NewsOdisha24

NewsOdisha24 We are 1 of the 1st Digital Odia News Channel in Odisha.The goal of this Digital channel is to provi 24 MediaTech Network Pvt.Ltd.

16/05/2025

ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ - ମୁଖ୍ୟମନ୍ତ୍ରୀ
ସେ କାଳ ପଖାଳ ଆଉ ନାହିଁ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ରଖିନାହାନ୍ତି । ମୁଁ ଜାଣେ କିଏ ଭଲ ସମ୍ପର୍କ ରଖି ନାହିଁ । ମୋର ଭାଷଣ ଆସିଲେ, ଆପଣମାନେ କେତେକ ଟେଲିଭିଜନ ବନ୍ଦ କରୁଛନ୍ତି ଓ ଲୋକଙ୍କୁ ଚାଲିଯିବାକୁ କହୁଛନ୍ତି । ଆପଣମାନେ ଜାଣିବେ ପରିଣାମ କଣ ହେବ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି । ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ସରକାର ଓ ଲୋକଙ୍କ ଭିତରେ ଥିବା ସେତୁକୁ ସୁଦୃଢ଼ ଓ ପ୍ରଶସ୍ତ କରନ୍ତୁ ।

 #ପାକିସ୍ତାନ_ତାଙ୍କ_ଆ‌ଖିରେ_କଳା_ପଟି_ବାନ୍ଧି_ତାଙ୍କୁ_ରଖୁଥିଲାସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଜଣେ ଯବାନଙ୍କୁ ପାକିସ୍ତାନ ଭାରତୀୟ କର...
15/05/2025

#ପାକିସ୍ତାନ_ତାଙ୍କ_ଆ‌ଖିରେ_କଳା_ପଟି_ବାନ୍ଧି_ତାଙ୍କୁ_ରଖୁଥିଲା
ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଜଣେ ଯବାନଙ୍କୁ ପାକିସ୍ତାନ ଭାରତୀୟ କର୍ତ୍ତୃପକ୍ଷଙ୍କ ହାତରେ ହସ୍ତାନ୍ତର କରିଛି। ସେ ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ଗିରଫ ହେବା ପରେ ପାକିସ୍ତାନୀ ହେପାଜତରେ ୨୧ ଦିନ ଧରି ଯନ୍ତ୍ରଣାଦାୟକ ଭାବରେ ବିତାଇଥିଲେ ।

 #ଶିକ୍ଷାନୁଷ୍ଠାନରେ_ନୂଆ_ସଂରକ୍ଷଣ_ବ୍ୟବସ୍ଥା_ଲାଗୁ_କଲେ_ରାଜ୍ୟ_ସରକାରସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୧୧.୨୫ ...
14/05/2025

#ଶିକ୍ଷାନୁଷ୍ଠାନରେ_ନୂଆ_ସଂରକ୍ଷଣ_ବ୍ୟବସ୍ଥା_ଲାଗୁ_କଲେ_ରାଜ୍ୟ_ସରକାର
ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୧୧.୨୫ % ଆସନ ସଂରକ୍ଷଣ ଲାଗୁ ହେବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଉଚ୍ଚ ସ୍ନାତକ, ସ୍ନାତକତୋର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ର ବିପି ଏଡ଼/ଏମ ପି ଏ ଡ଼ ପାଠ୍ୟକ୍ରମରେ ଲାଗୁ କରାଯିବ ।

 #ଆସନ୍ତା_୨୪ଘଣ୍ଟା_ମଧ୍ୟରେ_ଆଣ୍ଡାମାନ_ଛୁଇଁବ_ମୌସୁମୀ_ଆଇଏମଡିର_ପୂର୍ବାନୁମାନଆସନ୍ତା ୨୪ ଘଣ୍ଟା ମଧ୍ୟରେ ମେ’ ୧୩ ତାରିଖରେ ମୌସୁମୀ ଆଣ୍ଡାମାନ ଛ...
12/05/2025

#ଆସନ୍ତା_୨୪ଘଣ୍ଟା_ମଧ୍ୟରେ_ଆଣ୍ଡାମାନ_ଛୁଇଁବ_ମୌସୁମୀ_ଆଇଏମଡିର_ପୂର୍ବାନୁମାନ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମେ’ ୧୩ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର,ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି।

 #ମେଡିଆନ୍‌ରେ_ପିଟିହେଲା_ବାଇକ୍‌_ବାଇକ୍‌_ଆରୋହୀ_ମୃତ_୬ଗୁରୁତରଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ମୁଖ୍ୟଗ...
12/05/2025

#ମେଡିଆନ୍‌ରେ_ପିଟିହେଲା_ବାଇକ୍‌_ବାଇକ୍‌_ଆରୋହୀ_ମୃତ_୬ଗୁରୁତର
ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ମୁଖ୍ୟଗେଟ୍‌ରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍‌ ଭାରସାମ୍ୟ ହରାଇ ମେଡିଆନ୍‌ରେ ପିଟିହୋଇ ଏକ ଚଳନ୍ତା ବାଇକ ଉପରେ ଓଲଟିପଡିଥିଲା। ଏଥିରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ଆରୋହୀ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସରଣା ଗ୍ରାମର ପ୍ରବୀର କୁମାର ସ୍ୱାଇଁ ( ୩୫) l କାର ଭିତରେ ଥିବା ୬ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତିl

 #ପ୍ରାଣ_ହରାଇଥିବା_ଲୋକଙ୍କ_ଘରେ_ପହଞ୍ଚିଲେ_ଜମ୍ମୁକାଶ୍ମୀର_ମୁଖ୍ୟମନ୍ତ୍ରୀଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ଅସ୍ତ୍ରବିରତି । ସୀମାରେ ବନ୍ଦ ହୋଇଛ...
12/05/2025

#ପ୍ରାଣ_ହରାଇଥିବା_ଲୋକଙ୍କ_ଘରେ_ପହଞ୍ଚିଲେ_ଜମ୍ମୁକାଶ୍ମୀର_ମୁଖ୍ୟମନ୍ତ୍ରୀ
ଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ଅସ୍ତ୍ରବିରତି । ସୀମାରେ ବନ୍ଦ ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି । ବନ୍ଦ ହୋଇଛି ଗୁଳିମାଡ଼, ବନ୍ଦ ହୋଇଛି ଡ୍ରୋନ୍ ଆକ୍ରମଣ । ପାକିସ୍ତାନର ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା । ଏହା ପୂର୍ବରୁ ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ଆଜି ଘର ଘର ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ।

 #ଝାରପଡ଼ା_ଜେଲ୍‌ରେ_ବିଚାରାଧୀନ_କଏଦୀଙ୍କ_ମୃତ୍ୟୁଝାରପଡ଼ା ଜେଲ୍‌ରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ସ୍ଥିତି ଉପୁଜିଛି। ...
12/05/2025

#ଝାରପଡ଼ା_ଜେଲ୍‌ରେ_ବିଚାରାଧୀନ_କଏଦୀଙ୍କ_ମୃତ୍ୟୁ
ଝାରପଡ଼ା ଜେଲ୍‌ରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ସ୍ଥିତି ଉପୁଜିଛି। ମୃତ ବନ୍ଦୀ ହେଲେ ଜଟଣୀ ଉପରବସ୍ତ ଗାଁର ମୋହନ ବେହେରା(୪୦)। ୮ ତାରିଖ ଦିନ ଜଟଣୀ ପୁଲିସ ତାଙ୍କୁ ଚୋରାମଦ କାରବାର ଅଭିଯୋଗରେ ଗିରଫ କରିଥିଲା। ମୃତଦେହ‌ର ବିଭିନ୍ନ ସ୍ଥାନରେ ଥିବା ଦାଗଚିହ୍ନ ଥିବାରୁ ତାଙ୍କୁ ପିଟିପିଟି ମାରିଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

 #ବୁଦ୍ଧ_ପ୍ରତିମୂର୍ତ୍ତିକୁ_ଭାଙ୍ଗିଲେ_ଦୁର୍ବୁତ୍ତବୁଦ୍ଧ ପୂର୍ଣ୍ଣିମାର ଆୟୋଜନ ପୂର୍ବରୁ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି କିଛି ଦୁର...
12/05/2025

#ବୁଦ୍ଧ_ପ୍ରତିମୂର୍ତ୍ତିକୁ_ଭାଙ୍ଗିଲେ_ଦୁର୍ବୁତ୍ତ
ବୁଦ୍ଧ ପୂର୍ଣ୍ଣିମାର ଆୟୋଜନ ପୂର୍ବରୁ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମ ନିକଟସ୍ଥ ବୁଦ୍ଧ ପାହାଡ଼ରେ। ଏନେଇ ଆୟୋଜକ ଭଗତସିଂହ ଆସୋସିଏସନ ତରଫରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ସେଠାରେ ଥିବା ସାଉଣ୍ଡ ସିଷ୍ଟମ ଓ ଛୋଟିଆ ପିତ୍ତଳର ବୁଦ୍ଧ ମୂର୍ତ୍ତିକୁ ଚୋରାଇ ନେଇଯାଇଛନ୍ତି ।

 #ଭୂକମ୍ପ_ଝଟକାରେ_ଥରିଲା_ପାକିସ୍ତାନ ସୋମବାର ଦ୍ବିପହର ସମୟରେ ପାକିସ୍ତାନରେ ପୁଣିଥରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛ...
12/05/2025

#ଭୂକମ୍ପ_ଝଟକାରେ_ଥରିଲା_ପାକିସ୍ତାନ
ସୋମବାର ଦ୍ବିପହର ସମୟରେ ପାକିସ୍ତାନରେ ପୁଣିଥରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଭୂକମ୍ପର ତୀବ୍ରତା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ଅନୁଯାୟୀ ରେକ୍ଟର ସ୍କେଲରେ ୪.୬ ଥିବା ଜଣାପଡ଼ିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

 #ଛତିଶଗଡ଼ରୁ_ମିଳିଲା_ନୂଆପଡ଼ାର_ଫାର୍ମାସିଷ୍ଟଙ୍କ_ମୃତଦେହନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୧ ଅନ୍ତର୍ଗତ ଶିବଶକ୍ତି ନଗରର ଜଣେ ନବବି...
12/05/2025

#ଛତିଶଗଡ଼ରୁ_ମିଳିଲା_ନୂଆପଡ଼ାର_ଫାର୍ମାସିଷ୍ଟଙ୍କ_ମୃତଦେହ
ନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୧ ଅନ୍ତର୍ଗତ ଶିବଶକ୍ତି ନଗରର ଜଣେ ନବବିବାହିତ ଯୁବକ ମାନସ ରଞ୍ଜନ ତ୍ରିପାଠୀଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି । ଯୁବକଙ୍କ ମୃତଦେହ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଅଞ୍ଚଳରୁ ମିଳିଛି। କସେକେରା – ଟୋଙ୍ଗୋପାନୀ ରାସ୍ତା କଡ଼ରୁ ମୃତଦେହ ମୁଁହ ଓ ହାତରେ ଟେପ୍‌ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି ।

 #ଦୋକାନରେ_ଏକାସାଙ୍ଗେ_୮ଟି_ଗ୍ୟାସ୍_ସିଲିଣ୍ଡର_ଫାଟି_ବିସ୍ଫୋରଣବାଲେଶ୍ବର ମେରାଇନ୍ ଥାନା ବଳରାମଗଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମ...
12/05/2025

#ଦୋକାନରେ_ଏକାସାଙ୍ଗେ_୮ଟି_ଗ୍ୟାସ୍_ସିଲିଣ୍ଡର_ଫାଟି_ବିସ୍ଫୋରଣ
ବାଲେଶ୍ବର ମେରାଇନ୍ ଥାନା ବଳରାମଗଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଏକ ଦୋକାନରେ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି। ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବଳରାମଗଡ଼ିରେ ଏକ ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ ସର୍ଟସର୍କିଟ୍ କାରଣରୁ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି।

 #ଖରସ୍ରୋତା_ନଦୀରେ_ପାଣି_ପିଉଥିବା_ବେଳେ_ଯୁବକଙ୍କୁ_ଝାମ୍ପିନେଲା_କୁମ୍ଭୀରଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେ...
12/05/2025

#ଖରସ୍ରୋତା_ନଦୀରେ_ପାଣି_ପିଉଥିବା_ବେଳେ_ଯୁବକଙ୍କୁ_ଝାମ୍ପିନେଲା_କୁମ୍ଭୀର
ଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର। ପାଣିକୋଇଲି ଥାନା ତଣ୍ଡରା ଗ୍ରାମର କୈଲାସ ମଲ୍ଲିକଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ଖରସ୍ରୋତା ନଦୀ କୂଳରେ ଗାଈ ଚରାଉଥିବା ବେଳେ ନଦୀକୁ ପାଣି ପିଇବାକୁ ଯାଇଥିଲେ। ସେହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣିନେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Address

Bhubaneswar
751006

Alerts

Be the first to know and let us send you an email when NewsOdisha24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NewsOdisha24:

Share

Welcome to NewsOdisha24

We are Proud to introduce NewsOdisha24,one of the first Digital Odia News channel in Odisha. The goal of this Digital channel is to provide impartial and genuine information not only in Regional but also in National and International level by one touch service through Internet. In reality it's the time of internet that the mass always want to be with it. For a visual information TV is not available always but if you have internet on Mobile then it's enough to watch NewsOdisha24 by simply typing www.newsodisha24.co.in.