SatyaBazar only news

SatyaBazar only news Satyabazar is a News paper Regd by R.N.I.,New Delhi. It is online information to people's.

ଆଜିର ଟେଷ୍ଟ କ୍ରିକେଟ:
25/02/2024

ଆଜିର ଟେଷ୍ଟ କ୍ରିକେଟ:

ହକି: ଭାରତ ୬ଷ୍ଟ ସ୍ଥାନରେ।
25/02/2024

ହକି: ଭାରତ ୬ଷ୍ଟ ସ୍ଥାନରେ।

25/02/2024

ଖେଳ: ଆସାମ ର ଗୁୱାଘାଟି ଚାଲିଥିବା ୪ର୍ଥ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ର ମହିଳା ହକି ରେ ଚାମ୍ପିଅନ ହୋଇଛନ୍ତି। ଫାଇନାଲ ଖେଳ ରେ ଗ୍ବାଲିଅର୍ ର ଆଇ ବିଶ୍ବବିଦ୍ୟାଳୟକୁ ୫-୩ ଗୋଲ୍ ରେ ପରାସ୍ତ କରିଥିଲା।

ଭେଟ୍ ଦ୍ୱାରିକକୁ ବ୍ରିଜ, ଉଦଘାଟନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ।
25/02/2024

ଭେଟ୍ ଦ୍ୱାରିକକୁ ବ୍ରିଜ, ଉଦଘାଟନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ର ଆଲୋଚନାଚକ୍ରକୁଚିଣ୍ଡା: ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ର ଦଶମ ଉପଖଣ୍ଡ ସ୍ତରୀୟ ...
25/02/2024

ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ର ଆଲୋଚନାଚକ୍ର
କୁଚିଣ୍ଡା: ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ର ଦଶମ ଉପଖଣ୍ଡ ସ୍ତରୀୟ ବୈଠକ ପୂର୍ବତନ ବ୍ଳକ ଅଧ୍ୟକ୍ଷ କରୁଣାକର କିସାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରରେ ସମ୍ବଲପୁରର ସଂସ୍କାରକ ପ୍ରଶାନ୍ତ ବୁଦ୍ଧ ମୁଖ୍ୟଅତିଥି ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଉ ଆଗାମୀ ନିର୍ବାଚନରେ ସଂସ୍କାରକ ଓ ସମାଜସେବୀ ଙ୍କ ଭୂମିକା ଶୀର୍ଷକ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ କୁ ଛାତ୍ର ନେତା ଅସୀମ ପଟେଲ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଅନିତା ସିଂ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିବା ବେଳେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଟଙ୍କଧର ପାତ୍ର ବିଷୟ ପ୍ରବେଶ କରିଥିଲେ।ଆଲୋଚନାରେ ସମ୍ବଲପୁର ରୁ ବାମ ସେଫ ନେତା ପବନ ଲୁହା, ବାମରା ବ୍ଳକ ରୁ ଶିକ୍ଷକ ନେତା ସୁରୁ ମଣି ସୁନାନୀ, ବାମରା ବ୍ଲକରୁ ଭୋଳାନାଥ ମହାନନ୍ଦ, କୁଚିଣ୍ଡା ବ୍ଳକ ର ଆଦିବାସୀ କଲ୍ୟାଣ ପରିଷଦ ର ମନବୋଧ ପଧାନ, କିସାନ ସମାଜ ଗୁଡ଼ି ସଭାପତି ଭରତ ଚନ୍ଦ୍ର କିସାନ, ଦୁର୍ଯୋଧନ ମୁଣ୍ଡା, ଲଳିନ୍ଦ୍ର ଅଡା, ପାଣ ସମାଜ ସଭାପତି ଶ୍ରଦ୍ଧାକର ଜୟପୁରିଆ ପ୍ରମୁଖ ତାଙ୍କ ଭାଷଣରେ ସମ୍ବିଧାନ ସୁରକ୍ଷା ପାଇଁ କାର୍ଯ୍ୟକରିବାର ପ୍ରତିଶୃତି ଦେବାକୁ ବିଭିନ୍ନ ଦଳର ନେତାଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ଶ୍ରୀମତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ସୋହେଲା:ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ସୋହେଲା ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଆଜି  ଅନୁଷ୍ଟି...
25/02/2024

ସୋହେଲା:ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ସୋହେଲା ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଟିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ବିଧାୟିକା ବର୍ଷା ସିଂ ବରିହା ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖ ଯୋଗ୍ୟ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ବିଭିନ୍ନ ବ୍ଲକ ରୁ ଆସିଥିବା ଅନେକ ସଂଖ୍ୟକ ଛାତ୍ରଛାତ୍ରୀ ମାନେ ପୁରସ୍କାର ପ୍ରଦାନ ଉତ୍ସବରେ ସାମିଲ ହୋଇଥିଲେ।

बरगढ़:बरगड़ एसपी प्रह्लाद मीना आज प्रेस को जानकारी देते हुए..।विध्वंसक गतिविधियों को अंजाम देने के लिए सीपीआई माओवादी के...
25/02/2024

बरगढ़:बरगड़ एसपी प्रह्लाद मीना आज प्रेस को जानकारी देते हुए..।
विध्वंसक गतिविधियों को अंजाम देने के लिए सीपीआई माओवादी के सशस्त्र कैडरों के जमावड़े के बारे में विश्वसनीय खुफिया जानकारी के आधार पर, ओडिशा पुलिस टीमों द्वारा 20.02.2024 को बरगढ़ और बोलांगीर जिले के सीमावर्ती इलाकों में एसओजी की टीमों सहित एक खोज और विनाश अभियान शुरू किया गया था। 23.02.24 को सुबह के समय, जब ऑपरेशनल पार्टियाँ खांडीझरन गाँव के पास जंगल क्षेत्र की तलाशी ले रही थीं, तो माओवादियों की ओर से उन पर अचानक अकारण गोलीबारी होने लगी। अपनी जान बचाने के लिए माओवादियों को चेतावनी और अपील के बाद ऑपरेशनल पार्टियों ने भी जवाबी कार्रवाई की और नियंत्रित गोलीबारी शुरू कर दी।हालांकि माओवादी जंगल और पहाड़ी इलाके का फायदा उठाकर उस इलाके से भागने में सफल रहे। इसके बाद गोलीबारी के बाद इस इलाके की गहन तलाशी ली गई और इस तलाशी के दौरान बड़ी मात्रा में माओवादियों का सामान बरामद हुआ। इसके बाद इन क्षेत्रों में अनुवर्ती कार्रवाई चल रही है।

କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ଵାରା ବରଗଡ ଜିଲ୍ଲାରେ ଆରମ୍ଭ ହେଲା  "କ୍ୟାନ୍ସର ସହଯୋଗ କେନ୍ଦ୍ର" | ବରଗଡ଼:ସାରା ଓଡିଶାରେ ପ୍ରଥମ ଥର ପାଇଁ ବରଗ...
25/02/2024

କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ଵାରା ବରଗଡ ଜିଲ୍ଲାରେ ଆରମ୍ଭ ହେଲା "କ୍ୟାନ୍ସର ସହଯୋଗ କେନ୍ଦ୍ର" |
ବରଗଡ଼:ସାରା ଓଡିଶାରେ ପ୍ରଥମ ଥର ପାଇଁ ବରଗଡ ଜିଲ୍ଲାର କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ଵାରା ବରଗଡରେ ଆରମ୍ଭ ହୋଇଯାଇଛି "କ୍ୟାନ୍ସର ସହଯୋଗ କେନ୍ଦ୍ର" | ବରଗଡ ଲେଙ୍ଗୁମିଶ୍ର ମିନି ଷ୍ଟେଡିଅମ ପଛପଟେ ଥିବା ବେଙ୍କର୍ସ କଲୋନୀ ଠାରେ ବିଧି ଅନୁଯାୟୀ ପୂଜାପାଠ ସହିତ ଆଜି ଏହି "କ୍ୟାନ୍ସର ସହଯୋଗ କେନ୍ଦ୍ର" ର ଶୁଭ ଉଦ୍ଘାଟନ ହୋଇଯାଇଛି |
କେନସର ଅର୍ଥାତ୍ ନିଶ୍ଚିତ ମ୍ରୁତ୍ୟୁ ର ଭ୍ରମିତ ଚିନ୍ତା କୁ ଭୁଲ ପ୍ରମାଣିତ କରିଥିବା। କେନ୍ସର ରୋଗୀଙ୍କୁ ଚିକିତ୍ସାର ରାସ୍ତା ଦେଖାଇବା ସହିତ ରୋଗୀ ଓ ପୀଡିତ ପରିବାରକୁ ମାନସିକ ସହଯୋଗ ଏବଂ ଆବଶ୍ୟକ ସ୍ଥଳେ ଆର୍ଥିକ ଅସ୍ବଚ୍ଛଳ ଙ୍କୁ ନିଜର ସାମର୍ଥ୍ଯ ଅନୁସାରେ ଆର୍ଥିକ ସହଯୋଗ ମଧ୍ୟ ପ୍ରଦାନ କରି ପୁଣି ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବାକୁ ଏକ ନିଆରା ଚେଷ୍ଟା ଆରମ୍ଭ କରିଛନ୍ତି ବରଗଡ ଫାଇଟର୍ସ ଗୃପ ଓ ଉମ୍ମିଦେଁ ର ସଦସ୍ୟ ମାନେ | ପୂର୍ବରୁ ଅନେକ କ୍ୟାନ୍ସର ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟର ହାତ ବଢାଇବା ସହିତ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ପ୍ରଥମେ ଦାବି ଉପସ୍ଥାପନ କରି ସଫଳତା ହାସଲ କରିପାରିଥିବା ସେହି ଫାଇଟର୍ସ ଗୃଫ ଆଜି "କ୍ୟାନ୍ସର ସହଯୋଗ କେନ୍ଦ୍ର" ଆରମ୍ଭ କରି ସମାଜ ପ୍ରତି ବିରାଟ ଗୁରୁ ଦାୟିତ୍ଵର ବୋଝ ବହନ କରିଛି |
କର୍କଟ ରୋଗର ନିଦାନ, ପ୍ରତିକାର ଓ ଶୀଘ୍ର ରୋଗର କାରଣ ସମ୍ପର୍କରେ ଅବଗତ ତଥା ଏ ରୋଗ ବିଷୟରେ ସଚେତନତା ସୃଷ୍ଟି ଦିଗରେ ତ୍ୱରିତ ପଦକ୍ଷେପ ନେଇ ପିଡୀତ ରୋଗୀ ମାନଙ୍କୁ ଉପଯୁକ୍ତ କେନ୍ଦ୍ର ମାନଙ୍କରେ ସଠିକ ଚିକିତ୍ସା ପ୍ରଦାନ ଦିଗରେ ସହାୟତା କରିବା ପାଇଁ ବରଗଡ଼ର "କ୍ୟାନ୍ସର ଫାଇଟର୍ସ ଗ୍ରୁପ୍" ସର୍ବଦା ତତ୍ପର ରହିଥିବାବେଳେ , ସମାଜରେ ରହିଥିବା ଅନ୍ୟ କ୍ୟାନ୍ସର ରୋଗୀଙ୍କ ମନୋବଳ ଦୃଢ କରିବା ସହିତ ଉତ୍ତମ ଚିକିତ୍ସା କ୍ଷେତ୍ରରେ ସହାୟ ହେବା ତଥା ପୀଡିତ ପରିବାରର କ୍ୟାନ୍ସର ଯତ୍ନ ଯାତ୍ରାକୁ ସରଳ ଓ ସୁଗମ କରିବା ଲକ୍ଷ୍ୟନେଇ ବରଗଡର "ଫାଇଟର୍ସ ଗୃଫ" ଓ ଭୁବନେଶ୍ୱର ର "ଉମିଦେ" ର ମିଳିତ ଉଦ୍ୟମରେ ବରଗଡରେ "କ୍ୟାନ୍ସର ସହଯୋଗ କେନ୍ଦ୍ର" ଆରମ୍ଭ କରାଯାଇଛି । କ୍ୟାନ୍ସର ରୋଗକୁ ଭୟ ନ କରି ଦୃଢ ମନୋବଳ ନେଇ ଧୈର୍ଯ୍ୟର ସହିତ ଚିକିତ୍ସା କଲେ ଏହା ନିଶ୍ଚୟ ଆରୋଗ୍ୟ ସାଧ୍ୟ ବୋଲି ବାର୍ତ୍ତା ଦେଇଆସୁଥିବା "ଫାଇଟର୍ସ ଗୃଫ " ସମାଜସେବା କ୍ଷେତ୍ରରେ ଆହୁରି ଏକ ମାଇଲଖୁଣ୍ଟ ଅତିକ୍ରମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି | ଦୀର୍ଘ ବର୍ଷ ଧରି କେନସର ସହିତ ଲଢେଇ କରି ବିଜୟୀ ହୋଇଥିବା କେନସର ସରଭାଇବର୍ସ ମାନେ ଯେଉଁ ସବୁ ସମସ୍ୟା ର ସାମନା କରିଛନ୍ତି, ସେସବୁ ର ଅଭିଜ୍ଞତା ଓ ଅନୁଭୂତି କୁ ଆଖି ଆଗରେ ରଖି ଜଣେ ପିଡୀତ କୁ ମାର୍ଗଦର୍ଶନ ଦେବେ, ଏହା ଦ୍ୱାରା ଜଣେ ପିଡୀତ ଠିକ୍ ସମୟରେ ଠିକ୍ ସ୍ଥାନ ରେ ସଠିକ୍ ଚିକିତ୍ସା ପାଇ ପାରିବ।

ଭୁବନେଶ୍ୱର:ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦ ଆଜି ଭୁବନେଶ୍ବର ଯାଇ ବିଜେପି ଦଳରେ ସାମିଲ ହୋଇ ହାତରେ ପଦ୍ମ ଧରିଥିଲେ। ...
25/02/2024

ଭୁବନେଶ୍ୱର:ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦ ଆଜି ଭୁବନେଶ୍ବର ଯାଇ ବିଜେପି ଦଳରେ ସାମିଲ ହୋଇ ହାତରେ ପଦ୍ମ ଧରିଥିଲେ। ରବିବାର ନିହାର ବରଗଡ଼ ଜିଲ୍ଲା କର୍ମକର୍ତ୍ତା ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ଡ଼ି ମୁରଲୀ କ୍ରିଷ୍ଣା, ଡ଼. ଅରୂପାନନ୍ଦ ସାହୁ ପ୍ରମୁଖଙ୍କ ସହ ଭୁବନେଶ୍ବର କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ନେତୃବୃନ୍ଦଙ୍କ ଗହଣରେ ଯୋଗ ଦେଉଛନ୍ତି I ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ମିଡିଆ ସେଲ ର ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର, ଉପାସନା ମହାପାତ୍ର ପ୍ରମୁଖ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନିହାର ମହାନନ୍ଦ ବିଜେପିରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ତେବେ ନିହାର କଂଗ୍ରେସ ଛାଡ଼ିବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ସମର୍ଥକ ଯାହା କହିବେ, ସେ ସେହିପରି ନିଷ୍ପତ୍ତ ନେବେ । କିନ୍ତୁ ନିହାରଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ବିଜେପିରେ ଯୋଗଦେବେ। ଏସ୍‌ପି କାର୍ଯ୍ୟାଳୟ ଆଗରେ ବିଜେପି ନେତାଙ୍କ ସହ ଧାରଣାରେ ବସିବା, ଅତାବିରା ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଆଦି ଅନେକ ଘଟଣା ନେଇ ଅନୁମାନ କରାଯାଇଥିଲା। ଯାହା ଆଜି ସତ ହୋଇଛି।

ତୁମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳର ଦବ ଦବା ଜାରୀ :  ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ୫୦୦ ରୁ ଉର୍ଦ୍ଧ କର୍ମୀ..ବାଲିଗୁଡା,(...
25/02/2024

ତୁମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳର ଦବ ଦବା ଜାରୀ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ୫୦୦ ରୁ ଉର୍ଦ୍ଧ କର୍ମୀ..
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପୂର୍ବରୁ ତୁମୁଡିବନ୍ଧ ବ୍ଲକ ରେ ଶକ୍ତିଶାଳୀ ଓ ସୁଦୃଢ ହେଉଛି ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତନିଧି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ଦିନକୁ ବିଜେପି ଓ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଉଛନ୍ତି ହଜାର ହଜାର କର୍ମୀ l ରବିବାର ଦିନ ତୁମୁଡିବନ୍ଧରେ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ବିଜେଡି ରେ ସାମିଲ ହୋଇଛନ୍ତି ୫୦୦ ରୁ ଉର୍ଦ୍ଧ କର୍ମୀ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାଜୀବ ପାତ୍ର, ବାଲିଗୁଡା ନଗର ବିଧାୟକ ପ୍ରତନିଧି ଅବନୀ କାନ୍ତ ନାୟକ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ବ୍ଲକ ସଭାନେତ୍ରୀ ରେଣୁବାଳା ମହାନ୍ତି, କନ୍ଧମାଳ ଜିଲ୍ଲା ମହିଳା ଜନତା ଦଳ ସମ୍ପାଦିକା ନଳିନୀ ପ୍ରଧାନ, ଯୁବ ସଭାପତି ରାମଚନ୍ଦ୍ର ଚାନ୍ଦ, ଛାତ୍ର ସଭାପତି ସୁଜିତ କୁମାର ସାହୁ, କନ୍ଧମାଳ ଜିଲ୍ଲା ଛାତ୍ର ଜନତା ଦଳ ଉପସଭାପତି ବାବୁଛେନ ମଣ୍ଡଳ, କନ୍ଧମାଳ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ସାମୁଏଲ ନାୟକ, ବ୍ଲକ ଉପସଭାପତି ଅମୀୟ ପରାସେଟ ଓ ତୁମୁଡିବନ୍ଧ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ସଭାପତି ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତରେ ତୁମୁଡିବନ୍ଧ ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କର୍ମକର୍ତା କଂଗ୍ରେସ ଓ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି l ବାଲିଗୁଡା ପ୍ରଭାରୀ ଅଜୟ ମହାରଣା ଓ ବାଲିଗୁଡା ସଂଯୋଜକ ଟୁନା ଦାସ ଦଳୀୟ ଉତ୍ତରୀୟ ପରିଧାନ କରି ନୂତନ ଭାବେ ଦଳରେ ସାମିଲ ହେଇଥିବା କର୍ମୀଙ୍କୁ ସ୍ୱାଗତ କରିଥିଲେ l ଆଜିର ଏହି ଜନସମୁଦ୍ର ସମାବେଶ ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ଏକ ଝଟକା କହିଲେ ଅତ୍ୟୁକ୍ତି ହେବନି ଏବଂ ତୁମୁଡିବନ୍ଧ ବ୍ଲକ ରେ ବିରୋଧୀ ଶୂନ୍ୟ ହେବା ସମୟ ଆସିଗଲାଣି ବୋଲି ବିଜେଡିର ବରିଷ୍ଠ ନେତା ମାନେ ପ୍ରକାଶ କରିଛନ୍ତି l

प्रधानमंत्री  #नरेंद्र मोदी ने  #द्वारकाधीश मंदिर में पूजा-अर्चना की और  #द्वारका में शंकराचार्य मठ शारदापीठ में द्वारका...
25/02/2024

प्रधानमंत्री #नरेंद्र मोदी ने #द्वारकाधीश मंदिर में पूजा-अर्चना की और #द्वारका में शंकराचार्य मठ शारदापीठ में द्वारका शंकराचार्य स्वामी सदानंद सरस्वती जी महाराज से आशीर्वाद लिया।

प्रधान मंत्री  #नरेंद्रमोदी  #गुजरात में गहरे समुद्र में पानी के नीचे गए, और उस स्थान पर प्रार्थना की, जहां माना जाता है...
25/02/2024

प्रधान मंत्री #नरेंद्रमोदी #गुजरात में गहरे समुद्र में पानी के नीचे गए, और उस स्थान पर प्रार्थना की, जहां माना जाता है कि प्राचीन शहर #द्वारका #भगवानकृष्ण के निधन के बाद #अरब सागर में डूब गया था।

ବରଗଡ଼: ବରଗଡ଼ ଗାନ୍ଧୀ ଭବନ ଠାରେ ଆଜି ବରଗଡ଼ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ କାବ୍ୟଗ୍ରନ୍ଥ 'ଶାନ୍ତା କୁମାରୀ ' ଅତିଥିମାନେ ଉନ୍ମୋଚନ...
25/02/2024

ବରଗଡ଼: ବରଗଡ଼ ଗାନ୍ଧୀ ଭବନ ଠାରେ ଆଜି ବରଗଡ଼ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ କାବ୍ୟଗ୍ରନ୍ଥ 'ଶାନ୍ତା କୁମାରୀ ' ଅତିଥିମାନେ ଉନ୍ମୋଚନ କରିଥିଲେ। କେଶ ରଂଜନ ପ୍ରଧାନ,ଧାନ ପତି ମହାପାତ୍ର,ମନୋରଞ୍ଜନ ସାହୁ, ଡ ରଘୁନାଥ ମେହେର, ଡ ସଂଘମିତ୍ରା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ। କବି ଶରତ ଚଂଦ୍ର ପାଢ଼ୀ ମଧ୍ୟ ମଞ୍ଚା ସିନ ଥିଲେ।

ଡ଼ାକ ଟିକଟ ଉନ୍ମୋଚିତ।
25/02/2024

ଡ଼ାକ ଟିକଟ ଉନ୍ମୋଚିତ।

ଅଯୋଧ୍ୟା ଶ୍ରୀ ରାମ୍ ଲାଲା ଙ୍କ ମନ୍ଦିର ରେ ୫୬ଭୋଗ ଅର୍ପଣ।
25/02/2024

ଅଯୋଧ୍ୟା ଶ୍ରୀ ରାମ୍ ଲାଲା ଙ୍କ ମନ୍ଦିର ରେ ୫୬ଭୋଗ ଅର୍ପଣ।

ବରପାଲି ରେ ଚାୟପେ ଚର୍ଚ୍ଚା କାର୍ଯ୍ୟକ୍ରମ          ବରପାଲି :ବରପାଲି ସ୍ଥାନୀୟ ଡାକବଙ୍ଗଳା ଛକ ମନୋଜ ଚା ଦୋକାନ ଠାରେ ସକାଳ ୭ଟା ରେ ଚାୟେ ପେ ...
24/02/2024

ବରପାଲି ରେ ଚାୟପେ ଚର୍ଚ୍ଚା କାର୍ଯ୍ୟକ୍ରମ
ବରପାଲି :ବରପାଲି ସ୍ଥାନୀୟ ଡାକବଙ୍ଗଳା ଛକ ମନୋଜ ଚା ଦୋକାନ ଠାରେ ସକାଳ ୭ଟା ରେ ଚାୟେ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ା. ରାମକୃଷ୍ଣ ପୁରୋହିତ, ସମ୍ମାନିତ ଅତିଥି ଭାବରେ ବିଜେପି ସଙ୍ଗଠକ ସୁରେନ୍ଦ୍ର ପାତ୍ର ଯୋଗଦେଇଥିଲେ । ଚାୟେ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତ କାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସୂଚନା ଯୋଗ୍ୟ ଯେ ଡ଼ା. ରାମକୃଷ୍ଣ ପୁରୋହିତ ବରଗଡ଼ ଲୋକସଭା ଆସନରେ ଆଶାୟୀ ପ୍ରାର୍ଥୀ ରହିଥିବା ଏବଂ ଜନସାଧାରଣ ତାଙ୍କ ପ୍ରତି ସମର୍ଥନ ରହିଥିବା ଆଲୋଚନା ମଧ୍ୟ ହୋଇଥିଲା । ଡାକ୍ତର ପୁରୋହିତ ଏଥି ସହ ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରପାଲି ର ବହୁ ଜନସାଧାରଣ, ସାମ୍ବାଦିକ, ତଥା ବିଜେପିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ଦେବଗଡ଼: ଦେବଗଡ଼ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆଜି ବିଜୁ ପଟ୍ଟନାୟକ ହଲ ଠାରେ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥଲା। ମୂଖ୍ୟ ଅତିଥି ଭାବ...
24/02/2024

ଦେବଗଡ଼: ଦେବଗଡ଼ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆଜି ବିଜୁ ପଟ୍ଟନାୟକ ହଲ ଠାରେ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥଲା। ମୂଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ସୁବାସ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପ୍ରଧାନ,ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ପ୍ରଫେସର ସଦାଶିବ ପ୍ରଧାନ, ଶ୍ରୀମତୀ ପୁଷ୍ପାଞ୍ଜଳି ପାତ୍ର,ମଧୁସୂଦନ ପ୍ରଧାନ, ବୃନ୍ଦା ବତୀ ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତକେନ୍ଦୁଝର: ଶନିବାର ଦିନ କେନ୍ଦୁଝର ଜିଲ୍ଲା ବିଜେପି...
24/02/2024

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ
କେନ୍ଦୁଝର: ଶନିବାର ଦିନ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ନେତୃତ୍ୱ ରେ ଜିଲ୍ଲା କାର୍ଯ୍ୟାଳୟରେ ଲାଭର୍ଥୀସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କେନ୍ଦୁଝର ସଂସଦୀୟ କ୍ଷେତ୍ର ର ସମସ୍ତ ସାଙ୍ଗଠନିକ ମଣ୍ଡଳ ସଭାପତି ତଥା ମଣ୍ଡଳ ରେ ନିଯୁକ୍ତ ଲାଭାର୍ଥୀ ସଂଯୋଜକ ଓ ସହ ସଂଯୋଜକ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଲାଭାର୍ଥୀସମ୍ପର୍କ ଅଭିଯାନ ର ବିଷୟବସ୍ତୁ ସମ୍ବନ୍ଧରେ ପ୍ରଶିକ୍ଷଣ ପାଇଥିଲେ। ଉକ୍ତ କର୍ମଶାଳା ରେ କେନ୍ଦୁଝର ଲୋକସଭା ପ୍ରଭାରୀ ସଂଜୀବ ମହାନ୍ତି ଯୋଗଦେଇ ଆଗାମୀ ନିର୍ବାଚନ ରେ ଦଳ ଏକାକି କିପରି ଲୋକସଭା ନିର୍ବାଚନ ରେ ୩୭୦ସିଟ ଜିତିବା ସହ ଓଡିଶା ରେ ସରକାର ଗଢ଼ିବା ଲକ୍ଷ ହାସଲ କରିପାରିବ ସେଥିପାଇଁ ଦିନ ରାତି ପରିଶ୍ରମ କରିବା ସହିତ ଜନସମ୍ପର୍କ ସ୍ଥାପନ କରିବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ,ପୂର୍ବତନ ସାଂସଦ ଅନନ୍ତ ନାୟକ,ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ,ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ,ମୟୁରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,କେନ୍ଦୁଝର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଅଶ୍ୱିନୀ ପଟ୍ଟନାୟକ ଏବଂ ରାଧାକାନ୍ତ ମହାନ୍ତ,ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର,କେନ୍ଦୁଝର ନଗରପାଳ ନିକୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠି, ଜିଲ୍ଲାର ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଅନୁବ୍ରତ ବେହେରା ଓ ଜ୍ଞାନରଞ୍ଜନ ସାମାନ୍ତସିଂହାର ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ଲାଭାର୍ଥୀ ସଂଯୋଜକ ଓ ସହ ସଂଯୋଜକ ମାନେ କିପରି ଘର ଘର ଯାଇ ଲାଭାର୍ଥୀ ମାନଙ୍କୁ ବୁଝାଇବା ସହିତ ସଚେତନ କରାଇବେ ସେନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନ ୨୦୨୪ ପାଇଁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ର ମଧ୍ୟ ଉଦଘାଟନ କରିଥିଲେ ଉପସ୍ଥିତ ଜିଲ୍ଲାର ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତା।ଲାଭାର୍ଥୀ ସମ୍ପର୍କ ଅଭିଯାନ ର ଜିଲ୍ଲା ସଂଯୋଜକ ଅଗନୁ ଚରଣ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ସାହ-ସଂଯୋଜକ ପ୍ରକାଶ ସୂତ୍ରଧର ଓ ଚପଳା ମହାକୁଡ଼ ସହଯୋଗ କରିଥିଲେ।

ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲାଭୁବନେଶ୍ବର: ବରଗଡ଼ ଜିଲ୍ଲାର ପାଇକମାଳ ଓ ଭେଡେନ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ର...
24/02/2024

ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା
ଭୁବନେଶ୍ବର: ବରଗଡ଼ ଜିଲ୍ଲାର ପାଇକମାଳ ଓ ଭେଡେନ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି।
5T ଅଧ୍ୟକ୍ଷଙ୍କ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା – ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ,ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।
ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଦେବଗଡ଼ ପୌର ପରିଷଦ ୱାର୍ଡ଼ ନମ୍ବର ୧୦ ରେ ଲଭର୍ଥି ସମାବେଶ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
24/02/2024

ଦେବଗଡ଼ ପୌର ପରିଷଦ ୱାର୍ଡ଼ ନମ୍ବର ୧୦ ରେ ଲଭର୍ଥି ସମାବେଶ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ଦେବେଶ ଆଚାର୍ଯ୍ୟ।
24/02/2024

ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ଦେବେଶ ଆଚାର୍ଯ୍ୟ।

"ବରଗଡରେ କ୍ରେତା ବିକ୍ରେତା ସମ୍ମିଳନୀ"ବରଗଡ଼:ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନ ଓରମାସ, ବରଗଡ଼ ପକ୍ଷରୁ କ୍ରେତା ବିକ୍ରେତା ସମ୍ମି...
23/02/2024

"ବରଗଡରେ କ୍ରେତା ବିକ୍ରେତା ସମ୍ମିଳନୀ"

ବରଗଡ଼:ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନ ଓରମାସ, ବରଗଡ଼ ପକ୍ଷରୁ କ୍ରେତା ବିକ୍ରେତା ସମ୍ମିଳନୀ ଏବଂ ବଜାରିକରଣ ସମ୍ପର୍କିତ ଦିନିକିଆ କର୍ମଶାଳା ବରଗଡ଼ ଟାଉନ ସ୍ଥିତ ହୋଟେଲ ଓରିଏଣ୍ଟାଲ ରେ ଅନୁଷ୍ଠିତ ହୋଇଯାଇଅଛି । ବରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅନିରୁଦ୍ଧ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସ୍ବୟଂ ସହାୟିକା ଉତ୍ପାଦିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଶଂସା କରିଥିଲେ ଓ ପ୍ରତ୍ୟେକ ସାମଗ୍ରୀର ଭଲ ପାକେଜିଙ୍ଗ ଓ ବ୍ରାଣ୍ଡିଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଶର୍ବାଣୀ ବ୍ରାଣ୍ଡ ଥ‌ିବା ଛେଳି କ୍ଷୀରରୁ ପ୍ରସ୍ତୁତ ଏବଂ ପ୍ରାକୃତିକ ହାତ ତିଆରି ସାବୁନ କୁ ଉନ୍ମୋଚନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଜିଲ୍ଲା ଅଧିକାରୀ ଶ୍ରୀ ଅନିଲ ଡାହନ୍ସା ଉପସ୍ଥିତ ରହି ମିଶନ ଶକ୍ତି ତରଫରୁ ଯୋଗେଇ ଦିଆଯାଉଥିବା ବିଭିନ୍ନ ତାଲିମ ସମ୍ପର୍କରେ ସୁଚନା ଦେଇଥିଲେ । ଏହା ସହିତ ଏହି କର୍ମଶ।ଳା ରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ୭ ଜଣ କ୍ରେତା ଯୋଗ ଦେଇଥିଲେ । ସେମାନେ ହେଲେ ପ୍ରିୟା ପ୍ରଣାମ ଭେଞ୍ଚର, ଭୁବନେଶ୍ବର, କୋଏଲ ଫ୍ରେଶ, ରାଉରକେଲା, ଶିବ ଶକ୍ତି ପ୍ରାଇଭେଟ ଲିମିଟେଡ଼, ସମ୍ବଲପୁର, ରିଲାଏନ୍ସ ରିଟେଲ, ବରଗଡ଼, ବିଶାଳ ମେଗାମର୍ଟ, ବରଗଡ଼, ସୁରୁଚି ବଜାର, ବରଗଡ଼, ଓଫେଡ, ବରଗଡ଼ ଏବଂ ତା ସହିତ ବରଗଡ଼ ଜିଲ୍ଲା ରୁ ଅନ୍ୟାନ୍ୟ କ୍ରେତା ମାନେ ଯୋଗ ଦେଇଥିଲେ । ତନ୍ମଧ୍ୟରୁ ଦୁଇଟି ଅନୁଷ୍ଠାନ ସହିତ ଓରମାସ ର ଚୁକ୍ତି ସ୍ବାକ୍ଷର କରାଯାଇଥିଲା ଯାହାକି ଭବିଷ୍ୟତ ରେ ଅଧିକରୁ ଅଧିକ ଗ୍ରାମାଞ୍ଚଳ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଦ୍ରବ୍ୟ କିପରି ବିକ୍ରି କରାଯାଇପାରିବ ଆଲୋଚନା ହୋଇଥିଲା । ବରଗଡ଼ ଜିଲ୍ଲା ରୁ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ବାରା ସାମଗ୍ରୀ ମଧ୍ୟରେ ମୁଖ୍ୟତ ମୁଗ ଡାଲି, କଲା ଚାଉଳ, ମାଣ୍ଡିଆ ଚୁନା, ଚାଉଳ ପ୍ରସ୍ତୁତ ଠେଟିରି, ମୁଡୁକୁ ଏବଂ ମିଲେଟ ମିକ୍ସଚର, ମିଲେଟ ମୁଡୁକୁ ଓ ବିଭିନ୍ନ ପ୍ରକାର ଆଚାର, ବଡି, ପାପଡ ଓ ହସ୍ତତନୁ ପ୍ରସ୍ତୁତ ସାମଗ୍ରୀ ଯାହାକି ବର୍ଷ ତମାମ ପ୍ରସ୍ତୁତ କରାଯାଇପାରିବ ତାହାର ବଜାରିକରଣ ହେବ। ସଙ୍ଗେ ସଙ୍ଗେ ମହିଳା ମାନଙ୍କର ଆୟ ର ଅଭିବୃଦ୍ଧି ପାଇଁ ଚେଷ୍ଟା କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାରମ୍ଭରୁ ଓରମାସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବରଗଡ଼ ଶ୍ରୀ ପ୍ରଶାନ୍ତ କୁମାର ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ କର୍ମଶାଳା ର ଉଦ୍ଦେଶ୍ୟ ର ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ହସ୍ତତନ୍ତ ଓ ଏଗ୍ରି ପ୍ରଡୁସର କମ୍ପାନୀ ର ଚେୟାରମାନ ଶ୍ରୀମତୀ ଜୟନ୍ତୀ ପ୍ରଧାନ ବରଗଡ଼ରେ ଉତ୍ପାଦିତ ଦ୍ରବ୍ୟ ଓ ଏହାର ମାନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

23/02/2024

ମାଓ ପୋଲିସ ଗୁଳି ବିନିମୟ। ବରଗଡ଼ ଏସ୍ ପି ଙ୍କ ସୂଚନା।

ଯୋରନ୍ଦା ଗାଦୀ ରେ ମାଘ ମେଳା। ଆସନ୍ତା କାଲି ମାଘ ପୂର୍ଣ୍ଣମୀ ତିଥିରେ ପୂର୍ଣ୍ଣାହୂତି। ହଜାର ହଜାର ଭକ୍ତଙ୍କ ଭିଡ଼।
23/02/2024

ଯୋରନ୍ଦା ଗାଦୀ ରେ ମାଘ ମେଳା। ଆସନ୍ତା କାଲି ମାଘ ପୂର୍ଣ୍ଣମୀ ତିଥିରେ ପୂର୍ଣ୍ଣାହୂତି। ହଜାର ହଜାର ଭକ୍ତଙ୍କ ଭିଡ଼।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ରକ୍ତ ଦାନ ଶିବିରଆମ୍ଭାଭନା: ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ...
23/02/2024

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ରକ୍ତ ଦାନ ଶିବିର
ଆମ୍ଭାଭନା: ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ୧୪ତମ ବିରାଟ ଧନୁଯାତ୍ରା ମହୋତ୍ସବ ଅବସର ରେ ଉତ୍ତମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେଲେହର, ଚଣ୍ଡୀ ପାଲି ଗ୍ରାମ ରେ ଏକ
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଅତିଥି ଭାବରେ ପ୍ରଭୂ ଶ୍ରୀ କୃଷ୍ଣ ଓ ବଳରାମ,ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ଭାଇ ଶ୍ରୀ ସୁବ୍ରତ ସିଂହ,ସରପଞ୍ଚ ହିରାଧର ସାହୁ ପ୍ରମୁଖ ଯୋଗ ଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ତିନି ଯୋଡା ଦମ୍ପତ୍ତି ଙ୍କୁ ମିଶାଇ ସର୍ବ ମୋଟ୍ #୪୧ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଦର୍ଶନ ପାଇଁ ଆସିଥିବା ଭକ୍ତ, ଶ୍ରଦ୍ଧାଳୁ, ଗ୍ରାମବାସୀ ଓ ମନ୍ଦିର ପ୍ରତିଷ୍ଠା କମିଟି ର ସମସ୍ତେ ରକ୍ତ ଦାନ କରିଥିଲେ।ଏହି ରକ୍ତ ଦାନ ଶିବିର କୁ ମନ୍ଦିର ପ୍ରତିଷ୍ଠା କମିଟି ର ସଦସ୍ୟ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ଆଶିଷ କର, ସଂକେତ ଆଠଘରା, ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ, ଦୟାନିଧି ଷଡ଼ଙ୍ଗୀ , ଅଶ୍ୱିନୀ ତ୍ରିପାଠୀ ପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ମନ୍ଦିର ପ୍ରତିଷ୍ଠା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବରଗଡ଼: ବିଜେଡ଼ି ଏବଂ ବିଜେପି ବିରୋଧରେ ବରଗଡ଼ କଂଗ୍ରେସ ର ଚାର୍ସିଟ ପ୍ରଦର୍ଶନ କଲେ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ସରକା...
23/02/2024

ବରଗଡ଼: ବିଜେଡ଼ି ଏବଂ ବିଜେପି ବିରୋଧରେ ବରଗଡ଼ କଂଗ୍ରେସ ର ଚାର୍ସିଟ ପ୍ରଦର୍ଶନ କଲେ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶୋଦଗାର କରିଥିଲେ। ଓଡ଼ିଶାରେ ଓଡିଆ ଲୋକଙ୍କୁ ଭେଦଭାବ କରାଯାଉଛି। ଓଡ଼ିଶା ଶାସନ ଅଣ ଓଡିଆ ହାତରେ ଚାଲିଛି। ବିଭିନ୍ନ ଯୋଜନା ରେ ହରିଲୁଟ ଚାଲିଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ହରଦିପ ସିଂ କହିଥିଲେ। ସେହିପରି ଘୋରେଇ କୁ ଅନୁଗ୍ରହ ଦେଖାଇବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା କରାଯାଇଛି। ଓଡ଼ିଶାରେ ମହିଳାମାନଙ୍କୁ ସମ୍ମାନ ନୁହେଁ ବିଜେଡ଼ି ସରକାର ବ୍ୟବହାର କରୁଛି ବୋଲି ଅଭିଯୋଗ କରିଥିଲେ। ଏହାର ବିରୋଧ ରେ ପ୍ରଦେଶ କଂଗ୍ରେସ ଡାକରା କ୍ରମେ ଆସନ୍ତା ୨୬ ତାରିଖ ରେ ଜିଲ୍ଲା କଂଗ୍ରେସ ର ହଜାର ହଜାର କର୍ମୀ ସଚିବାଳୟ ଘେରାଉ ରେ ସାମିଲ ହେବେ ବୋଲି କହିଥିଲେ। ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗଲ ସିଂ, ନିପନ୍ ଦାସ, ରବିନାରାୟଣ ପଣ୍ଡା, ବ୍ରହ୍ମା ମହାକୁଡ, ସରୋଜ ଷଡ଼ଙ୍ଗୀ, ପ୍ରମୁଖ ଉପସ୍ଥିତ ଥିଲେ।

ବରଗଡ଼:ପାଇକମାଳ ଗନ୍ଧମାର୍ଦ୍ଧନ ପର୍ବତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ,ମାଓବାଦୀଙ୍କ ଛାତ୍ର ଭଙ୍ଗ। ମାଓ ସାମଗ୍ରୀ ଜବତ।
23/02/2024

ବରଗଡ଼:ପାଇକମାଳ ଗନ୍ଧମାର୍ଦ୍ଧନ ପର୍ବତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ,ମାଓବାଦୀଙ୍କ ଛାତ୍ର ଭଙ୍ଗ। ମାଓ ସାମଗ୍ରୀ ଜବତ।

୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ସ୍ଥି...
23/02/2024

୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ସ୍ଥିତ ପ୍ରସିଦ୍ଧ ଜଳେଶ୍ଵର ଶୈବପୀଠ ଶଙ୍କରଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ମାଘ ଶୁକ୍ଳ ତ୍ରୋୟଦୋଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ । ପ୍ରଥମ ଦିନରେ ଅଙ୍କୁରାରୋପଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଶ୍ରମ ଅନ୍ତେବାସୀ ଓ ସ୍ଥାନୀୟ ମହିଳା ମାନେ ରାହୁଳ ନଦୀରୁ ନାମ ସଙ୍କୀର୍ତ୍ତନ ସହ କଳସ ରେ ପଣି ଆଣି ଯଜ୍ଞ ମଣ୍ଡପ କୁ ଆଣିଥିଲେ । ଏହା ପରେ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରି ନାମଯଜ୍ଞ ଆରମ୍ଭ ହୋଇଥିଲା । କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ମହିଳା ,ପୁରୁଷ ଓ କୁନି କୁନି ପିଲା ହାତରେ ମୃଦଙ୍ଗ ,ଖୋଳ ଓ ତାଳ ଧରି ନାଚି ନାଚି ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ , ଅର୍ଣ୍ଣ ଯଜ୍ଞ ,ଜ୍ଞାନ ଯଜ୍ଞ , ଘୃତ ଯଜ୍ଞ ଓ ସେବା ଯଜ୍ଞ ଚାଲୁ ରହିଛି । ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଏହି ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆୟୋଜିତ ହୋଇଥିବା ଆଶ୍ରମ ମୁଖ୍ୟ ଜୀବନା ମୁକ୍ତା ନନ୍ଦ ପୁରୀ ମହାରାଜ କହିଛନ୍ତି । ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ସଂସ୍ଥାପକ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରିରହିଛି ଓ ରହିବ ବୋଲି ସ୍ଵାମୀ ମୁକ୍ତା ନନ୍ଦ ପୁରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକଲ ଅଭିଯାନ ର ପ୍ରତିଷ୍ଠାତା ଓ ଅଭିଭାବକ ଶ୍ୟାମ ଜୀ ଗୁପ୍ତା ,ଏକଲ ବିଦ୍ୟାଳୟ ର ସମ୍ଭାଗ ଉପସଭାପତି ପ୍ରିୟ ରଞ୍ଜନ ଚୌଧୁରୀ,ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଜିଲ୍ଲା ବ୍ୟବସ୍ତା ପ୍ରମୁଖ କାଳନ୍ଦି ଚରଣ ପଣ୍ଡା , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ଜିଲ୍ଲା ପ୍ରଚାର ପ୍ରମୁଖ ଟି. ଶିବ ପାତ୍ର , ଆଶ୍ରମ ର ପ୍ରଧାନ ଆଚାର୍ଯ୍ୟ ସନ୍ଧ୍ଯାରାଣୀ ପାଣିଗ୍ରାହୀ ,ଶିବାଶିଷ ପଣ୍ଡା ,ପୂର୍ବତନ ବିଧାୟକ କରେନ୍ଦ୍ର ମାଝି , ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ବିଜେପି ନେତା ସୁକାନ୍ତ ପାଣିଗ୍ରାହୀ ସମେତ ରବୀନ୍ଦ୍ର ପାତ୍ର ,ପୂର୍ଣ୍ଣ ଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରଖିବା ପାଇ ଦୁଇ ଜଣ ଏସଆଇ ,ତିନି ଜଣ ଏଏସଆଇ ଓ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ଥାନା ଅଧିକାରୀ ଥାନା ଅ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି।

ବାଲିଗୁଡ଼ା ଏନ୍ଏସିରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):  ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗ...
23/02/2024

ବାଲିଗୁଡ଼ା ଏନ୍ଏସିରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି ଓଡ଼ିଶା ପକ୍ଷରୁ ଲାଗୁ ହେବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ଠାରେ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ତଥା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡା.ରୀନା ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ଉପସ୍ଥିତ ରହି ୨୨୫ ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ବାଲିଗୁଡ଼ା ଏନ୍ଏସିର ଅନେକ ହିତାଧିକାରୀ ପୁର୍ବରୁ ଉପକୃତ ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ଆଗକୁ ମଧ୍ୟ ଏଭଳି କାମ ଜାରି ରଖିବୁ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଟୁନା ଦାସ ।

ବିଜେଡ଼ିର ମିଶ୍ରଣ ପର୍ବ : ସାମିଲ୍ ହେଲେ ୧୦୦ ରୁ ଉର୍ଦ୍ଧ୍ଵ ମହିଳାବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର...
23/02/2024

ବିଜେଡ଼ିର ମିଶ୍ରଣ ପର୍ବ : ସାମିଲ୍ ହେଲେ ୧୦୦ ରୁ ଉର୍ଦ୍ଧ୍ଵ ମହିଳା
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ କୋଟଗଡ଼ ବ୍ଲକ୍ ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ନେତୃତ୍ବରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ଉପସ୍ଥିତିରେ ନିର୍ବାଚନ ମଣ୍ଡଳୀର କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ଵ ମହିଳା ବିଜେଡ଼ିରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଅଞ୍ଚଳର ମାଁ ମାନେ ଆଜି ସ୍ବାବଲମ୍ବୀ ହୋଇପାରିଛନ୍ତି । ପ୍ରତି ଗାଁ ରେ ରାସ୍ତା,ପାନୀୟ ଜଳର ବ୍ୟବସ୍ଥା ହୋଇପାରିଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ଆମକୁ ବିଭିନ୍ନ ସମୟରେ ସହଯୋଗର ହାତ ବଢ଼ାଇଛନ୍ତି । ଗାଁ ରେ ଥିବା ମା' ପାଟ୍ଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ଆମକୁ ଦୁଇଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଣୁ ଆମେ ଆଜି ସଂକଳ୍ପ ବଦ୍ଧ ଆମେ ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସାଥିରେ ଅଛୁ ଏବଂ ରହିବୁ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି । ଅଞ୍ଚଳବାସୀଙ୍କ ମନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଭଲପାଇବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଏଥିସହିତ ଆମେ ମଧ୍ୟ ଅଞ୍ଚଳବାସୀଙ୍କ ସାଥିରେ ଥିଲୁ ଅଛୁ ଏବଂ ଆଗକୁ ମଧ୍ୟ ଏଭଳି ରହିବୁ ବୋଲି ଟୁନା ଦାସ ଓ ମନୋଜ ସାବତ କହିଛନ୍ତି।

Address

Satyabazar, Jagannath Road, Tora
Bargarh
768030

Telephone

9437345650

Website

Alerts

Be the first to know and let us send you an email when SatyaBazar only news posts news and promotions. Your email address will not be used for any other purpose, and you can unsubscribe at any time.

Videos

Share