ନଜର - NAJAR

ନଜର - NAJAR News & Entertainment

23/01/2025

ଘେଁସ ବିଦ୍ୟୁତ ସେକ୍ସନାଲ ଅଫିସ ଠାରେ ଚାଷୀ ଙ୍କୁ ଟାଟା ପାୱାର କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ବୁଧବାର ଦିନ ଜିଲ୍ଲାର ଅଗ୍ରଣୀ କୃଷକ ସଙ୍ଗଠନ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଘେଁସ ଗୁରୁ ଭବନ ଠାରେ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବିଗତ ଦିନରେ ଘେଁସ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସ ରେ ଟାଟା ପାୱାର କର୍ମଚାରୀଙ୍କ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଓ ବିଦ୍ୟୁତ ସମସ୍ୟା ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ନେଇ କୃଷକ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି । ବୈଠକରେ ଚଳିତ ଜାନୁଆରୀ ମାସ ଗତ ୧୬ ତାରିଖ ଦିନ ଘେଁସ ସ୍ଥିତ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସ ଠାରେ ବି.ନୁଆଁପାଲି ଗ୍ରାମର ଚାଷୀ ସୁରେଶ ଭୋଇଙ୍କୁ ବିଜୁଳି ବିଲ୍ କୁ କେନ୍ଦ୍ର କରି ଟାଟା ପାୱାର ବିଦ୍ୟୁତ କର୍ମଚାରୀ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ଆଲୋଚନା ହୋଇ ବୈଠକ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ଚାଷୀଙ୍କୁ ଆକ୍ରମଣ କରିଥିବା ସଂପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଆଗାମୀ ପାଞ୍ଚଦିନ ମଧ୍ୟରେ ସେମାନଙ୍କୁ ଚାକିରୀରୁ ନିଲମ୍ବିତ କରାଯିବା କିମ୍ବା ଅନ୍ୟତ୍ର ବଦଳି କରାଯିବାକୁ ବୈଠକରେ ଯୋଗଦେଇଥିବା ମେଲଛାମୁଣ୍ଡା ଥାନାଧିକାରୀ ,ବରଗଡ଼ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଓ ସୋହେଲା ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ । ଯଦି ଆଗାମୀ ପାଞ୍ଚଦିନ ମଧ୍ଯରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଜିଲ୍ଲାର କୌଣସି ବିଦ୍ୟୁତ ଉପଭୋକ୍ତା କୌଣସି ପ୍ରକାର ବିଦ୍ୟୁତ ବିଲ୍ ଦେବେନାହିଁ ଓ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଏଥିପାଇଁ ବିଭାଗୀୟ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଅଫିସର ମାନଙ୍କୁ ଚରମବାଣୀ ଶୁଣାଇଥିଲେ କୃଷକ ସଙ୍ଗଠନ । ତେବେ ଚାଷୀଙ୍କୁ ଆକ୍ରମଣ ଘଟଣା ନେଇ ସୋହେଲା ତହସିଲଦାର ଶୁଭ୍ରରଞ୍ଜନ ନାୟକ ତୀବ୍ର ନିନ୍ଦା କରିବା ସହିତ ଘଟଣାର ତଦନ୍ତ ପୂର୍ବକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ କୃଷକ ସଙ୍ଗଠନ ଙ୍କୁ ପ୍ରତିଶୃତି ଦେଇଥିଲେ ।

22/01/2025

ସ୍ମାର୍ଟ ମିଟର ଖଟ ର ଢେକୁନ୍ ବାଗିର୍ ଆଏ । ଚଷୀର ଉପରେ ଜିଜିଆ କର ଲଗାଲା ଭଳି ନାଇଁ କର, ନହେଲେ ଯେନ୍ ଚାଷୀ ସରକାର ଗଢ଼ିଛନ୍ ସେ ଚାଷୀ ଫେର୍ ସରକାର ବଦଳେଇଦେବା ତାକତ୍ ରହିଛେ ।

22/01/2025

ଘେଁସ ଠାରେ ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଙ୍ଗଠନ ର ବୈଠକ ଅନୁଷ୍ଠିତ । ଯୋଗଦେଲେ ଜିଲ୍ଲାର ୧୨ ଗୋଟି ବ୍ଲକର ୧୭ କୃଷକ ସଙ୍ଗଠନ । ବୈଠକରେ କଣ ଆଲୋଚନା ହୋଇଥିଲା ଓ କଣ ନିଷ୍ଷତ୍ତି ହୋଇଥିଲା ଜଣାଇଲେ ବିଶିଷ୍ଟ କୃଷକ ନେତା ରମେଶ ମହାପାତ୍ର

20/01/2025

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀ ନିଖୋଜ ଘଟଣାରେ ଆସନ୍ତା କାଲି ମଙ୍ଗଳବାର (ତା:୨୧/୦୧/୨୦୨୫) ଦିନ ବରଗଡ଼ ବନ୍ଦ ଡାକରାକୁ କଂଗ୍ରେସ ଦଳ ପକ୍ଷରୁ ସମର୍ଥନ ଜଣାଇଲେ ବରିଷ୍ଠ କଂଗ୍ରେସ ନେତା ନିପନ ଦାସ ।

18/01/2025

ଦହିତା ଠାରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଡ୍ୟାନସିଙ୍ଗ୍ ମ୍ୟାନ୍ ଙ୍କ ଧମାଲ୍

17/01/2025

ଟାଟା ପାୱାର କର୍ମଚାରୀଙ୍କ ଚାଷୀଙ୍କୁ ଆକ୍ରମଣ ଘଟଣା ନେଇ ଦୃଢ଼ ନିନ୍ଦା କଲେ ସୋନପୁର ର ନବନିର୍ମାଣ କୃଷକ ସଙ୍ଗଠନ ର ବିଶିଷ୍ଟ ଚାଷୀନେତ୍ରୀ ସୋନାଲି ବିଶି । ସଂପୃକ୍ତ ଟାଟା ପାୱାର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ।

17/01/2025

ଟାଟା ପାୱାର ଘେଁସ ବିଦ୍ୟୁତ ଗ୍ରୀଡ୍ କର୍ମଚାରୀଙ୍କ ବିରୁଦ୍ଧରେ ଗର୍ଜିଲେ ଗାଈସିଲାଟ ବ୍ଲକ କୃଷକ ସଙ୍ଗଠନ ର ସଭାପତି ଅରବିନ୍ଦ ପଣ୍ଡା ଓ ଅମ୍ବାଭନା ବ୍ଲକ ବାରପାହାଡ଼ କୃଷକ ସଙ୍ଗଠନର ସଭାପତି ଈଶାନଚନ୍ଦ୍ର ଭୋଇ ।

17/01/2025

ଚାଷୀ ଙ୍କୁ ଟାଟା ପାୱାର କର୍ମଚାରୀଙ୍କ ଆକ୍ରମଣ ଘଟଣା ନେଇ ଚାଷୀନେତା ଙ୍କ ପ୍ରତିକ୍ରିୟା

17/01/2025

ଘେଁସ ଇଲେକ୍ଟ୍ରିକାଲ ସେକ୍ସନାଲ ଅଫିସ ରେ ବେହେରାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଗ୍ରାମର ଚାଷୀ ସୁରେଶ ଭୋଇ ଙ୍କୁ ଟାଟା ପାୱାର ବିଦ୍ୟୁତ କର୍ମଚାରୀଙ୍କ ରକ୍ତାକ୍ତ ଆକ୍ରମଣ କରିଥିବା ନେଇ ମେଲଛାମୁଣ୍ଡା ଥାନାରେ ହେଲା ଅଭିଯୋଗ ।

15/01/2025
07/01/2025

ଘେଁସ ଧାନମଣ୍ଡି ରେ ମିଲର୍ସ ମାନଙ୍କ ମନମାନି ରେ ଚାଷୀମାନଙ୍କ ଧାନ ଠିକ୍ ସମୟରେ ଉଠାଯାଉନଥିବା ଅଭିଯୋଗ ନେଇ ଧାନମଣ୍ଡି ପରିସରରେ ଧାରଣାରେ ବସିଲେ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ । କୃଷକ ସଙ୍ଗଠନର ଧାରଣା ପରେ ମଣ୍ଡିରୁ ଉଠିଲା ଧାନ । (ରିପୋର୍ଟ: ସଞ୍ଜିବ ଲୁହା)

01/01/2025

ମହିମା ଆଶ୍ରମ ପଲସାନୀ (ବୁକୁରାମୁଣ୍ଡାମହୁଲପାଲି) ରେ ସଂକଳ୍ପ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର , ୦୧/୦୧ : ନୂତନ ବର୍ଷ ୨୦୨୫ ର ପ୍ରଥମ ଦିନରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି)ରେ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ବରଗଡ଼ ଓ ମହିମା ଆଶ୍ରମ, ପଲସାନୀର ମିଳିତ ଭାବରେ ନୂତନ ବର୍ଷର ପ୍ରଥମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ କରି ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କ ସହିତ ନବବର୍ଷ ପାଳନ କରିଅଛନ୍ତି । ଡାକ୍ତରଖାନାରେ ରକ୍ତ ପାଇଁ ବିକଳ ହେଉଥିବା ରୋଗୀଙ୍କୁ ରକ୍ତ ଦେଇ ମରଣ ମୁଖରୁ ବଞ୍ଚାଇବାରେ ସାହାଯ୍ୟ କରିବାର ସଂକଳ୍ପ ନେଇ ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା ମହୁଲପାଲି)ରେ ଅନୁଷ୍ଠିତ ଆଜିର ଏହି ରକ୍ତଦାନ ଶିବିର କୁ ସାଧୁ ଗିରିଜା ଶଙ୍କର ଦାସ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବରେଣ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରହିତ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ଶିବିରରେ ମୋଟ ୧ ଶହ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାବେଳେ ଭୀମସାର ବୁର୍ଲା ସ୍ଥିତ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା l ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି.ରମେଶ, ଗତିକୃଷ୍ଣ ଭୋଇ, ନିରାକାର ପଧାନ ପ୍ରମୁଖଙ୍କ ନେତୃତ୍ୱରେ ଶିବିରଟି ପରିଚାଳିତ ହୋଇଥିବାବେଳେ ସଂକଳ୍ପ ପରିବାରର ସଦସ୍ୟଗଣ ଶିବିର ପରିଚାଳନାରେ ସାହାଯ୍ୟ କରିଥିଲେ । ନବବର୍ଷର ପ୍ରଥମ ଦିନରେ ୧ ଶହ ୩୦ ୟୁନିଟ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ସଂକଳ୍ପ ପରିବାର ତରଫରୁ ଶ୍ରୀ ବିକାଶ ଅଗ୍ରୱାଲ ଧନ୍ୟବାଦ ଜଣାଇଥିଲେ ।

01/01/2025

ବୀରତା ଦିବସ ପାଳନ ଅବସରରେ ଅମର ଶହୀଦ ମାଧୋ ସିଂ ଏବଂ ତାଙ୍କ ସୁପୁତ୍ର ଶହୀଦ ହଟ୍ଟେ ସିଂ, କୁଞ୍ଜଳ ସିଂ, ବୈରୀ ସିଂ, ଐରୀ ସିଂ ଙ୍କ ବୀରଗାଥା ଗାନକଲେ ପଦ୍ମଶ୍ରୀ ହଲଧର ନାଗ ।

31/12/2024

ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ ଅବସରରେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଇରାଶିଷ ଆଚାର୍ଯ୍ଯ

31/12/2024

ବୀରତା ଦିବସ ପାଳନ ଅବସରରେ କୋଶଲ କ୍ରିୟାନୁଷ୍ଠାନ କମିଟୀର ମଶାଲ ପଦଯାତ୍ରା । ବିଜୁ ଏକ୍ସପ୍ରେସ ୱେ ନାମକୁ ହଟାଇ ସହୀଦ ମାଧୋ ସିଂ ଏକ୍ସପ୍ରେସ ୱେ ନାମରେ ନାମିତ କରାଯିବା ଏବଂ ଘେଁସ ସ୍ଥିତ ମହାବିଦ୍ୟାଳୟ କୁ ସହୀଦ ମାଧୌ ସିଂ ଙ୍କ ନାମରେ ନାମିତ କରାଯିବାକୁ ଦାବୀ ରଖିଲେ କୋଶଲ କ୍ରିୟାନୁଷ୍ଠାନ କମିଟୀ । (ରିପୋର୍ଟ : ସଞ୍ଜିବ ଲୁହା / ସୁନୀଲ ରାଉତ)

28/12/2024

ଧାନବିକ୍ରି ସମସ୍ୟା ନେଇ ଚାଷୀ ଓ ପ୍ରଶାସନ ମଧ୍ଯରେ କଥା କଟାକଟି । ବିନା କଟନୀଛଟନୀ ରେ ଧାନ ଉଠାବ ତ ଉଠ , ନହେଲେ ଆମର ସାଙ୍ଗେ କଥାବର୍ତ୍ତା ନାଇଁ କର ବୋଲି ଚାଷୀମାନେ ରୋକଠୋକ୍ ପ୍ରଶାସନିକ ଅଧିକାରୀ ମାନଙ୍କୁ ଶୁଣାଇ ଦେଲେ ।

27/12/2024

ଆସୁଛନ୍ତି , ମୁଖ୍ୟମନ୍ତ୍ରୀ ଆସୁଛନ୍ତି । ଡିସେମ୍ବର ୩୧ ବୀରତା ଦିବସ , ବୀରମାଟି ଘେଁସ କୁ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ (ଓଡ଼ିଶା ସରକାର) ମୋହନଚରଣ ମାଝି ।

Address

Bargarh
768034

Alerts

Be the first to know and let us send you an email when ନଜର - NAJAR posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ନଜର - NAJAR:

Videos

Share