ହିମ୍ମତ ସମାଚାର/ हिम्मत समाचार/ Himmat News

  • Home
  • India
  • Cuttack
  • ହିମ୍ମତ ସମାଚାର/ हिम्मत समाचार/ Himmat News

ହିମ୍ମତ ସମାଚାର/ हिम्मत समाचार/ Himmat News ସମସ୍ୟାର ସମାଧାନ ହେଉଛି #ହିମ୍ମତସମାଚାର_ପ?

07/05/2024

ସିରାପ୍ରସିରାରେ କିଏ ପସିଯାଇଛନ୍ତି?

07/05/2024

ଉପର ଆଡୁ ଆରୁଆଚାଉଳ ପ୍ରଥମ ! କଣ ବୁଝିଲେ ?

ଡାକ୍ତର ସାର୍ କହିଲେ ରୋଗୀର ରକ୍ତ ନିହାତି ଆବଶ୍ୟକ। ବଡ଼ ବଡ଼ ବାବୁ ନେତା, ଚାଟୁକାର ବାବୁ, କର୍ମଚାରୀ ଚିହ୍ନା ଜଣା ଥିବା ଧଳା ବାବୁମାନେ ଭିତରକ...
13/08/2023

ଡାକ୍ତର ସାର୍ କହିଲେ ରୋଗୀର ରକ୍ତ ନିହାତି ଆବଶ୍ୟକ। ବଡ଼ ବଡ଼ ବାବୁ ନେତା, ଚାଟୁକାର ବାବୁ, କର୍ମଚାରୀ ଚିହ୍ନା ଜଣା ଥିବା ଧଳା ବାବୁମାନେ ଭିତରକୁ ପସିଯାଉଛନ୍ତି ଆଉ ହସି ହସି ରକ୍ତ ପାଉଚ୍ ନେଇଆସୁଛନ୍ତି। ହେଲେ ଆମେ ତୁମେ ସାଧାରଣ ଲୋକ କଥା କହିଲେ ନସରେ। ନିଜଲୋକ ଦ୍ଵାରା ଗୋଟିଏ ରକ୍ତ ଯୋଗାଡ଼ ତ ହେଲା, ଆଉ ଗୋଟିଏ ରକ୍ତ କିଏ ଦବ? କାକୁତି ମିନତି ହେଲାପରେ ଜଣେ ସହୃଦୟ ବ୍ୟକ୍ତି ବି ଯୋଗାଡ଼ ହେଲେ। ମାତ୍ର ତାଙ୍କର ବ୍ୟସ୍ତବହୁଳ ସମୟ ଭିତରୁ ସମୟ କାଢି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ରକ୍ତଭଣ୍ଡାର ବାହାରେ।

ତାପରେ ଗାର୍ଡ, କର୍ମଚାରୀ ଓ ରକ୍ତ ସଂଗ୍ରହ କରୁଥିବା ଦିଦି ଙ୍କର ନାହିଁ ନଥିବା କୁତ୍ସିତ ବ୍ୟବହାର ରେ ଅତିଷ୍ଠ ହୋଇ ପଡ଼ୁଛନ୍ତି ରକ୍ତଦାନ କରୁଥିବା ଭଦ୍ରବ୍ୟକ୍ତି ଓ ରୋଗୀର ନିଜଲୋକ ଏପରିକି ରୋଗୀ ଲୋକ ଓ ରକ୍ତଦାତା ବସିବାକୁ ଜାଗା ବି ରହୁନାହିଁ। ଶହ ଶହ ଭିଡ଼ ଭିତରେ ଏସବୁ ଦେଖୁଛି କିଏ ବା ବୁଝିବ କିଏ ? ଆବଶ୍ୟକ ଅଛି ଯେନତେନ ପ୍ରକାରେଣ କୌଣସି ପ୍ରକାରେ ହେଇଯାଉଛି। କର୍ମ ଅସରଣକୁ ଦଇବ ସାହା।

ମାତ୍ର ପ୍ରଶ୍ନ ହେଉଛି ଏତେସବୁ ରାସ୍ତା ଘାଟ ଅଫିସ କଚେରି ବିକଶିତ ହେଉଛି, କୋଟି କୋଟି ଟଙ୍କା ଆସୁଛି ମେଡିକାଲ, ସ୍ୱାସ୍ଥ୍ୟ, ଚିକିତ୍ସା ପାଇଁ ମାତ୍ର ଏ ସମସ୍ୟା କଣ ଉପରେ ଦେଖାଯାଉନାହିଁ ନା ସରକାରଙ୍କ ଦୃଷ୍ଟିରେ ପଡୁନାହିଁ? ପୁରୁଣା ବ୍ୟବସ୍ଥା ସୁଧୁରି ନୂଆକରି #ରେଡକ୍ରସ_ରକ୍ତଭଣ୍ଡାର ଓ ରକ୍ତଭଣ୍ଡାର କଣ ନୂଆ ବ୍ୟବସ୍ଥା ଭିତରକୁ ଆସିପାରିବନି? କଟକ ସହର ରେ କଣ ପୁରା ଓଡ଼ିଶାରେ ଆବଶ୍ୟକତା କୁ ପୁରଣ କରୁଥିବା #ରେଡକ୍ରସ ଆଜି ଏମିତି ସ୍ଥିତିରେ ଯେ ଅବ୍ୟବସ୍ଥା କହିହେଉନାହିଁ କି ସହିହେଉନାହିଁ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି।

CMO Odisha Mo Sarkar 5T Naveen Patnaik Housing & Urban Development Department, Govt. of Odisha Cuttack Municipal Corporation HealthOdisha News

  ଚଳାଚଳ ଯୋଗୁଁ  ୁବନେଶ୍ବର ମଧ୍ୟରେ ହଜାର ହଜାର ଯାତ୍ରୀ ଉପକୃତ ହେଉଥିବାବେଳେ ଶହ ଶହ ଯାତ୍ରୀ ନାହିଁ ନଥିବାର କଷ୍ଟ ଭୋଗୁଛନ୍ତି ବୋଲି ଯାତ୍ରୀ ମ...
31/07/2023

ଚଳାଚଳ ଯୋଗୁଁ ୁବନେଶ୍ବର ମଧ୍ୟରେ ହଜାର ହଜାର ଯାତ୍ରୀ ଉପକୃତ ହେଉଥିବାବେଳେ ଶହ ଶହ ଯାତ୍ରୀ ନାହିଁ ନଥିବାର କଷ୍ଟ ଭୋଗୁଛନ୍ତି ବୋଲି ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବହୁସମୟରେ #ମୋବସ ରେ ଡ୍ରାଇଭର ଓ କଣ୍ଡକ୍ତରଙ୍କର ଯାତ୍ରୀଙ୍କ ପ୍ରତି ଖରାପ ବ୍ୟବହାର କାରଣରୁ ଯାତ୍ରୀମାନେ ହଇରାଣ ହେଉଥିବାବେଳେ ଯାତ୍ରୀ ନଉଥିବା ପୂର୍ବରୁ ବସ ଚାଲୁ କରାଯାଉଛି ଫଳରେ ବୟସ୍କ, ପିଲା ଓ ମହିଳା ଯାତ୍ରୀମାନେ ବେଳେବେଳେ ଆକସ୍ମିକ ଦୁର୍ଘଟଣାରୁ ବର୍ତ୍ତି ଯାଉଛନ୍ତି ମାତ୍ର କଣ୍ଡକ୍ତରଙ୍କ ଅଶାଳୀନ ବ୍ୟବହାର ସମସ୍ତଙ୍କୁ କଷ୍ଟ ଦେଇଥାଏ।

ଅଫିସ କାମ ସାରି ୯.୦୦ ଟା ପରେ ବିଳମ୍ବରେ ଅନେକ ଫେରୁଥିବା ଯାତ୍ରୀମାନଙ୍କୁ ବେଳେ ବେଳେ ଉଠାଉନଥିବାରୁ ଯାତ୍ରୀମାନେ ଅଫିସ କାମ ଓ ଅପେକ୍ଷା କରି କରି କ୍ଳାନ୍ତ ହୋଇଯାଉଛନ୍ତି ମାତ୍ର ବସ କଣ୍ଡକ୍ଟର ବା ଡ୍ରାଇଭର ଙ୍କୁ ପଚାରିଲେ ଦୁର୍ବ୍ୟବହାର ର ଶିକାର ହେଉଛନ୍ତି ଓ ବେଳେବେଳେ ବସ ନଦେଖିଲାପରି ଯାତ୍ରୀଙ୍କୁ ନନେଇ ଚାଲିଯାଉଥିବାର ଦେଖିବାକୁ ମିଳୁଛି।

ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସେବା ଚାଲୁକରି ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହେଉଥିବା ବେଳେ ସାମାନ୍ୟ ତ୍ରୁଟି ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବା ପ୍ରଶ୍ନବାଚୀ।

ସରକାରଙ୍କୁ ଅନୁରୋଧ ସମସ୍ୟାର ସରଳ ସମାଧାନ ତଥା ଅବ୍ୟବସ୍ଥା କୁ ସୁଧାର କରି ସଠିକ୍ ବ୍ୟବସ୍ଥା କଲେ ଯାତାୟତରେ ସାମାନ୍ୟ ପରିସ୍ଥିତି ସୃଷ୍ଟି ହୋଇପାରିବ, ସେଥିପାଇଁ ର ଅଧିକାରୀ ଗୁରୁତ୍ଵ ଦେବାକୁ ଅନୁରୋଧ।



CMO Odisha Housing & Urban Development Department, Govt. of Odisha , Govt. of Odisha Bhubaneswar Municipal Corporation Cuttack Municipal Corporation Cuttack Municipal Corporation Cuttack Municipal Corporation

01/07/2023

ଏଇଟା "ମୋ ବସ" ?...
#ହିମ୍ମତ

 #ପଣ୍ଡିତେଙ୍କ_ରାଶିଫଳହିମ୍ମତ ସମାଚାର/ हिम्मत समाचार/ Himmat News
30/06/2023

#ପଣ୍ଡିତେଙ୍କ_ରାଶିଫଳ

ହିମ୍ମତ ସମାଚାର/ हिम्मत समाचार/ Himmat News

 #ହେଇଟି_ଭାଇନା ଆମ   କୁ ଏତେ ଛୋଟ ଭାବନା !ହିମ୍ମତ ସମାଚାର/ हिम्मत समाचार/ Himmat News
30/06/2023

#ହେଇଟି_ଭାଇନା ଆମ କୁ ଏତେ ଛୋଟ ଭାବନା !

ହିମ୍ମତ ସମାଚାର/ हिम्मत समाचार/ Himmat News

 #ଆଜିର_ହିମ୍ମତ ହିମ୍ମତ ସମାଚାର/ हिम्मत समाचार/ Himmat News
30/06/2023

#ଆଜିର_ହିମ୍ମତ

ହିମ୍ମତ ସମାଚାର/ हिम्मत समाचार/ Himmat News

 #ଆଜିର_ହିମ୍ମତଦାର_କବିତା ହିମ୍ମତ ସମାଚାର/ हिम्मत समाचार/ Himmat News
30/06/2023

#ଆଜିର_ହିମ୍ମତଦାର_କବିତା

ହିମ୍ମତ ସମାଚାର/ हिम्मत समाचार/ Himmat News

 #ଆଜିର_ହିମ୍ମତହିମ୍ମତ ସମାଚାର/ हिम्मत समाचार/ Himmat News
29/06/2023

#ଆଜିର_ହିମ୍ମତ

ହିମ୍ମତ ସମାଚାର/ हिम्मत समाचार/ Himmat News

 #ଆଜିର_ହିମ୍ମତଦାର_କବିତାହିମ୍ମତ ସମାଚାର/ हिम्मत समाचार/ Himmat News
29/06/2023

#ଆଜିର_ହିମ୍ମତଦାର_କବିତା

ହିମ୍ମତ ସମାଚାର/ हिम्मत समाचार/ Himmat News

 #ହେଇଟି_ଭାଇନା ଏ ଖେଳ ରେ ଦାୟୀ କିଏ ? ଭୋଗୁଛି କିଏ?ହିମ୍ମତ ସମାଚାର/ हिम्मत समाचार/ Himmat News
29/06/2023

#ହେଇଟି_ଭାଇନା ଏ ଖେଳ ରେ ଦାୟୀ କିଏ ? ଭୋଗୁଛି କିଏ?

ହିମ୍ମତ ସମାଚାର/ हिम्मत समाचार/ Himmat News

 #ହିମ୍ମତିଆ_ପ୍ରଶ୍ନ #ହେଇଟି_ଭାଇନା ! ବଡ଼ ମାଛ କେବେ ଧରା  ହେବ ମ ?ହିମ୍ମତ ସମାଚାର/ हिम्मत समाचार/ Himmat News
24/06/2023

#ହିମ୍ମତିଆ_ପ୍ରଶ୍ନ

#ହେଇଟି_ଭାଇନା ! ବଡ଼ ମାଛ କେବେ ଧରା ହେବ ମ ?

ହିମ୍ମତ ସମାଚାର/ हिम्मत समाचार/ Himmat News

ଏହି ବିଶେଷ ମୁହୂର୍ତ୍ତ ପାଇଁ ଆମେ ସମସ୍ତେ ଗର୍ବିତ, ଜଣେ ଅତିଥିଙ୍କୁ କିପରି ଅଭିବାଦନ କରିବIକୁ ପଡେ, ଶେଷରେ ସମଗ୍ର ବିଶ୍ୱ ଆମଠାରୁ ଶିଖିବାକୁ ଚ...
24/06/2023

ଏହି ବିଶେଷ ମୁହୂର୍ତ୍ତ ପାଇଁ ଆମେ ସମସ୍ତେ ଗର୍ବିତ, ଜଣେ ଅତିଥିଙ୍କୁ କିପରି ଅଭିବାଦନ କରିବIକୁ ପଡେ, ଶେଷରେ ସମଗ୍ର ବିଶ୍ୱ ଆମଠାରୁ ଶିଖିବାକୁ ଚେଷ୍ଟା କରୁଛି | ଆମେ ଆମ ଦେଶ ପାଇଁ ଗର୍ବିତ |

1.ହେ ପ୍ରଭୁ ବଳିୟାରଭୁଜ, ତୋତେହିଁ ତୁହି ରକ୍ଷା କର l2.ଘୋର କଳିକାଳ,ପଡିଗଲେ ମୋ କାଳିଆ ଠାକୁର l3. ପ୍ରଶାସନ ଓ ସେବାୟତଙ୍କ ଦାଇତ୍ୱହୀନତାରୁ ଖସ...
24/06/2023

1.ହେ ପ୍ରଭୁ ବଳିୟାରଭୁଜ, ତୋତେହିଁ ତୁହି ରକ୍ଷା କର l
2.ଘୋର କଳିକାଳ,ପଡିଗଲେ ମୋ କାଳିଆ ଠାକୁର l
3. ପ୍ରଶାସନ ଓ ସେବାୟତଙ୍କ ଦାଇତ୍ୱହୀନତାରୁ ଖସିପଡିଲେ ମହାବାହୁ l
4. ଯାହାଙ୍କ ପାଇଁ ଘୋଷ ଯାତ୍ରା ତାଙ୍କୁ ତଳେ ପକେଇଦେଲେ l
5. ରଥଯାତ୍ରା ଦିନ ଏବଂ ଆଡପ ମଣ୍ଡପକୁ ଯିବାଦିନ କାଳିଆ ସାଆନ୍ତେଙ୍କୁ ତଳେ ପକେଇ ଦିଆଗଲା ତଥାପି କୋଟିକୋଟି ଭକ୍ତ ନିରବ, କେତେଦିନ ଆଉ ଏମିତି ଚୁପ ହୋଇ ବସିବା ?

ଆସନ୍ତୁ କୋଟି ଓଡ଼ିଆର ମଉଡମଣୀ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଥରେ ପ୍ରତିବାଦ କରିବା l
ସାମାଜିକ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ନିଜର ମତ ରଖିବା ସହିତ ସରକାର ଓ ପ୍ରଶାସନକୁ ପ୍ରଶ୍ନ କରିବା l

ହେ ମହାବାହୁ ନିଜକୁ ନିଜେ ରକ୍ଷା କର ।

ବ୍ରହ୍ମ ବିଭ୍ରାଟ କଲେ ।
ଜଗନ୍ନାଥଙ୍କ ଜମି ହଡ଼ପ କଲେ ।
ରତ୍ନ ଭଣ୍ଡାର ଖାଲି କରିଦେଲେ ।
ମଠ ମନ୍ଦିର ଭାଙ୍ଗିଲେ ।
ନୀତି ବିଳମ୍ବ କଲେ ।

ଏତେ ଗର୍ବ ଅହଙ୍କାର ବଢ଼ିଗଲା ଯେ
ଜଗତର ନାଥ ଜଗନ୍ନାଥଙ୍କୁ ପକେଇଦେବାର ଦୁଃସାହସ କଲେ।

ଏ ହିନ୍ଦୁ ସମାଜ କେତେ ଦିନ ଚୁପ୍ ରହିବା ।
ଆପଣଙ୍କୁ ଅନୁରୋଧ ଏଇ ବିଷୟରେ ସାମାଜିକ ଗଣମଧ୍ୟାମ (social media) ରେ ସ୍ବର ଉତ୍ତୋଳନ କରନ୍ତୁ ଏବଂ ବିଭିନ୍ନ ସ୍ଥାନରେ ଚର୍ଚ୍ଚା କରନ୍ତୁ।

ହିମ୍ମତ ସମାଚାର/ हिम्मत समाचार/ Himmat News
24/06/2023

ହିମ୍ମତ ସମାଚାର/ हिम्मत समाचार/ Himmat News

ଆଜିର ହିମ୍ମତହିମ୍ମତ ସମାଚାର/ हिम्मत समाचार/ Himmat News
24/06/2023

ଆଜିର ହିମ୍ମତ
ହିମ୍ମତ ସମାଚାର/ हिम्मत समाचार/ Himmat News

ସତର୍କ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।ହିମ୍ମତ ସମାଚାର/ हिम्मत समाचार/ Himmat News
24/06/2023

ସତର୍କ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ହିମ୍ମତ ସମାଚାର/ हिम्मत समाचार/ Himmat News

26/05/2023
08/04/2023

କଂଗ୍ରେସର ଶିକ୍ଷାଗତ ଯୋଗ୍ୟତା .....

ଶ୍ରଦ୍ଧାଞ୍ଜଳି ଅବସର ବେଉରିଆ Sir 🙏🙏🙏 ବିଶିଷ୍ଟ ଓଡ଼ିଆ, ପୂର୍ବତନ ରାଷ୍ଟ୍ରଦୂତ, ଅନେକ ବିରଳ ସମ୍ମାନର ଅଧିକାରୀ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନ...
05/12/2022

ଶ୍ରଦ୍ଧାଞ୍ଜଳି ଅବସର ବେଉରିଆ Sir 🙏🙏🙏

ବିଶିଷ୍ଟ ଓଡ଼ିଆ, ପୂର୍ବତନ ରାଷ୍ଟ୍ରଦୂତ, ଅନେକ ବିରଳ ସମ୍ମାନର ଅଧିକାରୀ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ପ୍ରଖର ଦେଶପ୍ରେମୀ ତଥା ରାଷ୍ଟ୍ରବାଦୀ, ଜଣାଶୁଣା ସ୍ତମ୍ଭକାର, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜକୁ ସମର୍ପିତ କରିଥିବା ଆମ ସମସ୍ତଙ୍କର ପ୍ରିୟ ଭାରତୀୟ ବିଦେଶ ସେବା ର ପୂର୍ବତନ ଅଧିକାରୀ ଅବସର ବେଉରିଆ ଆମକୁ ଛାଡି ଚାଲିଯାଇଛନ୍ତି !

ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ ତାଙ୍କ ବାସଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ପ୍ରାୟ ରାତି 1 am ବେଳକୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଅବସର ବେଉରିଆଙ୍କର ଅକାଳ ବିୟୋଗ ଓଡ଼ିଆ ଜାତି ତଥା ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ! ଆମ ସମସ୍ତଙ୍କ ପାଇଁ ଜଣେ ବିଶାଳ ଜ୍ଞାନର ଭଣ୍ଡାର, ମାର୍ଗଦର୍ଶକ ତଥା ପ୍ରେରଣାର ଉତ୍ସ ଥିଲେ ।।

ଅବସର ବେଉରିଆ ଅମର ରହେ !
ବିନମ୍ର ଶ୍ରଦ୍ଧାଞ୍ଜଳି 🙏

05/12/2022

ଗୋଟାଏ ମିଡିଆ ୨୪ ପହର ଗିନି ବଜାଇ ସରକାରୀ ଦଳର ଗୁଣଗାନ କରୁଥିବା ବେଳେ ଆଉ ଗୋଟିଏ ୪୮ ପହର ଝାଞ୍ଜ ପିଟି ବିରୋଧୀଙ୍କ ସଙ୍କୀର୍ତ୍ତନରେ ମାତିଛି। ମିଡିଆ ନାଆଁରେ ଏ ଦୁଇ କଳଙ୍କ। ଏବେ ପୁଣି ଦୁହିଁଙ୍କ ଚାଲୁଣୀ ଛୁଞ୍ଚି ଝଗଡ଼ା। ଛି ଛି ବେଲଜ୍ଯା ବେସରମା।

🏹ଗତବର୍ଷ ଶ୍ରୀଲଙ୍କାର ଶସ୍ତା ପେଟ୍ରୋଲ ଦେଖି ଏଠି ତୁମ୍ଭିତୋଫାନ କରୁଥିବା ମହାତ୍ମାଗଣ ଏବେ ଶ୍ରୀଲଙ୍କା ଅବସ୍ଥା ଦେଖି ଚିତପଟାଙ୍ଗ। 🏹ଅର୍ଥନୀତିରେ...
11/07/2022

🏹ଗତବର୍ଷ ଶ୍ରୀଲଙ୍କାର ଶସ୍ତା ପେଟ୍ରୋଲ ଦେଖି ଏଠି ତୁମ୍ଭିତୋଫାନ କରୁଥିବା ମହାତ୍ମାଗଣ ଏବେ ଶ୍ରୀଲଙ୍କା ଅବସ୍ଥା ଦେଖି ଚିତପଟାଙ୍ଗ।

🏹ଅର୍ଥନୀତିରେ ଦୁଇଟି ପାର୍ଶ୍ବ ରହିଛି। ଗୋଟେ ପଟେ ଲୋକଙ୍କୁ ଶସ୍ତା ନହେଲେ ମାଗଣା ଜିନିଷ ଦରକାର। ଅନ୍ୟପଟେ ଅର୍ଥନୀତିରେ ଦୃଢ଼ତା ଦରକାର।

🏹ଅର୍ଥନୀତି କେବଳ ଏକପାଖିଆ ଚାଲିପାରିବନି। ଖାଲି ବାଣ୍ଟିବା ଉପରେ ଗୁରୁତ୍ବ ଦେଲେ ସେଇ ଟଂକା କେଉଁ ଉପାୟରେ ଆସିବ ତା ଉପରେ ମଧ୍ୟ ନଜର ଦେବା ଦରକାର।

🏹ଆବଶ୍ୟକତା ରୁ ଟ୍ୟାକ୍ସ ଅଧିକ ନେଲେ ପୁଞ୍ଜିପତି ଧନୀକବର୍ଗ ଗଳା ବାଟ ବାହାର କରି ଖସିଯିବେ ନହେଲେ କମ୍ ଟିକସ ଥିବା ରାଷ୍ଟ୍ର କୁ ନିଜ ବ୍ୟବସାୟ ସ୍ଥାନାନ୍ତରିତ କରିଦେବେ। ଫଳରେ ଅଧିକ ଲୋଭରେ ମୂଳ ବି ଚାଲିଯିବ।

🏹ଗତବର୍ଷ ଶ୍ରୀଲଂକାର ମାଗଣା ବଣ୍ଟାବଣ୍ଟି, ସବସିଡି ଆଉ ଶସ୍ତା ପେଟ୍ରୋଲ କୁ ଆମ ଦେଶରେ ଭୁରି ଭୁରି ପ୍ରଶଂସା କରୁଥିଲେ।‌ ଯେଉଁମାନେ ଏହା ବିରୋଧରେ କହୁଥିଲେ ସେମାନଂକୁ ଜନବିରୋଧୀ ଆଖ୍ୟା ଦେଉଥିଲେ। କିନ୍ତୁ ଏବେ ପରିସ୍ଥିତି ଦେଖନ୍ତୁ।

🏹ସବୁବେଳେ ଏକପାଖିଆ ଚାଲିଲେ ଏମିତି ଏକ ପରିସ୍ଥିତି ପଡିବ ଯେ ଶସ୍ତା ମାଗଣା ତ ଦୂରର କଥା ବଞ୍ଚିବା କଷ୍ଟକର ହେଇ ପଡ଼ିବ। ଅସ୍ତିତ୍ବ ଲୋପ ପାଇଯିବ।

🏹ଆମ ଦେଶରେ ତଥା ବିଶ୍ଵରେ ଅନେକ ଏଇ ବଣ୍ଟାଵଣ୍ଟି ଅର୍ଥନୀତିଜ୍ଞ ଅଛନ୍ତି ଯେଉଁମାନେ ସବୁବେଳେ ଏମିତି ବାଣ୍ଟିବା ଉପରେ ଜୋର୍ ଦିଅନ୍ତି। କିନ୍ତୁ ଅପରପାର୍ଶ୍ବକୁ ଆଖି ବୁଜି ଦିଅନ୍ତି। ଦରଦୀ ମନୋଭାବ ଭଲ। କିନ୍ତୁ ତାସହ ଦୂରଦୃଷ୍ଟି ବି ରହିବା ଦରକାର। ନହେଲେ ଏମିତି ଶ୍ରୀଲଙ୍କା ପରି ଗାଡି ଗଡିପଡିବ।

🏹ଭାରତରେ କିନ୍ତୁ ଏମିତି ପରିସ୍ଥିତି ହେବନି। ଯେଉଁମାନେ ରାଜନୀତିରେ ମାଟି କାମୁଡି ପଡିଛନ୍ତି ସେଇମାନେ ଏବେ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଅପପ୍ରଚାର କରୁଛନ୍ତି। ଏଇ ଗୋଷ୍ଠୀ ହିଁ ମାଗଣା ବଣ୍ଟାବଣ୍ଟି ସବସିଡି ପାଇଁ ସରକାର ଉପରେ ଚାପ ପକାନ୍ତି। ୟେ ଦୋମୁହାଁ ଗୋଷ୍ଠୀ ଗୋଟେ ପଟେ କହିବେ ମାଗଣା ବଣ୍ଟାବଣ୍ଟି କର ଆଉ ଆରପଟେ ସରକାର ଦେବାଳିଆ ହେଇଗଲେ ପୁଣି ସରକାର ମୁଣ୍ଡରେ ଅଠା ବୋଳିବେ।

🏹 କିଛି ଭାବୁଛନ୍ତି ଶ୍ରୀଲଙ୍କା ଭଳି ପରିସ୍ଥିତି ହେଲେ ଜନବିପ୍ଳବ ଘଟି ବ୍ୟବସ୍ଥା ପରିବର୍ତ୍ତନ ହେଇପାରିବ। କିନ୍ତୁ ଏ ଅରାଜକ ତତ୍ତ୍ବ ଜାଣନ୍ତି ନାହିଁ ଯେ ଏଠି ଲୋକଙ୍କୁ ଶାସନ କରିବା କେତେବଡ ଚ୍ୟାଲେଞ୍ଜ। ଗୋଟେ ପଟେ ଲାଞ୍ଚ ନେଇ ଭୋଟ ଦେବେ ଆଉ ଆରପଟେ ନୀତିବାନ ନ୍ଯାୟବାନ ସ୍ୱଚ୍ଛ ନେତା ଖୋଜିବେ। ଗୋଟେ ପଟେ ନିଜ ଜିନିଷ ବିକିଲେ ଚଢା ଦର ଖୋଜିବେ ଅନ୍ୟପଟେ କିଣିଲା ବେଳେ ଶସ୍ତା ନହେଲେ ମାଗଣା ଆଶା କରିବେ।

🏹ଯେପର୍ଯ୍ୟନ୍ତ ଲୋକଙ୍କ ମାନସିକତା ପରିବର୍ତ୍ତନ ହେବନି ସେପର୍ଯ୍ୟନ୍ତ କୌଣସି ବିପ୍ଳବ ହେଲେ ବି ପରିସ୍ଥିତି ବଦଳିବ ନାହିଁ। ଫରାସୀ ବିପ୍ଳବ ପୂର୍ବରୁ ରୁଷୋ, ଭୋଲଟାୟାର ଙ୍କ ପରି ଦାର୍ଶନିକ ଫ୍ରାନ୍ସ ନାଗରିକଙ୍କ ମାନସିକତା ପରିବର୍ତ୍ତନ ପାଇଁ ଭରପୂର ପ୍ରୟାସ କରିଥିଲେ। ତା'ପରେ ବିପ୍ଳବ ସଫଳ ହେଇଥିଲା। ନହେଲେ ମାଂକଡ ହାତରେ ଶାଳଗ୍ରାମ ଧରେଇ ମହରଗରୁ ଯାଇ କାନ୍ତାରରେ ପଡିବା ସାର ହେବ।

🏹ଭାରତରେ ମାଗଣା ବଣ୍ଟାବଣ୍ଟି ସବସିଡି କୁ ପ୍ରୋତ୍ସାହନ ନଦେଇ ବରଂ ନିଯୁକ୍ତି ଆଉ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କମ୍ କରିବା ଉପରେ ଗୁରୁତ୍ୱ ଦେବା ଉଚିତ୍।
ଜୟ ହିନ୍ଦ୍

ଭାରତ ମାତାର ଯୋଗ୍ୟ ସନ୍ତାନ ତଥା ସ୍ଵାଧୀନତା ସଂଗ୍ରାମର ବିସ୍ମୟ ବିଦ୍ରୋହୀ ଏବଂ ଓଡ଼ିଶାର ବୀରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍...
22/01/2022

ଭାରତ ମାତାର ଯୋଗ୍ୟ ସନ୍ତାନ ତଥା ସ୍ଵାଧୀନତା ସଂଗ୍ରାମର ବିସ୍ମୟ ବିଦ୍ରୋହୀ ଏବଂ ଓଡ଼ିଶାର ବୀରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ସେହି ମହାନ ଦେଶପ୍ରେମୀଙ୍କୁ " ହିମ୍ମତ୍" ଖବରକାଗଜ ପରିବାର ର ପକ୍ଷରୁ ଶତ ଶତ ପ୍ରଣାମ. 🙏 ଜୟ ହିନ୍ଦ

04/12/2021

#ଓମିକ୍ରୋନ ଭାରିଆଣ୍ଟ ଠାରୁ #ଜୱାଦ ଭାରିଆଣ୍ଟ ଆଜି ସବୁ ଓଡ଼ିଆ ନିଉଜ ଚାନେଲ ରେ ଘୁରିବୁଲୁଛି।

04/12/2021

ଆଗକୁ ପଂଚାୟତ ଇଲେକ୍ସନ ! ଯାହାହେଉ ଏଇ ସମୟରେ ଜୱାଦ ଆସିଗଲା, ରାଜନୀତି ପର୍ବ ଉତ୍ସବ ମୁଖର ହେବ।

ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ |ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ |  ୧୯୮୩ ମସିହା କନ୍ଧମାଳ...
05/09/2021

ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ |

ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ | ୧୯୮୩ ମସିହା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର କନବାଗେରୀ ଗାଁର ଜନ୍ମ | ଐଶ୍ଵର୍ଯ୍ୟାଙ୍କ ପିଲାବେଳର ନାଁ ଥିଲା ରତିକାନ୍ତ ପ୍ରଧାନ | ପିଲାବେଳୁ ଐଶ୍ଵର୍ଯ୍ୟାଙ୍କ ପଢ଼ା ପ୍ରତି ଆଗ୍ରହ ରହିଥିଲା। ଯୁକ୍ତ ୩ ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲ୍ଲାରେ ହିଁ ପଢ଼ିଛନ୍ତି | ପରେ ସ୍ନାତକ ପଢ଼ିବା ପାଇଁ ସେ ଭୁବନେଶ୍ଵର ଆସିଥିଲେ | ଏବେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ | ୨୦୧୦ ମସିହାରେ ପ୍ରଥମ ଚେଷ୍ଟାରେ ସେ ଓଏଫଏସ ପାଇଥିଲେ। ଏହାପରେ ତାଙ୍କର ନିଯୁକ୍ତି ପୁରୀ, ସମ୍ବଲପୁର ଏବଂ ପାରାଦୀପର କମରର୍ସିଆଲ ସେଲ୍ ଟାକ୍ସ ଅଫିସରେ ହୋଇଥିଲା | ଏବେ ସେ କଟକରେ ସିଟି ଏବଂ ଜିଏସଟିର ଡେପୁଟି କମିସନର ଭାବେ ଦାୟିତ୍ଵ ତୁଲାଉଛନ୍ତି |

#ହିମ୍ମତ ପରିବାର ଙ୍କୁ ନିଜର କାର୍ଯ୍ୟଦକ୍ଷତା, ଦୃଢ଼ଇଛାଶକ୍ତି ଓ ଲକ୍ଷପ୍ରାପ୍ତି ପାଇଁ ଅଶେଷ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି।

Address

Cuttack
Cuttack
753001

Telephone

+919853125676

Website

Alerts

Be the first to know and let us send you an email when ହିମ୍ମତ ସମାଚାର/ हिम्मत समाचार/ Himmat News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ହିମ୍ମତ ସମାଚାର/ हिम्मत समाचार/ Himmat News:

Videos

Share