News13 Odisha

News13 Odisha News and views

11/03/2024

ରୋକଠୋକ ବିପିନ ଦାସଙ୍କ ସହିତ
ମେଣ୍ଟ ବିରୋଧରେ ଆନ୍ଦୋଳନ ଧମକ, ରାଜ୍ୟ କାର୍ଯ୍ୟାଳୟ ଘେରିବେ ବିଜେପି କାର୍ଯ୍ୟକର୍ତ୍ତା !

03/02/2024

10 new items · Memory by Bipin Bihari Das

02/02/2024

ସମ୍ବଲପୁର ଆସୁଛନ୍ତି ମୋଦୀ :ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

01/02/2024

ମହାପ୍ରଭୁ ଜଗନ୍ନାଥଙ୍କୁ ଭୁଲି ଗଲେ ଆୟୋଜକ;ତିନି ଦିନ ହେଲା ଖରାକାକରରେ ରହିଛନ୍ତି ବଡ଼ଠାକୁର

26/01/2024

ପଲ୍ଟୁରାମ୍ ନୀତିଶ ପୁଣି ଲାଲୁଙ୍କ ମାରିଲେ ନାତ। ଏନ୍ ଡି ଏ ରେ ସାମିଲ । bjp ସମର୍ଥନରେ ଆସନ୍ତା ୨୮ରେ ନେବେ ମୁଖ୍ୟମନ୍ତ୍ରୀ ଶପଥ

10/01/2024

ନୂଆବର୍ଷର ମାଳ ମାଳ ହୋଡ଼ିଂକୁ ନେଇ କଣ କହିଲେ ଅପରାଜିତା

09/01/2024

ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଦ୍ରାବିଡ ନେତା ପାଣ୍ଡିଆନଙ୍କ ଚକ୍ରାନ୍ତ ପଦାରେ ପଡିଲା।

07/01/2024

ନେକ୍ଟ ଷ୍ଟାର ଡେନ୍ସ ଏକାଡେମୀର ବାର୍ଷିକ ଉତ୍ସବରେ ପହଞ୍ଚିଲେ ବିଧାୟିକା କୁସୁମ ଟେଟେ

06/01/2024

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ ଅକ୍ଷତ କଳସ ଯାତ୍ରା ସମ୍ପନ୍ନ

06/01/2024

ପୁଣି ଗଡିଲା ଗୋଟିଏ ମୁଣ୍ଡ:ସୁନ୍ଦରଗଡ଼ ପୋଲିସ ମୁଣ୍ଡରେ ଲାଗିଲା କଳଙ୍କର ଟୀକା

06/01/2024

କୋରାପୁଟ ଜିଲ୍ଲା ସିମିଳିଗୁଡାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣରେ ମହାଦୁର୍ନୀତି ।ଘର ନ କରି ଦୁଇଟି ଘରର ଟଙ୍କା ଖାଇଗଲା ଉପାଧକ୍ଷ

05/01/2024

ନୂଆ ବର୍ଷରେ ଗଡିଲା ମୁଣ୍ଡ:ବଡ଼ ଭାଇ ବନ୍ଧୁକ ମୁନରେ ସାନଭାଇର ଜୀବନ ଗଲା

04/01/2024

ରାଉରକେଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ:ବିରୋଧୀଙ୍କ ମୁଣ୍ଡବିନ୍ଧା ଆରମ୍ଭ

03/01/2024

ସ୍କୁଲ ପିକନିକରେ ଜଙ୍ଗଲ ଭିତରେ
ଛାତ୍ର ସହ ସୁନ୍ଦରୀ ଦିଦି କଲେ ଚୁମାଚାଟି

03/01/2024

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଟିରା ପଂଚାୟତର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଶ୍ରୀ ସଚ୍ଚିଦାନନ୍ଦ ସ୍ବେଛାସେବୀ ଯୁବକ ସଙ୍ଘର ଉଦୀୟମାନ ଯୁବ ସ୍ୱେଚ୍ଛାସେବୀ ଚଳିତ ନବବର୍ଷକୁ ଭିନ୍ନଢଙ୍ଗରେ ପାଳନ କରିଛନ୍ତି l ଯୁବକ ସଙ୍ଘର ସ୍ୱେଚ୍ଛାସେବୀଙ୍କ ସହାୟତା କ୍ରମେ ହଳଦିଆଗଡା ବଜାରରେ ମାନସିକ ବିକାରଗ୍ରସ୍ତ ଅଜଣା ଯୁବକଙ୍କୁ ଉଦ୍ଧାର କରି ଦାଢ଼ି କାଟିଦେବା , ଗାଧେଇଦେବା ଏବଂ ନୂତନ ପୋଷାକ ଖାଦ୍ୟ ପ୍ରଦାନ କରି ପ୍ରଶଂସା ସାଉଁଟିଛନ୍ତି l ଉକ୍ତ କାଯ୍ୟକ୍ରମରେ ଯୁବକ ସଙ୍ଘର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, କୋଷାଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ବେହେରା, ସହ କୋଷାଧକ୍ଷ କୀର୍ତିରଞ୍ଜନ ଦାସ, ପରାମର୍ଶ ଦାତା ଶ୍ରୀଯୁକ୍ତ ସଂଜୟ ଜେନା, କିଶୋର ସ୍ୱାଇଁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ l
ରିପୋର୍ଟ news 13 ଓଡିଆ

02/01/2024

ଦୀର୍ଘ ୮୦୦ ବର୍ଷ ତଳର ଶ୍ରୀ ରାମ ଜନ୍ମଭୂମି ବିବାଦର ସମାପ୍ତ ହୋଇଛି । ଆଜି ସମସ୍ତଙ୍କର ଆଶା ଓ ବିଶ୍ବାସ ପୂରଣ ହେବାକୁ ଯାଉଛି | ଆସନ୍ତା ଜାନୁୟାରୀ ୨୨ ତାରିଖ ଶ୍ରୀ ରାମ ତୀର୍ଥ ଅଯୋଧ୍ୟା ଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବ | ଏଥିପାଇଁ ଓଡିଶାର ପୁରପଲ୍ଲୀରେ ହର୍ଷଉଲ୍ଲାସର ବାତାବରଣ ଖେଳିଯାଇଛି | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରରେ ଚଳଚଞ୍ଚଳ ହୋଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ର ଙ୍କର ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇଛି । ଶତାଧିକ ରମଭକ୍ତ ବଜାର ପରିକ୍ରମା କରିଛି । ବିଜୁ ପଟ୍ଟନାୟକ ଛକ , ଲିଙ୍କରୋଡ ଓ ଶ୍ୟାମାପ୍ରସାଦ ଛକରୁ ଗୋଲେଇ ହୋଇ ଏକ ବିରାଟ ପଟୁଆର ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା | ଯେଉଁ ଭକ୍ତମାନେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୧ ଟଙ୍କା, ୫ ଟଙ୍କା ଅବା ଇଟା ପଥର ଦେଇଥିଲେ , ସେମାନଙ୍କୁ ସମ୍ମାନର ସହିତ ଗୁଆ, ଅକ୍ଷତ, ସିନ୍ଦୁର ଓ ଫଟୋ ଚିତ୍ର ଦେଇ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଥିଲା | ଏହା ପରେ ମ୍ୟୁନିସିପାଲିଟି ସ୍ତରର ୧୫ଟି ୱାର୍ଡର ପ୍ରତି ଘରକୁ ଯାଇ ଶ୍ରୀ ରାମ ମନ୍ଦିର ଅଯୋଧ୍ୟାକୁ ନିମନ୍ତ୍ରଣ କରଯାଇଥିଲା | ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା | ଏଥିରେ ଟ୍ରଷ୍ଟ ପକ୍ଷରୁ ନବୀନ ରାମ, ନବ ଚରଣ ମାଝୀ, ମିଥିଳା ଟୁଡୁ, ସୁରତ ପଟ୍ଟନାୟକ, ନିଗମାନନ୍ଦ ପଟ୍ଟନାୟକ, ପ୍ରଦ୍ୟୁନ୍ନ ଦିଗାର, ଉଦୟ ନାରାୟଣ ସିଂ, ତନ୍ମୟ ଦାସ, ସଂଜୟ ମହାନ୍ତ, ବଳରାମ ବାରିକ, ପ୍ରଦୀପ ପଟ୍ଟନାୟକ, ଆଲୋକ ମହାନ୍ତ, ଶଶାଙ୍କ, କେଦାରନାଥ ଓ ଦୀପଙ୍କର ସହିତ ବହୁ ରାମ ଭକ୍ତମାନେ ସାମିଲଥିଲେ | news thirteen Odisha

ନୂଆବର୍ଷରେ ଅପରାଜିତାଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ
01/01/2024

ନୂଆବର୍ଷରେ ଅପରାଜିତାଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

27/12/2023

*ଶହୀଦ ହେଲେ ଜବାନ , ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ* :

ଆରପାରିରେ ଦେଶ ସେବକ ଜନ ରାଏବଗା ଥାନା ଅନ୍ତର୍ଗତ ଜଏଡେଗା ଗ୍ରାମର ବାସିନ୍ଦା ।ଏକ ଦେଶ ସେବକ ଜନ କିଶପଟ୍ଟା ଆରପାରିକୁ ଚାଲି ଯାଇଛନ୍ତି। ହେଲେ ତାଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ । ଦେଶ ପାଇଁ ସେ ଜୀବନକୁ ବାଜି ଲଗାଇ ନିଜର କାର୍ଯ ସମାପନ କରି ଆସୁଥିଲେ। ଜଏଡେଗା ଅଞ୍ଚଳର ୫୫ ବର୍ଷୀୟ ଜନ କିଶପଟ୍ଟାଙ୍କ ନାଗାଲାଣ୍ଡରେ ମୃତ୍ୟୁ ହୋଇଯାଇଛି। ସିଆରପିଏଫ ଦଳ ପକ୍ଷରୁ ତାଙ୍କୁ ତୋପ ଫୁଟାଇ ସଲାମୀ ଦିଆ ଯାଇଥିଲା । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ତ୍ରିପୁରା ଠାରେ ଆସାମ ରାଇଫଲରେ ସୈନିକ ଭାବେ ଦୀର୍ଘ ୨୯ ବର୍ଷ ହେବ ଦେଶ ସେବକ ଭାବେ କାର୍ଯ୍ୟ କରିଆସୁଥିଲେ। ନାଗାଲାଣ୍ଡ ତ୍ୟାନସାଙ୍ଗରୁ ବାହାରି ଆସାମର ରାଜଧାନଗର ଅଭିମୁଖେ ଯାଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।ତାଙ୍କର ମୃତ ଶରୀରକୁ ନିଜସ୍ଵ ଗୃହ ଜଲଦା ସି ବ୍ଲକ ସ୍ଥିତ ଟୁଙ୍ଗରୀଟୋଲାକୁ ପ୍ରଥମେ ନିଆ ଯାଇଥିଲା । ପରେ ସେଠାରୁ ପୈତୃକ ଗୃହ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟେତର ଜଏଡେଗା ଗ୍ରାମକୁ ନିଆଯାଇ ପରିବାର ବନ୍ଧୁ ବର୍ଗଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କର ମରଶରୀରକୁ ମାଟି ଦିଆଯାଇଥିଲା । ତେବେ ମାଟି ଦେବା ପୂର୍ବରୁ ଆସାମ ରାଇଫଲରେ କାର୍ଯ୍ୟରତ ଅବସରପ୍ରାପ୍ତ ସହ ଅଧିକାରୀ ଲାସେ ଗ୍ରାମର ବାସିନ୍ଦା ଓ ସହଯୋଗୀ ଆନ୍ତରିକତାର ସହିତ ସହଯୋଗ କରିଥିବା ବେଳେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ସମେତ ରାଜଗାଙ୍ଗପୁର, ବୀରମିତ୍ରପୁର, ରାଏବଗା ଥାନା ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ । ତେବେ ବିଭାଗୀୟ ସୂତ୍ରରୁ ଜଣାପଡିଛି ଯେ ସ୍ଵର୍ଗତ କିଶପଟ୍ଟା କାର୍ଯ୍ୟରତ ଥିବା ସମୟରେ ହୃଦରୋଗରେ ମୃତ୍ୟୁ ବରଣ କରିଥିଲେ ।

ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

27/12/2023

କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବା କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ hele ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ରୋହିତ ଆଜକୁ ବର୍ଷେ ତଳେ ଅଭିଯୁକ୍ତ ନିର ଭୂତିଆ ଓ ତାଙ୍କ ସ୍ତ୍ରୀ ପପିନା ଭୁତିଆକୁ ନିଜ ଘରେ ୪ ମାସ ପାଇଁ ଆଶ୍ରୟ ଦେଇଥିଲେ । ମାତ୍ର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ନିର ଘର ଛାଡ଼ି ନଥିଲେ । ଯାହାକୁ ନେଇ ରୋହିତ ତାଙ୍କୁ ଘର ଛାଡିବା କହିବାରୁ ରୋହିତଙ୍କୁ ନିର ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ଏପରିକି ଅଭିଯୁକ୍ତ ନିର ବିରୋଧରେ ସ୍ତ୍ରୀ ପପିନା ସଙ୍ଗିନ ଅଭିଯୋଗ କରିଛନ୍ତି । ତାଙ୍କୁ ପ୍ରେମ ବିବାହ କରି ଆସିବା ଦିନ ଠାରୁ ସ୍ୱାମୀ ନିର ନିର୍ଯ୍ୟାତନା ଦେଇ ଆସୁଥିଲେ । ପର ପୁରୁଷ ସହିତ ସମ୍ପର୍କ ଥିବା ନେଇ ପପିନାଙ୍କୁ ବାରମ୍ବାର ମାଡ଼ ମାରୁଥିଲେ ନିର । ତେଣୁ ସ୍ୱାମୀ ନିରକୁ କଠୋର ଦଣ୍ଡ ଦେବାକୁ ସ୍ତ୍ରୀ ପପିନା ଦାବି କରିଛନ୍ତି । ସେପଟେ ହତ୍ୟା ଘଟଣାକୁ ନେଇ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ଘରେ ଆଶ୍ରୟ ଦେଇଥିବା ଲୋକକୁ ହତ୍ୟା ନେଇ ପୋଲିସର ତନାଘନା ଜାରି ରହିଛି । ଏ ନେଇ ଅଭିଯୁକ୍ତ ନିର ଫେରାର ହୋଇ ଯାଇଥିବା ଜଣାପଡିଛି। ଯାହାକୁ ନେଇ ଅଧିକ ତଦନ୍ତ କରୁଛି କାମାକ୍ଷାନଗର ପୋଲିସ ।
ଢେଙ୍କାନାଳ କାମାକ୍ଷାନଗର ରୁ ବିନ୍ଦୁସାଗର ପାତ୍ର ଙ୍କ ରିପୋର୍ଟ news thirteen News13 Odisha

25/12/2023

ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଥି କିଏ l

ଟିକେଟ୍ ଏକ ଆଶାୟୀ ଅନେକ ?

କାହା ଉପରେ ଦଳ ଭରସା କରିବ ?

ମୁଣ୍ଡ ଉପରେ ଆଉ କିଛି ଦିନ ସାଧାରଣ ନିର୍ବାଚନ। ସଜବାଜ ହେଲେଣି ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ। ଏପଟେ ଦଳ ସହ ତାଳ ଦେଇ ନିଜକୁ ପ୍ରସ୍ତୁତ କଲେଣି ନେତା ମାନେ। କିଏ ବିଧାନସଭା ଟିକେଟ୍ ପାଇବ, କାହାକୁ ହାତ କଲେ ସହଜରେ ଟିକେଟ୍ ମିଳିପାରିବ ତାକୁ ନେଇ ଆରମ୍ଭ ହେଲାଣି ଜୋର ସୋର ପ୍ରତିଯୋଗିତା। ଏହାରି ଭିତରେ ମହାକାଳପଡ଼ା ର ଲଢୁଆ ବିଜେପି ଯୁବନେତା ଡ଼ଃ. ଦୁର୍ଗା ପ୍ରସନ୍ନ ନାୟକ ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯାହା ବିଜେପି ଆଶାୟୀଙ୍କୁ ଚିନ୍ତାରେ ପକାଇଛି। ପୂର୍ବରୁ ଏହି ଆସନରୁ ସ୍ୱର୍ଗତ ବିଜୟ ପ୍ରଧାନ ଛିଡ଼ା ହେଉଥିଲେ। ସ୍ୱର୍ଗତ ବିଜୟ ପ୍ରଧାନଙ୍କ ମୃତ୍ୟୁ ପରେ ମହାକାଳପଡ଼ା ଆସନ ପାଇଁ ଆଶାୟୀଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟ୍ ଆଶାୟୀରେ ଅଛନ୍ତି, ଡଃ. ଦୁର୍ଗା ପ୍ରସନ୍ନ ନାୟକ, ଡ଼ଃ ସୌଭାଗ୍ୟ ପରିଡା,ସ୍ୱର୍ଗତ ବିଜୟ ପ୍ରଧାନଙ୍କ ଧର୍ମପତ୍ନୀ ଜାନକୀ ପ୍ରଧାନ,ବିଷ୍ଣୁ ଦାସ,ସଞ୍ଜୟ ରଥ। ଭୁବନ ଜେନା ପ୍ରମୁଖ ତାଲିକାରେ ଅଛନ୍ତି। ଏମାନଙ୍କୁ ମହାକାଳପଡ଼ା ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସଭାସମିତିରେ ମଧ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷରେ ବିଜେପିର ଯୁବନେତା ଡ଼ଃ. ଦୁର୍ଗା ପ୍ରସନ୍ନ ନାୟକ ମଧ୍ୟ ଉଚ୍ଚ ଶିକ୍ଷିତ। ସେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଅଛନ୍ତି। ଦୀର୍ଘ ଦିନ ଧରି ମହାକାଳପଡ଼ା ବାସୀଙ୍କ ସହ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳୁଛି।ବହୁ ସମୟରେ ସାଧାରଣ ଲୋକଙ୍କ ପ୍ରଶଂସା ପାଲଟିଛନ୍ତି ଯୁବ ନେତା ଭାବରେ l ବିଜେପିରୁ ଏଥର କାହାକୁ ଟିକେଟ୍ ମିଳିବ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ। ଯୁବ ନେତା ଡଃ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ନେଇ ମହାକାଳପଡ଼ା ରେ ଚର୍ଚ୍ଚା ଧରିଛି l

24/12/2023

କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ.
ନାରୀଶକ୍ତି କୁ ରାଷ୍ଟ୍ରଶକ୍ତି ବୋଲି ସମ୍ବୋଧନ କଲେ ମହାମହିମ.

କୋରାପୁଟ ଗସ୍ତରେ ରାଜ୍ୟପାଳ ରଘୁବର ଦାସ।

23/12/2023

ସୁନ୍ଦରଗଡ଼ ଜିଲ୍ଲାରେ ଗୋ ଚାଲାଣ ବନ୍ଦ କରିବା ପାଇଁ ମାଓ ପୋଷ୍ଟର। ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଟାଉନ ଥାନା ଅନ୍ତର୍ଗତ ଘରୋଇ ବସଷ୍ଟାଣ୍ଡ ନିକଟସ୍ଥ ଓଭର ବ୍ରିଜ କାନ୍ଥରେ ଲାଗିଛି ମାଓବାଦୀଙ୍କ ପୋଷ୍ଟର । ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ ବା ପି ଏଲ ଏଫ୍ ଆଇର ଏହି ପୋଷ୍ଟରରେ ଗୋ ଚାଲାଣ ବନ୍ଦ କରିବା ପାଇଁ କୁହାଯାଇଛି। ବନ୍ଦ ନ ହେଲେ ଫୌଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲେଖା ଯାଇଛି। କେନ୍ଦ୍ରୀୟ କମିଟିର ପ୍ରେମ କୁମାର ଯାଦବଙ୍କ ନାଆଁରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସୁନ୍ଦରଗଡ଼ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ପି ଏଲ୍ ଏଫ୍ ଆଇ ସଂଗଠନର ଗତିବିଧି ରହିଥିଲା । ତେବେ ଆଜିକାର ଏହି ପୋଷ୍ଟର ପୁଣି ଥରେ ପି ଏଲ ଏଫ୍ ଆଇର ଉପସ୍ଥିତିକୁ ଜାହିର କରିଛି। ।

22/12/2023

*ମାଓବାଦୀଙ୍କ ବୋମାମାଡ଼ରେ ଖଣ୍ଡ ବିଖଣ୍ଡିତ ରେଳ ଧାରଣା* :

*୨୨ ତାରିଖ ଭାରତ ବନ୍ଦ ଡାକରା ଅମାନ୍ୟର କୁ ପରିଣାମ*

ହାଓ୍ବଡା-ମୁମ୍ବାଇ ମୁଖ୍ୟ ରେଳପଥ ସଂଲଗ୍ନ ଗୋଏଲକେରାର ପୋସେତା ରେଳବାଇ ବିଭାଗ ଅନ୍ତର୍ଗତ ରେଳ ଧାରଣାକୁ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଆଜି ସେମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ସାମାନ୍ୟ ଭାବେ ନେଇଥିଲା ପ୍ରଶାସନ । ଏହାର କୁ ପରିଣାମ ଭୋଗିବାକୁ ପଡୁଛି ଜଣସାଧାରଣଙ୍କୁ । ୨୫ ରୁ ଉର୍ଦ୍ଧ୍ବ ରେଳ ଛିଡ଼ା ହୋଇଛି ଧାରଣା ଉପରେ । ମାଓବାଦୀଙ୍କ ବନ୍ଦ ଡାକରା ପ୍ରତି ଗୁରୁତ୍ବ ନ ଦେବାରୁ ରାଗରେ ଗୋଏଲକେରାର ପୋସେତା ରେଳବାଇ ବିଭାଗ ସ୍ଥିତ କାରୋ ବ୍ରିଜ ନିକଟସ୍ଥ ପୋଲ ସଂଖ୍ୟା ୩୫୬/୨୯ ଏ କେ ସମ୍ମୁଖ ତିନି ନ଼ଂ ରେଳ ଧାରଣାକୁ ବୋମାମାଡ଼ରେ ଖଣ୍ଡ ବିଖଣ୍ଡିତ କରି ଦେଇଥିବା ପରିଲକ୍ଷିତ ହୋଇଛି । ବୋମା ବିସ୍ଫୋରଣରେ ରେଳ ଧାରଣା ଉଡ଼ିବା ଖବର ପାଇବା ପରେ ଅନେକ ରେଳ ସିକେପି ଡିବିଜନରେ ବାଧ୍ୟ ହୋଇ ଅଟକି ରହିଛନ୍ତି । ଉକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ବିଭାଗୀୟ ଅଧିକାରୀଙ୍କ ସମେତ କର୍ମଚାରୀ ଗଣ ଘଟଣାସ୍ଥଳରେ ପହଞ୍ଚି ନିରୀକ୍ଷଣ କରିବା ପରେ ୩ ନଂ ଅଞ୍ଚଳରେ ଉଡିଥିବ ରେଳ ଧାରଣାକୁ ସଠିକ କରିବା ପରେ ପୂର୍ବ ଭଳି ସମସ୍ତ ରେଳ ଚଳାଚଳ କରିବ ବୋଲି ଚକ୍ରଧରପୁର ବିଭାଗୀୟ କାର୍ଯ୍ୟାଳୟରୁ ଜଣାପଡିଛି ।

ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

21/12/2023

ରାଉରକେଲା ନାଗରିକ ସୁରକ୍ଷା କମିଟି ତରଫରୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ନେଇ ଏକ ବୈଠକ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କୁ ଏମ୍ସ ଦ୍ଵାରା ପରିଚାଳନା, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ଏହାକୁ ମେଡିକାଲ୍ କଲେଜରେ ରୂପାନ୍ତରଣ କରିବା, ତାଳଚେର -ବିମଳାଗଡ ରେଳପଥ ନିର୍ମାଣ ତ୍ବରାନ୍ବିତ କରିବା ସହ ଏଥି ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବା, ରାଉରକେଲା କୁ ରେଳ ଡିଭିଜନ ଭାବେ ଘୋଷଣା କରିବା, ରାଉରକେଲା ରେ ଏକ ସାଧାରଣ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଆଇଏଲଏସ ବ୍ୟବସ୍ଥା କରିବା, ରାଉରକେଲା ରେ ସଫ୍ଟୱେୟାର ପାର୍କ ପ୍ରତିଷ୍ଠା,ବାସଚ୍ୟୁତଙ୍କୁ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ ଜିଲ୍ଲାରେ ଏମଏସଏମଇ ର ବିକାଶ, ଆରଏସପିର ଆଧୁନିକୀକରଣ ଓ ସମ୍ପ୍ରସାରଣ, ରାଉରକେଲା ଠାରେ ଇଏସଆଇ ମେଡିକାଲ କଲେଜ୍ ପ୍ରତିଷ୍ଠା, ଜିଲ୍ଲାର ସଦର ମହକୁମାକୁ ରେଳପଥ ସଂଯୋଗ ସହ ଜିଲ୍ଲାର ବିଭିନ୍ନ ରେଳଷ୍ଟେସନ ଗୁଡ଼ିକର ଉନ୍ନତିକରଣ ପ୍ରଭୁତିର ଦାବିନେଇ ଏହି ବୈଠକ ଆହୁତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଉପରୋକ୍ତ ଦାବି ନେଇ ଗତ ଅଗଷ୍ଟ ୨୦ ତାରିଖରେ ମହାକନଭେନସନ ଆୟୋଜନ କରାଯାଇଥିଲା। ତେବେ ଏହି ଦାବି ପ୍ରତି ପ୍ରଶାସନ କୋହଳ ନୀତି ଆପଣାଇ ଥିବାରୁ ଏହାକୁ ଅଧିକ ଶାଣିତ କରିବା ପାଇଁ ଏହି ବୈଠକର ଆହ୍ବାନ ଦିଆଯାଇଥିଲା। ଏହି ବୈଠକରେ ଅନଷ୍ଠାନର ସଦସ୍ୟ ସର୍ବଶ୍ରୀ ଅଭୟ କୁମାର ଦାସ, ଭୂପେନ ମହାପାତ୍ର, ବିଷ୍ଣୁ ମହାନ୍ତି, ସଞ୍ଜୀବ ମହାନ୍ତ ପ୍ରମୁଖ ବକ୍ତବ୍ୟ ରଖି ଏହାକୁ ନେଇ ଏକ ଦୁର୍ବାର ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ବାନ ଦିଆଯାଇଥିଲା। ରାଉରକେଲାରୁ କୁଞ୍ଜବିହାରୀ ରାଉତଙ୍କ ରିପୋର୍ଟ news thirteen Odisha

21/12/2023

ଚଇତି ମହୋତ୍ସବ ବୈଠକକୁ ଆଦିବାସୀଙ୍କୁ ଡକାଯାଇ ନ ଥିବାରୁ ଅଡ଼ୁଆରେ ରାୟଗଡ଼ା ପ୍ରଶାସନ

20/12/2023

ଶ୍ରେଣୀ ଶିକ୍ଷକଙ୍କ କଳଙ୍କିତ ଇତିହାସ । କୁନି କୁନି ଝିଅଙ୍କୁ କଲେ ଅସଦାଚରଣ । ଏମିତିକି ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ବି ଛାଡ଼ିଲେନି ଯୌନ ପିପାସୁ ରାକ୍ଷସ ।ରାୟଗଡା ସହରର ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଲଜ୍ୟଜନକ ଘଟଣା ।

ବିଦ୍ୟାଳୟ ଶ୍ରେଣୀ ଭିତରେ ଛାତ୍ରୀ ମାନଙ୍କୁ ଅସଦାଚରଣ । ଅସଦାଚରଣର ଚରମ ସୀମା ଟପିଛନ୍ତି ବିଦ୍ୟାଳୟର ୫୯ ବର୍ଷର ଜଣେ ଶିକ୍ଷକ ମନୋରଞ୍ଜନ ନାୟକ । ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ସହକର୍ମୀଙ୍କ ଅନୁପସ୍ଥିତିରେ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ଆଉ ଏହି ଖବର ଜଣାପଡିବା ପରେ ବିଦ୍ୟାଳୟ ପରିସରରେ ଲାଗିରହିଥିଲା ଉତ୍ତେଜନା । ଏପରି ଅମାନବିୟ ଘଟଣା ରାୟଗଡା ଇନ୍ଦିରାନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ନାୟକ ଦ୍ବିତୀୟ ଓ ତତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ କୋଳରେ ବସାଇ ଅସଦାଚରଣ କରଥିବା ସଂଘାତିକ ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଏପରି ଦୁର୍ବ୍ୟବହାର ପରେ କିଛି ଛାତ୍ରୀ ସ୍କୁଲ ଆସିବା ଛାଡି ଦେଇଛନ୍ତି । ତେବେ ଅସଦାଚରଣର ଶିକାର ହୋଇଥିବା କିଛି ଛାତ୍ରୀ ନିଜ ମାବାପାଙ୍କୁ କହିବା ପରେ ଆଜି ଅବିଭାବକ ମାନେ ବିଦ୍ୟାଳୟ ଘେରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ଘୋଷାଡି ଘୋଷାଡି ମାଡ ମାରିଛନ୍ତି । କିଛି ଅସଦାଚରଣର ଶିକାର ହୋଇଥିବା ଛାତ୍ରୀ ମଧ୍ୟ ଶିକ୍ଷକଙ୍କୁ ମାଡ ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାୟଗଡା ଟାଉନ୍ ଥାନା ପୁଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖିଛି ।

ଅସଦାଚରଣ କଥାକୁ କାହାରିକୁ କହିଲେ ଟିସି ଦେଇ ସ୍କୁଲରୁ ବିଦା କରାଯିବ ବୋଲି ସଂପୃକ୍ତ ଶିକ୍ଷକ ପିଲା ମାନଙ୍କୁ ଧମକ ଦେଉଛନ୍ତି । ଏହି ବିଦ୍ୟାଳୟରେ 4 ଜଣ ଶିକ୍ଷକ ଓ 3 ଜଣ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ଶିକ୍ଷକ ମନୋରଞ୍ଜନ ନାୟକ ପିଲା ମାନଙ୍କୁ ଅସଦାଚରଣ କରୁଥିଲେ । ଏହି ଘଟଣା ଘଟିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିଭାବକ ମାନେ ଦାବି କରିଛନ୍ତି । ସେହିପରି ଛାତ୍ରୀ ମାନଙ୍କୁ ଅସଦାଚରଣ କରାଯାଇ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଶିକ୍ଷକ ମନୋରଞ୍ଜନ ନାୟକ କହିଛନ୍ତି । ଅନ୍ୟପଟେ ତୁରନ୍ତ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରି ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।
ବିଦ୍ୟାଳୟ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀ ମାନେ କାନ୍ଦି କାନ୍ଦି ପୁଲିସ ଆଗରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅବିଭାବକ ମାନେ ଦାବି କରିଛନ୍ତି ।

20/12/2023

*ରାଉରକେଲା ସହରରେ ଡାଇରିଆ ନେଉଛି ପ୍ରାଣ*

*୧୦ ରୁ ଉର୍ଦ୍ଧ୍ବ ମୃତ୍ୟୁ ବରଣ କରିଥିବା ବେଳେ ୬୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ* :

ରାଉରକେଲା ସହରରେ ପାନୀୟ ଜଳ ସାଜିଛି ମହାମାରୀ । ଶହ ଶହ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ୧୦ ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁ ବରଣ କରି ସାରିଲେଣି । ଆଉ କେତେ ଜଣ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି । ବାହାର ଲୋକେ ଏବେ ରାଉରକେଲା ଜିବାକୁ ଡରୁଛନ୍ତି। ରାଉରକେଲା ସହର ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଦୀର୍ଘ ୧୦ ଦିନ ହେବ ଝାଡ଼ାବାନ୍ତିର ପ୍ରକୋପ ବ୍ୟାପିବାରେ ଲାଗିଛି । ସହରର ଆରଜିଏଚ ସମେତ ବିଭିନ୍ନ ଚିକିତ୍ସାଳୟରେ ଆକ୍ରାନ୍ତ ମାନେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୫ ଶହରୁ ଉର୍ଦ୍ଧ୍ବ ଲୋକେ ପୈ।ରାଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଅବଶିଷ୍ଟ ଝାଡ଼ଖଣ୍ଡ ସମେତ ପାରିପାର୍ଶ୍ବିକ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଝାଡ଼ାବାନ୍ତି ଆକ୍ରାନ୍ତଙ୍କଠାରେ ହଇଜା ଭୂତାଣୁ ରହିଥିବା ନେଇ ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଡାକ୍ତରୀ ଚିକିତ୍ସା ଉପରେ ଗୁରୁତ୍ୱାରୋପ ପରେ କିଛି ଲୋକ ସୁସ୍ଥ ହେଉଥିବା ମଧ୍ୟ ଜଣାପଡିଛି । ଦୂଷିତ ପାଣି ଯୋଗୁଁ ଏହି ରୋଗ ବ୍ୟାପୁଥିବା ନେଇ ଆକଳନ କରିଛନ୍ତି ଡାକ୍ତରୀ ଦଳ । ତେବେ ରୋଗୀଙ୍କ ପରିବାର ଠାରୁ ସୂଚନା ପାଇବାକ୍ଷଣି ଡାକ୍ତରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ଚିକିତ୍ସା କରୁଥିଲେ ବି ଏହାର ପ୍ରକୃତ କାରଣ ଏ ଯାଏଁ ଜଣା ପଡି ନ ଥିବା ବେଳେ ପ୍ରଶାସନର ଆଦେଶ ଅନୁଯାୟୀ ଚିକିତ୍ସାଳୟ ମାନଙ୍କରେ ରୋଗୀଙ୍କର ଚିକିତ୍ସା ଜାରି ରହିଛି । ତେବେ ଅନେକ ସଂକ୍ରମଣଙ୍କ ଜୀବନ ସଙ୍କଟାପନ୍ନ । ଆଗକୁ ଭଗବାନ ଭରଷାରେ ପରିବାର ବର୍ଗ ।

ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

19/12/2023

*ଦୁଇଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଜମି ଭିତରେ ଫିଙ୍ଗି ଦେଇଥିଲେ* :

*ଦୁଇ ଦିନ ପରେ ଶବ ଉଦ୍ଧାର*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ବ୍ଲକର ଶଙ୍ଖପୋଷ ପଞ୍ଚାୟତ ଅନ୍ତର୍ଗତ ଆମରୁଡି ଗ୍ରାମରେ ଶନିବାର ଦିନ ବିଳମ୍ବିତ ରାତିରେ ଘଟିଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ। ଅତ୍ୟନ୍ତ ନିର୍ମମ ଭାବେ ଟାଙ୍ଗୀଆ ହାଣି ହତ୍ୟା କରିବା ପରେ ଅନତି ଦୂରରେ ଥିବା କେନାଲ ହୁଡାର ଧାନ କ୍ଷେତରେ ଭିତରେ ଫିଙ୍ଗି ଦିଆଯାଇଥିବା ଜଣା ଯାଇଛି। ପୋଲିଶ ଦୁଇ ଦିନ ପରେ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରି ଥିବା ଜଣାପଡିଛି।ଲହୁଣୀପଡା ବ୍ଲକ ସ୍ଥିତ ଶଙ୍ଖପୋଷ ପଞ୍ଚାୟତ ଆମରୁଡି ଗ୍ରାମର ଜଙ୍କମୁଣ୍ଡା(୫୦)ଙ୍କ ସହିତ ନିକଟସ୍ଥ ଗୋପନା ଗ୍ରାମର ସାଧୁ ବିରୋଲୀ (୨୫)ଏବଂ ଅନ୍ୟ କେତେକ ମିଶି ଗତ ଶନିବାର ଦିନ କୁକୁଡ଼ା ଲଢେ଼ଇ ଯାଇଥିଲେ। ରାତି ପ୍ରାୟ ଆଠଟା ପରେ ଏକ ଅଟୋ ଯୋଗେ ଏମାନେ ଆମରୁଡି ଗ୍ରାମକୁ ଆସିଥିଲେ।ଜଙ୍କମୁଣ୍ଡା ଏକ କୁକୁଡ଼ା ଜିତିଥିଲେ।କିନ୍ତୁ ଜିତିଥିବା କୁକୁଡାକୁ ନେଇ ନା ଅନ୍ୟ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ସହ ଝଗଡା ହୋଇ ଥିଲା। ଝଗଡା ନ ଲାଗିବା ପାଇଁ ସ୍ଥାନୀୟ ଲୋକମାନେ ମଧ୍ୟ ମନା କରି ଥିଲେ। ଏକ ପ୍ରକାର ଝଗଡା ଶାନ୍ତ ହୋଇଯାଇଥିଲା।କିନ୍ତୁ ଜଙ୍କମୁଣ୍ଡା ଓ ସାଧୁବିରୋଲି ସେ ଦିନ ରାତିରେ ଆଉ ଘରକୁ ଫେରି ନ ଥିଲେ।ପରିବାର ଲୋକ ମାନେ ଶନିବାର ରାତିରେ ଓ ରବିବାର ଦିନ ମଧ୍ୟ ଖୋଜାଖୋଜି କରି ପାଇ ନ ଥିଲେ।ତେବେ କିଛି ଲୋକ ଜାଣି ବାକୁ ପାଇଲେ ଆମରୁଡି ଓ ବାନ୍ଦୁପଡା କେନାଲ ପାଖରେ ଥିବା ଏକ ଧାନ ବିଲ ଗାଡିଆରେ ଜଣେ ମରି ପଡ଼ିଛି।ଏ ସମ୍ପର୍କରେ କେବଲାଙ୍ଗ ଥାନାକୁ ସୂଚିତ କରିବାରୁ କେବଲାଙ୍ଗ ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାରୁ ଜଣା ପଡ଼ିଲା ଯେ ଜଣେ ନୁହେଁ ଦୁଇ ଜଣଙ୍କ ର ମୃତ ଦେହ ପଡ଼ିଛି। ସେମାନଙ୍କୁ ଅତି ନୃଶଂସ ଭାବେ ଟାଙ୍ଗୀଆରେ ହାଣି ହତ୍ୟା କରାଯାଇଛି।ଏଣୁ କେବଲାଙ୍ଗ ପୋଲିଶ ରାଉରକେଲା ସାଇଣ୍ଟିଫିକ ଦଳ କୁ ଖବର ଦେଇଥିଲେ। ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ପୋଲିଶ ଉଭୟଙ୍କର ଶବକୁ ଉଦ୍ଧାର କରି ଲହୁଣୀପଡା ଡାକ୍ତରଖାନାରେ ବ୍ଯବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଅନ୍ୟ ପକ୍ଷେ ଶନିବାର ଦିନ ବିଳମ୍ବିତ ରାତିରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟାଇ ଗ୍ରାମରୁ ପ୍ରାୟ ୨ କି ମି ଦୂରରେ ନେଇ ଫିଙ୍ଗି ଦେଇଥିବା ବେଳେ ଏମାନେ ରାସ୍ତାରେ ନ ଆସି ଧାନବିଲଭିତରେ ପଶି ଚାଲି ଚାଲି ଆସିଥିବା ଜଣାପଡିଛି।ଏଣୁ ଏ ହତ୍ୟାକାଣ୍ଡ ପଛରେ ଅନେକ ଲୋକଙ୍କର ସମ୍ପୃକ୍ତି ଥିବା ନେଇ ପୋଲିଶ ଅନୁମାନ କରୁଛି । ଆମରୁଡି ଗ୍ରାମରୁ କେନାଲ ନିକଟସ୍ଥ ଧାନ ବିଲ ପର୍ଯ୍ୟନ୍ତ ବୋହିଆଣି ଦୁଇ ଜଣଙ୍କୁ ଆଣି ଫିଙ୍ଗି ଦେଇଛନ୍ତି। ଗ୍ରାମର ଦୁଇ ଜଣଙ୍କୁ ପୋଲିଶ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା ଚଳାଇ ଥିଲେ ମଧ୍ୟ ଡ଼ବଲ ମଡରର ପ୍ରକୃତ କାରଣ ଜଣାପଡିନାହିଁ।ପୋଲିଶର ତଦନ୍ତ ଜାରି ରହିଛି ।

Address

Damodar Bhavan
Balasore
756044

Telephone

+919556342439

Website

Alerts

Be the first to know and let us send you an email when News13 Odisha posts news and promotions. Your email address will not be used for any other purpose, and you can unsubscribe at any time.

Videos

Share