଛି ସର୍ବାଧିକ ସାଂସଦଙ୍କ ନିଲମ୍ବନ। ଲୋକସଭାରୁ ୪୬ ଓ ରାଜ୍ୟସଭାରୁ ୪୬ ସାଂସଦ ନିଲମ୍ବିତ କରିଛନ୍ତି ଉଭୟ ଗୃହର ଅଧ୍ୟକ୍ଷ। ଲୋକସଭା ରୁଲ୍ ବୁକ୍ ନିୟମ ୩୭୩ ଓ ରାଜ୍ୟସଭା ରୁଲ ବୁକ୍ ନିୟମ ୨୫୫ ଅନୁଯାୟୀ ଗୃହରୁ ନିଲମ୍ବିତ ହୋଇଛନ୍ତି ସାଂସଦ।
OdiaNews Live

Address


Website

Alerts

Be the first to know and let us send you an email when OdiaNews Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdiaNews Live:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share