Sambhav TV Odia

Sambhav TV Odia Contact information, map and directions, contact form, opening hours, services, ratings, photos, videos and announcements from Sambhav TV Odia, TV Channel, Bhubaneswar.

11/03/2023

Test

03/12/2022

*ଖବର ଆଜିର
ତାରିଖ ୦୩/୧୨/୨୨ ଶନି ବାର

୧-ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ ।

୨-କୋଟିଆରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲା ଆନ୍ଧ୍ର; ବିରୋଧ କଲେ ପଟାଙ୍ଗି ବିଡିଓ, ଛାଡ଼ିପଳାଇଲେ ମେଡିକାଲ୍‌ ଟିମ୍‌ ।

୩-ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା।

୪-A*O ପରୀକ୍ଷା: କୋର୍ଟଙ୍କ ବିନା ଅନୁମତିରେ OPSC ପ୍ରକାଶ କରିପାରିବନି ଚୂଡ଼ାନ୍ତ ତାଲିକା ।

୫-ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ‘ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେଶନ ଫର୍ ଫ୍ୟୁଚର୍ ରେଡି ଓଡ଼ିଶା’ ଉପରେ ସ୍ୱତନ୍ତ୍ର ଅଧିବେଶନ ।

୬-ସେକ୍ସଟର୍ସନ ଅଭିଯୁକ୍ତକୁ ଗିରଫ କଲା ସିବିଆଇ, ଦିଲ୍ଲୀରେ ବସି ଆମେରିକାର ପ୍ରଫେସରଙ୍କୁ କରୁଥିଲା ଟାର୍ଗେଟ୍ ।

୭-ବଦଳୁଛି ଓଡିଆ ଚଳଚ୍ଚିତ୍ରର ରୂପରେଖ। ‘ଦମନ’ ପରେ ଦର୍ଶକଙ୍କ ମନକୁ ଛୁଇଁଲା ‘ପ୍ରତୀକ୍ଷା’, ୧୪ ସହରରେ କଲା ମୁକ୍ତିଲାଭ। ।

୮-ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରି ନିଜକୁ କେବେ ଦାତା ମନେ କରିବା ନାହିଁ: ସାଂସଦ ପ୍ରତାପ ।

୯-ନାଟୋରେ ଭାରତକୁ ସାମିଲ କରାଇବାକୁ ପ୍ରୟାସ କରୁଛି ଆମେରିକା, ରୁଷ ବିଦେଶ ମନ୍ତ୍ରୀଙ୍କ ବଡ଼ ଦାବି ।

୧୦-ସୋଆ ବାୟୁ ସମ୍ମିଳନୀ: ବାୟୁ ପ୍ରଦୂଷଣ ବିରୋଧରେ ମୁକାବିଲା କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ୱାନ। ।

୧୧-ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଆଜି ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୨-ଚାଷୀ ପ୍ରସଂଗରେ ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ ଧରି ବିଧାନସଭା ଘେରିଲା ରାଜ୍ୟ ବିଜେପି ।

୧୩-ସବୁ ମନ୍ଦିରକୁ ଭକ୍ତଙ୍କ ମୋବାଇଲ ନେବା ଉପରେ ଲଗାଯାଉ ରୋକ, ତାମିଲନାଡୁ ସରକାରଙ୍କୁ ମାଦ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

୧୪-ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି ଶୀତକାଳୀନ ଅଧିବେଶନ। ମାତ୍ର ଆଠ ଦିନ ଚାଲିବା ପରେ ଗତ କାଲି ଗୃହକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

୧୫-ଛତିଶଗଡ଼ର ବସ୍ତର ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି.. ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଚୂନ ପଥର ଖାଦାନ ଭୁଶୁଡ଼ି ପଡ଼ିଛି.. ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା..

୧୬-ବ୍ରହ୍ମପୁର ଏସଡିଜେଏମ କୋର୍ଟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି.. ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି..

୧୭-ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ: କହିଲେ, ୨୦୨୩ରେ ଜିଲ୍ଲା ହେବ ପଦ୍ମପୁର ।

୧୮-ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ: ଆଉ ଲକ୍ଷେ ୭୦ ହଜାର କୋଟି ଆସିଲା ।

୧୯-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୫ ତାରିଖ ଅପରାହ୍ନ ୪ ସୁଦ୍ଧା ଓଟିଏମ୍‌କୁ ଦଖଲ ନେବେ ସରକାର ।

୨୦-ହକି ବିଶ୍ବକପ୍‌ ଟ୍ରଫି ପରିକ୍ରମା ୫ରୁ, ୨୧ ଦିନ ଧରି ‌ଦେଶର ୧୬ ସହର ବୁଲିବ ।

୨୧-ଆଇପିଏଲ୍‌ରୁ ଅବସର ନେଲେ ବ୍ରାଭୋ: ସିଏସ୍‌କେ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ।

୨୨-ଫିଫା ବିଶ୍ବକପ୍‌: ନକ୍‌ଆଉଟ୍‌ରେ ବ୍ରାଜିଲ, ସ୍ବିଜରଲାଣ୍ଡ୍‌ ।

୨୩-ଫିଫା ବିଶ୍ବକପ୍‌: ୪ ଥର ବିଜେତା ଜର୍ମାନି ବିଦା; ପ୍ରିକ୍ବାର୍ଟରରେ ଜାପାନ, ସ୍ପେନ୍‌ ।

୨୪-କଲେଜିୟମର ପୂର୍ବ ନିଷ୍ପତ୍ତି ଉପରେ ଟିପ୍ପଣୀ କରିବା ଫ୍ୟାସନ ହୋଇଛି; ଆମେ ସବୁଠୁ ସ୍ୱଚ୍ଛ ଅନୁଷ୍ଠାନ -ସୁପ୍ରିମକୋର୍ଟ।

୨୫-ଚର୍ଚ୍ଚିତ ଘୁମୁଡ଼ା ଶିଶୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଲା, ୨ମହିଳା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ।

୨୬-PhonePe, Gpay ପରି କମ୍ପାନୀଗୁଡିକ ପାଇଁ ବଡ ଆଶ୍ବସ୍ତି! UPI ମାର୍କେଟ କ୍ୟାପ୍ ସମୟସୀମା ୨ ବର୍ଷ ବଢ଼ାଇଲା NPCI ।

02/12/2022

ପଦ୍ମପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା :2023 ରେ ପଦ୍ମପୁର ବାସୀ ଙ୍କ ସ୍ଵପ୍ନ ପୂରଣ ହେବ ,ଜିଲ୍ଳା ରେ ପରିଣତ ହେବ ପଦ୍ମପୁର

02/12/2022

BIG BREAKING ...
A*O ଚୁଡାନ୍ତ ତାଲିକା ପ୍ରକାଶ ପାଇବା ଉପରେ ହାଇକୋର୍ଟ ଙ୍କ ରୋକ୍ :ହାଇ କୋର୍ଟ ଙ୍କ ବିନା ଅନୁମତି ରେ ପ୍ରକାଶ ପାଇପାରିବ ନାହିଁ

02/12/2022

ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ କରାଯିବ.

ଭୁବନେଶ୍ବର
2/12/22

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି .
ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା .

ଝରଣା ଦାସ ଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଳଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା .

ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ,ଜଗତ ରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି .

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି .

ସ୍ଵର୍ଗତଃ ଝରଣା ଦାସ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି .

ଝରଣା ଦାଶ ଙ୍କ ପରଲୋକ:ଗତକାଲି ବିଳମ୍ବିତ ରାତ୍ରି ୨ଘଣ୍ଟା ୩୦ମିନିଟ ସମୟରେ କଟକ ଚଣ୍ଡି ରୋଡ଼ ସ୍ଥିତ ବାସ ଭବନରେ ୮୨ ବର୍ଷ ବୟସରେ  ପ୍ରଖ୍ୟାତ ଚଳ...
02/12/2022

ଝରଣା ଦାଶ ଙ୍କ ପରଲୋକ:ଗତକାଲି ବିଳମ୍ବିତ ରାତ୍ରି ୨ଘଣ୍ଟା ୩୦ମିନିଟ ସମୟରେ କଟକ ଚଣ୍ଡି ରୋଡ଼ ସ୍ଥିତ ବାସ ଭବନରେ ୮୨ ବର୍ଷ ବୟସରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ଝରଣା ଦାଶ ଙ୍କ ପରଲୋକ ହୋଇଛି।

01/12/2022

ଆମ ରାଜ୍ଯ ରେ ମାଇନର କମୁନିଟି ର ସ୍ଥିତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ...

01/12/2022
01/12/2022

ବିଜୁ ଜନତା ଦଳ ପକ୍ଷରୁ କାଉଣ୍ଟର ଆଟାକ୍ ....

01/12/2022

*ବିଶ୍ଵ ଏଡ଼ସ୍ ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ହେଉଚି ଏଡସ୍ ସଚେତନ ରାଲୀ । ଏଡ଼ସ୍ କୁ ଜାଣନ୍ତୁ ଏଡସ୍ କୁ ଜିଣନ୍ତୁ ।*

01/12/2022

ବିଜେପି ରେ ମିଶିଲେ କଂଗ୍ରେସ ର ବରଗଡ଼ ପୂର୍ବତନ ସାଂସଦ ସଞ୍ଜୟ ଭୋଇ

01/12/2022

*ବେଦବାଣୀ*
ଯେଉଁମାନେ ସଂସାରରେ "ସତ୍" ତଥା "ଧର୍ମ ମାର୍ଗରେ" ଚାଲନ୍ତି ସେମାନଙ୍କ ପ୍ରତି "ଅଜ୍ଞାନ", "ମୂଢ" ବ୍ୟକ୍ତିମାନେ କିଛି ନବୁଝି ନସୁଝି ବିନା କାରଣରେ ଅନେକ ପ୍ରକାର ସମାଲୋଚନା କରନ୍ତି। ଏପରିକି ନାନା ପ୍ରକାର କଷ୍ଟ ଦେବା ପାଇଁ ମଧ୍ୟ ପଛାନ୍ତି ନାହିଁ। ଏମାନଙ୍କୁ ବେଦଶାସ୍ତ୍ରରେ *ଅବିଷ୍ୟୁ* ବୋଲି କହିଛନ୍ତି। ମନ୍ତ୍ର କହନ୍ତି - *ଓ୩ମ୍ ମା ତ୍ବା ମୂରା ଅବିଷ୍ୟବୋ* ଅର୍ଥାତ୍ ଧର୍ମ ମାର୍ଗରେ ଚାଲୁଥିବା ଲୋକଙ୍କ ପ୍ରତି ସ୍ବାର୍ଥୀମାନେ ବହୁତ ଉପହାସ, ଥଟ୍ଟା କରି ଓ କଷ୍ଟ ଦେଇ ଦବାଇବା ପାଇଁ ଚେଷ୍ଟା କରନ୍ତି। ପରନ୍ତୁ ପରମାତ୍ମା ଙ୍କର କୃପାରୁ କିଛି କରିନପାରି, ପରବର୍ତ୍ତୀ ସମୟରେ ବଶତା ସ୍ୱୀକାର କରିବାକୁ ବାଧ୍ୟ ହୁଅନ୍ତି।
(ଋଗ୍ ବେଦ,୮,୪୫,୨୩

*ଜାତିସଂଘ_ସୁରକ୍ଷା_ପରିଷଦ**-ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ପଦ*  *ପାଇଲା ଭାରତ**-ମାସକ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ*  *ଭାରତ କରିବ...
01/12/2022

*ଜାତିସଂଘ_ସୁରକ୍ଷା_ପରିଷଦ*
*-ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ପଦ*
*ପାଇଲା ଭାରତ*
*-ମାସକ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ*
*ଭାରତ କରିବ ଅଧ୍ୟକ୍ଷତା*
*-ରୁଚିରା କାମ୍ବୋଜଙ୍କୁ ମିଳିଲା ଅଧ୍ୟକ୍ଷ ଦାୟିତ୍ବ*
*-ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି*
*ରୁଚିରା କାମ୍ବୋଜ*

30/11/2022

ବିଧାନସଭା ରେ ଆଜି ବି ଶିକ୍ଷକଙ୍କ ଆନ୍ଦୋଳନ କୁ ନେଇ ହଟ୍ଟଗୋଳ ଓ ମୁଲତବୀ

30/11/2022

ସ୍କାର୍ପ ପଲିସି ରାଜ୍ଯ କ୍ୟାବିନେଟ ରେ ମଞ୍ଜୁରୀ :2023 ଏପ୍ରିଲ 1 ତାରିଖ ଠାରୁ ୧୫ ବର୍ଷ ର ଗାଡି ଚାଲି ପାରିବ ନାହିଁ

29/11/2022

ବ୍ରେକିଂ ବ୍ରେକିଂ ବ୍ରେକିଂ
ଆସନ୍ତା 2 ତାରିଖ ଦିନ ପଦ୍ମପୁର ନିର୍ବାଚନ ର ରଣାଙ୍ଗନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିବା ପାଇଁ ନିଷ୍ପତ୍ତି

29/11/2022

ମିଶନ ଶକ୍ତି ମା ମାନଙ୍କୁ ୩ ଲକ୍ଷ ଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ

୨୦୨୨ ଅପ୍ରେଲ ପହିଲାରୁ ପିଛିଲା ଭାବେ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ

ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ

ମିଶନ ଶକ୍ତି ମା ମାନଙ୍କୁ ସଫଳ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

୨୯.11.2022

ରାଜ୍ୟର ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ (zero interest) ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା।

ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ରୂପାନ୍ତର କ୍ଷେତ୍ରରେ ମା ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ମିଶନ ଶକ୍ତି ମା ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାଦ୍ବାରା ମିଶନ ଶକ୍ତିର ମା ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ଆମ ପ୍ରତିଶୃତି ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବିଜିନେସ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଆମର ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ସରକାର ବିନା ସୁଧରେ, Zero interestରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ SHG Groupର ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୦ ଲକ୍ଷ ମା ମାନଙ୍କୁ ୬ ଲକ୍ଷ Self Help Group ଜରିଆରେ ଏହା ଏକାଠି କରିପାରିଛି। ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ SHG କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌.ଏଚ.ଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

29/11/2022

ବ୍ରେକିଂ ବ୍ରେକିଂ ବ୍ରେକିଂ
ବିଧାନସଭା ରେ ଶିକ୍ଷା ମନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଶିକ୍ଷକ ଆନ୍ଦୋଳନ ସମ୍ପର୍କରେ ଉତ୍ତର ଆଦୌ ସନ୍ତୋଷଜନକ ନ ହେବା ରୁ ବିଧାନସଭା ରେ ପୁନର୍ବାର ହଟ୍ଟଗୋଳ

29/11/2022

ସକାଳର ବଡ ଖବର, ୨୯-ନଭେମ୍ବର-୨୦୨୨, ମଙ୍ଗଳବାର.........................................
*➡️୧-ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୪ ପର୍ଯ୍ୟନ୍ତ ଜନତା ମଇଦାନରେ ଏହି ସମ୍ମିଳନୀ ଚାଲିବ। ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ।*

➡️୨-ଆହୁରି ଥରିବ ଓଡିଶା,ଡିସେମ୍ବର ୩ରୁ ସାରା ରାଜ୍ୟରେ ପ୍ରବଳ ଶୀତ l ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ ।

➡️୩-ଏଣିିକି ସରକାରୀ ଚିକିତ୍ସାଳୟରେ ମାଗଣାରେ ମିଳିବ ମହାପ୍ରୟାଣ ଗାଡ଼ି । ମୃତ ବ୍ୟକ୍ତିଙ୍କ ଶବ ନେବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନାର ହେଲା ସଂଶୋଧନ l

➡️୪-ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ଘଟଣାରେ ବାଂଲାଦେଶୀ ଯୁବକଙ୍କୁ ଗିରଫ କଲା ସିଂହଦ୍ବାର ଥାନା ପୁଲିସ l

➡️୫-ବନ୍ଦ ହେବନି ପଦ୍ମପୁର l GST ବିଭାଗର ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ପଦ୍ମପୁର ବନ୍ଦ ଡାକରାରୁ ଓହରିଲା ବଣିକ ସଂଘ l ଏ ନେଇ ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଦେଲେ ସୂଚନା l

➡️୬-ସରିଲା ପ୍ରାକ୍ ବଜେଟ ବୈଠକ: ଆୟକର କାଟ ସହ ନିଯୁକ୍ତି ପାଇଁ ନୂଆ ଯୋଜନା ନେଇ ଆରମ୍ଭ କରିବାକୁ ହେଲା ଦାବି l

➡️୭-ଇଡିରେ ଅର୍ଚ୍ଚନା ମାମଲା, ଆଜି ବଡ଼ବଡ଼ିଆଙ୍କୁ ଇଡି ଜେରା କରିବ ବୋଲି ଚର୍ଚ୍ଚା ହେଉଛି। ଯଦି ଏଭଳି କିଛି ଘଟେ, ତେବେ ଅର୍ଚ୍ଚନା ମାମଲା ପୁଣି ରାଜନୈତିକ ହଟଚମଟ ପାଇଁ ଭଲ ଖୋରାକ ଯୋଗାଇବ।

➡️୮-ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସେଠାରେ ସରକାରୀ କଳର ବ୍ୟବହାର କରି ଚଢ଼ଉ ରାଜନୀତି ହେଲା ଆରମ୍ଭ l ବିଜେଡି ଓ ବିଜେପି ସମର୍ଥକଙ୍କ ଘରେ ଏବଂ ରାଜ୍ୟ ଅଧୀନରେ କାର୍ଯ୍ୟରତ ଜିଏସଟି ବିଭାଗ ବିଭିନ୍ନ ଦୋକାନ‌େ‌ର ମଧ୍ୟ କଲା ଚଢ଼ଉ l

➡️୯-ରାଜଧାନୀରେ ଗମନାଗମନକୁ ସୁଗମ କରିବା ଲାଗି କଳ୍ପନା ଛକରୁ ରବି ଟକିଜ୍‌ ଯାଏଁ ହେବ ଫ୍ଲାଏଓଭର l ୧୦୪.୦୫ କିମି ରାସ୍ତା ନିର୍ମାଣ ଲାଗି ପ୍ରସ୍ତାବ ରହିଥିବା ବେଳେ ୧୭୫.୬ କିମିର ରିଂରୋଡ୍‌ କରାଯିବ।

➡️୧୦-ଅଜୟଙ୍କ ବଲିଉଡ୍‌ ଫିଲ୍ମ ‘ଦୃଶ୍ୟମ-୨’ ୧୫୦ କୋଟି ପାର କଲା ବେପାର l ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ଅଜୟଙ୍କ ଏହି ଫିଲ୍ମ ଚକା ଛକା ମାରିଚାଲିଛି।

➡️୧୧-ପଦ୍ମପୁର ଉପନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁରରେ ତିନିଦିନ ଧରି ସେ ପ୍ରଚାର ମଙ୍ଗ ଧରିବେ ।

➡️୧୨-ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହେବ।

➡️୧୩-ଦିଲ୍ଲୀ ଏମ୍ସର ସର୍ଭର ଲଗାତାର ୬ ଦିନ ଧରି କାମ କରୁନି। ସାଇବର ଆଟାକ୍‌ ଯୋଗୁଁ ଦିଲ୍ଲୀ ଏମ୍ସର ଇ-ହସ୍ପିଟାଲ ସିଷ୍ଟମ ହେଲା ଅଚଳ ।

➡️୧୪-ଓଡ଼ିଶା ଜୁଡିସିଆଲ୍ ସର୍ଭିସ (ଓଜେଏସ୍) ପରୀକ୍ଷା-୨୦୨୧ର ଟପ୍ପର ହେଲେ ଅନୁଗୁଳର ଝିଅ ଆଦ୍ୟାଶା ମିଶ୍ର।

➡️୧୫-ମଙ୍କିପକ୍ସର ନାମ ବଦଳାଇ ଏମପକ୍ସ ଭାବେ ନାମିତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ l ସାରା ବିଶ୍ୱର ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ ପରେ ଏହି ନିର୍ଣ୍ଣୟ ନିଆଯାଇଛି ।ତେବେ ଉଭୟ ନାମକୁ ଏକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।

➡️୧୬-ଚୀନ୍‌ରେ କୋଭିଡ୍‌ କଟକଣା ବିରୋଧରେ ତଥା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ଚାଲିଥିବା ଜୋରଦାର ଆନ୍ଦୋଳନ ଆଜି ମଧ୍ୟ ବଳବତ୍ତର ରହିଛି। ଏହି ଆନ୍ଦୋଳନ ଦେଶର ସମସ୍ତ ପ୍ରମୁଖ ଅଞ୍ଚଳକୁ ବ୍ୟାପିଯିବାରୁ କମ୍ୟୁନିଷ୍ଟ ସରକାରର ଏବେ ବଢିଲା ଚିନ୍ତା ।

➡️୧୭-ଚୀନ୍ ରାଷ୍ଟ୍ରପତି କହିଲେ ୨୦୨୭ ବେଳକୁ PLA ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ଭାବରେ ଗଣା ହେବ l

➡️୧୮-ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ଋତୁ ଲାଗି ଡିସେମ୍ବର ୨୩ ତାରିଖରେ କୋଚିଠାରେ ହେବ ନିଲାମ l

➡️୧୯-କ୍ରିକେଟରେ ଋତୁରାଜ ଗାଏକ୍ଵାଡଙ୍କ ରେକର୍ଡ, ଗୋଟିଏ ଓଭରରେ ମାରିଲେ ୭ଟି ଛକ୍କା । ବିଜୟ ହଜାରେ ଟ୍ରଫିରେ ଉତ୍ତର ପ୍ରଦେଶର ବୋଲର ଶିବା ସିଂଙ୍କ ଏକ ଓଭରରେ ଏହି କାରନାମା କରି ଦେଖାଇଲେ ଋତୁରାଜ।

➡️୨୦-ଫ୍ରାନ୍‌ସ ପରେ ୨ୟ ଦଳ ଭାବେ ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ର ପ୍ରିକ୍ବାର୍ଟରଫାଇନାଲରେ ସ୍ବିଜରଲାଣ୍ଡକୁ ହରାଇ ପ୍ରବେଶ କଲା ବ୍ରାଜିଲ।

✓ଆଜି ଆନ୍ତର୍ଜାତୀୟ ଏକତା ଦିବସ

28/11/2022

ଭିନ୍ନ ଏକ ଦୃଷ୍ଟିକୋଣ ...

28/11/2022

big breaking ...
ଓକିଲ ଆନ୍ଦୋଳନକାରୀ ଙ୍କ ଲାଇସେନ୍ସ ବାତିଲ୍ ପାଇଁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ

28/11/2022

ପଦ୍ମପୁର ରେ ତିନି ନେତା ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ :ସେଣ୍ଟ୍ରାଲ ଫୋର୍ସ ମୁତୟନ

28/11/2022

ହରିଦାସପୁର-ପାରାଦ୍ୱୀପ ରେଳପଥରେ କେନ୍ଦ୍ରାପଡା ଦେଇ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁନର୍ବାର ଲେଖିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା।

28/11/2022

*ଖବର ଆଜିର*
*ତାରିଖ ୨୮/୧୧/୨୦୨୨, ସୋମବାର*

୧-ଭୁବନେଶ୍ୱର: ଆନ୍ଦୋଳନକାରୀଙ୍କ ଭିଡ଼ରେ ଟ୍ରାଫିକ ଯନ୍ତ୍ରଣା,୩କିମି ଦୂରତା ବଢ଼ି ୯ କିମି ହେଲା।ଗଳି ରାସ୍ତାରେ ଗଡିଲାନି କାର ଓ ବାଇକ୍।

୨-କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା: ତୋଳାଳୀ ପାଇଲେ ୧୦୦୦ ଟଙ୍କା, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ ଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା।

୩-ଜାତିଭିତ୍ତିକ ଜନ ଗଣନା ନ କରିବା ପ୍ରତିବାଦରେ ୨୯ରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା।

୪-ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଲୋୟର ପିଏମଜିରେ ଗର୍ଜିଲେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ।

୫-ଶୀତରେ ଥରୁଛି ଅଧା ରାଜ୍ୟ, ୧୦ ଡିଗ୍ରୀ ତଳେ ୦୭ ସହରର ତାପମାତ୍ରା। ସେମିଳିଗୁଡା ସବୁଠୁ ଥଣ୍ଡା।

୬-ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ: 'କାଲି ଜାଗା ଦେଲେ, ପହରଦିନ କାମ ଆରମ୍ଭ ହେବ’।

୭-ବଲାଙ୍ଗିର କିସ କ୍ଯାମ୍ପସ ବୁଲି ଦେଖିଲେ ସାଂସଦ ଡ଼ ଅଚ୍ଯୁତ ସାମନ୍ତ, ଆଦିବାସୀ ପିଲାଙ୍କ ପାଠ ପଢାକୁ ନେଇ କର୍ମଚାରୀ ଓ ଆଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ।

୮-ରାଜଧାନୀରେ ଫ୍ଲାଟ୍‌ ଦେବା ନାଁରେ ଠକେଇ, କମ୍ପାନୀ ଏମ୍‌ଡି ମନୋଜ ପଟ୍ଟନାୟକଙ୍କୁ ବାନ୍ଧିଲା EOW।

୯-ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗାଁ:ମାଡ଼ୁଛି ଲମ୍ପି ଭାଇରସ୍‌ ! ଚର୍ମରୋଗରୁ ଗୃହପାଳିତଙ୍କୁ ବଞ୍ଚେଇବାକୁ ଚାଲିଛି ପୂଜାପାଠ ।

୧୦-ଶ୍ରୀମନ୍ଦିର ନାଟ ମଣ୍ଡପ ସ୍ଥିତି ଯାଞ୍ଚ କଲେ ବିଶେଷଜ୍ଞ,ଏପ୍ରିଲ୍‌ ସୁଦ୍ଧା ହେବ ବିମ୍‌ ମରାମତି।

୧୧-ଚାନ୍ଦବାଲି:ବାଣରୁ ବିସ୍ଫୋରଣ; ଖସି ପଡିଲା ଘରର ଛାତ, ଜଣେ ଗୁରୁତର।

୧୨-କିମ୍ବଦନ୍ତୀ ଧାବିକା ପି ଟି ଉଷା ଭାରତୀୟ ଅଲମ୍ପିକ୍ସ ଆସୋସିଏସନ୍ ର ପରବର୍ତ୍ତୀ ସଭାପତି ହେବେ।

୧୩-ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି: MEAର ସୂଚନା।

୧୪-ଜନ୍ମ ଓ ମୃତ୍ଯୁ ଆଧାରରେ ପ୍ରସ୍ତୁତ ହେବ ଏନପିଆର ଡାଟା, ଶୀତ ଅଧିବେଶନରେ ବିଲ୍ ପାରିତ କରିପାରନ୍ତି ସରକାର।

୧୫-କଡ଼ା କଟକଣାରେ ଅସ୍ତବ୍ୟସ୍ତ ଚୀନ ଜନତା: ଜିନପିଙ୍ଗଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ।

୧୬-ହାମିଲଟନ୍: ବର୍ଷା ଧୋଇନେଲା ଭାରତ-ନ୍ଯୁଜିଲାଣ୍ଡ ଦ୍ବିତୀୟ ଦିନିକିଆ

27/11/2022

ହକ୍ ପାଇଁ ରାଜ ରାସ୍ତା ରେ କାକର ଥଣ୍ଡା ରେ ଶୋଇଲେ ଶିକ୍ଷକ ଓ ଶିକ୍ଷୟତ୍ରୀ ...

Address

Bhubaneswar

Alerts

Be the first to know and let us send you an email when Sambhav TV Odia posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Category


Other TV Channels in Bhubaneswar

Show All

You may also like