17/09/2024
🎭
ମୁଁ ଅନେକ ମୁଖା ରଖି ଥାଏ
ଦିନ ରାତି ସଞ୍ଜବେଳ ପାଇଁ
କ୍ଷଣିକ ଆନନ୍ଦ ପାଇଁ
ବିୟୋଗାନ୍ତକ ନାଟକର ଶେଷ ଅଙ୍କ ପାଇଁ
ଅତିଥି ଓ ସହଯାତ୍ରୀ ଏକଦା ପ୍ରେୟସୀ
ଏବଂ ତାର ସ୍ଵାମୀ ପାଇଁ
ସମ୍ରାଟ ସୈନିକ ଯାଦୁକର
ମଲାଲୋକ ଶୋଭାଯାତ୍ରା ପାଇଁ
ନିର୍ବାସିତ ଆକାଶ ଓ ଆବାକ୍ ସକାଳ
ପ୍ରେମ ପାଇଁ ପ୍ରତିରକ୍ଷା ପ୍ରତାରଣା ପାଇଁ
ବହୁ ବିଧ ମୁଖା ରଖି ଆଖି ପଲକରେ
ଭଳି ଭଳି ଛଦ୍ମବେଶ ନେଇଥାଏ
ଜୀବନର ପ୍ରତି ପର୍ଯ୍ୟାୟରେ
🎭🎭🎭🎭
Santosh Kumar Jena Mohan Charan Majhi