Cuttack The Silver City

Cuttack The Silver City Contact information, map and directions, contact form, opening hours, services, ratings, photos, videos and announcements from Cuttack The Silver City, Magazine, Cuttack.

08/11/2022
25/10/2021
ଶିଖରପୁର ଗଣ୍ଡରପୁର ମହାନଦୀ ବିହାର ପୂଜା କମିଟିର ଚଳିତ ବର୍ଷ ର ମାଁ ଙ୍କ ମହାସପ୍ତମୀ ରେ ଦର୍ଶନ 🙏🏼❤️
12/10/2021

ଶିଖରପୁର ଗଣ୍ଡରପୁର ମହାନଦୀ ବିହାର ପୂଜା କମିଟିର ଚଳିତ ବର୍ଷ ର ମାଁ ଙ୍କ ମହାସପ୍ତମୀ ରେ ଦର୍ଶନ 🙏🏼❤️

22/09/2021
06/04/2020

🇮🇳

25/03/2020
ମା କଟକ ଚଣ୍ଡି କଂ ଭୋଗ   🙏🙏ଜୟ ମା କଟକ ଚଣ୍ଡି 🙏🙏🙏PC : Deba Prasad Swain
30/08/2018

ମା କଟକ ଚଣ୍ଡି କଂ ଭୋଗ 🙏🙏
ଜୟ ମା କଟକ ଚଣ୍ଡି 🙏🙏🙏

PC : Deba Prasad Swain

🙂
26/08/2018

🙂

25/08/2018

Hello ମୁଁ ବୃଦ୍ଧାଶ୍ରମରୁ କହୁଚି । ‘କୁକୁର ହଜିଚି’ ଶୀର୍ଷକ ବିଜ୍ଞାପନରୁ ଆପଣଂକ nuberଟି ପାଇଲି । ଆପଣ ଜାଣି ଖୁସିହେବେ କୁକୁରଟି ଏଇଠି ଅଛି ଓ ଆପଣଂକ ବାପାମାଆଂକ ସହ ଖେଳୁଚି । 😕

Ollywood veteran Actor Mr Debu Bose is no more.......great loose for Ollywood film industry😪.
23/08/2018

Ollywood veteran Actor Mr Debu Bose is no more.......great loose for Ollywood film industry😪.

18/08/2018

@ଗାଈ ର ଆତ୍ମକହାଣୀ@
ମୁଁ ଗୋଟିଏ ଗାଈ। ମୋ ନାମ ଚାନ୍ଦ। ରଙ୍ଗ ମଚମଚ କଳା କଳା ହେଲେ ମଧ୍ୟ ମୋ ମୁଣ୍ଡରେ ଚାନ୍ଦ ପରି ଗୋଟିଏ ଧଳା ଗୋଲ ଚିହ୍ନ ଅଛି। ସେଇଥିପାଇଁ ମାଲିକ ମୋ ନାମ ଚାନ୍ଦ ଦେଇଛନ୍ତି। ପିଲାଟି ଦିନରୁ ମୁଁ ବହୁତ ଗେଲ ବସର ହୋଇ ବଢିଛି। ମୋ ମାଆ ନେତକୁ ମାଲିକ ବହୁତ ଭଲ ପାଉଥିଲେ। ତା ରଙ୍ଗ ତୋଫା ଗୋରା ଥିଲା ଓ ସେ ଦେଖିବାକୁ ବହୁତ ମୋଟା ସୋଟା ଥିଲା। ମାଲିକ କହୁଥିଲେ ମୋ ମାଆ କୁଆଡେ ତାଙ୍କ ଗାଁଆରେ ସବୁଠାରୁ ଭଲ ଗାଈ ଥିଲା। ତା କ୍ଷୀରର ସ୍ଵାଦ ଅମୃତ ପରିଥିଲା। ଗାଁଆ ଯାକର ପିଲା ମାନେ ମୋ ମାଆର କ୍ଷୀର ପିଇ ବଡ ହୋଇଥିଲେ। ଆମ ପାଇଁ ମାଲିକ ଗୋଟିଏ ସୁନ୍ଦର ଗୁହାଳ କରି ଦେଇଥିଲେ। ଖାଇବା କୁଣ୍ଡରେ ଯେତେ ବେଳେ ଦେଖିଲେ ବି ଅସରନ୍ତି ଖାଇବା ଭରି ରହୁଥିଲା। ପେଜ, ତୋରାଣି, ଚୋକଡ, ପିଡିଆ, କୁଣ୍ଡା, ଛତୁଆ ଏମିତି କେତେ କଣ। କାଳେ ମଶା ଡାଆଁଶ କାମୁଡିବେ ବୋଲି ସବୁ ଦିନ ସଞ୍ଜ ବେଳେ ଗୁହାଳରେ ଝୁଣା ଦିଆ ଯାଉଥିଲା। ସବୁଜ ଘାସ ଖାଇବାକୁ ମାଆ ଭଲ ପାଉଥିଲା ବୋଲି, ମାଲିକ ତା ପାଇଁ ସବୁ ଦିନ ବିଲରୁ ଘାସ ବିଡା ବାନ୍ଧି ଆଣୁଥିଲେ। ମାଆ ସହିତ ମୁଁ ଚରିବାକୁ ପଡିଆକୁ ଯାଉଥିଲି ଓ ଅନ୍ୟ ବାଛୁରୀଙ୍କ ସହ କେତେ ଖେଳ କୌତୁକ କରୁଥିଲି। ମାଲିକଙ୍କ ସାନ ପୁଅ ସଦାବେଳେ ମୋ ପାଖେ ପାଖେ ରହୁଥିଲା। କେତେ ବେଳେ ଆଉଁଷୁ ଥିଲା ତ କେତେବେଳେ ମୋ ପେଟରେ ମୁଣ୍ଡ ଦେଇ ଶୋଉଥିଲା। ବଣ ଜଙ୍ଗଲ, ନଦୀ, ଝରଣା, ପଡିଆ ଆଦି ସବୁ ଯାଗାକୁ ବୁଲି ଗଲା ବେଳେ ମାଲିକଙ୍କ ପୁଅ ମୋତେ ହିଁ ନେଇ ଯାଉଥିଲା। ତାଙ୍କ ଘର ଭିତରକୁ ମୋର ଅବାଧ ପ୍ରବେଶ ଥିଲା। କେବେ କେମିତି ଘର ଭିତରେ ମୁଁ ମଳତ୍ୟାଗ କରିଦେଲେ ମାଲିକାଣୀ ବଡ ଯତ୍ନରେ ପୋଛି ଦେଉଥିଲେ। ମାଆ ଓ ଘର ଲୋକଙ୍କ ଭଲ ପାଇବା ପାଇ ମୋତେ ଲାଗୁଥିଲା ମୁଁ ସଂସାରର ସବୁଠାରୁ ଭାଗ୍ୟବାନ ବାଛୁରୀ।

ସମୟ ବିତିଲା, ମୁଁ ବଡ ହେଲି। ମାଆ ଧିରେ ଧିରେ ବୁଢୀ ହେବାରେ ଲାଗିଲା। ମାଲିକର ଝାଟି ମାଟି ଘର ସମୟକ୍ରମେ ଛାତ ଘର ହେଲା। କିନ୍ତୁ ଆମ ଗୁହାଳଟା ଦିନକୁ ଦିନ ବେଶି ଭଙ୍ଗାରୁଜା ହେଲା ପରି ଦିଶିଲା। ବର୍ଷା ହେଲେ ପାଣି ଗଳିଲା ଓ ମଶା ଡାଆଁଶଙ୍କ ପ୍ରାଦୁର୍ଭାବ ବଢି ଚାଲିଲା। କଷ୍ଟ ହେଲେ ବି କହିବୁ କାହାକୁ? ଭଗବାନ ତ କଥା କହିବାର ଶକ୍ତି ଦେଇ ନାହାନ୍ତି। ପୂର୍ବରୁ ଆମ ମାନଙ୍କର ଦେଖା ରଖା କରିବାକୁ ଆସୁଥିବା ରଘୁ ଗଉଡ, ବୁଢା ହେଲା ପରେ ଆସିବା ବନ୍ଦ କରିଦେଲା। ମାଆଠାରୁ କ୍ଷୀର ଦୁହିଁବା କାମଠାରୁ ଗାଧୋଇ ଦେଇ ଘଷା ମଜା କାମ କରୁଥିଲା ସେଇ ରଘୁ, ସେ ନ ଆସିବାରୁ ଆମ ମାନଙ୍କର ଯତ୍ନରେ ଟିକେ ଉଣା ହେଲା ପରି ଲାଗିଲା। ବାହାର ଦୁନିଆରେ କଣ ହେଉଛି ଜାଣିବାର ଚାରା ନ ଥିଲା। କାରଣ ଆମେ ପୂର୍ବ ପରି ଚରିବାକୁ ଯାଉ ନ ଥିଲୁ, କି ସଞ୍ଜ ବେଳେ ଧୂଳି ଉଡେଇ ଗାଁଆ ଦାଣ୍ଡକୁ ମୁଖରିତ କରୁ ନ ଥିଲୁ। କେବେକେବେ ପାଖ ପଡୋଶୀଙ୍କ ଗାଈ ମାନେ କୁହନ୍ତି, ଲୋକେ ସବୁ ଗଛ ବୃକ୍ଷ କାଟି ସଫା କରିଦେଲେଣି। ଧାନ ବିଲରେ ଘର ଦ୍ବାର ହୋଇ ଗଲାଣି, ସବୁଜ ଘାସ ଟିକେ ଖାଇବା ସ୍ଵପ୍ନ ଏବେ। ଆମ ଗୁହାଳ ଏବେ ସପ୍ତାହରେ ଥରେ ଦୁଇ ଥର ସଫା ହେଉଛି। ଆଗରୁ ଖତ ନେବା ପାଇଁ ଲୋକେ ମାଲିକ ଘର ଆଗରେ ଭିଡ ଲଗାଉ ଥିଲେ। ଖତରେ ଘଷି କରି ଜାଳ କରୁଥିଲେ, ଚାଷ ଜମିରେ ପକାଉଥିଲେ, ଘର ଲିପୁଥିଲେ ଓ ଏମିତି କେତେ କଣ କାମ କରୁଥିଲେ। କିନ୍ତୁ ଏବେ ତ ସମସ୍ତଙ୍କ ଘରେ ହିଟର ନୋହିଲେ ଗ୍ୟାସରେ ରୋଷେଇ ହେଉଛି, ଘଷି କଥା ଲୋକେ ଭୁଲି ଗଲେଣି। ଘର ଲିପା କଥା ନ କହିବା ଭଲ ; ଯୁଆଡେ ଦେଖିବ କେବଳ ଛାତ ଘର, ମାଟି ଘର ଥିଲେ ସିନା ଲୋକେ ଗୋବରରେ ଘର ଲିପାପୋଛା କରିବେ। ହଁ, କେବଳ ପୂଜା ପାର୍ବଣ ଥିଲେ ଗୋବର କଥା ମନେ ପଡୁଛି, ନ ହେଲେ ନାହିଁ। ସଦାବେଳେ ଗୁହାଳରେ ବନ୍ଧା ହୋଇ ମାଆ ବିରକ୍ତ ହୋଇଯାଇଥିଲା। ଥରେ ଦଉଡି ହୁଗୁଳାଇ ସେ ବାହାରକୁ ଚାଲିଗଲା। ପାଣୁ ସାହୁ ବିଲରେ ପଶି ଛନଛନିଆ ଧାନ ଖାଇବାରେ ଲାଗିଗଲା। ନୃଶଂସ ପାଣୁ ସାହୁ, ମାଆକୁ ଘଉଡାଇବାରୁ ସେ ନ ଯିବାରୁ ଏକ ଟାଙ୍ଗିଆରେ ମାଆ ଗୋଡକୁ ହାଣି ଦେଲା। ସେ ହମ୍ବାରଡି ପକେଇ ଗୁହାଳରେ ପଶିଲା ବେଳକୁ, ମାଲିକ ତା ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେତିକି ବେଳେ ପାଣୁ ସେ ଜାଗାକୁ ଆସି କେତେ ଗଣ୍ଡଗୋଳ କଲା ଓ ମାଆକୁ ବିଷ ଦେଇ ମାରିଦେବ ବୋଲି ଧମକ ଦେଲା। ମାଆ କଷ୍ଟରେ ଗଁ ଗଁ ହେଉଥାଏ, ଗୋଡରୁ ରକ୍ତର ଧାର ଛୁଟୁଥାଏ। ମାଲିକକୁ ପାଣୁ ବେଜ୍ଜିତ୍ କଲା ବୋଲି, ସେ ସବୁ ରାଗ ମାଆ ଉପରେ ଶୁଝାଇଲା। ବଡ ପାଞ୍ଚଣ ବାଡିରେ ନିର୍ଘାତ ମାଡ ଦେଲା। ମୁଁ ଯେତେ ଚେଷ୍ଟା କଲି ବେକରୁ ଦଉଡି ଖସାଇ ମାଆ ପାଖକୁ ଯାଇ ପାରିଲିନି। ମାଲିକାଣୀ ରାଗି କହିଲେ-- ସେ ଗାଈଟା ବୁଢୀ ହେଲାଣି, ତାକୁ କାହିଁକି ଘରେ ବେକାରରେ ରଖିଛ। ଖାଲି ମାଗଣାରେ ଖାଇ ଘରେ କାଠ ଗଣ୍ଡି ପରି ପଡିଛି। ତା ପାଇଁ ଆଜି ସେ ନୀଚ୍ଚ ଲୋକଟା କେତେ ବେଜ୍ଜିତ୍ କରି ଦେଇଗଲା। ଡାକ୍ତର ଡାକିବା ଦରକାର ନାହିଁ। ତା ଖଣ୍ଡିଆ ମନକୁ ମନ ଭଲ ହେବ, କରିମ୍ ମିଆଁ ସହ ଟିକେ କଥା ହେଉନ, ଯେତକି ପଇସା ଦେଇ ନେବ ନେଇଯାଉ। ସେ ନାଁଆ ଶୁଣି ମୁଁ ଚମକି ପଡିଲି, କାରଣ କରିମ୍ କେତେ ଗାଈଙ୍କୁ ତା ଧାରୁଆ ଛୁରୀରେ କାଟି ଖଣ୍ଡ ଖଣ୍ଡ କରି ବିକ୍ରୀ କରିଦିଏ। ବିଚାରି ମାଆ ମୋର, କେତେ କଷ୍ଟ ପାଇ କେବଳ ବିକଳରେ ମୋ ଆଡକୁ ଚାହିଁ ଲୁହ ଝରାଇଲା। ମୁଁ କିଛି କରି ପାରିଲିନି। ଶେଷରେ ସେଦିନ ରାତିରେ କରିମ୍ ମିଆଁ ମୋ ମାଆକୁ ଘୋଷାରି ଘୋଷାରି ଗୁହାଳରୁ ଟାଣି ନେଲା। ମୁଁ ମାଆ ପାଖକୁ ଟିକେ ଯାଇ ଘଷି ବି ହୋଇ ପାରିଲିନି। ମୋତେ ଲାଗୁଥିଲା ମାଆ ମୋତେ କହୁଥିଲା ଏ ସ୍ଵାର୍ଥପର ଲୋକ ମାନଙ୍କ ପାଖରୁ ଦଉଡି ପଳାଇବା ପାଇଁ। ସେତେବେଳକୁ ମାଲିକ ମାଲିକାଣୀ ହସି ହସି ଟଙ୍କା ଗଣିବାରେ ବ୍ୟସ୍ତ ଥିଲେ। ତା ପରଦିନ ଶୁଣିଲି, ସେଇ ଦିନ ରାତିରେ ମୋ ମାଆକୁ କରିମ୍ ମିଆଁ କେଜି ଦରରେ ବିକ୍ରି କରିଦେଇଛି।

ଦିନ ପରେ ଦିନ ବିତ ଚାଲିଲା। ମୁଁ ବଡ ହେଲି, ମାଲିକ ମାଲିକାଣୀଙ୍କ ବୟସ ବି ବଢିଲା। ମୋ ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇ ଚାଲିଥିଲା। ଘର ଭାଗବଣ୍ଟା ହେବା ପରେ ମୋ ଗୁହାଳ ଥିବା ଜାଗାଟା ସାନ ପୁଅ ଭାଗରେ ପଡିଲା। ଗୁହାଳ ଭାଙ୍ଗି ନିଜ ପାଇଁ ସାନ ପୁଅ ଘର କରିଦେବା ପରେ ,ମୋତେ ଗଛ ମୂଳରେ ବନ୍ଧାଗଲା। ଖରା ତରାରେ ମୁଁ ସେଇ ଗଛ ମୂଳେ ପଡି ରହିଲି। କେବେ କାହାର ମନ ହେଲେ, ମୋ ଆଗରେ ନଡା କିମ୍ବା ଘାସ ଟିକେ ପକେଇ ଦେଉଥିଲେ, ନୋହିଲେ ସାରା ଦିନ ଓପାସ ରହିବାକୁ ପଡୁଥିଲା। ପୁରୁଣା କଥା ମନେ ପଡି ସଦା ବେଳେ ଆଖିରୁ ଲୁହ ବୋହୁଥିଲା, ମାତ୍ର ସେ ଲୁହକୁ କେହି ଦେଖି ପାରୁ ନ ଥିଲେ। କେବଳ ସାନ ମାଲିକଙ୍କ ପୁଅ ମୋ ପାଖକୁ ଆସୁଥିଲା ଓ କେତେ କଣ ଗପି ଯାଉଥିଲା। ସେ ମୋତେ ବହୁତ ଭଲ ପାଉଥିଲା ଓ ବାପା ମାଆଙ୍କ ନାଲି ଆଖିକୁ ନ ଡରି ଲୁଚେଇ ଲୁଚେଇ ମୋତେ ଖାଇବା ମଧ୍ୟ ଦେଉଥିଲା। ମୁଁ ସମସ୍ତଙ୍କ ଉପରେ ବୋଝ ହୋଇ ଯାଉଥିଲି ଦିନ କୁ ଦିନ। ସେଦିନ କରିମ୍ ମିଆଁ ମାଲିକକୁ କହିଲା ଯେ ପାଖ ବସ୍ତିରେ ବଡ ପର୍ବ ହେବାର ଅଛି। ଯଦି ମାଲିକ ରାଜି ହେବ ମୋତେ ସେ କିଣି ନେବ। ବହୁତ ସମୟ ଯୁକ୍ତି ତର୍କ ପରେ ମାଲିକ ମୋତେ ବିକ୍ରି କରିବାକୁ ରାଜି ହେଲା ଓ କରିମ୍ ତା ପରଦିନ ସକାଳୁ ମୋତେ ନେଇଯିବ ବୋଲି କଥା ଦେଲା। ସେଦିନ ରାତିରେ ମାଲିକର ସାନ ପୁଅ ରାତି ଅଧରେ ଲୁଚି ଛପି ମୋ ପାଖକୁ ଆସିଲା ଓ ବେକରୁ ଦଉଡି ଫିଟାଇ କହିଲା- ଚାଲି ଯା ଚାନ୍ଦ, ଏ ଦୁନିଆରେ ମଣିଷ ଆଉ ନାହାଁନ୍ତି, ସମସ୍ତେ ଅସୁର ପାଲଟି ଗଲେଣି। ସାନ ପୁଅ ମୁହଁରେ ମୁହଁ ଘଷି ମୁଁ ଏକା ନିଶ୍ଵାସରେ ଦଉଡିଲି। ତହିଁ ଆର ଦିନ ସକାଳୁ ସହରରେ ପହଞ୍ଚି ପରିବା ବଜାର ପାଖକୁ ଗଲି। ସେଠାରେ କେତେ ଗାଈ ମାନେ ଥିଲେ ଓ ପେଟପୁରା ଖାଇବା ମଧ୍ୟ ଥିଲା। ଆରାମ ରେ ସେଠାରେ କିଛିଦିନ ରହିଲି। ଦିନେ ରାତିରେ ଗୋଟେ ବଡ ଟ୍ରକ୍ ରେ କିଛି ଲୋକ ଆସିଲେ ଓ ଶୋଇଥିବା ଗାଈ ମାନଙ୍କ ଭିତରୁ କୋଡିଏ ପଚିଶିଟି ଗାଈ ଟ୍ରକ୍ ରେ ଲଦି ନେଇଗଲେ। ମୁଁ ଦୋକାନ ପଛରେ ଲୁଚି ଯିବାରୁ ରକ୍ଷା ପାଇଗଲି। ଅନ୍ୟ ମାନଙ୍କୁ ପଚାରିବାରୁ ଜାଣିଲି, ସେମାନେ ସବୁ ଗାଈ ଚୋର। ରାତିରେ ଆସି ରାସ୍ତାରେ ଶୋଇ ଥିବା ଗାଈ ମାନଙ୍କୁ ନେଇ ବିକ୍ରୀ କରି ଦିଅନ୍ତି। ମନରେ ଭାବିଲି, ଆମ ଦେହରେ ତେତିଶ କୋଟି ଦେବତାଙ୍କର ବାସ ଥିଲେ କଣ ହେବ, ଜୀବନ ଆମର ସବୁଠାରୁ ଘୃଣ୍ୟ। ମୁଁ ରାସ୍ତାରେ ଅନ୍ୟ ଗାଈଙ୍କ ମେଳରେ ଶୋଇଲି, ଲୋକେ ଗାଳି ଦେଲେ, ଛେପ ପକାଇଲେ, ଗରମ ପାଣି ଫୋପାଡିଲେ, କେବେକେବେ ମଟର ସାଇକେଲ ଚଢାଇଲେ, ତଥାପି ଆମେ ସେଇ ରାସ୍ତାକୁ ଛାଡି ଗଲୁନାହିଁ। ଯିବୁ ବା କୁଆଡେ? ଯୁଆଡେ ଦେଖିବ କେବଳ କଂକ୍ରିଟ୍ ଜଙ୍ଗଲ; ନା ଅଛି ଘାସ ପଡିଆ ନା ଜଙ୍ଗଲ। ଆମେ ଯିବୁ କୁଆଡେ, ଖାଇବୁ କଣ, ରହିବୁ କେଉଁଠାରେ କାହାର ଚିନ୍ତା କରିବାକୁ ସମୟ ନାହିଁ। ସବୁ ଦିନ ସକାଳୁ ଦେଖେ ଗାଈ ମାନଙ୍କର ଶବ ମ୍ୟୁନିସିପାଲିଟିର ମେହେନ୍ତର ଟାଣିଟାଣି ନେବାର। କାହା ଉପରେ ଟ୍ରକ୍ ଚଢି ଯାଇଛି, କିଏ ଖାଇବା ବେଳେ ବ୍ଲେଡ୍ ଗିଳି ଦେଇଛି ତ କିଏ ପଲିଥିନ୍ ଗିଳି ମରିଯାଇଛି। ମୁଁ ମଧ୍ୟ କୌଣସି ଏକ କାରଣରୁ ମରିଯିବି, ସେ କଥା ମୋତେ ଭଲରେ ଜଣା। କରିବି ବା କଣ? ମୋତେ କିଏ ଉଦ୍ଧାର କରିବ, କିଏ ମୋର ଯତ୍ନ ନେବ, କିଏ ମୋତେ ସ୍ନେହ ଆଦର କରିବ ? ଓଡିଆ ଘରର ଗୌରବ ରୂପରେ ଶୋଭା ପାଉଥିବା ଗୋ ମାତା ଯେ ଆଜି ରାସ୍ତାରେ ପଡି ବଞ୍ଚିବା ପାଇଁ ବିକଳ ହୋଇ ଡାକୁଛି, ସେ କଥା କିଏ ବା ଜାଣିବ। ଯେଉଁ ଦୁନିଆ ରେ ରାସ୍ତା ଉପରେ ଝି୍ଅବୋହୁଙ୍କ ଇଜ୍ଜତ ମାଟିରେ ମିଶୁଛି ଓ ମଣିଷ ରକ୍ତରେ ରାସ୍ତା ଲାଲିମା ଧରୁଛି,ସେ ଜାଗାରେ ଆମର ଅସ୍ତିତ୍ଵ ବା କଣ? ଏବେ ମୋ ନିଜ ନାଁଆ ମୁଁ ଭୁଲି ଗଲିଣି, ମନେ ରଖିବି ବା କିପରି?ଏତେ ଦିନ ଧରି ମୋତେ କେହି ନାମ ଧରି ଡାକି ନାହାଁନ୍ତି ଯେ.........! ! ଇଶ୍ଵର ସମସ୍ତଙ୍କର ମଙ୍ଗଳ କରନ୍ତୁ।

କାନ୍ଦି କାନ୍ଦି ସେତେ ବେଳକୁ ଗଗନ ଅଥୟ ହୋଇ ସାରିଥିଲା। ଥରଥର କଣ୍ଠରେ କହିଲା
.... ମୁଁ ହେଲି ଚାନ୍ଦ, ଏହା ମୋର ଆତ୍ମ କାହାଣୀ

ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀ ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଭାବେ ପରିଚିତ । ସ୍ଵାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ...
16/08/2018

ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀ ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଭାବେ ପରିଚିତ । ସ୍ଵାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ୟ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଅଟନ୍ତି ।ଥ୧ଧଥ୨ଧ ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ ।
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କାର୍ୟ୍ୟ କରୁଥିଲେ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍‍ଏସ୍‍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।ଥ୩ଧଥ୪ଧ ଏମ୍‍ଏ ପରେ ପରେ ସେ କାନପୁରରେ ଏଲ୍‍ଏଲ୍‍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ୟ୍ୟରେ ନିଷ୍ଠାର ସହ ଲାଗିଥିଲେ ।
ସେ ଦୀର୍ଘବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରୀୟ ଭାବନାରେ ଜଡିତ ପତ୍ର-ପତ୍ରିକାର ସଂପାଦନା କରିଥିଲେ । ବାଜପେୟୀଙ୍କ କାବ୍ୟଗୁଣ ବଂଶାନୁଗତ ଭାବେ ପ୍ରାପ୍ତ ହୋଇଛି । ବିଭିନ୍ନ କବି ସମ୍ମିଳନୀରେ ଯୋଗଦେବା ଅବସରରେ ସେ ପିଲାଦିନୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା ଥିଲା ତାଜମହଲ । ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ-ଜୀବନ ଆଦି ତାଙ୍କ କାବ୍ୟ-କବିତାରେ ପ୍ରକାଶ ପାଇଛି । ତାଙ୍କର କବିତା ସଂକଳନ " ମେରି ଇକ୍ୟାବନ କବିତାୟେଁ' (ମୋର ୫୧ଟି କବିତା) ବେଶ୍ ଲୋକପ୍ରିୟତା ହାସଲ କରିଛି । ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକ ୟଶ ଚୋପ୍ରା ବାଜପେୟୀଙ୍କ କେତେକ କବିତାକୁ ନେଇ ତିଆରି କରିଛନ୍ତି ଏକ ଆଲବମ "ଅନ୍ତର୍ନାଦ' । ଏଥିରେ କବିତାଗୁଡିକୁ ସଂଗୀତ ରୂପ ଦେଇଛନ୍ତି ଗଜଲ ଗାୟକ ଜଗଜୀତ ସିଂହ । ଲୋକ ସଭାରେ ତାଙ୍କର ବକ୍ତବ୍ୟକୁ ଅମର ବଳିଦାନ ନାମରେ ସଂଗୃହୀତ କରାଯାଇଛି । କ୍ୟା ଖୋୟା କ୍ୟା ପାୟା, ଶ୍ରେଷ୍ଠ କବିତା ଓ ନୟାଦିଶା ପ୍ରଭୃତି କବିତା ଗ୍ରନ୍ଥ ଏବଂ ବିନ୍ଦୁ ବିନ୍ଦୁ ବିଚାର, ନା ଦୈନ୍ୟମଂ ନା ପଳାୟନଂ, ନୈ ଚୁନୌତି ନୟା ଅବସର ପ୍ରଭୃତି ଗଦ୍ୟ ରଚନା କରିଛନ୍ତି ।
ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ । ୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା । ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା ।
ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ । ଥ୫ଧ ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା । ୧୯୬୮ରୁ ୧୯୭୩ ପର୍ୟ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ସେ ରାଜନୀତର ପାଠ ପଢ଼ିଥିଲେ ।
୧୯୫୭ରୁ ୨୦୦୯ ପର୍ୟ୍ୟନ୍ତ ସେ ନଅଥର ଲୋକ ସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ ବର୍ଷକୁ ଛାଡିଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି । ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ, ଚାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ୬ଥର ବିଜୟୀ ହୋଇଛନ୍ତି ।
୧୯୫୫ରେ ପ୍ରଥମ କରି ସେ ଲୋକ ସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକ ସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକ ସଭାକୁ ପ୍ରଥମ କରି ଯାଇଥିଲେ । ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏପରିକି ନେହେରୁ କହିଥିଲେ, ଏହି ଯୁବକଜଣକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ।ଥ୬ଧ
୧୯୫୯ରୁ ୧୯୭୭ ପର୍ୟ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ । ମୋରାରଜୀ ଦେଶାଇ ସରକାରରେ ସେ ୧୯୭୭ରୁ ୧୯୭୯ ପର୍ୟ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ତାଙ୍କ ବିବୃତି; "ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ; ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ ।
ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହଙ୍କ ପରେ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଦିନ ଦାୟିତ୍ୱ ତୁଲାଇଛନ୍ତି । ୧୯୯୬ରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ । ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ୟ୍ୟ କରିଥିଲେ ।
୧୯୭୯ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ଏବଂ ମୂଳ ଜସସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡ଼ଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ । ୧୯୮୦ ଏପ୍ରିଲ ୬ରେ ପ୍ରତିଷ୍ଠା ହୋଇଥିବା ବିଜେପିର ଅଧ୍ୟକ୍ଷ ପଦର ଦାୟିତ୍ୱ ମଧ୍ୟ ବାଜପେୟୀଙ୍କୁ ଅର୍ପଣ କରାଯାଇଥିଲା । ଏହିି ପାର୍ଟି ୧୯୮୪ରେ ମାତ୍ର ୨ଟି ଆସନ ଜିତିଥିଲା ବେଳେ ୧୯୯୬ରେ ୧୬୧ଟି ଆସନ ଲାଭ କରି ସରକାର ଗଢିଥିଲା ଏବଂ ଅଟଳବିହାରୀ ବାଜପେୟୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ରେ ଭାଜପାର ୧୮୨ଟି ଆସନ ସହିତ ୨୪ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲୋ ଜୟଲଳିତା ଗଣତନ୍ତ୍ର ସାମ୍ମୁଖ୍ୟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେବାରୁ ଅଟଳଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥିଲା ଏବଂ ସେତେବେଳେ ଓଡ଼ିଶାରେ ମୁଖମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗ ଲୋକ ସଭା ସଭ୍ୟ ପଦରୁ ଇସ୍ତଫା ଦେଇନଥିବାରୁ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସରକାର ବିରୁଦ୍ଧରେ ଭୋଟ୍ ଦେଇଥିଲେ । ତାଙ୍କର ଏହି ଗୋଟିଏ ଭୋଟରେ ସରକାରର ପତନ ଘଟିଲା । ପୁନଶ୍ଚ ୧୯୯୬ରେ ସଂଖ୍ୟାଗରିଷ୍ଠତା ସହ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଫେରିଲା ଓ ସେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ । ୨୦୦୪ ମଇ ୧୯ ପର୍ୟ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ।
୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା "ଅପରେସନ ଶକ୍ତି' ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ଵାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ । ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା । ସେ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ କରିଥିଲେ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ । ସେ ରାଷ୍ଟ୍ରୀୟ ସୁରକ୍ଷା ସମିତି, ଆର୍ଥିକ ପରାମର୍ଶଦାତା କମିଟି ଏବଂ ବ୍ୟାପାର ଓ ଉଦ୍ୟୋଗ କମିଟି ଗଠନ କରିଥିଲେ । ୧୯୯୯ରେ କାରଗିଲ ଯୁଦ୍ଧ ଓ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ୟ୍ୟକାଳ ମଧ୍ୟରେ ଘଟିଥିଲା । ୨୦୦୧ରେ ଗୁଜରାଟ ଦଙ୍ଗା ସମୟରେ ସେ କହିଥିଲେ ‘ମୋଦି ରାଜଧର୍ମ ପାଳନ କରିନାହାନ୍ତି ।’ ବିଜେପିରେ ବାଜପେୟୀଙ୍କୁ ‘ରାମ’ ଓ ଲାଲକୃଷ୍ଣ ଆଡୱାଣୀଙ୍କୁ ‘ଲକ୍ଷ୍ମଣ’ ଉପାଧି ଦିଆଯାଉଥିଲା । ପାକିସ୍ତାନ ସହିତ ସଂପର୍କରେ ଉନ୍ନତି ଆଣିବା ଲାଗି ୧୯୯୯ ଫେବୃଆରୀ ୧୯ରେ ତାଙ୍କ ଉଦ୍ୟମରେ ଦିଲ୍ଲୀରୁ ପାକିସ୍ତାନର ଲାହୋର ମଧ୍ୟରେ ବସ୍‍ସେବା ଆରମ୍ଭ କରିଥିଲେ । ଦିଲ୍ଲୀରୁ ଲାହୋର ଯାଉଥିବା ପ୍ରଥମ ବସ୍‍ରେ ବସି ସେ ପାକିସ୍ତାନ ଯାଇଥିଲେ । ୧୯୯୯ ଫେବୃଆରୀ ୨୧ରେ ବାଜପେୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ଲାହୋର ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ସମସ୍ୟାବଳୀକୁ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୯୯ ମଇ ଓ ଜୁଲାଇରେ କାରଗିଲ ଉପରେ ପାକିସ୍ତାନର ସେନାମୁଖ୍ୟ ପରଭେଜ ମୁଶାରଫ ଆକ୍ରମଣ କରିବା ସମୟରେ ବି ବାଜପେୟୀ ଏହି ବସସେବାକୁ ବାତିଲ କରି ନଥିଲେ । ତେବେ ୨୦୦୧ ଡିସେମ୍ବର ୧୩ରେ ସଂସଦ ଉପରେ ଆଇଏସଆଇ ଆକ୍ରମଣ ପରେ ଏହି ବସ୍ ସେବା ବନ୍ଦ ହୋଇ ଯାଇ ଥିଲା । ପରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ବନ୍ଦ କରିବା ଏବଂ ନିଜ ସୀମାରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ପାକିସ୍ଥାନ ପ୍ରତିଶ୍ରୁତି ଦେବା ପରେ ୨୦୦୩ ଜୁଲାଇ ୧୬ ତାରିଖରେ ଏହି ବସ୍ ସେବା ପୁଣି ଆରମ୍ଭ ହୋଇଥିଲା । ୨୦୦୪ରେ କାର୍ୟ୍ୟକାଳ ପୂରା ହେବା ପୂର୍ବରୁ ‘ଭାରତ ଉଦୟ’ ସ୍ଲୋଗାନ ଦେଇ ବାଜପେୟୀଙ୍କ ନେତୃତ୍ୱରେ ଏନ୍‍ଡିଏ ନିର୍ବାଚନ ଲଢିଥିଲା, ତେବେ ପରାଜୟବରଣ କରିବାକୁ ପଡ଼ିଥିଲା । ଏହାପରଠାରୁ ବାଜପେୟୀ କ୍ରମଶଃ ରାଜନୀତିରୁ ଦୂରେଇ ଯାଇଥିଲେ ।ଥ୭ଧ
ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।ଥ୮ଧଥ୯ଧ
• ୨୦୧୪: ଭାରତ ରତ୍ନ
• ୧୯୯୪: ଲୋକମାନ୍ୟ ତିଳକ ପୁରସ୍କାରଥ୧୦ଧ
• ୧୯୯୪: ସର୍ବଶ୍ରେଷ୍ଠ ସାଂସଦ
• ୧୯୯୪: ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର
• ୧୯୯୩: କାନପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ୍‍ ଉପାଧିଥ୧୦ଧ
• ୧୯୯୨: ପଦ୍ମ ବିଭୂଷଣ

😇🙏
16/08/2018

😇🙏

ବାଜପାୟୀଂକ ପରଲୋକ ! ୫ଟା ୦୫ ମିନିଟରେ ପରଲୋକ ! 😓  Rip
16/08/2018

ବାଜପାୟୀଂକ ପରଲୋକ ! ୫ଟା ୦୫ ମିନିଟରେ ପରଲୋକ ! 😓 Rip

Jay Hind.
16/08/2018

Jay Hind.

Kaun zyada khoobsurat lag raha hai? 😂😂
10/08/2018

Kaun zyada khoobsurat lag raha hai? 😂😂

       🙏🙏🙏🙏🙏ରାଜଧାନୀ ଭୁବନେଶ୍ଵର କୁ ଉଚଶିକ୍ଷା ନିମନ୍ତେ ଏମବିଏ ଆଡମିଶନ କରିବାକୁ ଆସିଥିବା ରାଜକନିକା ର ଦୁଇ ମେଧାବୀ ଛାତ୍ର ଏକ ମର୍ମନ୍ତୁଦ ...
08/08/2018


🙏🙏🙏🙏🙏

ରାଜଧାନୀ ଭୁବନେଶ୍ଵର କୁ ଉଚଶିକ୍ଷା ନିମନ୍ତେ ଏମବିଏ ଆଡମିଶନ କରିବାକୁ ଆସିଥିବା ରାଜକନିକା ର ଦୁଇ ମେଧାବୀ ଛାତ୍ର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ନିଜର ଦୁଇଗୋଡ ହରାଇ, କଟକ ବଡମେଡିକାଲ ଏବଂ ଅଶ୍ୱିନୀ ହସପିଟାଲ ରେ ଚିକିତ୍ସା ହେଉଛନ୍ତି। ବ୍ୟୟବହୁଳ ଅପରେସନ କରାଇବା ପାଇଁ ତାଙ୍କ ପରିବାର ପକ୍ଷରେ ଅସମ୍ଭବ ହୋଇପଡିଛି। ତେଣୁ ସେମାନଙ୍କର ଅପରେଶନ ନିମନ୍ତେ ଅର୍ଥ ଏବଂ ଉତ୍ତମ ଚିକିତ୍ସା ନିମନ୍ତେ ଆମ୍ଭେମାନେ ବିଭିନ୍ନ ସଙ୍ଗଠନ ଏବଂ ବଦାନ୍ୟ ବ୍ୟକ୍ତି ମାନଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମ ରେ ସାହାଯ୍ୟ ମାଗିଥିଲୁ। ଏବଂ ସପରିବାର ଏବଂ ସାଙ୍ଗସାଥି ମାନଙ୍କୁ ନେଇ ପହଞ୍ଚିଥିଲୁ ଆଉ ଏକ ମହାନ ବଦାନ୍ୟ ବ୍ୟକ୍ତି ଙ୍କ ପାଖରେ ସେ ହେଲେ ଶ୍ରୀଯୁକ୍ତ ଅନୁଭବ ମହାନ୍ତି, ଏହି ଖବର ଶୁଣି ସେ ବହୁତ ମର୍ମାହତ ହୋଇଥିଲେ ଏବଂ ଡାକ୍ତର ଙ୍କୁ ଫୋନ୍ ଯୋଗେ ସବୁପ୍ରକାର ର ଉପଯୁକ୍ତ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏବଂ ତାଙ୍କ ଦ୍ୱାରା ଯାହା ସମ୍ଭବ ସାହାଯ୍ୟ ହୋଇ ପାରିବ ସେ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହି ଭଳି ଭଗବାନ ସ୍ୱରୂପ ମଣିଷ ଙ୍କୁ ଆମ୍ଭେ କୋଟି ପ୍ରଣାମ ଜଣାଉଛୁ।

ଏମିତି ସ୍କୁଲ୍ ଦିଦିଙ୍କ ପାଇଁ କମେଣ୍ଟ ରେ ପଦେ ହେଇଯାଉ କିଛି ।
07/08/2018

ଏମିତି ସ୍କୁଲ୍ ଦିଦିଙ୍କ ପାଇଁ କମେଣ୍ଟ ରେ ପଦେ ହେଇଯାଉ କିଛି ।

Address

Cuttack

Website

Alerts

Be the first to know and let us send you an email when Cuttack The Silver City posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Category