14/08/2024
ସୁର ଭାଇଙ୍କ ପାନିଆଁ...
ଥରେ ସୁରଭାଇ, ସାଙ୍ଗ ସାଥି, ଚେଲା ଚାମୁଣ୍ଡାଙ୍କ ଗହଣରେ ସୂଚନାଭବନ ଗଛମୂଳେ ବସିଥାନ୍ତି।
ସୁଲୁ ସୁଲୁ ପବନ ବୋହୁଥାଏ। ସୁର ଭାଇ ମୁଡିକି ଖାଉଥାନ୍ତି।
ସାମ୍ବାଦିକ ମାନେ ଚା ପିଉଥାନ୍ତି।
ଅନତି ଦୂରରେ ସାଇକେଲ ଧରି ଜଣେ ଲୋକ ଆସି ଛିଡା ହେଲା।
ଲୋକଟିକୁ ଦେଖିଲେ ଆପଣଙ୍କୁ ଲାଗିବ, ସେ ତା ଅଜାଣତରେ ବୁଢା ହୋଇ ଯାଇଛି।
ସାର୍ଟର କିଛି ବଟମ ତା ବୋଲ ନାମାନି ଛିଟିକି ପଳେଇଛନ୍ତି।
ଇସ୍ତ୍ରୀ ନାହିଁ, ସାର୍ଟ ଟି ସତେ ଯେମିତି ଓଠ ଳମ୍ବେଇ କାନ୍ଦୁଛି।
ଚୁଟି ଗୁଡା ଏକ ଖରାପ ଦିଗବାରେଣି ଯନ୍ତ୍ର ପରି ପୂର୍ବ, ପଶ୍ଚିମ, ଉତ୍ତର ଦକ୍ଷିଣ ହୋଇ ରହିଛନ୍ତି।
ଜୋତା ଉପରେ ଧୂଳି ଓ ପାଣି ପଡି ଖୁଲଣ ଖୁଡି ଛିଟ ଶାଢ଼ୀ ପରି ଦିଶୁଛି।
ସେ ଏକ ଲୟରେ ସୁର ଭାଇଙ୍କ ଆଡ଼କୁ ଚାହିଁ ରହିଥିଲି।
ସୁର ଭାଇଙ୍କ ଆଡ଼କୁ ନଜର ପଡିବା ମାତ୍ରେ ତଳକୁ ନଇଁ ପଡ଼ି।ନମସ୍କାର କଲା।
ବାଁ ହାତରେ ସାଇକେଲର ଗୋଟେ ହାଣ୍ଡଲ, ଡ଼ାହାଣ ହାରେ ପିଚୁକୁ ଛୁଇଁ ନମସ୍କାର କଲା।
ସୁର ଭାଇ କହିଲେ, କିରେ ନଡି, ତୁ କୁଆଡେ???
ଏଇଠିକି ଆ।
ନଡ଼ି କୁ ଚା ଦିଅରେ।
ଚା ନାଁ ଶୁଣି, ହଁ-ନାଇଁ କୁ ମିଶାଇ ନଡ଼ି କେମିତି ଗୋଟେ ଗଁ ସାଉଣ୍ଡୁ କଲା।
ଖୁସିରେ ଲଜ୍ୟ୍ଯ ଶୀଳ ହେଲା ନଡି।
ସୁର ଭାଇଙ୍କ ଆଗରେ ନାଡି ତା ଦୁଃଖ ଗାଇଲା।
ଆମ ଉପସ୍ଥିତି କୁ ପରୁଆ କଲାନି।
20 କିଲୋମିଟର ଦୂରରୁ ସାଇକେଲ ପେଲି ଆସିଛି, ସୁଯୋଗ ପାଇଛି ମାନେ ଶେଷ ସୁଯୋଗ ବୋଲି ଭାବିଲା।
ମୋଟ ଉପରେ ନଡିର 5 ପିଲା।
ସେ ଦହଗଞ୍ଜରେ ଥିଲା ବେଳେ ଗାଁର କିଏ ଜଣେ ଖୋକନ ତାକୁ ହଇରାଣ କରୁଥିବା ସେ କହୁଥାଏ।
ବେଳେ ବେଳେ ତା ସ୍ୱର ଦବି ଯାଉଥାଏ।
ହିକା ଉଠୁଥାଏ।
ସୁର ଭାଇ କହିଲେ ଏସବୁ ଉଚିତ ନୁହେଁ।
ଖୋକନ ନମ୍ବର ଆଣି ସେ ତାଙ୍କ ଡ୍ରାଇଭରକୁ କହିଲେ, phone ଲଗା।
Phone କରି ଖୋକନ କୁ ଗାଳି ଦେଲେ।
ନଡି ଆତ୍ମସନ୍ତୋଷ ମୁଦ୍ରା ରେ ଛିଡା ହୋଇଥାଏ।
ସୁର ଭାଇଙ୍କ ଗାଳିକୁ ସିଏ କେବଳ ଶୁଣୁ ନଥାଏ, feel କରୁଥାଏ।
'ଠିକ ହେଇଛି' ଭାବି ମୁଣ୍ଡ ଟୁଙ୍ଗାରୁ ଥାଏ।
କଥା ସରିଲା।
ନଡି କୃତ୍ୟ କୃତ୍ୟ ହେଇ ମୁଣ୍ଡିଆ ମାଇଲା।
ସୁର ଭାଇ କହିଲେ,
ତାକୁ କହି ଦେଇଛି।
ତୋର କିଛି ସେ ବାଳ ବଙ୍କା କରି ପାରିବନି।
ଯଦି ବଙ୍କା କରିବ, ପକେଟରେ ପାନିଆଁ ରଖିଥିବୁ, କୁଣ୍ଡେଇ ଦେବୁ।
ହସି ହସି ପେଟ ବଥା ହେଲା।