Gyaan Lipi

Gyaan Lipi Gyaan Lipi page में रक्षा, अनुसंधान, स्पेस, इतिहास के बारे में सम्पूर्ण जानकारी मिलती है।

ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ରାଜ୍ୟବାସୀ ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପାଇବା ସହ ମହିଳ...
14/01/2025

ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ରାଜ୍ୟବାସୀ ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପାଇବା ସହ ମହିଳା ଓ ବୟସ୍କ ବିଶେଷ ଭାବେ ଉପକୃତ ହେବେ।

୨୦୨୪-୨୦୨୫ ଆର୍ଥିକ ବର୍ଷ ଲାଗି ସୁଭଦ୍ରା ଯୋଜନା ପଞ୍ଜୀକରଣ ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫ କୁ ବୃଦ୍ଧି ନେଇ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ୨୪...
04/01/2025

୨୦୨୪-୨୦୨୫ ଆର୍ଥିକ ବର୍ଷ ଲାଗି ସୁଭଦ୍ରା ଯୋଜନା ପଞ୍ଜୀକରଣ ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫ କୁ ବୃଦ୍ଧି ନେଇ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ୨୪ ନଭେମ୍ବର, ୨୦୨୪ ତାରିଖରେ ୧ମ କିସ୍ତି ବଣ୍ଟନ କରାଯାଇଥିବା ୨୦.୧୭ ଲକ୍ଷ ହିତାଧିକାରୀ ତାଲିକାକୁ ମିଳିଛି ଅନୁମୋଦନ। ବର୍ତ୍ତମାନ ସୁଦ୍ଧା ୧ କୋଟି ୬ ଲକ୍ଷରୁ ଊର୍ଦ୍ଧ୍ଵ ଆବେଦନ ପଞ୍ଜୀକୃତ ହୋଇଛି।

ଦିଲ୍ଲୀର AIIMS ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 92 ବର୍ଷରେ ଦେହାନ୍ତ ହୋଇଯାଇଛି।ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରା...
26/12/2024

ଦିଲ୍ଲୀର AIIMS ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 92 ବର୍ଷରେ ଦେହାନ୍ତ ହୋଇଯାଇଛି।ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା। ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ AIIMS କୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଭତ୍ତା ₹୧୨୦୦ରୁ ₹୩୫୦୦କୁ ବୃଦ୍ଧି💰ରାଜ୍ୟ ସରକାର ୮୦ ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୮୦ ପ୍ରତିଶ୍ରତରୁ ଅଧିକ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା...
24/12/2024

ଭତ୍ତା ₹୧୨୦୦ରୁ ₹୩୫୦୦କୁ ବୃଦ୍ଧି💰

ରାଜ୍ୟ ସରକାର ୮୦ ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୮୦ ପ୍ରତିଶ୍ରତରୁ ଅଧିକ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଭତ୍ତା ₹୧୨୦୦ରୁ ₹୩୫୦୦କୁ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ରାଜ୍ୟର ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପରି ଅସହାୟ ବର୍ଗର ଲୋକେ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ବିଭିନ୍ନ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୨...
24/12/2024

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ବିଭିନ୍ନ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୨୧ ତାରିଖ ୨୦୨୪ ଠାରୁ ଆରମ୍ଭ ହୋଇଯାଇଛି ।

ଚାଷୀମାନଙ୍କ ପଞ୍ଜୀକରଣ, ସର୍ବନିମ୍ନ ସହାୟକ ମୂଲ୍ୟ, ଅଗ୍ରୀମ ଟୋକନ୍, ଧାନ କିଣା, ଇନପୁଟ୍ ସହାୟତା ରାଶି ଆଦିର ଅଭିଯୋଗ ଏବଂ ମତାମତ ନିମନ୍ତେ ରାଜ...
23/12/2024

ଚାଷୀମାନଙ୍କ ପଞ୍ଜୀକରଣ, ସର୍ବନିମ୍ନ ସହାୟକ ମୂଲ୍ୟ, ଅଗ୍ରୀମ ଟୋକନ୍, ଧାନ କିଣା, ଇନପୁଟ୍ ସହାୟତା ରାଶି ଆଦିର ଅଭିଯୋଗ ଏବଂ ମତାମତ ନିମନ୍ତେ ରାଜ୍ୟ ସରକାର ଜାରି କଲେ ଦେୟମୁକ୍ତ ନମ୍ବର ☎️୧୯୬୭

ପ୍ରତାପ ଷଡଙ୍ଗୀଙ୍କୁ ଠେଲିଦେଲେ ରାହୁଲ୍ ଗାନ୍ଧୀ ! ତଳେ ପଡ଼ି ଫାଟିଲା ମୁଣ୍ଡଡିରୁ ପଡିଗଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ। ଆହତ। ସଂସଦ ଭିତରେ ଠ...
19/12/2024

ପ୍ରତାପ ଷଡଙ୍ଗୀଙ୍କୁ ଠେଲିଦେଲେ ରାହୁଲ୍ ଗାନ୍ଧୀ ! ତଳେ ପଡ଼ି ଫାଟିଲା ମୁଣ୍ଡ

ଡିରୁ ପଡିଗଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ। ଆହତ। ସଂସଦ ଭିତରେ ଠେଲାପେଲା ପରେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ୱର ସାଂସଦ କହିଛନ୍ତି ।

ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ ପଡ଼ିଗଲେ। ଏହାପରେ ମୁଁ ପଡ଼ିଗଲି।

ଲୋକସଭାରେ ଆଗତ ହେଲା ‘ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌’; କଂଗ୍ରେସର ବିରୋଧୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ହେଲା...
17/12/2024

ଲୋକସଭାରେ ଆଗତ ହେଲା ‘ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌’; କଂଗ୍ରେସର ବିରୋଧ

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ହେଲା ଆଗତ। ବିଲ୍ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଉପରେ ଚାଲିଛି ବିତର୍କ । ବିରୋଧୀ କଂଗ୍ରେସର ଜୋରଦାର ବିରୋଧ । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍‌କୁ ବିରୋଧ କରାଯାଉଛି। ଟିଡିପି ଓ ଜେଡି(ୟୁ) ପକ୍ଷରୁ ବିଲ୍‌କୁ ସମର୍ଥନ କରି ବିତର୍କ ଆରମ୍ଭ ହୋଇଛି।

ଏହା ପୂର୍ବରୁ ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗଠିତ କମିଟି ତାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। କମିଟିର ରିପୋର୍ଟକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିସାରିଛି। ଏକକ ନିର୍ବାଚନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି।

ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ🌨️🥶ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପା...
15/12/2024

ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ🌨️🥶

ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି । ଶିମିଳିପାଳରେ ଏତେ ଥଣ୍ଡା ପଡ଼ିଛି ଯେ ସକାଳୁ ସକାଳୁ ଅଭ୍ୟନ୍ତରୀଣ ଇଲାକା ଗୁଡିକରେ ଥିବା ଘାସ ପଡିଆରେ ଶିଶିର ସବୁ ବରଫ ପାଲଟି ଯାଇଛି । ଶିମିଳିପାଳର ଅନେକ ସ୍ଥାନରେ ଥିବା ପଡିଆ ବରଫ ଗାଲିଚା ଭଳି ଦେଖିବାକୁ ମିଳିଛି । ପ୍ରତିବର୍ଷ ଶିମିଳିପାଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ସୂଚନା ଅନୁଯାୟୀ ଶିମିଳିପାଳର ଆପାର ବାରାହାକାମୁଡାରେ ପାରଦ ଖସି ୩ ଡିଗ୍ରୀରେ ପହଂଚିଛି ।

ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ମୁଖ୍ୟତଃ ପାଗ ଶୁଖିଲା ରହିବ । ତା’ସହ ବଢ଼ିବ ଶୀତ । ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୯ ଡିଗ୍ରୀ ଯାଏଁ ପାରଦ ରହିପାରେ ।

13/12/2024

“ମହାକୁମ୍ଭ” ର ସମ୍ପୂର୍ଣ୍ଣ କାହାଣୀ କ’ଣ?

ପୋଲିସ ସାମ୍ନାରେ ନଇଁଲେ ପୁଷ୍ପା ! ଦଳାଚକଟା ଘଟଣାରେ ହେଲେ ଆରେଷ୍ଟସୁପର୍‌ଷ୍ଟାର୍ ଅଲ୍ଲୁ ଅର୍ଜୁନ ଗିରଫ । ଦଳାଚକଟା ମାମଲାରେ ଗିରଫ ହେଲେ ଅଲ୍ଲୁ...
13/12/2024

ପୋଲିସ ସାମ୍ନାରେ ନଇଁଲେ ପୁଷ୍ପା ! ଦଳାଚକଟା ଘଟଣାରେ ହେଲେ ଆରେଷ୍ଟ

ସୁପର୍‌ଷ୍ଟାର୍ ଅଲ୍ଲୁ ଅର୍ଜୁନ ଗିରଫ । ଦଳାଚକଟା ମାମଲାରେ ଗିରଫ ହେଲେ ଅଲ୍ଲୁ ଅର୍ଜୁନ । ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଷ୍ପା ଟୁ ଅଭିନେତା ଅଲ୍ଲୁ ଅର୍ଜୁନ ଏଥିପାଇଁ ପରେ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । ହାଇଦ୍ରାବଦର ଏକ ସିନେମା ହଲରେ ପୁଷ୍ପା-ଟୁ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଅଲ୍ଲୁ । ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ ।

ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କ...
12/12/2024

ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!

ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ବି ସାମିଲ କରିଥିଲା ।

ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ବି ମିଳିସାରିଛି। ଏକକ ନିର୍ବାତନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି।

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ରାଜ୍ୟସଭାରେ ଏନଡିଏ ୧୧୨ ସଦସ୍ୟ ଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ପାଇଁ ଆବଶ୍ୟକ ୧୬୪ ସିଟ୍ । ସେହିପରି ଲୋକସଭାରେ ଏନଡିଏ ମେଣ୍ଟକୁ ଆବଶ୍ୟକ ୩୬୪ । ତେଣୁ ବିଲ୍ ନେଇ ଭୋଟିଂ ବେଳେ ଅଣଏନଡିଏ ମେଣ୍ଟର ସମର୍ଥନ ଯୋଗାଡିବା କେନ୍ଦ୍ର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ ।

11/12/2024

ଭିଡ଼ିଓ ଭାଇରାଲ//AI ଇଞ୍ଜିନିଅର ଅତୁଲ ସୁଭାଷ ମୃତ୍ୟୁ ଘଟଣା//ଆଇନର ଦୁରୁପଯୋଗ ନେଇ ସର୍ବୋଚ୍ଚ ଅଦାଲତଙ୍କ ଉଦବେଗ😡

ମର୍ଦ୍ଦ୍ କୋ ଭି ଦର୍ଦ୍ଦ୍ ହୋତା ହେ । ପୁରୁଷକୁ ବି କଷ୍ଟ ହୁଏ । କହିପାରେନି କି ସହିପାରେନି । ଆଉ ଯନ୍ତ୍ରଣା ସୀମା ଟପିଲେ ବେଳେ ବେଳେ ଚରମ ପରିଣତିର ରୂପ ନିଏ, ଅତୁଲ ସୁଭାଷଙ୍କ ଭଳି ।

ବିବାହ ବିଚ୍ଛେଦ ପାଇଁ ୩ କୋଟି ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି, ବେଙ୍ଗଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ନିଜ ଜୀବନ ହାରିବା ପରେ, ସାରା ଦେଶରେ ତେଜିଛି ପୁରୁଷଙ୍କ ପାଇଁ ନ୍ୟାୟ ଦାବି ।

ଅତୁଲ ସୁଭାଷଙ୍କ ମାମଲାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ, ସାମ୍ନାକୁ ଆସିଛି ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । ନିରୀହଙ୍କୁ ହଇରାଣ କରିବା ପାଇଁ ଯୌତୁକ-ନିରୋଧୀ ଆଇନର ଦୁରୁପଯୋଗ ବନ୍ଦ ହେଉ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଅନ୍ୟ ଏକ ମାମଲାର ଶୁଣାଣିରେ ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଏନ୍. କୋଟିଶ୍ୱରଭଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, - ମହିଳାମାନେ ସ୍ୱାର୍ଥସାଧନ ପାଇଁ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଆଇନର ଦୁରୁପଯୋଗ କରୁଥିବା ଘଟଣା ବୃଦ୍ଧି ପାଉଛି ।

ଶୀଘ୍ର କରନ୍ତୁ ଆଧାର କାର୍ଡ ଅପଡେଟ୍; ଆଉ ମାତ୍ର ୩ ଦିନ ବାକିଶୀଘ୍ର ଶେଷ ହେବାକୁ ଯାଉଛି ମାଗଣାରେ ଆଧାର ଅପଡେଟ୍ ଅବଧି । ଡିସେମ୍ବର ୧୪ ତାରିଖ ଶ...
11/12/2024

ଶୀଘ୍ର କରନ୍ତୁ ଆଧାର କାର୍ଡ ଅପଡେଟ୍; ଆଉ ମାତ୍ର ୩ ଦିନ ବାକି

ଶୀଘ୍ର ଶେଷ ହେବାକୁ ଯାଉଛି ମାଗଣାରେ ଆଧାର ଅପଡେଟ୍ ଅବଧି । ଡିସେମ୍ବର ୧୪ ତାରିଖ ଶେଷ ଦିନ । ୧୦ ବର୍ଷରୁ ଅଧିକ ପୁରୁଣା କାର୍ଡର ଅପଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ । ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବିନା ମୂଲ୍ୟରେ ୧୪ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ଆଧାର ଅପଡେଟ୍ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇ ଥିଲେ। ବର୍ତ୍ତମାନ ଏହି ସମୟସୀମାକୁ ଆହୁରି ବଢ଼ାଇବାର ଆଶା କମ୍ ଅଛି । ତେଣୁ, ଆଧାର ବିବରଣୀକୁ ମାଗଣାରେ ଅପଡେଟ୍ କରିବା ପାଇଁ ଶୀଘ୍ର, ୟୁଆଇଡିଏଆଇ ୱେବସାଇଟ୍‌କୁ ଯାଇ କରାଇନେବା ଆବଶ୍ୟକ। ୟୁଆଇଡିଏଆଇ ଧାର୍ୟ୍ୟ ସମୟ ମଧ୍ୟରେ ଆଧାର କାର୍ଡର ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆଧାର ଏକ ଦଶନ୍ଧି କିମ୍ବା ତା ଠାରୁ ଅଧିକ ପୂର୍ବରୁ କରାଯାଇଛି ତେବେ ଆଧାର ସୂଚନା ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବାଂଲାଦେଶ ବିରୋଧରେ ବଢୁଛି ଆକ୍ରୋଶ । ଗଳିକନ୍ଦି ରୁ ଶୁଭୁଛି ବାଂଲାଦେଶୀ ବହିଷ୍କାର ଅହହ୍ୱାନ😡🤬ବାଂଲାଦେଶ ବିରୋଧରେ ଆକ୍ରୋଶ ।ପୂର୍ବରୁ-ପଶ୍ଚିମ,ଉ...
10/12/2024

ବାଂଲାଦେଶ ବିରୋଧରେ ବଢୁଛି ଆକ୍ରୋଶ । ଗଳିକନ୍ଦି ରୁ ଶୁଭୁଛି ବାଂଲାଦେଶୀ ବହିଷ୍କାର ଅହହ୍ୱାନ😡🤬

ବାଂଲାଦେଶ ବିରୋଧରେ ଆକ୍ରୋଶ ।ପୂର୍ବରୁ-ପଶ୍ଚିମ,ଉତ୍ତରରୁ-ଦକ୍ଷିଣ ସବୁଠି ବାଂଲାଦେଶ ବିରୋଧରେ ଆଜି ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ହିନ୍ଦୁ ସଂଗଠନ ଓ ସାଧାରଣ ଜନତା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ବଢ଼ୁଥିବା ଅତ୍ୟାଚାରକୁ ଜୋରଦାର ବିରୋଧ କରାଯାଇଛି । କିଛି ସ୍ଥାନରେ ବାଂଲାଦେଶର ଅନ୍ତରୀଣ ୟୁନୁସ ସରକାରଙ୍କ କୁଶପୁତଳିକା ଦାହ କରାଯିବା ସହ ଚପଲମାଡ କରାଯାଇଛି ।

ଆଜି ସଂସଦରେ ପାରିତ ହୋଇପାରେ ’ୱାନ୍ -ନେସନ୍ ୱାନ୍ ଇଲେକ୍ସନ’ ବିଲ ; କଂଗ୍ରେସ ସମେତ ୧୫ ରାଜନୈତିକ ଦଳ କରୁଛନ୍ତି ବିରୋଧ✅ ଗୋଟିଏ ଦେଶ-ଗୋଟିଏ ନି...
10/12/2024

ଆଜି ସଂସଦରେ ପାରିତ ହୋଇପାରେ ’ୱାନ୍ -ନେସନ୍ ୱାନ୍ ଇଲେକ୍ସନ’ ବିଲ ; କଂଗ୍ରେସ ସମେତ ୧୫ ରାଜନୈତିକ ଦଳ କରୁଛନ୍ତି ବିରୋଧ
✅ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କାହିଁକି?

🔹 ବାରମ୍ବାର ନିର୍ବାଚନରୁ ମିଳିବ ମୁକ୍ତି
🔹 ବାରମ୍ବାର ନିର୍ବାଚନ ଦ୍ବାରା ବିକାଶରେ ବାଧା ସୃଷ୍ଟି
🔹 ପ୍ରତିବର୍ଷ ନିର୍ବାଚନ ହେବା ଦ୍ବାରା ଅଧିକ ଖର୍ଚ୍ଚ ବଢୁଛି
🔹 ୫ ବର୍ଷ ଧରି ହେଉଥିବା ରାଜନୀତିରେ ପଡିବ ପୂର୍ଣ୍ଣଚ୍ଛେଦ
🔹 ବାରମ୍ବାର ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦ୍ବାରା ଶାସନ ବ୍ୟବସ୍ଥା ପ୍ରଭାବିତ
🔹 ନିର୍ବାଚନ ପରେ କେବଳ ବିକାଶ ଉପରେ ସରକାରଙ୍କର ଫୋକସ ରହିବ
🔹 ପ୍ରଶାସନିକ ବ୍ୟବସ୍ଥା ଉପରେ ରହିବନି ନିର୍ବାଚନ ବୋଝ
🔹 ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ବଢିବ ଆଗ୍ରହ
🔹 ବିଜେପିର ନିର୍ବାଚନୀ ଇସ୍ତାହାରରେ ରହିଛି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ
🔹 ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର
🔹 ସ୍ଥିର ସରକାର ଗଠନ ଦିଗରେ ଏହା ସହାୟକ ହେବ

✅ ବିଲ୍ ଆସିଲେ କଣ ହେବ ?

🔹ନିର୍ବାଚନ ଖର୍ଚ୍ଚ ଅହେତୁକ ହ୍ରାସ ପାଇବ
🔹 ପ୍ରଶାସନିକ ବ୍ୟବସ୍ଥା ଅଧିକାଂଶ ସମୟରେ ନିର୍ବାଚନ କାର୍ୟ୍ୟରେ ବ୍ୟସ୍ତ ରହିବନି
🔹 ରାଜନୈତିକ ଦଳକୁ ବାରମ୍ବାର ନିର୍ବାଚନ ମୋଡକୁ ଯିବାକୁ ପଡିବନି
🔹 ଦେଶରେ ଆସିବ ରାଜନୈତିକ ସ୍ଥିରତା
🔹 ସରକାରଙ୍କୁ ନୂଆ ଯୋଜନା ଓ ନୀତି ଲାଗୁ କରିବାରେ ସମସ୍ୟା ସୃଷ୍ଟି ହେବନି
🔹 ଦେଶ ଆର୍ଥିକ ବିକାଶ ଦିଗରେ ଆଗକୁ ବଢିବ

✅ ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ମୋଦି ସରକାର ଆଗତ କରିପାରନ୍ତି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ । ଆଉ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ରାମନାଥ କୋବିନ୍ଦ ଆଣିଥିବା ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇସାରିଛି ।

କ'ଣ ଏହି ସିବିଲ୍ ସ୍କୋର ? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...✅ ସିବିଲ୍ ସ୍କୋର କ’ଣ ?✳️CIBIL (କ୍ରେଡିଟ୍ ସୂଚନା ବ୍ୟୁରୋ ଇଣ୍ଡିଆ ଲିମ...
09/12/2024

କ'ଣ ଏହି ସିବିଲ୍ ସ୍କୋର ? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

✅ ସିବିଲ୍ ସ୍କୋର କ’ଣ ?

✳️CIBIL (କ୍ରେଡିଟ୍ ସୂଚନା ବ୍ୟୁରୋ ଇଣ୍ଡିଆ ଲିମିଟେଡ୍) ହେଉଛି ଭାରତର ଏକ କ୍ରେଡିଟ୍ ବ୍ୟୁରୋ ଯାହା ବ୍ୟକ୍ତି ଏବଂ ବ୍ୟବସାୟର କ୍ରେଡିଟ୍ ରେକର୍ଡ ବଜାୟ ରଖେ । କ୍ରେଡିଟ୍ ଇତିହାସ ଏବଂ ପରିଶୋଧ ଆଚରଣକୁ ସଂକ୍ଷେପରେ CIBIL ସ୍କୋର କୁହାଯାଏ । ଏହା ମୁଖ୍ୟତଃ ୩୦୦ ରୁ ୯୦୦ ପର୍ଯ୍ୟନ୍ତ ୩ ଅଙ୍କ ବିଶିଷ୍ଟ ସଂଖ୍ୟା ମଧ୍ୟରେ ସୀମିତ ରହିଥାଏ । ଯଦି ସ୍କୋର ୯୦୦ ପାଖାପାଖି ରୁହେ, ତେବେ ଏହା ଅତି ଭଲ କ୍ୟାଟେଗୋରୀରେ ଗଣନା ହୁଏ । ବ୍ୟାଙ୍କ ଏବଂ ଋଣଦାତାମାନେ ଟଙ୍କା ଦେବା ପୂର୍ବରୁ ଏହି ସ୍କୋରକୁ ବ୍ୟବହାର କରନ୍ତି । ଏକ ଭଲ ସ୍କୋର ଅଧିକ କ୍ରେଡିଟ୍ ସୀମା, ଦ୍ରୁତ ଋଣ ଅନୁମୋଦନ ଏବଂ ଉତ୍ତମ ଋଣ ସର୍ତ୍ତାବଳୀ ପରି ଲାଭକୁ ନେଇଥାଏ । ତେବେ ଯଦି ଆପଣଙ୍କର CIBIL ସ୍କୋର ଭଲ ନାହିଁ, ତେବେ ବ୍ୟସ୍ତ ହେବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ଏହାକୁ ବଢ଼ାଇବାକୁ ନିମ୍ନଲିଖିତ ଉପାୟ ଆପଣାନ୍ତୁ ...

✅ ସିବିଲ୍ ସ୍କୋର୍ ବଢ଼ାଇବାକୁ କିଛି ଟିପ୍ସ ..

(୧) ଠିକ୍ ସମୟରେ ବିଲ୍ ଏବଂ EMI ଦେୟ ଦେଲେ CIBIL ସ୍କୋର ଭଲ ରହିଥାଏ । ଧାର୍ଯ୍ୟ ତାରିଖ ପୂର୍ବରୁ ସର୍ବଦା ଆପଣଙ୍କର କ୍ରେଡିଟ୍ କାର୍ଡ ବିଲ୍, EMI, ଏବଂ ୟୁଟିଲିଟି ବିଲ୍ ପୈଠ କରିବା ନିହାତି ଆବଶ୍ୟକ ଅଟେ । ଅନ୍ୟପଟେ ଅଟୋପେ’ ମଧ୍ୟ ସିବିଲ ସ୍କୋରକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।

(୨) ଏହା ସହ ଏକାଧିକ ଋଣ ପାଇଁ ଆବେଦନରୁ ଦୂରେଇ ରୁହନ୍ତୁ । ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ଋଣ ପାଇଁ ଆବେଦନ କରିବା ଆର୍ଥିକ ଚାପକୁ ସୂଚାଇପାରେ ଏବଂ ଆପଣଙ୍କ ସ୍କୋରକୁ କମ୍ କରିପାରେ ।

(୩) ବିଭିନ୍ନ ପ୍ରକାରର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ । ଯେପରିକି, କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ, କିମ୍ବା ଘର ଲୋନ୍ ଆଦି । ଏହାକୁ ଠିକ୍ ସମୟରେ ପରିଶୋଧ ମଧ୍ୟ କରନ୍ତୁ । ଫଳରେ ଆପଣଙ୍କର ସିବିଲ୍ ସ୍କୋର ଭଲ ରହିବ ।

(୪) ଏକ ଗ୍ୟାରେଣ୍ଟର୍ ଭାବରେ ସତର୍କ ରୁହନ୍ତୁ । କାହାର ଋଣ ଗ୍ୟାରେଣ୍ଟି ଦେବା ପରେ ଯଦି ଗ୍ରହିତା ଡିଫଲ୍ଟର ହୁଏ ତେବେ ଆପଣଙ୍କ ସ୍କୋରକୁ ମଧ୍ୟ କ୍ଷତି ପହଞ୍ଚିପାରେ । ଯଦି ଆପଣ ଋଣଗ୍ରହୀତାଙ୍କ ପରିଶୋଧ କ୍ଷମତା ଉପରେ ବିଶ୍ୱାସ ରଖନ୍ତି ତେବେ ଗ୍ୟାରେଣ୍ଟର୍ ହେବାକୁ ରାଜି ହୁଅନ୍ତୁ ।

(୫) ଆପଣଙ୍କର କ୍ରେଡିଟ୍ ସୀମା ବୃଦ୍ଧି କରନ୍ତୁ । କ୍ରେଡିଟ୍ କାର୍ଡର ସୀମା ସବୁବେଳେ ଅଧିକ ରଖନ୍ତୁ । ସେହି ହିସାବରେ ଆପଣ ନିଜ ଖର୍ଚ୍ଚ ମଧ୍ୟ ମ୍ୟାନେଜ୍ କରିପାରିବେ । ଯଦି ସୀମା ଭିତରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବେ ତେବେ ସିଭିଲ୍ ସ୍କୋର୍ ମଧ୍ୟ ଭଲ ରହିବ । ଏହି ଅଭ୍ୟାସଗୁଡିକ ସହ, ଧୀରେ ଧୀରେ CIBIL ସ୍କୋରକୁ ଭଲ କରିପାରିବେ ।

ବିଦ୍ରୋହିଙ୍କ କବଜାରେ ସିରିଆ । ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଲ ଆଶ୍ରୟବିଦ୍ରୋହିଙ୍କ କବଜାରେ ସିରିଆ। ଇ...
09/12/2024

ବିଦ୍ରୋହିଙ୍କ କବଜାରେ ସିରିଆ । ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଲ ଆଶ୍ରୟ

ବିଦ୍ରୋହିଙ୍କ କବଜାରେ ସିରିଆ। ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଲ ଆଶ୍ରୟ। ରାଷ୍ଟ୍ରପତି ପଳାଇବା ପରେ ତାଙ୍କ ବାସବଭନ ଲୁଟି ଉତ୍ସବ ମନାଇଲେ ବିଦ୍ରୋହୀ। ଶେଷର ୧୧ ଦିନର ବିଦ୍ରୋହର ଅନ୍ତ ଘଟିଛି। ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି।

Address

Betnoti
Betnoti
757025

Alerts

Be the first to know and let us send you an email when Gyaan Lipi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gyaan Lipi:

Videos

Share