22/12/2024
ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଗତ ଦୁଇ ଦିନ ଧରି- ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ ଏବଂ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ଅନେକ ଚାଷୀ ଅମଳ କରି କ୍ଷେତରେ ରଖିଥିବା ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଛି । ଏହି ସମସ୍ତ ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ଯୋଜନାରେ ସେମାନଙ୍କ ଖରିଫ ଫସଲକୁ ପଞ୍ଜୀକୃତ କରିଛନ୍ତି । ପ୍ର ଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀ ଭଉଣୀ ଓ ଭାଇ ମାନଙ୍କ ସୂଚନା ପାଇଁ ଅବଗତ କରାଯାଉଅଛି ଯେ, ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯାଏ । ଅମଳ ହୋଇଥିବା ପଞ୍ଜୀକୃତ ଫସଲ କ୍ଷେତରେ ବିଡା ବନ୍ଧା ଯାଇ କିମ୍ବା ଖେଳାଯାଇ ଶୁଖାଯାଇଥିବା ଅବସ୍ଥାରେ , ଅମଳର ୧୪ ଦିନ (ଦୁଇ ସପ୍ତାହ) ମଧ୍ୟରେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ହେଲେ, ବୀମା ସହାୟତା ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ ହୁଏ । ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା ହେଲ୍ପଲାଇନ ନମ୍ବର ୧୪୪୪୭ ରେ ସୂଚନା ଦେବା ଆବଶ୍ୟକ ଅଟେ । ଉପର ବର୍ଣ୍ଣିତ ଜିଲ୍ଲା କିମ୍ବା ଅନ୍ୟ କୌଣସି ଜିଲ୍ଲାର ପଞ୍ଜୀକୃତ ଚାଷୀ ଭଉଣୀ ଓ ଭାଇ ମାନେ ଅଦିନିଆ ବର୍ଷା ଜନିତ ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ” ପୋର୍ଟାଲ ମାଧ୍ୟମରେ କିମ୍ବା ୧୪୪୪୭ କୁ କଲ୍ କରି ଜଣାନ୍ତୁ । ସମବାୟ ଓ କୃଷି ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଚାଷୀ ଭଉଣୀ ଓ ଭାଇ ମାନଙ୍କୁ ଅନୁରୋଧ, ତୁରନ୍ତ ନିଜ କ୍ଷୟକ୍ଷତିର ସୂଚନା ପ୍ରଦାନ କରନ୍ତୁ ଏବଂ ଏହି ଯୋଜନାର ଲାଭ ନିଅନ୍ତୁ । ଅଧିକ ସହାୟତା ପାଇଁ ନିକଟସ୍ଥ କୃଷି ଅଧିକାରୀ – VAW, BAO, DAO, CDAO କିମ୍ବା ସମବାୟ ଅଧିକାରୀ- CEO, ARCS, DRCS ଙ୍କୁ ଯୋଗାଯୋଗ କରନ୍ତୁ । ରିପୋର୍ଟ : ରଜତ ମହାପାତ୍ର
ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଗତ ଦୁଇ ଦିନ ଧରି- ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂ.....